22.09.20 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ତୁମମାନଙ୍କର ପ୍ରତିଜ୍ଞା
ହେଲା ଯେପର୍ଯ୍ୟନ୍ତ ଆମେ ପବିତ୍ର ନ ହୋଇଛୁ, ସେ ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଉଥିବୁ, ଏକମାତ୍ର
ବାବାଙ୍କୁ ହିଁ ସ୍ନେହ କରିବୁ ।”
ପ୍ରଶ୍ନ:-
ବୁଦ୍ଧିମାନ
ସନ୍ତାନମାନେ ସମୟକୁ ଦେଖି କେଉଁ ପ୍ରକାରର ପୁରୁଷାର୍ଥ କରିବେ ?
ଉତ୍ତର:-
ଅନ୍ତିମ ସମୟରେ ଯେତେବେଳେ ଶରୀର ଛାଡିବୁ ସେତେବେଳେ କେବଳ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ,
ଆଉ କଛି ବି ମନେ ନ ପଡୁ । ଏହିଭଳି ପୁରୁଷାର୍ଥ ବୁଦ୍ଧିମାନ ସନ୍ତାନମାନେ ଏବେଠାରୁ ହିଁ କରିଚାଲିବେ
କାହିଁକି ନା ତୁମକୁ କର୍ମାତୀତ ହୋଇ ଘରକୁ ଯିବାର ଅଛି ସେଥିପାଇଁ ଏହି ପୁରୁଣା ଶରୀରରୁ ମମତ୍ୱ
ତୁଟାଇ ଚାଲ, ସବୁବେଳେ ଭାବ — ମୁଁ ଏବେ ବାବାଙ୍କ ପାଖକୁ ଯିବି ।
ଗୀତ:-
ନା ୱହ ହମ୍ସେ
ଜୁଦା ହୋଙ୍ଗେ...
ଓମ୍ ଶାନ୍ତି ।
ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି, ବେହଦର ପିତାଙ୍କ ସମ୍ମୁଖରେ ପିଲାମାନେ ପ୍ରତିଜ୍ଞା କରୁଛନ୍ତି । ବାବା
ଆମେ ଆପଣଙ୍କର ହୋଇଛୁ, ଆପଣଙ୍କୁ ମନେ ପକାଇବା ଦ୍ୱାରା ଅନ୍ତିମ ସମୟ ପୂର୍ବରୁ ବା ଶାନ୍ତିଧାମରରେ
ପହଞ୍ଚିବା ପୂର୍ବରୁ ଆମର ଜନ୍ମ-ଜନ୍ମାନ୍ତରର ପାପ ଯାହାକି ଆମ ମୁଣ୍ଡ ଉପରେ ରହିଛି,ତାହା ଭସ୍ମ
ହୋଇଯିବ । ଏହାକୁ ହିଁ ଯୋଗ ଅଗ୍ନି କୁହାଯାଇଛି, ଆଉ କୌଣସି ଉପାୟ ନାହିଁ । ପତିତ ପାବନ କିମ୍ବା
ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ ଜଣଙ୍କୁ ହିଁ କୁହାଯାଉଛି । ସେ ହିଁ ଜଗତର ପିତା, ଜଗତର ଶିକ୍ଷକ, ଜଗତର
ଗୁରୁ ଅଟନ୍ତି । ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବା ହିଁ ଦେଇଥାନ୍ତି । ଏହା ପତିତ ଦୁନିଆ ଅଟେ,
ଏଠାରେ ଜଣେ ହେଲେ ବି ପବିତ୍ର ରହିବା ଅସମ୍ଭବ ଅଟେ । ପତିତ ପାବନ ବାବା ହିଁ ସମସ୍ତଙ୍କର ସଦ୍ଗତି
କରିଥାନ୍ତି । ତୁମେ ମଧ୍ୟ ତାଙ୍କର ସନ୍ତାନ ହୋଇଛ । ତୁମେ ଶିଖୁଛ ଯେ ଜଗତକୁ ପବିତ୍ର କିପରି କରିବୁ
? ଶିବଙ୍କ ଆଗରେ ତ୍ରିମୂର୍ତ୍ତି ଚିତ୍ର ଦରକାର । ଏହା ମଧ୍ୟ ଲେଖିବାକୁ ହେବ ଯେ ଦୈବୀ ସାର୍ବଭୌମତ୍ୱ
ଆପଣଙ୍କର ଜନ୍ମସିଦ୍ଧ ଅଧିକାର । ତାହା ପୁଣି ଏବେ କଳ୍ପର ସଂଗମଯୁଗରେ ମିଳିଛି । ସ୍ପଷ୍ଟ ଭାବରେ ନ
ଲେଖିଲେ ମନୁଷ୍ୟ କିଛି ବୁଝିପାରିବେ ନାହିଁ । ଦ୍ୱିତୀୟ କଥା ହେଲା କେବଳ ଯେଉଁ ବି.କେ. ନାମ ରହିଛି,
ସେଥିରେ ପ୍ରଜାପିତା ଅକ୍ଷର ନିଶ୍ଚିତ ଲେଖିବା ଦରକାର କାହିଁକି ନା ବ୍ରହ୍ମାନାମ ମଧ୍ୟ ଅନେକଙ୍କର
ରହିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଲେଖିବା ଆବଶ୍ୟକ । ତୁମେ
ଜାଣୁଛ ଯେ ପଥର ସମାନ ବିଶ୍ୱକୁ ପବିତ୍ର, ପାରସ ଏକମାତ୍ର ବାବା ହିଁ କରିବେ । ଏହି ସମୟରେ ଜଣେ
ମନୁଷ୍ୟ ମଧ୍ୟ ପବିତ୍ର ନାହାଁନ୍ତି । ସମସ୍ତେ ଜଣେ ଜଣଙ୍କ ସହିତ ଲଢେଇ କରୁଛନ୍ତି, ଗାଳି ମଧ୍ୟ
ଦେଉଛନ୍ତି । ବାବାଙ୍କ ପାଇଁ ବି କହିଦେଉଛନ୍ତି — କଚ୍ଛ ମଚ୍ଛ ଅବତାର ନେଇଥିଲେ । ଅବତାର କାହାକୁ
କୁହାଯାଇଛି ଏହା ମଧ୍ୟ ବୁଝୁ ନାହାଁନ୍ତି । ଅବତାର ତ ଜଣଙ୍କର ହୋଇଥାଏ । ସେ ମଧ୍ୟ ଅଲୌକିକ ଭାବରେ
ଶରୀରରେ ପ୍ରବେଶ କରି ବିଶ୍ୱକୁ ପବିତ୍ର କରିଥାନ୍ତି । ଅନ୍ୟ ଆତ୍ମାମାନେ ତ ନିଜ ନିଜର ଶରୀର
ନେଇଥାନ୍ତି, ଶିବବାବାଙ୍କର ତ ନିଜର ଶରୀର ନାହିଁ । କିନ୍ତୁ ସିଏ ଜ୍ଞାନର ସାଗର ଅଟନ୍ତି କିନ୍ତୁ
ଜ୍ଞାନ କିପରି ଦେବେ ? ଶରୀର ଦରକାର ନା । ଏହି କଥାକୁ ତୁମମାନଙ୍କ ବିନା ଆଉ କେହି ହେଲେ ଜାଣନ୍ତି
ନାହିଁ । ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବା - ଏହା ବାହାଦୁରୀର କାମ ଅଟେ । ମହାବୀର ଅର୍ଥାତ୍
ବୀରପଣିଆ ଦେଖାଇବା । ଏହା ମଧ୍ୟ ବୀରପଣିଆ ଅଟେ, ଯେଉଁ କାମ ସନ୍ୟାସୀ କରିପାରିବେ ନାହିଁ, ତାହା
ତୁମେ କରିପାରିବ । ବାବା ଶ୍ରୀମତ ଦେଉଛନ୍ତି ଯେ ତୁମେ ଗୃହସ୍ଥ ବ୍ୟବାହାରରେ ରହି କମଳ ଫୁଲ ସମାନ
ପବିତ୍ର ରୁହ ତାହା ହେଲେ ଉଚ୍ଚ ପଦ ପାଇପାରିବ । ନଚେତ୍ ବିଶ୍ୱର ବାଦଶାହୀ କିପରି ମିଳିବ । ଏହା
ହେଉଛି ନରରୁ ନାରାୟଣ ହେବା ପାଇଁ ପାଠପଢା । ଏହା ପାଠଶାଳା ଅଟେ । ଅନେକ ଆସି ପାଠ ପଢିଥା’ନ୍ତି
ସେଥିପାଇଁ ଲେଖ “ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ’’ । ଏହା ସମ୍ପୂର୍ଣ୍ଣ ଠିକ୍ ଶବ୍ଦ ଅଟେ । ଭାରତବାସୀ
ଜାଣନ୍ତି ଯେ ଆମେ ବିଶ୍ୱର ମାଲିକ ଥିଲୁ, ଏହା କାଲିର କଥା ଅଟେ । ଏ ପର୍ଯ୍ୟନ୍ତ ମଧ୍ୟ
ରାଧା-କୃଷ୍ଣ ଅଥବା ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ଗଢା ହୋଇ ଚାଲିଛି । କେହି ପୁଣି ପତିତ
ମନୁଷ୍ୟଙ୍କର ମଧ୍ୟ ମନ୍ଦିର ତିଆରି କରୁଛନ୍ତି । ଦ୍ୱାପରଠାରୁ ପତିତ ମନୁଷ୍ୟ ରହିଛନ୍ତି । କେଉଁଠି
ଶିବଙ୍କର ମନ୍ଦିର, କେଉଁଠାରେ ଦେବତାମାନଙ୍କର ମନ୍ଦିର କେଉଁଠି ପୁଣି ଏହି ପତିତ ମନୁଷ୍ୟମାନଙ୍କର
ମନ୍ଦିର ତିଆରି କରାଯାଉଛି । ବିଚାର କର ଏମାନେ କ’ଣ ଦେବତା ଅଟନ୍ତି । ତେଣୁ ବାବା ବୁଝାଉଛନ୍ତି
ଯେ ଏହି କଥା ଉପରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିବାର ଅଛି । ବାବା ତ ବୁଝାଉଛନ୍ତି ଯେ ଦିନକୁ
ଦିନ ଲେଖା ବଦଳିଯିବ, ଏପରି ନୁହେଁ ପୂର୍ବେ କାହିଁକି ଏଭଳି କହିଲେ ନାହିଁ । ଏହିପରି କହିବା ଠିକ୍
ନାହିଁ ଯେ ପୂର୍ବରୁ କାହିଁକି ମନମନାଭବର ଅର୍ଥ ବୁଝାଇଲ ନାହିଁ । ଆରେ ପ୍ରଥମରୁ କ’ଣ ଏପରି
ଯୋଗଯୁକ୍ତ ସ୍ଥିତିରେ ରହିପାରିବ । ବହୁତ କମ୍ ସନ୍ତାନ ଅଛନ୍ତି ଯିଏ ପ୍ରତ୍ୟେକ କଥାର ଉତ୍ତର ଭଲ
ଭାବରେ ଦେଇପାରିବେ । ଭାଗ୍ୟରେ ଶ୍ରେଷ୍ଠ ପଦ ନଥିଲେ, ଶିକ୍ଷକ ମଧ୍ୟ କ’ଣ କରିବେ । ଏପରି ତ ନୁହେଁ
ଆଶୀର୍ବାଦ ଦେଇ ବାବା ଶ୍ରେଷ୍ଠ କରିଦେବେ । ନିଜକୁ ଦେଖିବାର ଅଛି ଯେ ମୁଁ କିପରି ସେବା କରୁଛି ।
ବିଚାର ସାଗର ମନ୍ଥନ ଚାଲିବା ଦରକାର । ଗୀତାର ଭଗବାନ କିଏ, ଏହି ଚିତ୍ର ସବୁଠାରୁ ମୁଖ୍ୟ ଅଟେ ।
ଭଗବାନ ନିରାକାର ଅଟନ୍ତି, ସେ ବ୍ରହ୍ମାଙ୍କ ଶରୀର ବିନା କିଛି ମଧ୍ୟ ଶୁଣାଇ ପାରିବେ ନାହିଁ । ସେ
ସଂଗମଯୁଗରେ ହିଁ ବ୍ରହ୍ମାଙ୍କ ଶରୀରର ମାଧ୍ୟମ ନେଇ ଆସୁଛନ୍ତି । ନଚେତ୍ ବ୍ରହ୍ମା-ବିଷ୍ଣୁ-ଶଙ୍କର
କ’ଣ ପାଇଁ ଅଛନ୍ତି । ଜୀବନ କାହାଣୀ ଦରକାର ନା । କେହି ମଧ୍ୟ ଜାଣି ନାହାଁନ୍ତି । ବ୍ରହ୍ମାଙ୍କ
ପାଇଁ କହିଥା’ନ୍ତି ଯେ ସହସ୍ର ଭୁଜଧାରୀ ବ୍ରହ୍ମାଙ୍କ ପାଖକୁ ଯାଅ ହଜାର ଭୂଜାଧାରୀଙ୍କ ପାଖକୁ ଯାଅ
। ଏହା ଉପରେ ମଧ୍ୟ ଏକ କାହାଣୀ ତିଆରି ହୋଇଛି । ପ୍ରଜାପିତା ବ୍ରହ୍ମାଙ୍କର ଏତେ ଢେର ସନ୍ତାନ
ଅଛନ୍ତି ନା । ଏଠାକୁ ଆସିଥାନ୍ତି ପବିତ୍ର ହେବା ପାଇଁ । ଜନ୍ମ-ଜନ୍ମାନ୍ତର ଧରି ଅପବିତ୍ର ହୋଇ
ଆସିଛନ୍ତି ଏବେ ପୁରା ପବିତ୍ର ହେବାର ଅଛି । ଶ୍ରୀମତ ମିଳୁଛି ଯେ ମାମେକମ୍ ୟାଦ କର । କେତେ
ଜଣଙ୍କର ତ ଏପର୍ଯ୍ୟନ୍ତ ମଧ୍ୟ ବୁଦ୍ଧିରେ ଆସୁନାହିଁ ଯେ ଆମେ କିପରି ମନେ ପକାଇବୁ । ଦ୍ୱନ୍ଦରେ
ପଡିଯାଉଛନ୍ତି । ବାବାଙ୍କର ହୋଇ ବିକର୍ମାଜୀତ୍ ନ ହେଲେ, ପାପ କଟିବ ନାହିଁ । ଯୋଗଯୁକ୍ତ ନହେଲେ
କ’ଣ ପଦ ପାଇବେ । ଯଦିଓ ସମର୍ପିତ ହୋଇଛନ୍ତି କିନ୍ତୁ ସେଥିରେ କ’ଣ ଲାଭ ରହିଛି । ଯେତେବେଳ
ପର୍ଯ୍ୟନ୍ତ ପୁଣ୍ୟ ଆତ୍ମା ହୋଇ ଅନ୍ୟମାନଙ୍କୁ ପୁଣ୍ୟାତ୍ମା ନ କରାଇଛ ସେପର୍ଯ୍ୟନ୍ତ ଉଚ୍ଚ ପଦ
ପାଇପାରିବ ନାହିଁ । ଯେତେ ଅଳ୍ପ ମନେ ପକାଇବ ନିଚ୍ଚ ପଦ ପାଇବ । ଡବଲ ମକୁଟଧାରୀ କିପରି ହେବ, ପୁଣି
ପୁରୁଷାର୍ଥର ନମ୍ବର ଅନୁସାରେ ଡେରିରେ ଆସିବ । ଏପରି ନୁହଁ ଯେ ଆମେ ସବୁକିଛି ସମର୍ପଣ କରିଦେଲୁ
ଏଣୁ ଡବଲ ମୁକୁଟଧାରୀ ହେବୁ । ନୁହେଁ । ପ୍ରଥମେ ଦାସ-ଦାସୀ ହେବେ ତାପରେ ଶେଷକୁ ଛୋଟିଆ ପଦ ମିଳିବ
। ଅନେକଙ୍କୁ ଏହି ଅହଂକାର ରହିଥାଏ ଯେ ମୁଁ ତ ସମର୍ପିତ ଅଟେ । ଆରେ ବାବାଙ୍କ ସ୍ମୃତି ବିନା କ’ଣ
ଶ୍ରେଷ୍ଠ ହୋଇପାରିବ । ଦାସ-ଦାସୀ ହେବାଠାରୁ ତ ସାହୁକାର ପ୍ରଜା ହେବା ଭଲ । ଦାସ-ଦାସୀ କ’ଣ
କୃଷ୍ଣଙ୍କ ସାଥିରେ ଝୁଲିପାରିବେ । ଏହା ବହୁତ ବୁଝିବାର କଥା ଅଟେ, ଏଥିରେ ବହୁତ ପରିଶ୍ରମ କରିବାକୁ
ପଡିଥାଏ । ଅଳ୍ପରେ ଖୁସି ହୋଇଯାଅ ନାହିଁ । ମୁଁ ତ ରାଜା ହେବି । ଏଭଳି ତ ପୁଣି ଅନେକ ରାଜା
ହୋଇଯିବେ । ବାବା କହୁଛନ୍ତି ଯେ ଯୋଗର ଯାତ୍ରା ହିଁ ମୁଖ୍ୟ ଅଟେ । ଯିଏ ଭଲ ଭାବରେ ଯୋଗଯୁକ୍ତ
ରହିଥାନ୍ତି, ସେ ଖୁସୀରେ ରହିଥାନ୍ତି । ବାବା ବୁଝାଉଛନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ
ଗୋଟିଏ ଶରୀର ନେଇଥାଏ । ସତ୍ୟଯୁଗରେ ଖୁସୀରେ ଗୋଟିଏ ଶରୀର ଛାଡି ଅନ୍ୟ ଗୋଟିଏ ଶରୀର ନେଇଥାନ୍ତି ।
ଏଠାରେ ତ କେହି ଶରୀର ଛାଡିଲେ କାନ୍ଦି ପକାଇଥାନ୍ତି, ସତ୍ୟଯୁଗର କଥା ହିଁ ଭୁଲିଯାଇଛନ୍ତି ।
ସେଠାରେ ତ ଶରୀର ଏପରି ଛାଡିବେ, ଯେପରି ସର୍ପର ଉଦାହରଣ ରହିଛି ନା । ଏହି ପୁରୁଣା ଶରୀର ଏବେ
ଛାଡିବାର ଅଛି । ତୁମେ ଜାଣୁଛ ଯେ ଆମେ ଆତ୍ମା ଅଟୁ, ଏହି ପୁରୁଣା ଶରୀର ଏବେ ଛାଡିବାର ଅଛି ।
ଚତୁର ପିଲାମାନେ ଯେଉଁମାନେ କି ବାବାଙ୍କର ସ୍ମୃତିରେ ରହିଥାନ୍ତି, ସେମାନେ ତ କହନ୍ତି ଯେ
ବାବାଙ୍କ ସ୍ମୃତିରେ ହିଁ ଶରୀର ଛାଡିବୁ ପୁଣି ଯାଇ ବାବାଙ୍କ ସହିତ ମିଶିବୁ । କୌଣସି ମନୁଷ୍ୟ
ମାତ୍ରକୁ ଏକଥା ଜଣା ନାହିଁ ଯେ କିପରି ଭଗବାନଙ୍କ ସହ ମିଶିପାରିବୁ । ତୁମମାନଙ୍କୁ ରାସ୍ତା ମିଳିଛି
। ଏବେ ପୁରୁଷାର୍ଥ କରୁଛ, ଜୀବଦଶାରୁ ବଞ୍ଚିଥାଉ ଥାଉ ମରି ତ ଯାଇଛ କିନ୍ତୁ ଆତ୍ମା ପବିତ୍ର ହେବା
ଦରକାର । ପବିତ୍ର ହୋଇ ପୁଣି ଏହି ପୁରୁଣା ଶରୀର ଛାଡି ଯିବାର ଅଛି । ବୁଝିଥାନ୍ତି ଯେ କର୍ମାତୀତ
ଅବସ୍ଥା ହୋଇଗଲେ ଏହି ଶରୀର ଛାଡିବୁ ପରନ୍ତୁ କର୍ମାତୀତ ଅବସ୍ଥା ହେଲେ ସ୍ୱତଃ ଶରୀର ଆତ୍ମାରୁ ଅଲଗା
ହୋଇଯିବ । ବାସ୍ ଆମେ ବାବାଙ୍କ ପାଖରେ ଯାଇ ରହିବୁ । ଏହି ପୁରୁଣା ଶରୀର ପ୍ରତି ଯେପରି ଘୃଣା
ଆସୁଛି । ସର୍ପର ପୁରୁଣା ଖୋଳ ପ୍ରତି ଘୃଣା ଆସୁଥିବ ନା । ତୁମର ନୂଆ ଶରୀର ତିଆରି ହେଉଛି ।
ପରନ୍ତୁ ଯେବେ କର୍ମାତୀତ ଅବସ୍ଥା ହେବ, ଅନ୍ତିମ ସମୟରେ ହିଁ ତୁମର ଏପରି ଅବସ୍ଥା ହେବ । ବାସ୍ ଏବେ
ଆମେ ଯାଉଛୁ । ଲଢେଇ ପାଇଁ ମଧ୍ୟ ପୁରା ପ୍ରସ୍ତୁତି ଚାଲିବ । ବିନାଶର ସମସ୍ତ ଆଧାର ଆମର କର୍ମାତୀତ
ଅବସ୍ଥା ଉପରେ ରହିଛି । ଅନ୍ତିମ ସମୟରେ କର୍ମାତୀତ ଅବସ୍ଥାକୁ କ୍ରମଅନୁସାରେ ସବୁ ପହଞ୍ଚି ଯିବେ ।
କେତେ ଫାଇଦା ରହିଛି । ତୁମେ ବିଶ୍ୱର ମାଲିକ ହେଉଛ ତେଣୁ ବାବାଙ୍କୁ କେତେ ସ୍ନେହରେ ମନେ ପକାଇବା
ଦରକାର । ତୁମେ ଦେଖିବ କେତେକ ଏପରି ମଧ୍ୟ ବାହାରିବେ ଯେଉଁମାନେ ଉଠିଲାବେଳେ ବସିଲାବେଳେ ବାବାଙ୍କୁ
ମନେ ପକାଉଥିବେ । ମୃତ୍ୟୁ ସାମ୍ନାରେ ଛିଡା ହୋଇଛି । ଖବରକାଗଜରେ ଏପରି ଲେଖନ୍ତି ଯେପରି
ବର୍ତ୍ତମାନ ହିଁ ଲଢେଇ ଲାଗିଯିବ । ବଡ ଧରଣର ଲଢେଇ ଲାଗିଲେ ବମ୍ସ ଆଦି ପକାଇବେ । ଡେରି ଲାଗିବ
ନାହିଁ । ଚତୁର ପିଲାମାନେ ବୁଝିଥାନ୍ତି, ଯେଉଁମାନେ ଅଜ୍ଞାନୀ ସେମାନେ କିଛି ବୁଝି ପାରନ୍ତି ନାହିଁ
। ଟିକିଏ ବି ହେଲେ ଧାରଣା ହୋଇନଥାଏ । ଭଲେ ହଁ ହଁ କରିଥାନ୍ତି, କିଛି ହେଲେ ବୁଝନ୍ତି ନାହିଁ ।
ଯୋଗଯୁକ୍ତ ରହିନଥା’ନ୍ତି । ଯେଉଁମାନେ ଦେହ-ଅଭିମାନରେ ରହିଥାନ୍ତି, ଏହି ପତିତ ଦୁନିଆ ତାଙ୍କର
ସ୍ମୃତିରେ ରହିଥାଏ ସେମାନେ ବା କ’ଣ ବୁଝିପାରିବେ । ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ ।
ଦେହକୁ ଭୁଲି ଯିବାର ଅଛି । ଅନ୍ତିମ ସମୟରେ ତୁମେ ବହୁତ ପ୍ରୟାସ କରିବ, ଏବେ ତୁମେ ବୁଝିପାରୁ ନାହଁ
। ଶେଷ ସମୟରେ ବହୁତ ବହୁତ ପଶ୍ଚାତାପ କରିବ । ବାବା ସାକ୍ଷାତ୍କାର ମଧ୍ୟ କରାଇବେ । ଏହି ଏହି ପାପ
କରିଛ । ଏବେ ଦଣ୍ଡ ଭୋଗ କରି ପଦ ମଧ୍ୟ ଦେଖ । ପ୍ରାରମ୍ଭରେ ମଧ୍ୟ ଏହିପରି ସାକ୍ଷାତ୍କାର କରୁଥିଲେ
ପୁଣି ଶେଷରେ ମଧ୍ୟ ଏହିପରି ସାକ୍ଷାତ୍କାର କରିବେ ।
ବାବା କହୁଛନ୍ତି ଯେ ନିଜର ଇଜ୍ଜତ୍ ହରାଅ ନାହିଁ । ପାଠପଢାରେ ଲାଗିଯିବା ପାଇଁ ପୁରୁଷାର୍ଥ କରି
ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ସେ ହିଁ ପତିତ-ପାବନ ଅଟନ୍ତି । ଦୁନିଆରେ କେହିହେଲେ
ପତିତପାବନ ନୁହଁନ୍ତି । ଶିବ ଭଗବାନୁବାଚ, ଯେହେତୁ କହୁଛନ୍ତି ଯେ ସମସ୍ତଙ୍କର ସଦ୍ଗତି ଦାତା
ପତିତପାବନ ଜଣେ ଅଟନ୍ତି । ତାଙ୍କୁ ହିଁ ସମସ୍ତେ ମନେ ପକାନ୍ତି । ପରନ୍ତୁ ଯଦି ନିଜକୁ ଆତ୍ମା
ବିନ୍ଦୁ ଭାବିବ ତେବେ ବାବାଙ୍କର ସ୍ମୃତି ଆସିବ । ତୁମେ ଜାଣୁଛ ଯେ ଆମ ଆତ୍ମା ମଧ୍ୟରେ ୮୪ ଜନ୍ମର
ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ତାହା କେବେ ବିନାଶ ହେବାର ନାହିଁ । ଏହାକୁ ବୁଝିବା କୌଣସି
ମାଉସୀ ଘର କଥା ନୁହଁ, ଭୁଲି ଯାଇଥାନ୍ତି ଏଣୁ କାହାକୁ ବୁଝାଇ ପାରନ୍ତି ନାହିଁ ଦେହ ଅଭିମାନ
ବିଲ୍କୁଲ୍ ସମସ୍ତଙ୍କୁ ମାରିଦେଇଛି । ଏହା ମୃତ୍ୟୁଲୋକ ହୋଇଯାଇଛି । ସମସ୍ତେ ଅସମୟରେ ମୃତ୍ୟୁବରଣ
କରୁଛନ୍ତି । ଯେପରି ଜୀବଜନ୍ତୁ ପଶୁପକ୍ଷୀ ଭଳି ମନୁଷ୍ୟ ମଧ୍ୟ ମରି ଯାଉଛନ୍ତି, ଫରକ କିଛି ହେଲେ
ନାହିଁ । ଲକ୍ଷ୍ମୀ-ନାରାୟଣ ତ ଅମରଲୋକର ମାଲିକ ଅଟନ୍ତି ନା । ଅକାଳମୃତ୍ୟୁ ସେଠାରେ ହୋଇନଥାଏ ।
ଦୁଃଖ ହିଁ ନାହିଁ । ଏଠାରେ ତ ଦୁଃଖ ହେଲେ ଆତ୍ମହତ୍ୟା କରିଥା’ନ୍ତି । ଅକାଳମୃତ୍ୟୁ ନିଜେ ହିଁ
ନେଇ ଆସନ୍ତି, ଏହି ଲକ୍ଷ୍ୟ ବଡ ଉଚ୍ଚ ଅଟେ । କେବେ ବି କୁଦୃଷ୍ଟି ନ ହେଉ, ଏଥିରେ ବହୁତ ପରିଶ୍ରମ
ରହିଛି । ଏତେ ଉଚ୍ଚ ପଦ ପାଇବା କୌଣସି ମାଉସୀ ଘର କଥା ନୁହଁ । ବାହାଦୁରୀ ଦରକାର । ନଚେତ୍ ଅଳ୍ପ
କଥାରେ ହିଁ ଡରିଯାଇଥାନ୍ତି । କୌଣସି ବଦମାସ ଭିତରକୁ ପଶି ଆସି, ହାତ ଲଗେଇବ ତ ତାକୁ ପିଟି ବାହାର
କରିଦେବା ଦରକାର । ଭୀରୁ ହେବା ଉଚିତ୍ ନୁହେଁ । ଶିବଶକ୍ତି ପାଣ୍ଡବ ସେନା ଗାୟନ ରହିଛି ନା ।
ଯେଉଁମାନେ କି ସ୍ୱର୍ଗର ଦ୍ୱାର ଖୋଲିଛନ୍ତି । ବାହାଦୂର ହେବା ପାଇଁ ଚାହୁଁଛ ତ ପୁଣି ଏହିପରି
ବାହାଦୁରୀ ମଧ୍ୟ ଦରକାର । ଯେବେ ସର୍ବଶକ୍ତିମାନ ବାବାଙ୍କର ସ୍ମୃତିରେ ରହିବ ତେବେ ବାବାଙ୍କଠାରୁ
ଶକ୍ତି ମିଳିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ଅଛି, ଏହି ଯୋଗ ଅଗ୍ନିରେ ହିଁ
ବିକର୍ମ ବିନାଶ ହେବ ପୁଣି ବିକର୍ମାଜୀତ ରାଜା ହୋଇଯିବ । ଯୋଗଯୁକ୍ତ ହେବା ପାଇଁ ପରିଶ୍ରମ କରିବାକୁ
ହେବ, ଯିଏ କରିବ ସିଏ ପାଇବ । ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିବାର ଅଛି । ଯୋଗର ଯାତ୍ରା ଦ୍ୱାରା
ହିଁ ବେଡା ପାର ହେବ । ପାଠପଢାକୁ ଯାତ୍ରା କୁହାଯିବ ନାହିଁ । ତାହା ଅଟେ ସ୍ଥୂଳଯାତ୍ରା, ଏହା ଅଟେ
ଆତ୍ମାର ଯାତ୍ରା, ସିଧା ଶାନ୍ତିଧାମ ନିଜର ଘରକୁ ଚାଲିଯିବ । ବାବା ବି ଘରେ ରହୁଛନ୍ତି । ମୋତେ ମନେ
ପକାଇ ତୁମେ ଘରେ ପହଞ୍ଚି ଯିବ । ଏଠାରେ ସମସ୍ତଙ୍କୁ ଅଭିନୟ କରିବାର ଅଛି । ଡ୍ରାମା ତ ଅବିନାଶୀ
ଚାଲିବ । ପିଲାମାନଙ୍କୁ ବୁଝାଉଛନ୍ତି ଯେ ପ୍ରଥମତଃ ବାବାଙ୍କର ସ୍ମୃତିରେ ରୁହ ଏବଂ ପବିତ୍ର ହୁଅ,
ଦୈବୀଗୁଣ ଧାରଣ କର ଏବଂ ଯେତେ ସେବା କରିବ ସେତେ ଉଚ୍ଚ ପଦ ପାଇବ । କଲ୍ୟାଣକାରୀ ନିଶ୍ଚୟ ହେବାକୁ
ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ମନେ
ରହୁ ଯେ ସର୍ବଶକ୍ତିମାନ ବାବା ଆମ ସାଥିରେ ଅଛନ୍ତି, ଏହି ସ୍ମୃତି ଦ୍ୱାରା ଆତ୍ମାରେ ଶକ୍ତି
ପ୍ରବେଶ କରିବ, ବିକର୍ମ ଭସ୍ମ ହେବ । ଯେହେତୁ ଶିବଶକ୍ତି ପାଣ୍ଡବ ସେନା ନାମ ରଖାଯାଇଛି ତେଣୁ
ବାହାଦୁରୀ ଦେଖାଇବାର ଅଛି, ଭୀରୁ ହେବାର ନାହିଁ ।
(୨) ବଞ୍ଚି ଥାଉ ଥାଉ ମରିବା ପରେ ଏହି ଅହଂକାର ନ ଆସୁ ଯେ ମୁଁ ତ ସମର୍ପିତ ଅଟେ । ସମର୍ପିତ ହେବା
ପରେ ପୁଣ୍ୟ ଆତ୍ମା ହୋଇ ଅନ୍ୟକୁ ମଧ୍ୟ ପୂଣ୍ୟ ଆତ୍ମା କର, ଏଥିରେ ହିଁ ଫାଇଦା ଅଛି ।
ବରଦାନ:-
ନିଜର ଶୁଭଭାବନା
ଦ୍ୱାରା ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରୁଥିବା ସର୍ବଦା ଶକ୍ତି ସ୍ୱରୂପ ହୁଅ ।
ସେବାଧାରୀ ପିଲାମାନଙ୍କର
ବିଶେଷ ସେବା ହେଲା — ନିଜେ ଶକ୍ତି ସ୍ୱରୂପ ସ୍ଥିତିରେ ରହିବା ଏବଂ ସମସ୍ତଙ୍କୁ ଶକ୍ତି ସ୍ୱରୂପ
କରିବା ଅର୍ଥାତ୍ ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରିବା । ସେଥିପାଇଁ ସର୍ବଦା ଶୁଭଭାବନା ଏବଂ
ଶ୍ରେଷ୍ଠ କାମନା ସ୍ୱରୁପ ହୁଅ । ଶୁଭଭାବନାର ଅର୍ଥ ଏହା ନୁହେଁ ଯେ କାହା ପ୍ରତି ଭାବନା ରଖୁ ରଖୁ
ତା’ ପ୍ରତି ମୋହ ଆସିଯାଉ । ଏହିଭଳି ଭୁଲ୍ କରିବାର ନାହିଁ । ଶୁଭଭାବନା ମଧ୍ୟ ବେହଦର ହେବା
ଆବଶ୍ୟକ । ଜଣଙ୍କ ପ୍ରତି ବିଶେଷ ଭାବନା ରଖିବା ମଧ୍ୟ କ୍ଷତିକାରକ ଅଟେ ସେଥିପାଇଁ ସର୍ବଦା ବେହଦ
ସ୍ଥିତିରେ ସ୍ଥିତ ହୋଇ ନିର୍ବଳ ଆତ୍ମାମାନଙ୍କୁ ନିଜର ପ୍ରାପ୍ତ କରିଥିବା ଶକ୍ତି ଆଧାରରେ ଶକ୍ତି
ସ୍ୱରୂପ କର ।
ସ୍ଲୋଗାନ:-
ଦିବ୍ୟଗୁଣର
ଅଳଙ୍କାର ଗୁଡିକ ହିଁ ବ୍ରାହ୍ମଣ ଜୀବନର ଶୋଭା, ସେଥିପାଇଁ ସର୍ବଦା ଅଳଙ୍କାରୀ ହୋଇ ରୁହ, ଦେହ
ଅହଂକାରୀ ନୁହେଁ ।