27.03.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ଯୋଗର ଯାତ୍ରାରେ
ପ୍ରତିଯୋଗିତା କର ତେବେ ପୁଣ୍ୟ ଆତ୍ମା ହୋଇଯିବ, ସ୍ୱର୍ଗର ବାଦଶାହୀ ମିଳିଯିବ ।”
ପ୍ରଶ୍ନ:-
ବ୍ରାହ୍ମଣ
ଜୀବନରେ ଯଦି ଅତିନ୍ଦ୍ରିୟ ସୁଖର ଅନୁଭବ ନ ହେଉଛି ତେବେ କ’ଣ ବୁଝିବା ଦରକାର?
ଉତ୍ତର:-
ନିଶ୍ଚିତ ଭାବରେ ସୂକ୍ଷ୍ମରେ ମଧ୍ୟ କିଛି ନା କିଛି ପାପ ହେଉଛି । ଦେହ-ଅଭିମାନରେ ରହିବା ଦ୍ୱାରା
ହିଁ ପାପ ହୋଇଥାଏ, ଯେଉଁ କାରଣରୁ ସେହିଭଳି ସୁଖର ଅନୁଭୂତି ହେଉ ନାହିଁ । ନିଜକୁ ଗୋପ ଗୋପୀ ମନେ
କରୁଥିଲେ ମଧ୍ୟ ଯଦି ଅତିନ୍ଦ୍ରିୟ ସୁଖର ଅନୁଭବ ହେଉ ନାହିଁ, ତେବେ ନିଶ୍ଚିତ କୌଣସି ଭୁଲ ହେଉଛି
ସେଥିପାଇଁ ବାବାଙ୍କୁ ନିଜର ସତ୍ୟ ସମାଚାର ଶୁଣାଇ ଶ୍ରୀମତ ନେଇ ଆଗକୁ ବଢିଚାଲ ।
ଓମ୍ ଶାନ୍ତି ।
ନିରାକାର
ଭଗବାନୁବାଚ । ଶିବଙ୍କୁ ହିଁ ନିରାକାର ଭଗବାନ ବୋଲି କୁହାଯାଉଛି, ଯଦିଓ ଭକ୍ତିମାର୍ଗରେ ତାଙ୍କର
ବହୁତ ନାମ ରଖି ଦେଇଛନ୍ତି, ଢେର ନାମ ରଖି ଦେଇଛନ୍ତି ତେଣୁ ବିସ୍ତାର ମଧ୍ୟ ବହୁତ ରହିଛି । ବାବା
ନିଜେ ଆସି କହୁଛନ୍ତି ପିଲାମାନେ, ତୁମେ ନିଜର ପିତା ଶିବବାବାଙ୍କୁ ମନେ ପକାଇ ଆସିଛ - ହେ
ପତିତ-ପାବନ, ତେବେ ଏହି ପତିତ-ପାବନ ତ କେବଳ ଜଣଙ୍କର ହିଁ ନାମ ହେବ ନା । ବହୁତ ନାମ ତ ହୋଇପାରିବ
ନାହିଁ । ଶିବାୟ ନମଃ କହୁଛନ୍ତି, ତେଣୁ ତାଙ୍କର କେବଳ ଗୋଟିଏ ନାମ ଏବଂ ତାହା ହେଲା ଶିବ । ରଚୟିତା
ମଧ୍ୟ ସେହି ଜଣେ ହିଁ ଅଟନ୍ତି । ଯଦି ବହୁତ ନାମ ରହିବ ତେବେ ଦ୍ୱନ୍ଦରେ ପଡିବେ । ଯେପରି ତୁମର
ନାମ ପୁଷ୍ପା ତା ବଦଳରେ ମୁଁ ଯଦି ତୁମକୁ ଶୀଲା କହି ଡାକିବି ତେବେ ତୁମେ ଶୁଣିବ? ନାଁ, ଭାବିବ ଆଉ
କାହାକୁ ଡାକୁଛନ୍ତି । ତେବେ ଏହା ମଧ୍ୟ ସେହିପରି କଥା ହେଲା ନା । ବାସ୍ତବରେ ତାଙ୍କର ନାମ ଏକ,
କିନ୍ତୁ ଭକ୍ତିମାର୍ଗରେ ବହୁତ ମନ୍ଦିର ନିର୍ମାଣ କରିଛନ୍ତି ତେଣୁ ଭିନ୍ନ-ଭିନ୍ନ ନାମ ରଖିଦେଇଛନ୍ତି
। ନଚେତ୍ ପ୍ରତ୍ୟେକଙ୍କର ନାମ ଗୋଟିଏ ହିଁ ହୋଇଥାଏ । ଗଙ୍ଗା ନଦୀକୁ କେବେହେଲେ ଯମୁନା ନଦୀ
କୁହାଯିବ ନାହିଁ । ତେବେ ପ୍ରତ୍ୟେକ ଜିନିଷର ଗୋଟିଏ ନାମ ପ୍ରସିଦ୍ଧ ଥାଏ । ସେହିପରି ଏହି ଶିବ
ନାମ ମଧ୍ୟ ପ୍ରସିଦ୍ଧ ଅଟେ ଏବଂ ଶିବାୟ ନମଃର ଗାୟନ ମଧ୍ୟ ରହିଛି । ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ
ଦେବତାୟ ନମଃ, କିନ୍ତୁ ଶିବଙ୍କ ପାଇଁ କହନ୍ତି ଶିବ ପରମାତ୍ମାୟେ ନମଃ କାରଣ ସେ ହେଉଛନ୍ତି
ସର୍ବୋଚ୍ଚ । ମନୁଷ୍ୟମାନଙ୍କର ବୁଦ୍ଧିରେ ମଧ୍ୟ ରହିଛି ଯେ, ନିରାକାରଙ୍କୁ ଉଚ୍ଚରୁ ଉଚ୍ଚ
କୁହାଯାଉଛି । ତାଙ୍କର ନାମ ଗୋଟିଏ । ଯେପରି ବ୍ରହ୍ମାଙ୍କୁ ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ବିଷ୍ଣୁ
ହିଁ କୁହାଯିବ । ଯଦି ବହୁତ ନାମ ରଖି ଦିଆଯିବ ତେବେ ଦ୍ୱନ୍ଦରେ ପଡିବେ । ରେସପଣ୍ଡ ମିଳିବ ନାହିଁ
କିମ୍ବା ତାଙ୍କର ରୂପକୁ ମଧ୍ୟ ଜାଣି ନାହାଁନ୍ତି । ବାବା ପିଲାମାନଙ୍କ ସହିତ ଆସି କଥାବାର୍ତ୍ତା
ହେଉଛନ୍ତି । ଶିବାୟ ନମଃ ବୋଲି କହୁଛନ୍ତି ତେଣୁ ଗୋଟିଏ ନାମ ଠିକ୍ ଅଛି । ଶିବ ଶଙ୍କର କହିବା
ମଧ୍ୟ ଭୁଲ୍ ହୋଇଯାଉଛି । ଶିବ ଏବଂ ଶଙ୍କର ନାମ ତ ଅଲଗା ଅଟେ । ଯେପରି ଲକ୍ଷ୍ମୀ-ନାରାୟଣଙ୍କ ନାମ
ଅଲଗା ଅଲଗା । ସେଠାରେ ନାରାୟଣଙ୍କୁ ତ ଲକ୍ଷ୍ମୀ-ନାରାୟଣ କହିବେ ନାହିଁ । ଆଜିକାଲି ତ ନିଜର
ଦୁଇ-ଦୁଇଟି ନାମ ରଖି ଦେଉଛନ୍ତି । ଦେବତାମାନଙ୍କର ଏପରି ଦୁଇଟି ନାମ ନଥିଲା । ରାଧାଙ୍କର ନାମ
ଅଲଗା ଏବଂ କୃଷ୍ଣଙ୍କର ଅଲଗା, ଏଠାରେ ତ ଜଣଙ୍କର ନାମ ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣ
ରଖିଦେଉଛନ୍ତି । ବାବା ବସି ବୁଝାଉଛନ୍ତି, ସୃଷ୍ଟିକର୍ତ୍ତା ହେଲେ ଜଣେ ଏବଂ ତାଙ୍କର ନାମ ମଧ୍ୟ ଏକ
। ତାଙ୍କୁ ଜାଣିବାକୁ ହେବ । କହନ୍ତି ଆତ୍ମା ଏକ ତାରକା ସଦୃଶ ଅଟେ, ଯାହାକି ଭ୍ରୁକୁଟୀ ମଧ୍ୟରେ
ଚମକୁଥାଏ, ପୁଣି କହୁଛନ୍ତି ଆତ୍ମା ସୋ ପରମାତ୍ମା । ତେବେ ପରମାତ୍ମା ମଧ୍ୟ ତାରକା ସଦୃଶ ହୋଇଥିବେ
ନା । ଏପରି ନୁହେଁ ଯେ ଆତ୍ମା ଛୋଟ ବଡ ହୋଇଥାଏ । ଏକଥା ବହୁତ ସହଜ ।
ବାବା କହୁଛନ୍ତି ତୁମେ ଡାକୁଥିଲ, ହେ ପତିତ-ପାବନ ଆସ । କିନ୍ତୁ ସେ ଏଠାକୁ ଆସି ମନୁଷ୍ୟମାନଙ୍କୁ
କିପରି ପବିତ୍ର କରୁଛନ୍ତି ଏକଥା କେହି ଜାଣି ନାହାଁନ୍ତି । ଗଙ୍ଗାକୁ ପତିତ-ପାବନୀ ବୋଲି
ଭାବିନେଇଛନ୍ତି । ବାସ୍ତବରେ ପତିତ-ପାବନ ତ ଏକମାତ୍ର ବାବା । ବାବା କହୁଛନ୍ତି ମୁଁ ପୂର୍ବରୁ
ମଧ୍ୟ କହିଥିଲି - ମନମନାଭବ ଅର୍ଥାତ୍ ମୋତେ ମନେ ପକାଅ । କିନ୍ତୁ ଶାସ୍ତ୍ରରେ ତାଙ୍କର ନାମକୁ
ବଦଳାଇ ଦେଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ବାବାଙ୍କୁ ସ୍ମରଣ କରିଲେ ବର୍ସା ନିଶ୍ଚୟ ମିଳିବ
। ମନମନାଭବ କହିବାର ମଧ୍ୟ ଆବଶ୍ୟକତା ନାହିଁ । କିନ୍ତୁ ବାବା ଏବଂ ତାଙ୍କର ସମ୍ପତ୍ତିକୁ ବିଲ୍କୁଲ୍
ଭୁଲିଯାଇଛ, ସେଥିପାଇଁ କହୁଛି ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ । ବାବା ସ୍ୱର୍ଗର ରଚୟିତା
ତେଣୁ ବାବାଙ୍କୁ ମନେ ପକାଇଲେ ଆମକୁ ସ୍ୱର୍ଗର ରାଜତ୍ୱ ନିଶ୍ଚିତ ମିଳିବ । ଯେପରି ଲୌକିକ ଦୁନିଆରେ
ପିଲା ଜନ୍ମ ହେବା ମାତ୍ରକେ ଉତ୍ତରାଧିକାରୀ ଆସିଲା ବୋଲି କହିଥା’ନ୍ତି । କନ୍ୟା ଜନ୍ମ ହେଲେ ଏପରି
କହିବେ ନାହିଁ । କିନ୍ତୁ ତୁମେ ସବୁ ଆତ୍ମାମାନେ ତ ମୋର ସନ୍ତାନ ଅଟ । ଏକଥା ମଧ୍ୟ କହନ୍ତି, ଆତ୍ମା
ଏକ ତାରକା ସଦୃଶ । ତେବେ ତାହା ପୁଣି ଆଙ୍ଗୁଠି ସଦୃଶ କିପରି ହୋଇପାରିବ । ଆତ୍ମା ଏତେ ସୂକ୍ଷ୍ମ
ଅଟେ ଯେ, ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ । ହଁ, ଏହାକୁ ଦିବ୍ୟଦୃଷ୍ଟି ଦ୍ୱାରା
ଦେଖାଯାଇପାରିବ କାହିଁକି ନା ଏହା ଅବ୍ୟକ୍ତ ଜିନିଷ ଅଟେ । ଚୈତନ୍ୟ ଆତ୍ମାର ସାକ୍ଷାତ୍କାର ହେଲା
ପୁଣି ଅଦୃଶ୍ୟ ହୋଇଗଲା । କିନ୍ତୁ କିଛି ବି ପ୍ରାପ୍ତି ହେଲା ନାହିଁ, କେବଳ ଖୁସି ହୋଇଗଲେ । ଏହାକୁ
କୁହାଯିବ ଭକ୍ତିର ଅଳ୍ପ କାଳର ସୁଖ । ଏହା ହିଁ ହେଉଛି ଭକ୍ତିର ଫଳ । ଯିଏ ବହୁତ ଭକ୍ତି କରିଛନ୍ତି
ତାଙ୍କୁ ସ୍ୱତଃ କାଇଦା ଅନୁସାରେ ଏହି ଜ୍ଞାନ ଦ୍ୱାରା ଫଳ ମିଳିବ । ବ୍ରହ୍ମା ଏବଂ ବିଷ୍ଣୁଙ୍କୁ
ଏକାଠି ଦେଖାଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ଭକ୍ତିର ଫଳ ବିଷ୍ଣୁଙ୍କୁ ରାଜତ୍ୱ ରୂପରେ ମିଳୁଛି ।
ବିଷ୍ଣୁ ଏବଂ କୃଷ୍ଣଙ୍କର ସାକ୍ଷାତ୍କାର ତ ବହୁତ କରିଛ । କିନ୍ତୁ ବୁଝିବାକୁ ହେବ ଯେ, ଭିନ୍ନ
ଭିନ୍ନ ନାମ ରୂପ ନେଇ ତୁମେମାନେ ଭକ୍ତି କରି ଆସିଛ । ସାକ୍ଷାତ୍କାରକୁ ଯୋଗ ଅଥବା ଜ୍ଞାନ କୁହାଯିବ
ନାହିଁ । ଭକ୍ତିମାର୍ଗରେ ଯେଉଁମାନେ ନୌଧା ଭକ୍ତି କରୁଥିଲେ, ସେମାନଙ୍କୁ ସାକ୍ଷାତ୍କାର ହେଉଥିଲା
। ଏବେ ସାକ୍ଷାତ୍କାର ନ ହେଲେ ମଧ୍ୟ ଚିନ୍ତା ନାହିଁ । ତୁମମାନଙ୍କର ଲକ୍ଷ୍ୟ ହେଲା, ମନୁଷ୍ୟରୁ
ଦେବତା ହେବା । ତୁମେମାନେ ଏବେ ଦେବୀ-ଦେବତା ଧର୍ମର ହେବାକୁ ଯାଉଛ । ବାକି ପୁରୁଷାର୍ଥ କରାଇବା
ପାଇଁ ବାବା କେବଳ ଗୋଟିଏ କଥା କହୁଛନ୍ତି, ବୁଦ୍ଧିର ଯୋଗକୁ ଅନ୍ୟ ସବୁ ଆଡୁ ତଥା ନିଜର ଦେହରୁ
ମଧ୍ୟ ହଟାଇ ବାବାଙ୍କୁ ମନେ ପକାଅ । ଯେପରି ପ୍ରେମିକ ପ୍ରେମିକା କାମ ମଧ୍ୟ କରୁଥା’ନ୍ତି କିନ୍ତୁ
ମନ ପ୍ରେମିକଙ୍କ ପାଖରେ ଲାଗି ରହିଥାଏ । ସେହିପରି ବାବା ମଧ୍ୟ କହୁଛନ୍ତି, ମୋତେ ମନେ ପକାଅ,
କିନ୍ତୁ ତୁମମାନଙ୍କର ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଛି । ଏବେ ତୁମେମାନେ ଜାଣିଛ ଯେ, ଆମକୁ ସିଢିରେ
ତଳକୁ ଓହ୍ଲାଇବାକୁ ଗୋଟିଏ କଳ୍ପ ଲାଗୁଛି । ସତ୍ୟଯୁଗରୁ ଆରମ୍ଭ କରି ସିଡି ଓହ୍ଲାଉଛ । ଆତ୍ମାରେ
ଅଳ୍ପ-ଅଳ୍ପ ଖାଦ ମିଶୁଛି । ସତ୍ତ୍ୱ ଅବସ୍ଥାରୁ ଧୀରେ ଧୀରେ ତମୋ ଅବସ୍ଥା ହୋଇଯାଉଛି । ପୁଣି ଏବେ
ତମୋରୁ ସତ୍ତ୍ୱ ଅବସ୍ଥାକୁ ନେଇଯିବା ପାଇଁ ବାବା ଜମ୍ପ୍ କରାଉଛନ୍ତି । ତୁମେମାନେ ଗୋଟିଏ
ସେକେଣ୍ଡରେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ ।
ତେଣୁ ମଧୁର ସନ୍ତାନମାନଙ୍କୁ ପୁରୁଷାର୍ଥ କରିବାକୁ ପଡିବ । ବାବା ତ ଶିକ୍ଷା ଦେଉଛନ୍ତି ।
ସେନ୍ସିବୁଲ୍ ସନ୍ତାନମାନେ ନିଜେ ଅନୁଭବ କରୁଛନ୍ତି - ବାସ୍ତବରେ ଏହା ବହୁତ କଷ୍ଟସାଧ୍ୟ ଅଟେ ।
କେହି କେହି ନିଜର ଚାର୍ଟ ବାବାଙ୍କୁ ଲେଖି ଜଣାଉଛନ୍ତି, କେହି ଜଣାଉନାହାଁନ୍ତି । ତେବେ ନିଜ
ଅବସ୍ଥା ବିଷୟରେ ବାବାଙ୍କୁ କହିବା ଉଚିତ୍ । ଯଦି ବାବାଙ୍କୁ ସ୍ମରଣ ନ କରିବ ତେବେ ବର୍ସା କିପରି
ମିଳିବ । କିନ୍ତୁ ବାବାଙ୍କୁ କାଇଦା ଅନୁସାରେ କେହି ସ୍ମରଣ କରୁ ନାହାଁନ୍ତି, ଭାବୁଛନ୍ତି ଆମେ ତ
ଶିବବାବାଙ୍କର ହୋଇଛୁ । ସ୍ମରଣ କରୁନାହାଁନ୍ତି ତେଣୁ ତଳକୁ ଖସିଯାଉଛନ୍ତି । ଯଦି ବାବାଙ୍କୁ
ନିରନ୍ତର ସ୍ମରଣ କରିବ ତେବେ ଖାଦ ବାହାରିଯିବ, ତେଣୁ ଧ୍ୟାନ ଦେବାକୁ ପଡିବ । ଯେପର୍ଯ୍ୟନ୍ତ ଶରୀର
ଅଛି ସେପର୍ଯ୍ୟନ୍ତ ପୁରୁଷାର୍ଥ ଚାଲିଥିବ । ବୁଦ୍ଧି ମଧ୍ୟ କହୁଛି - ମୁଁ ବାରମ୍ବାର ବାବାଙ୍କୁ
ଭୁଲିଯାଉଛି । ତେବେ ଏହି ଯୋଗବଳ ଦ୍ୱାରା ହିଁ ତୁମେମାନେ ରାଜତ୍ୱକୁ ପ୍ରାପ୍ତ କରୁଛ । ଏପରି ମଧ୍ୟ
କୌଣସି ନିୟମ ନାହିଁ ଯେ, ସମସ୍ତେ ସମାନ ଦୌଡିବେ । ରେସ୍ରେ ମଧ୍ୟ ଟିକିଏ ନା ଟିକିଏ ଫରକ ପଡିଥାଏ
। ନମ୍ବରୱାନ ପୁଣି ପ୍ଲସ୍ରେ ଆସିଥା’ନ୍ତି । ଏଠାରେ ମଧ୍ୟ ପିଲାମାନଙ୍କର ରେସ୍ ହେଉଛି । ମୁଖ୍ୟ
କଥା ହେଉଛି ୟାଦ କରିବା । ଏକଥା ତ ଜାଣିଛ ଯେ ଆମେମାନେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବାକୁ
ଯାଉଛୁ । ସେଥିପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି, ଯଦି ଏବେ ମଧ୍ୟ ପାପ କରିବା ତେବେ ଦଣ୍ଡ
ଶହେଗୁଣା ହୋଇଯିବ । ଏମିତି ଅନେକ ଅଛନ୍ତି, ଯେଉଁମାନେ ବହୁତ ପାପ କରୁଛନ୍ତି, କିନ୍ତୁ
କହୁନାହାଁନ୍ତି । ଯାହାକି ପୁଣି ବୃଦ୍ଧି ହୋଇ ଚାଲୁଛି, ସେମାନେ ଅନ୍ତିମ ସମୟରେ ଫେଲ୍ ହୋଇଯିବେ ।
ନିଜର ପାପ କର୍ମ ବାବାଙ୍କ ଆଗରେ ଶୁଣାଇବା ପାଇଁ ଲଜ୍ଜ୍ୟା ଲାଗୁଛି । ସତ୍ୟ ନ କହିବା ଦ୍ୱାରା
ନିଜକୁ ହିଁ ଧୋକା ଦେଉଛନ୍ତି । କାହା କାହାକୁ ଡର ଲାଗୁଛି - ବାବା ଆମର ଏହି କଥା ଶୁଣିଲେ କ’ଣ
କହିବେ । କେହି କେହି ତ ନିଜର ଛୋଟ ଛୋଟ ଭୁଲକୁ ମଧ୍ୟ ବାବାଙ୍କ ପାଖକୁ ଶୁଣାଇବାକୁ ଆସୁଛନ୍ତି ।
କିନ୍ତୁ ବାବା ତାଙ୍କୁ କହୁଛନ୍ତି, ବଡ-ବଡ ଭୁଲ୍ ତ ବହୁତ ଭଲ-ଭଲ ସନ୍ତାନମାନେ ମଧ୍ୟ କରୁଛନ୍ତି ।
ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଛାଡୁ ନାହିଁ । ମାୟା ପହିଲମାନମାନଙ୍କୁ ମଧ୍ୟ ଏହି ଚକ୍ର
ଭିତରକୁ ନେଇ ଆସୁଛି, ସେଥିପାଇଁ ଏଥିରେ ବାହାଦୂର ହେବାକୁ ପଡିବ । ଏଠାରେ ମିଛ କହିଲେ ଚଳିବ ନାହିଁ
। ସତ କଥା କହି ଦେଲେ ହାଲୁକା ହୋଇଯିବ । ବାବା ଯେତେ ବୁଝାଇଲେ ମଧ୍ୟ କିଛି ନା କିଛି ଚାଲୁଅଛି ।
ଅନେକ ପ୍ରକାରର କଥା ରହିଛି । ଯେହେତୁ ତୁମେମାନେ ବାବାଙ୍କଠାରୁ ରାଜ୍ୟ ନେବାକୁ ଯାଉଛ, ତେଣୁ ବାବା
କହୁଛନ୍ତି, ଅନ୍ୟ ସବୁ ଆଡୁ ବୁଦ୍ଧିକୁ ହଟାଅ । ତୁମମାନଙ୍କୁ ଏବେ ଜ୍ଞାନ ମିଳୁଛି, ୫ ହଜାର ବର୍ଷ
ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ତୁମେମାନେ ନିଜର ଜନ୍ମକୁ ମଧ୍ୟ ଜାଣି ଗଲଣି । କାହାର ଜନ୍ମ ଯଦି
ଓଲଟା ସିଧା ହେଲା ତେବେ ତାଙ୍କୁ ଡିଫେକ୍ଟଟେଡ୍ କୁହାଯାଇଥାଏ । ତେବେ ନିଜର କର୍ମ ଅନୁସାରେ ହିଁ
ଏପରି ହୋଇଥାଏ । ବାକି ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ, ପ୍ରଥମତଃ
ପବିତ୍ର ରହିବାକୁ ପଡିବ, ଦ୍ୱିତୀୟରେ ମିଛ, ପାପ କିଛି କରିବା ଉଚିତ୍ ନୁହେଁ । ନଚେତ୍ ବହୁତ କ୍ଷତି
ହେବ । ଦେଖ, ଯଦି ଜଣଙ୍କ ଦ୍ୱାରା ଟିକିଏ ବି ଭୁଲ୍ ହୋଇଗଲା ଏବଂ ସିଏ ବାବାଙ୍କ ପାଖକୁ ଆସି କହିଲେ,
ବାବା ମୋତେ କ୍ଷମା କର । ମୁଁ ଏପରି କାମ ଆଉ କେବେ ବି କରିବି ନାହିଁ । ବାବା କହୁଛନ୍ତି, ଏହିପରି
ଭୁଲ୍ ଅନେକଙ୍କ ଦ୍ୱାରା ହେଉଛି, ତୁମେ ତ ସତ୍ୟ କହୁଛ, ଏମିତି ବହୁତ ଅଛନ୍ତି ଯେଉଁମାନେ କି
ବାବାଙ୍କୁ କିଛି ବି ଶୁଣାଉ ନାହାଁନ୍ତି । ଏମିତି ମଧ୍ୟ ବହୁତ ଫାଷ୍ଟକ୍ଲାସ୍ କନ୍ୟା ଅଛନ୍ତି
ଯେଉଁମାନଙ୍କର ବୁଦ୍ଧି କେବେ ବି କେଉଁଆଡେ ଯାଉ ନାହିଁ । ଯେପରି ବମ୍ବେର ଡକ୍ଟର ନିର୍ମଳା
ନମ୍ବରୱାନ ଅଟନ୍ତି । ବିଲ୍କୁଲ୍ ସ୍ୱଚ୍ଛ ହୃଦୟ, କେବେ ବି ହୃଦୟରେ ଓଲଟା ବିଚାର ଆସୁ ନାହିଁ,
ସେଥିପାଇଁ ସିଏ ବାବାଙ୍କ ହୃଦୟରେ ରହିଛନ୍ତି । ଏହିପରି ଆହୁରି ମଧ୍ୟ କନ୍ୟା ଅଛନ୍ତି । ତେଣୁ ବାବା
ବୁଝାଉଛନ୍ତି କେବଳ ସତ୍ୟତାର ସହିତ ବାବାଙ୍କୁ ମନେ ପକାଅ । କର୍ମ ତ କରିବାକୁ ହିଁ ହେବ । କିନ୍ତୁ
ବୁଦ୍ଧିଯୋଗ ସର୍ବଦା ବାବାଙ୍କ ସହିତ ଲାଗି ରହୁ । ହାତ କାମ ଆଡକୁ ଏବଂ ହୃଦୟ ବାବାଙ୍କ ଆଡକୁ ଥାଉ
। ଏହି ଅବସ୍ଥା ଶେଷ ସମୟରେ ହେବ । ଯାହା ପାଇଁ ହିଁ ଗାୟନ ରହିଛି - ଅତିନ୍ଦ୍ରିୟ ସୁଖ
ଗୋପଗୋପୀମାନଙ୍କୁ ପଚାର ଯେଉଁମାନେ ଏହି ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି । ଯଦି ପାପ କର୍ମ କରିବ
ତେବେ ଏହି ଅବସ୍ଥା ରହିବ ନାହିଁ । ବାବା ଭଲ ଭାବରେ ଜାଣିଛନ୍ତି ସେଥିପାଇଁ ତ ଭକ୍ତିମାର୍ଗରେ
ମଧ୍ୟ ଭଲ ଏବଂ ମନ୍ଦ କର୍ମର ଫଳ ମିଳିଥାଏ । ବାବା ତ ଦାତା ଅଟନ୍ତି ନା । ଯଦି କାହାକୁ ଦୁଃଖ ଦେବ
ତେବେ ନିଶ୍ଚିତ ଦୁଃଖ ଭୋଗ କରିବ । ଯେପରି କର୍ମ କରିଛ ତାହା ତ ଭୋଗ କରିବାକୁ ପଡିବ । ଏଠାରେ ତ
ବାବା ନିଜେ ହାଜିର ଅଛନ୍ତି, ତୁମମାନଙ୍କୁ ବୁଝାଇ ଚାଲିଛନ୍ତି ତଥାପି ଗଭର୍ଣ୍ଣମେଣ୍ଟ ଅଛି ନା,
ଧର୍ମରାଜ ମୋ ସାଥିରେ ଅଛି । ବର୍ତ୍ତମାନ ମୋତେ କିଛି ହେଲେ ଲୁଚାଅ ନାହିଁ । ଏପରି ନୁହେଁ ଯେ,
ବାବା ତ ସବୁ ଜାଣିଛନ୍ତି, ଆମେ ମନରେ ଶିବବାବାଙ୍କଠାରୁ କ୍ଷମା ମାଗି ନେଉଛୁ, କିନ୍ତୁ କିଛି ହେଲେ
କ୍ଷମା ହେବ ନାହିଁ । ପାପ କେବେ ବି କାହାର ଲୁଚି ରହିବ ନାହିଁ । ପାପ କରିବା ଦ୍ୱାରା ଦିନକୁ ଦିନ
ପାପାତ୍ମା ହୋଇଯିବ । ଯଦି ଭାଗ୍ୟରେ ନଥିବ ଏହିପରି ହେବ । ରେଜିଷ୍ଟର ଖରାପ ହୋଇଯିବ । ଥରେ ମିଛ
କହିଲେ, ସତ୍ୟ କହିଲେ ନାହିଁ, ତେବେ ବୁଝିବାକୁ ହେବ ଯେ, ଏମାନେ ଏହିପରି କାମ କରିଚାଲିଛନ୍ତି ।
ମିଛ କେବେ ଲୁଚି ରହିବ ନାହିଁ । ବାବା ତଥାପି ପିଲାମାନଙ୍କୁ ବୁଝାଉଛନ୍ତି - କଖ କା ଚୋର ସୋ ଲଖ
କା ଚୋର ଅର୍ଥାତ୍ ଛୋଟ ଚୋରୀକୁ ମଧ୍ୟ ଚୋରୀ ହିଁ କୁହାଯିବ । ସେଥିପାଇଁ କହିବା ଦରକାର, ଆମ ଦ୍ୱାରା
ଏହି ଦୋଷ ହୋଇଗଲା । ଯଦି ବାବା ପଚାରୁଛନ୍ତି ତେବେ କହୁଛନ୍ତି, ବାବା ଭୁଲ୍ ହୋଇଗଲା, ସ୍ୱତଃ ନିଜେ
କାହିଁକି କହୁ ନାହାଁନ୍ତି । ବାବା ଜାଣିଛନ୍ତି, ଏମିତି ବହୁତ ଅଛନ୍ତି ଯେଉଁମାନେ ବହୁତ କଥା
ଲୁଚାଉଛନ୍ତି । ଯଦି ବାବାଙ୍କୁ ଶୁଣାଇବ ତେବେ ଶ୍ରୀମତ ମିଳିବ । କେଉଁଠାରୁ ଚିଠି ଆସିଲେ ପଚାର
କ’ଣ ଉତ୍ତର ଦେବୁ । ଅନେକଙ୍କ ପାଖରେ ବହୁତ ଖରାପ ଅଭ୍ୟାସ ରହିଛି - ଯାହାକୁ ସେମାନେ ଲୁଚାଉଛନ୍ତି
। କାହାକୁ ଲୌକିକ ଘରୁ କିଛି ମିଳୁଛି, ବାବା କହୁଛନ୍ତି ଭଲେ ପିନ୍ଧ, ତେବେ ରେସ୍ପନ୍ସିବୁଲ୍ ବାବା
ହୋଇଗଲେ । ଅବସ୍ଥା ଦେଖି ପୁଣି କାହାକୁ କହନ୍ତି ଯଜ୍ଞକୁ ପଠାଇଦିଅ । ତୁମକୁ ମିଳିଥିବା ଜିନିଷକୁ
ବଦଳେଇ ଦେଲେ ଠିକ୍ ହେବ ନଚେତ୍ ତାହା ମନେ ପଡିବ । ସେଥିପାଇଁ ବାବା ବହୁତ ଖବରଦାର କରୁଛନ୍ତି ।
କାରଣ ଏହି ମାର୍ଗ ବହୁତ ଉଚ୍ଚ । ପାଦେ-ପାଦେରେ ସର୍ଜନଙ୍କର ରାୟ ନେବାକୁ ହେବ । ବାବା ଶିକ୍ଷା
ଦେଉଛନ୍ତି ଏହିପରି ଚିଠି ଲେଖ ତେବେ ଯାଇ ତୀର ଲାଗିବ, କିନ୍ତୁ ବହୁତଙ୍କ ପାଖରେ ଦେହ-ଅଭିମାନ
ରହିଛି । ଶ୍ରୀମତରେ ନ ଚାଲିବା ଦ୍ୱାରା ନିଜର ଖାତା ଖରାପ କରୁଛନ୍ତି । ଯଦି ଶ୍ରୀମତରେ ଚାଲିବ
ତେବେ ସବୁ କ୍ଷେତ୍ରରେ ଫାଇଦା ମିଳିବ । ଏହି ରାସ୍ତା କେତେ ସହଜ । କେବଳ ଯୋଗବଳ ଦ୍ୱାରା ତୁମେମାନେ
ବିଶ୍ୱର ମାଳିକ ହେଉଛ । ବାବା ବୁଢୀମାନଙ୍କ ପାଇଁ କହୁଛନ୍ତି, କେବଳ ବାବା ଏବଂ ବର୍ସାକୁ ମନେ
ପକାଅ । ପ୍ରଜା ତିଆରି ନ କରିଲେ ରାଜା ରାଣୀ ମଧ୍ୟ ହୋଇପାରିବ ନାହିଁ । ତଥାପି ମଧ୍ୟ ଯେଉଁମାନେ
ନିଜର ଦୁର୍ବଳତାକୁ ଲୁଚାଉଛନ୍ତି, ତାଙ୍କ ଅପେକ୍ଷା ତୁମେ ଉଚ୍ଚ ପଦ ପାଇପାରିବ । ବାବାଙ୍କର
କର୍ତ୍ତବ୍ୟ ହେଲା ବୁଝାଇବା । ଯେପରି କେହି ନ କହିବେ ଯେ ଆମକୁ ଏକଥା ଜଣା ନଥିଲା । ବାବା ସବୁର
ଶ୍ରୀମତ ଦେଉଛନ୍ତି । ନିଜର ଭୁଲ୍କୁ ତୁରନ୍ତ ବାବାଙ୍କୁ କହିଦେବା ଉଚିତ୍ । ବାବା କୁହନ୍ତି ଚିନ୍ତା
କର ନାହିଁ, ପୁନର୍ବାର କେବେ ସେହି ଭୁଲ୍ କରିବ ନାହିଁ । ଏଥିରେ ଡରିବାର କୌଣସି କଥା ନାହିଁ ।
ବାବା ସ୍ନେହର ସହିତ ବୁଝାଉଛନ୍ତି । ତେବେ ବାବାଙ୍କୁ କହି ଦେବାରେ କଲ୍ୟାଣ ରହିଛି । ବାବା,
ସ୍ନେହର ସହିତ ବୁଝାଇବେ । ନଚେତ୍ ବ୍ରହ୍ମାବାବାଙ୍କ ହୃଦୟରୁ ଏକଦମ୍ ଖସିଯିବ । ତାଙ୍କ ହୃଦୟରୁ
ଖସିଗଲ ଅର୍ଥାତ୍ ଶିବବାବାଙ୍କ ହୃଦୟରୁ ମଧ୍ୟ ଖସିଗଲ । ଏପରି ନୁହେଁ ଯେ, ଆମେ ଶିବବାବାଙ୍କଠାରୁ
ସିଧାସଳଖ ନେଇଯିବୁ, କିଛି ହେବ ନାହିଁ । ବାବା ଯେତେ ବୁଝାଉଛନ୍ତି - ମୋତେ ମନେ ପକାଅ, ସେତେ
ବୁଦ୍ଧି ବାହାରକୁ ପଳାଇଯାଉଛି । ଏସବୁ କଥା ବାବା ସିଧାସଳଖ ବସି ବୁଝାଉଛନ୍ତି, ଯାହାର ପରେ
ଶାସ୍ତ୍ର ତିଆରି ହେଉଛି । ସେଥି ମଧ୍ୟରୁ ଗୀତା ହେଉଛି ଭାରତର ସର୍ବୋତ୍ତମ ଶାସ୍ତ୍ର । ଗାୟନ
ମଧ୍ୟ ରହିଛି ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା, ଯାହାର ଗାୟନ ସ୍ୱୟଂ ଭଗବାନ କରିଥିଲେ । ବାକି ସବୁ
ଧର୍ମ ତ ପରେ ଆସୁଛି । ଗୀତା ହେଉଛି ମାତାପିତା, ବାକି ସମସ୍ତେ ହେଲେ ତା’ର ସନ୍ତାନ । ଗୀତାରେ
ହିଁ ଭଗବାନୁବାଚ ରହିଛି । କୃଷ୍ଣଙ୍କୁ ତ ଦୈବୀ ସମ୍ପ୍ରଦାୟ କୁହାଯିବ । ବ୍ରହ୍ମା, ବିଷ୍ଣୁ,
ଶଙ୍କର ତ କେବଳ ଦେବତା ଅଟନ୍ତି । ଭଗବାନ ତ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ । ଏକଥା ବିଲ୍କୁଲ୍
ସ୍ପଷ୍ଟ ଯେ, ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଶିବବାବା ରଚନା କରୁଛନ୍ତି । ବ୍ରହ୍ମାଙ୍କ
ଦ୍ୱାରା ସ୍ଥାପନା, ଏଭଳି ତ କେବେ କହୁ ନାହାଁନ୍ତି ଯେ, କୃଷ୍ଣଙ୍କ ଦ୍ୱାରା ସ୍ଥାପନା ।
ବ୍ରହ୍ମାଙ୍କ ରୂପ ଦେଖାଇଛନ୍ତି । କାହାର ସ୍ଥାପନା? ବିଷ୍ଣୁପୁରୀର । ଏହି ଚିତ୍ର ତ ହୃଦୟରେ
ଛପିଯିବା ଉଚିତ୍ । ଆମେ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା ବର୍ସା ନେଉଛୁ । ବାବାଙ୍କ ବିନା
ଦାଦାଙ୍କଠାରୁ ବର୍ସା ମିଳିପାରିବ ନାହିଁ । ଯଦି କାହା ସହିତ ମିଶୁଛ ତେବେ ତାଙ୍କୁ କୁହ ବାବା
କହୁଛନ୍ତି କେବଳ ମୋତେ ମନେ ପକାଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେହେତୁ
ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ପ୍ରତି ପାଦରେ ଆତ୍ମିକ ସର୍ଜନଙ୍କ ଠାରୁ ରାୟ ନେବାକୁ ହେବ । ଶ୍ରୀମତ
ଅନୁସାରେ ଚାଲିବାରେ ହିଁ ଫାଇଦା ରହିଛି ତେଣୁ ବାବାଙ୍କୁ କିଛି ବି ଲୁଚାଇବାର ନାହିଁ ।
(୨) ଦେହ ଏବଂ ଦେହଧାରୀଙ୍କଠାରୁ ବୁଦ୍ଧିର ଯୋଗ ହଟାଇ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ ।
କର୍ମଧନ୍ଦା କରି ମଧ୍ୟ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ପଡିବ ।
ବରଦାନ:-
ଶକ୍ତିରୂପୀ
କିରଣ ଦ୍ୱାରା ଦୋଷ, ଦୁର୍ବଳତା ରୂପୀ ଆବର୍ଜନାକୁ ଭସ୍ମ କରୁଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୁଅ ।
ଯେଉଁ ପିଲାମାନେ
ଜ୍ଞାନସୂର୍ଯ୍ୟ ବାବାଙ୍କ ସମାନ ମାଷ୍ଟର ସୂର୍ଯ୍ୟ ଅଟନ୍ତି ସେମାନେ ନିଜର ଶକ୍ତିରୂପୀ କିରଣ ଦ୍ୱାରା
ଯେକୌଣସି ପ୍ରକାରର ଆବର୍ଜନାକୁ ଅର୍ଥାତ୍ ଦୋଷ-ଦୂର୍ବଳତା ଗୁଡିକୁ ଗୋଟିଏ ସେକେଣ୍ଡରେ ଭସ୍ମ
କରିଦିଅନ୍ତି । ସୂର୍ଯ୍ୟର କାମ ହେଲା ଆବର୍ଜନାକୁ ଏଭଳି ଭାବରେ ଭସ୍ମ କରିଦେବା ଯାହାକି ତା’ର ନାମ,
ରୂପ, ରଙ୍ଗ ସଦାକାଳ ପାଇଁ ସମାପ୍ତ ହୋଇଯିବ । ତେବେ ମାଷ୍ଟର ଜ୍ଞାନ ସୂର୍ଯ୍ୟଙ୍କର ପ୍ରତ୍ୟେକ
ଶକ୍ତି ବହୁତ ଚମତ୍କାର କରିପାରିବ କିନ୍ତୁ ଯଥା ସମୟରେ ବ୍ୟବହାର କରିବା ଜଣାଥିବା ଦରକାର । ତେଣୁ
ଯେଉଁ ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ଥିବ ସେହି ସମୟରେ ସେହି ଶକ୍ତି ଦ୍ୱାରା କାର୍ଯ୍ୟ କରାଅ ଏବଂ
ସମସ୍ତଙ୍କର ଦୋଷ ଦୂର୍ବଳତାକୁ ଭସ୍ମ କର ତେବେ କୁହାଯିବ ମାଷ୍ଟର ଜ୍ଞାନ ସୂର୍ଯ୍ୟ ।
ସ୍ଲୋଗାନ:-
ଦିବ୍ୟଗୁଣର
ମୂର୍ତ୍ତି ହୋଇ ନିଜର ଜୀବନ ରୂପୀ ଫୁଲତୋଡା ଦ୍ୱାରା ଦିବ୍ୟତାର ମହକ ବିଚ୍ଛୁରିତ କର ।