29.05.19 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ସବୁଠାରୁ କଡା
ରୋଗ ହେଉଛି କାହାର ନାମ ରୂପରେ ଆକର୍ଷିତ ହେବା, ଅନ୍ତର୍ମୁଖୀ ହୋଇ ଏହି ରୋଗକୁ ଯାଞ୍ଚ କର ଏବଂ ଏହି
ରୋଗରୁ ମୁକ୍ତ ହୁଅ ।”
ପ୍ରଶ୍ନ:-
ନାମ-ରୂପର ରୋଗକୁ
ସମାପ୍ତ କରିବାର ଉପାୟ କ’ଣ ? ଏହା ଦ୍ୱାରା କ’ଣ -କ’ଣ କ୍ଷତି ସବୁ ହେଉଛି ?
ଉତ୍ତର:-
ନାମ-ରୂପର ରୋଗକୁ
ସମାପ୍ତ କରିବା ପାଇଁ ଏକମାତ୍ର ବାବାଙ୍କ ସହିତ ସଚ୍ଚା-ସଚ୍ଚା ସ୍ନେହ ରଖ । ଯଦି ଯୋଗ କରିବା ସମୟରେ
ବୁଦ୍ଧି ଚଞ୍ଚଳ ହେଉଛି, କୌଣସି ଦେହଧାରୀ ଆଡ଼କୁ ଯାଉଛି, ତେବେ ବାବାଙ୍କୁ ସତ-ସତ ଶୁଣାଇ ଦିଅ । ସତ
କହିଲେ ବାବା କ୍ଷମା କରିଦେବେ । ଡାକ୍ତରଙ୍କୁ ରୋଗ ଲୁଚାଅ ନାହିଁ । ବାବାଙ୍କୁ ଶୁଣାଇବା ଦ୍ୱାରା
ତୁମେ ସତର୍କ ହୋଇଯିବ । ବୁଦ୍ଧି ଯଦି କାହାର ନାମ-ରୂପରେ ଯୋଡି ହୋଇଯିବ ତେବେ ବାବାଙ୍କ ସହିତ
ବୁଦ୍ଧି ଲାଗିବ ନାହିଁ । ସେମାନେ ସେବା ବଦଳରେ ଅପସେବା କରିବେ, ବାବାଙ୍କର ନିନ୍ଦା କରାଇବେ ।
ଏହିପରି ନିନ୍ଦୁକମାନେ ବହୁତ କଠିନ ଦଣ୍ଡର ହକଦାର ହୋଇଯାଆନ୍ତି ।
ଓମ୍ ଶାନ୍ତି ।
ଏବେ ତୁମେମାନେ
ଜାଣିଗଲ ଯେ ସମସ୍ତଙ୍କୁ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳିବାକୁ ଯାଉଛି । ଲୌକିକରେ ମଧ୍ୟ
ଭାଇକୁ ଭାଇଠାରୁ କେବେ ବି ସମ୍ପତ୍ତି ମିଳିନଥାଏ । ଏଠାରେ ମଧ୍ୟ ଭାଇ ବା ଭଉଣୀ ଯିଏବି ଅଛନ୍ତି,
ସେମାନଙ୍କୁ ପ୍ରତ୍ୟେକଙ୍କର ଅବସ୍ଥା ସମ୍ବନ୍ଧରେ କିଛି ବି ଜଣାନାହିଁ । ଏସବୁର ସମାଚାର ବାବାଙ୍କ
ନିକଟକୁ ଆସୁଛି । ଏହା ହେଉଛି ପ୍ରାକ୍ଟିକାଲ କଥା ଅର୍ଥାତ୍ ପ୍ରତ୍ୟକ୍ଷ କଥା ତୁମେ ସମସ୍ତେ ନିଜକୁ
ଦେଖିବା ଦରକାର ଯେ ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି । କୌଣସି ବି ଦେହଧାରୀର ନାମ ଏବଂ
ରୂପର ବନ୍ଧନରେ କେତେ ବାନ୍ଧି ହୋଇ ରହିଛି ? ମୋ ଆତ୍ମାର ବୃତ୍ତି (ଦୃଷ୍ଟିକୋଣ) କେଉଁ ଆଡକୁ ଯାଉଛି
? ଆତ୍ମା ନିଜେ ଜାଣିଛି ଯେ ମୋତେ ନିଜକୁ ଆତ୍ମା ହିଁ ମନେ କରିବାକୁ ହେବ । ମୋ ବୃତ୍ତି ଏକମାତ୍ର
ଶିବବାବାଙ୍କ ଆଡକୁ ଯାଉଛି ନା ଅନ୍ୟ କୌଣସି ଦେହଧାରୀର ନାମ ଏବଂ ରୂପ ଆଡକୁ ଯାଉଛି ? ଯେତେ ଦୂର
ସମ୍ଭବ ନିଜକୁ ଆତ୍ମା ମନେ କରି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ, ଆଉ ସବୁ ଭୁଲିବାକୁ ହେବ
। ନିଜ ହୃଦୟକୁ ପଚାର ଯେ ମୋ ମନ ବାବାଙ୍କ ବ୍ୟତୀତ ଅନ୍ୟ ଆଡେ ଯାଉ ନାହିଁ ତ । କୌଣସି ବ୍ୟବସାୟ
ଇତ୍ୟାଦି ଆଡକୁ, କିମ୍ବା ଘର ଗୃହସ୍ଥ, ମିତ୍ର-ସମ୍ବନ୍ଧୀ ଆଡକୁ ବୁଦ୍ଧି ଚାଲିଯାଉନାହିଁ ତ ? ତେବେ
ଅର୍ନ୍ତମୁଖୀ ହୋଇ ନିଜର ଯାଞ୍ଚ କରିବାକୁ ହେବ । ଯେତେବେଳେ ଏଠାରେ ଆସି ବସୁଛ ସେତେବେଳେ ନିଜର
ଯାଞ୍ଚ କରିବା ଦରକାର । ଏଠାରେ କେହି ନା କେହି ସମ୍ମୁଖରେ ଯୋଗରେ ବସୁଛନ୍ତି, ତେବେ ସେମାନେ ମଧ୍ୟ
ଶିବବାବାଙ୍କର ସ୍ମୃତିରେ ହିଁ ବସୁଥିବେ । ଏପରି ନୁହେଁ ଯେ ନିଜ ସନ୍ତାନମାନଙ୍କୁ ମନେ ପକାଉଥିବେ
। ଯୋଗ ତ ଶିବବାବାଙ୍କ ସହିତ ହିଁ ଲଗାଇବାକୁ ହେବ । ଏଠାରେ ତୁମେମାନେ ଶିବବାବାଙ୍କୁ ହିଁ ମନେ
ପକାଇବା ପାଇଁ ବସିଛ । ତେବେ କେହି ଆଖି ଖୋଲାକରି ବସନ୍ତୁ ଅଥବା ଆଖି ବନ୍ଦ କରି ବସନ୍ତୁ । ଏସବୁ
ତ ବୁଦ୍ଧିର କଥା । ନିଜର ହୃଦୟକୁ ପଚାରିବାକୁ ହେବ — ବାବା କ’ଣ ବୁଝାଉଛନ୍ତି । ଆମକୁ ତ ଏକମାତ୍ର
ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଏଠାରେ ଯେଉଁମାନେ ବସିଛନ୍ତି, ସେମାନେ ତ ଏକମାତ୍ର
ଶିବବାବାଙ୍କ ସ୍ମୃତିରେ ହିଁ ରହିଥିବେ । ତୁମକୁ ଦେଖିବେ ନାହିଁ, କାରଣ ସେମାନଙ୍କୁ କାହା ଅବସ୍ଥା
ସମ୍ବନ୍ଧରେ କିଛି ବି ଜଣା ନାହିଁ । ସମସ୍ତଙ୍କର ସମାଚାର ବାବାଙ୍କ ପାଖକୁ ଆସୁଛି । ସେ ଜାଣିଛନ୍ତି
କିଏ କିଏ ବହୁତ ଭଲ ସନ୍ତାନ, ଯାହାଙ୍କର ବୁଦ୍ଧି ସ୍ୱଚ୍ଛ ସେମାନଙ୍କର ବୁଦ୍ଧିଯୋଗ ଅନ୍ୟ କେଉଁ ଆଡକୁ
ଯାଉନାହିଁ । ଏମିତି ବି ବହୁତ ଅଛନ୍ତି, ଯେଉଁମାନଙ୍କର ବୁଦ୍ଧିଯୋଗ ଅନ୍ୟଆଡକୁ ଚାଲିଯାଇଥାଏ ।
କେତେକ ସନ୍ତାନ ମୁରଲୀ ଶୁଣିବା ଦ୍ୱାରା ପରିବର୍ତ୍ତନ ମଧ୍ୟ ହୋଇଯା’ନ୍ତି । ଅନୁଭବ କରନ୍ତି ଯେ ଏହା
ଆମର ଭୁଲ୍ । ବାସ୍ତବରେ ଆମର ଦୃଷ୍ଟି ବୃତ୍ତି ଠିକ ନଥିଲା, ଏବେ ଏହାକୁ ଠିକ୍ କରିବାକୁ ହେବ ।
ଖରାପ ବୃତ୍ତିକୁ ଛାଡିବାକୁ ହେବ । ଏକଥା ବାବା ବୁଝାଉଛନ୍ତି, ଭାଇ ଭାଇକୁ କେବେ ବି ବୁଝାଇପାରିବ
ନାହିଁ । ତେବେ ବାବା ଦେଖୁଛନ୍ତି, ଏହାର ଦୃଷ୍ଟି, ବୃତ୍ତି କିପରି । ବାବାଙ୍କୁ ସମସ୍ତେ ନିଜ
ହୃଦୟର ସମାଚାର ଶୁଣାଉଛନ୍ତି । ଶିବବାବାଙ୍କୁ ନିଜର ସବୁ ସମାଚାର ଶୁଣାଉଛନ୍ତି, ତେବେ ଦାଦା (ବ୍ରହ୍ମାବାବା)
ମଧ୍ୟ ବୁଝିଯାଉଛନ୍ତି । ପ୍ରତ୍ୟେକଙ୍କର ଶୁଣିବା ଦ୍ୱାରା ବା ଦେଖିବା ଦ୍ୱାରା ସବୁ ବୁଝିଯାଉଛନ୍ତି
। ଯେପର୍ଯ୍ୟନ୍ତ ଶୁଣିନାହାଁନ୍ତି ସେପର୍ଯ୍ୟନ୍ତ କିପରି ଜାଣିବେ ଯେ ଏମାନେ କ’ଣ କରୁଛନ୍ତି ।
କାର୍ଯ୍ୟକଳାପରୁ, ସେବାରୁ ବୁଝିଯାଉଛନ୍ତି ଯେ ଏମାନଙ୍କ ଭିତରେ ବହୁତ ଦେହ-ଅଭିମାନ ରହିଛି ଅଥବା
କମ୍ ରହିଛି । ଏହାଙ୍କର କାର୍ଯ୍ୟକଳାପ ଠିକ୍ ନାହିଁ । କାହାର ନା କାହାର ନାମ ରୂପରେ ବାନ୍ଧି ହୋଇ
ଯାଇଛନ୍ତି । ବାବା ପଚାରୁଛନ୍ତି— କାହା ପାଖକୁ ବୁଦ୍ଧି ଚାଲିଯାଉଛି କି ? କେହି ତ ସତ୍ୟ ସମାଚାର
ଶୁଣାଉଛନ୍ତି, କେହି କେହି ତ ନାମ ରୂପରେ ଏପରି ବାନ୍ଧି ହୋଇ ଯାଇଛନ୍ତି, ଯାହାକି ଶୁଣାଉ
ନାହାଁନ୍ତି । ତେବେ ନିଜର ହିଁ କ୍ଷତି କରୁଛନ୍ତି । ବାବାଙ୍କୁ ଶୁଣାଇଲେ ହିଁ ସେ ଭୁଲର କ୍ଷମା
ମିଳିଥାଏ ଏବଂ ଆଗକୁ ଏଭଳି ନ କରିବା ପାଇଁ ସାବଧାନ କରିଥା’ନ୍ତି । ବହୁତ ଅଛନ୍ତି, ଯେଉଁମାନେ
ନିଜର ବୃତ୍ତିର ସତ୍ୟତା ବାବାଙ୍କୁ କହୁନାହାଁନ୍ତି, ଲଜ୍ୟା ଆସୁଛି । ଯେପରି କେହି ଓଲଟା କାମ
କରନ୍ତି କିନ୍ତୁ ସର୍ଜନକୁ କହିନଥା’ନ୍ତି । ପରନ୍ତୁ ଲୁଚାଇବା ଦ୍ୱାରା ବେମାରୀ ଆହୁରି ବୃଦ୍ଧିକୁ
ପାଇଥାଏ । ସେହିପରି ଏଠାରେ ମଧ୍ୟ ନିଜର ସବୁ କଥା ବାବାଙ୍କୁ ଶୁଣାଇ ହାଲୁକା ହୋଇଥା’ନ୍ତି, ନଚେତ୍
ଭିତରେ ଭାରି ହୋଇଯାଆନ୍ତି । ବାବାଙ୍କୁ ଶୁଣାଇଲେ ପୁଣି ଦ୍ୱିତୀୟ ଥର ଆଉ ଭୁଲ୍ କରି ନଥା’ନ୍ତି ।
ଆଗ ପାଇଁ ସାବଧାନ ହୋଇଯାଆନ୍ତି । ଯଦି ବାବାଙ୍କୁ ନ ଶୁଣାଇବ ତେବେ ତାହା ବୃଦ୍ଧିକୁ ପାଇବ । ବାବା
ଜାଣିଛନ୍ତି ଇଏ ବହୁତ ଭଲ ସେବାଧାରୀ, ଶିକ୍ଷାଗତ ଯୋଗ୍ୟତା କ’ଣ, ସେବାକ୍ଷେତ୍ରରେ କିଭଳି ରହୁଛନ୍ତି
। ଇଏ କାହାର ନାମ ରୂପର ଆକର୍ଷଣରେ ଆକର୍ଷିତ ତ ନାହାଁନ୍ତି ? ବାବା ପ୍ରତ୍ୟେକଙ୍କର ଜନ୍ମପତ୍ରୀକୁ
ଦେଖୁଛନ୍ତି ଏବଂ ସେମାନଙ୍କ ସହିତ ସେତିକି ସ୍ନେହ ମଧ୍ୟ ରଖୁଛନ୍ତି । ନିଜ ଆଡକୁ ଆକର୍ଷିତ ମଧ୍ୟ
କରୁଛନ୍ତି । କେହି କେହି ତ ବହୁତ ଭଲ ସେବା କରୁଛନ୍ତି । କେବେ ବି ତାଙ୍କର ବୁଦ୍ଧିଯୋଗ ଅନ୍ୟ କେଉଁ
ଆଡକୁ ଯାଉ ନାହିଁ । ହଁ, ପୂର୍ବରୁ ଯାଉଥିଲା, କିନ୍ତୁ ଏବେ ସାବଧାନ ରହୁଛନ୍ତି । ବାବାଙ୍କୁ
କହୁଛନ୍ତି — ବାବା ମୁଁ ଏବେ ସାବଧାନ ରହୁଛି । ଆଗରୁ ବହୁତ ଭୁଲ କରୁଥିଲି । ନିଜେ ବୁଝିପାରୁଛନ୍ତି
ଯେ ଦେହ-ଅଭିମାନରେ ଆସିଲେ ବହୁତ ଭୁଲ ହେବ । ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଯଦିଓ ତୁମର ଭୁଲକୁ
କେହି ଜାଣିପାରିବେ ନାହିଁ, ପରନ୍ତୁ ପଦ ଭ୍ରଷ୍ଟ ହୋଇଯିବ । ତେଣୁ ହୃଦୟର ସ୍ୱଚ୍ଛତା ବହୁତ ଦରକାର,
ତେବେ ଯାଇ ଉଚ୍ଚ ପଦ ପାଇପାରିବ । ତାଙ୍କର (ବ୍ରହ୍ମାବାବା) ବୁଦ୍ଧି ବହୁତ ସ୍ୱଚ୍ଛ ରହୁଛି, ଯେପରି
ଏହି ଲକ୍ଷ୍ମୀ-ନାରାୟଣଙ୍କ ଆତ୍ମାରେ ସ୍ୱଚ୍ଛତା ରହିଛି । ସେଥିପାଇଁ ତ ଏତେ ଉଚ୍ଚ ପଦ ପାଉଛନ୍ତି ।
କାହା କାହା ପାଇଁ ବୁଝାଯାଏ ଯେ ୟାଙ୍କର ନାମ, ରୂପ ଆଡକୁ ବୃତ୍ତି ଯାଉଛି । ଦେହୀ-ଅଭିମାନୀ ହୋଇ
ରହୁନାହାଁନ୍ତି । ସେଥିପାଇଁ ପଦ ମଧ୍ୟ କମ ହୋଇଯାଉଛି । ସେଠାରେ ରାଜାଠାରୁ ଆରମ୍ଭ କରି ଭିକାରୀ
ପର୍ଯ୍ୟନ୍ତ, କ୍ରମାନୁସାରେ ପଦ ରହିଛି ନା । ତେବେ ଏଭଳି କାହିଁକି ହେଉଛି । ଏହା ମଧ୍ୟ ବୁଝିବା
ଦରକାର । କ୍ରମାନୁସାରେ ତ ନିଶ୍ଚିତ ହେଉଛନ୍ତି, ତେଣୁ କଳା କମ ହୋଇଯାଉଛି । ଯେଉଁମାନେ ୧୬ କଳା
ସଂପୂର୍ଣ୍ଣ ଅଛନ୍ତି ସେମାନେ ପୁଣି ୧୪ କଳାକୁ ଆସିଯାଉଛନ୍ତି । ଏହିଭଳି କଳା ଅଳ୍ପ ଅଳ୍ପ କମି କମି
ସମ୍ପୂର୍ଣ୍ଣ କମିଯାଉଛି । ଯେତେବେଳେ ୧୪ କଳା ଥିଲା ସେତେବେଳେ ମଧ୍ୟ ବହୁତ ଭଲ ଥିଲେ । କିନ୍ତୁ
ଯେତେବେଳେ ବାମମାର୍ଗକୁ ଯାଉଛନ୍ତି ତେବେ ବିକାରୀ ହୋଇଯାଉଛନ୍ତି । ଆୟୁଷ ମଧ୍ୟ କମ ହୋଇଯାଉଛି ।
ପରେ ପୁଣି ରଜୋ, ତମୋଗୁଣୀ ହୋଇଯାଉଛନ୍ତି । ଆତ୍ମାରେ କଳା କମ ହୋଇ ହୋଇ ସମ୍ପୂର୍ଣ୍ଣ ପୁରୁଣା
ହୋଇଯାଉଛି । ଆତ୍ମା ଶରୀରଠାରୁ ମଧ୍ୟ ଅଧିକ ପୁରୁଣା ହୋଇଯାଉଛି । ଏସବୁର ଜ୍ଞାନ ବର୍ତ୍ତମାନ ତୁମ
ପିଲାମାନଙ୍କ ଭିତରେ ଅଛି । କିଭଳି ୧୬ କଳାରୁ ତଳକୁ ଖସି ଖସି ପୁଣି ମନୁଷ୍ୟ ହୋଇଯାଉଛନ୍ତି ।
ଦେବତାମାନଙ୍କର ମତ ତ ମିଳିନଥାଏ । ବାବାଙ୍କଠାରୁ ହିଁ ମତ ମିଳୁଛି, ପୁଣି ୨୧ ଜନ୍ମ ପର୍ଯ୍ୟନ୍ତ
ମତ ମିଳିବାର ଆବଶ୍ୟକତା ନାହିଁ । ଏହି ଈଶ୍ୱରୀୟ ମତ ୨୧ ଜନ୍ମ ପର୍ଯ୍ୟନ୍ତ ତୁମ ସାଥୀରେ ଚାଲୁଛି ।
ପୁଣି ଯେତେବେଳେ ରାବଣ ରାଜ୍ୟ ହେଉଛି ସେତେବେଳେ ତୁମକୁ ରାବଣର ମତ ମିଳୁଛି । ଏବେ ତୁମକୁ ରାବଣର
ମତ ମିଳୁଛି । ଏପରି ମଧ୍ୟ ଦେଖାଇଛନ୍ତି ଯେ ଦେବତାମାନେ ବାମମାର୍ଗରେ ଯାଉଛନ୍ତି । ଅନ୍ୟ ଧର୍ମରେ
ଏଭଳି କଥା ନାହିଁ । ଦେବତାମାନେ ଯେତେବେଳେ ବାମମାର୍ଗକୁ ଚାଲିଯାଉଛନ୍ତି, ସେତେବେଳେ ଅନ୍ୟ ଧର୍ମର
ଆତ୍ମାମାନେ ଏଠାକୁ ଆସୁଛନ୍ତି ।
ବାବା ବୁଝାଉଛନ୍ତି — ପିଲାମାନେ, ଏବେ ତୁମକୁ ଘରକୁ ଫେରିବାକୁ ହେବ । ଏହା ହେଉଛି ପୁରୁଣା ଦୁନିଆ
। ପୁରୁଣା ଦୁନଆକୁ ନୂଆ କରିବା ଡ୍ରାମାରେ ମୋର ଏହିଭଳି ପାର୍ଟ ଅଛି । ଏକଥାକୁ ମଧ୍ୟ କେବଳ
ତୁମେମାନେ ଜାଣିଛ । ଦୁନିଆରେ ତ ମନୁଷ୍ୟ କିଛି ଜାଣିନାହାଁନ୍ତି । ତୁମେ ଅନ୍ୟମାନଙ୍କୁ ଏତେ
ବୁଝାଉଛ, ତଥାପି ମଧ୍ୟ କାହାକୁ ରୁଚି ହେଉଛି, ତ କେହି ନିଜର ମତ ଦେଉଛନ୍ତି । ଯେତେବେଳେ ଏହି
ଲକ୍ଷ୍ମୀ-ନାରାୟଣ ଥିଲେ, ସେତେବେଳେ ପବିତ୍ରତା, ସୁଖ, ଶାନ୍ତି, ସବୁ କିଛି ଥିଲା । ପବିତ୍ରତା
ହିଁ ହେଉଛି ମୁଖ୍ୟ । ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ସତ୍ୟଯୁଗରେ ଦେବତାମାନେ ପବିତ୍ର ଥିଲେ ।
ସେମାନେ ତ ଭାବୁଛନ୍ତି, ଦେବତାମାନଙ୍କର ସନ୍ତାନ ଆଦି ଜନ୍ମ ହେଉଥିଲେ ପରନ୍ତୁ ସେଠାରେ ଯୋଗବଳ
ଦ୍ୱାରା ସନ୍ତାନ ଜନ୍ମ ହୋଇଥା’ନ୍ତି । ଏକଥା କାହାକୁ ଜଣାନାହିଁ । କହୁଛନ୍ତି, ସାରା ଜୀବନ
ପବିତ୍ର ରହିଲେ ସନ୍ତାନ କିପରି ହେବ । ତାଙ୍କୁ ବୁଝାଅ — ଏହି ସମୟରେ ପବିତ୍ର ରହିଲେ ପୁଣି ୨୧
ଜନ୍ମ ପବିତ୍ର ରହିବ ଅର୍ଥାତ୍ ଆମେ ଶ୍ରୀମତ ଅନୁସାରେ ନିର୍ବିକାରୀ ଦୁନିଆ ସ୍ଥାପନ କରୁଛୁ । ତେବେ
ଶିବବାବାଙ୍କର ମତ ହିଁ ଶ୍ରୀମତ ଅଟେ । ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା... ଏବେ ସମସ୍ତେ ହେଲେ
ମନୁଷ୍ୟ, ଯିଏକି ପୁଣି ଦେବତା ହେଉଛନ୍ତି । ଏବେ ଶ୍ରୀମତ ଅନୁସାରେ ଆମେ ଦୈବୀ ସ୍ୱରାଜ୍ୟ ସ୍ଥାପନ
କରୁଛୁ । ଏଥିରେ ପବିତ୍ରତା ହେଉଛି ମୁଖ୍ୟ । ତେବେ ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ । ଆତ୍ମା
ହିଁ ପଥରବୁଦ୍ଧି ହୋଇଯାଇଛି, ଏହି କଥାକୁ ସ୍ପଷ୍ଟ ଭାବରେ ବୁଝାଅ । ବାବା ହିଁ ସତ୍ୟଯୁଗୀ ଦୈବୀ
ସ୍ୱରାଜ୍ୟ ସ୍ଥାପନ କରିଥିଲେ । ଯାହାକୁ ସ୍ୱର୍ଗ ବୋଲି କୁହାଯାଉଛି । ମନୁଷ୍ୟରୁ ଦେବତା ବାବା ହିଁ
କରୁଛନ୍ତି । ମନୁଷ୍ୟ ପତିତ ଥିଲେ, ତାଙ୍କୁ ପତିତରୁ ପବିତ୍ର କିଏ କରିଛି ? ବାବା ତୁମମାନଙ୍କୁ
କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ । ଯଦି ଏହି କଥାକୁ ତୁମେ କାହାକୁ ବି
ଶୁଣାଇବ, ତେବେ ତାଙ୍କ ମନକୁ ଲାଗିବ । ଏବେ ପତିତରୁ ପବିତ୍ର କିପରି ହେବ ? ତେବେ ନିଶ୍ଚିତ
ବାବାଙ୍କୁ ମନେ ପକାଇବାକୁ ହେବ । ଅନ୍ୟମାନଙ୍କଠାରୁ ବୁଦ୍ଧିର ଯୋଗ ହଟାଇ ଏକମାତ୍ର ବାବାଙ୍କ ସହିତ
ଯୋଡିବାକୁ ହେବ । ତେବେ ଯାଇ ମନୁଷ୍ୟରୁ ଦେବତା ହୋଇପାରିବ । ଏହିଭଳି ବୁଝାଇବା ଦରକାର । ତୁମେ
ଯାହା ବୁଝାଇଛ, ଡ୍ରାମାନୁସାରେ ବିଲକୁଲ୍ ଠିକ୍ ଥିଲା । ଏହା ତ ବୁଝୁଛନ୍ତି, କିନ୍ତୁ ବୁଝାଇବା
ପାଇଁ ଦିନକୁ ଦିନ ନୂଆ ନୂଆ ପଏଣ୍ଟ ମିଳୁଛି । ମୂଳକଥା ହେଲା ଆମେ ପତିତରୁ ପବିତ୍ର କିପରି ହେବା ।
ବାବା କହୁଛନ୍ତି — ଦେହର ସବୁ ଧର୍ମକୁ ତ୍ୟାଗ କରି ମୋତେ ମନେ ପକାଅ । ଏହି ପୁରୁଷୋତ୍ତମ
ସଂଗମଯୁଗକୁ କେବଳ ତୁମେମାନେ ହିଁ ଜାଣୁଛ । ଆମେ ଏବେ ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ବ୍ରାହ୍ମଣ
ହୋଇଛୁ । ବାବା ଆମକୁ ପଢାଉଛନ୍ତି । ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ସେପର୍ଯ୍ୟନ୍ତ ଦେବତା
ହୋଇପାରିବ ନାହିଁ । ଏହି ବ୍ରହ୍ମା ସମ୍ପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି । ପୁଣି ତାଙ୍କୁ ହିଁ ପ୍ରଥମ
ନମ୍ବରରେ ଆସିବାକୁ ପଡିଥାଏ । ପୁଣି ବାବା ଆସି ପ୍ରବେଶ କରିଥାଆନ୍ତି । ତେବେ ମୁଖ୍ୟ କଥା ହେଉଛି
ଗୋଟିଏ, ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଦେହ-ଅଭିମାନରେ ଆସି କେଉଁଠି ନା କେଉଁଠି
ଲଟକି ରହୁଛନ୍ତି ଅର୍ଥାତ୍ ଆକର୍ଷିତ ହୋଇଯାଉଛନ୍ତି । ଦେହୀ-ଅଭିମାନୀ ତ ସମସ୍ତେ ହୋଇପାରିବେ ନାହିଁ
। ତେବେ ନିଜର ପୁରା ଯାଞ୍ଚ କର — ଆମେ କେଉଁଠି ଦେହ-ଅଭିମାନରେ ଆସୁନାହୁଁ ତ ? ଆମ ଦ୍ୱାରା କୌଣସି
ବିକର୍ମ ତ ହେଉ ନାହିଁ ? ବେକାଇଦା ଚାଲିଚଳନ ତ ହେଉନାହିଁ ? ଏଭଳି ଅନେକଙ୍କ ଦ୍ୱାରା ହୋଇଥାଏ ।
ସେମାନେ ଅନ୍ତିମ ସମୟରେ ବହୁତ ଦଣ୍ଡର ଭାଗୀଦାର ହେବେ । ଯଦିଓ ଏବେ କର୍ମାତୀତ ଅବସ୍ଥା ହୋଇନାହିଁ
। ଯେଉଁମାନଙ୍କର କର୍ମାତୀତ ଅବସ୍ଥା ହୋଇଯାଉଛି ସେମାନଙ୍କର ସବୁ ଦୁଃଖ ଦୂର ହୋଇଯାଇଥାଏ । ସେମାନେ
ଦଣ୍ଡରୁ ମୁକ୍ତ ହୋଇଯା’ନ୍ତି । ବିଚାର କରାଯାଉଛି ସେଠାରେ କ୍ରମାନୁସାରେ ରାଜା ହେଉଛନ୍ତି ।
ନିଶ୍ଚତ କାହାର କମ ପୁରୁଷାର୍ଥ ରହୁଛି, ଯେଉଁ କାରଣରୁ ଦଣ୍ଡ ଭୋଗିବାକୁ ପଡୁଛି । ଆତ୍ମା ହିଁ
ଗର୍ଭ ଜେଲରେ ଦଣ୍ଡ ଭୋଗ କରିଥାଏ । ଆତ୍ମା ଯେତେବେଳେ ଗର୍ଭରେ ଥାଏ ସେତେବେଳେ କହିଥାଏ ଯେ ମୋତେ
ବାହାରକୁ ବାହାର କର । ମୁଁ ପାପକର୍ମ କରିବି ନାହିଁ । ତେବେ ଆତ୍ମା ହିଁ ଦଣ୍ଡ ଭୋଗିଥାଏ । ଆତ୍ମା
ହିଁ କର୍ମ ବିକର୍ମ କରିଥାଏ । ଏହି ଶରୀର କୌଣସି କାମର ନୁହେଁ । ତେଣୁ ମୁଖ୍ୟ କଥା ହେଲା ନିଜକୁ
ଆତ୍ମା ମନେ କରିବା ଦରକାର । ବୁଝିଯିବା ଦରକାର ଯେ ସବୁ କିଛି ଆତ୍ମା ହିଁ କରିଥାଏ । ଏବେ ତୁମେ
ସବୁ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ । ତେଣୁ ଏହି ଜ୍ଞାନ ମିଳିଛି । ପୁଣି କେବେ ଏହି ଜ୍ଞାନ
ମିଳିବ ନାହିଁ । ଯେଉଁମାନେ ଆତ୍ମ-ଅଭିମାନୀ ସେମାନେ ସମସ୍ତଙ୍କୁ ଭାଇ ଭାଇ ଦୃଷ୍ଟିରେ ଦେଖିବେ ।
ଶରୀରର କଥା ନୁହେଁ । ଆତ୍ମ-ଅଭିମାନୀ ହୋଇଗଲେ ପୁଣି ଶରୀର ପ୍ରତି ମମତା ରହିବ ନାହିଁ । ସେଥିପାଇଁ
ବାବା କହୁଛନ୍ତି ଏହା ହିଁ ହେଉଛି ବହୁତ ଉଚ୍ଚ ଷ୍ଟେଜ୍ (ସ୍ଥିତି) । ଭାଇ ଭଉଣୀ ପରସ୍ପର ପ୍ରତି
ଆକର୍ଷିତ ହେବା ଦ୍ୱାରା ବହୁତ ଡିସ-ସର୍ଭିସ୍ କରୁଛନ୍ତି । ସେଥିପାଇଁ ବାବା କହୁଛନ୍ତି —
ଆତ୍ମ-ଅଭିମାନୀ ଭବ । ଏଥିରେ ହିଁ ବହୁତ ମେହନତ ରହିଛି । ପାଠପଢାରେ ଅନେକ ବିଷୟ ବସ୍ତୁ ରହିଥାଏ ।
ଭାବୁଛନ୍ତି ମୁଁ ଏଥିରେ ଫେଲ୍ ହୋଇଯିବି । ତେବେ ଗୋଟିଏ ବିଷୟରେ ଫେଲ୍ ହେବା କାରଣରୁ ଅନ୍ୟ ବିଷୟରେ
ମଧ୍ୟ ଢିଲା ହୋଇଯାଉଛନ୍ତି । ଏବେ ତୁମର ଆତ୍ମା ବୁଦ୍ଧିଯୋଗ ବଳ ଦ୍ୱାରା ସୁନାର ପାତ୍ର ହୋଇଯାଉଛି
। ଯୋଗ ନାହିଁ ତେଣୁ ଜ୍ଞାନର ଧାରଣା ମଧ୍ୟ କମ୍ ହେଉଛି । ତେଣୁ ଶକ୍ତି ରହୁ ନାହିଁ । ଯୋଗର ଶକ୍ତି
ନାହିଁ । ତେବେ ଏହା ମଧ୍ୟ ଡ୍ରାମାର ନିଧାର୍ଯ୍ୟ ଅଟେ । ବାବା ବୁଝାଉଛନ୍ତି — ପିଲାମାନଙ୍କୁ ନିଜର
ଅବସ୍ଥାକୁ କେତେ ଉଚ୍ଚ କରିବା ଦରକାର । ନିଜକୁ ଦେଖିବାକୁ ହେବ ମୁଁ ସାରା ଦିନ ଭିତରେ କୌଣସି
ବେନିୟମ କାର୍ଯ୍ୟ ତ କରୁନାହିଁ । ଯଦି ଏଭଳି କୌଣସି ଅଭ୍ୟାସ ଅଛି ତେବେ ତୁରନ୍ତ ଛାଡିଦେବା ଉଚିତ୍
। ପରନ୍ତୁ ମାୟା ପୁଣି ୨/୩ ଦିନ ପରେ ଭୁଲ୍ କରାଇଦେଉଛି । ଏହିଭଳି ସୂକ୍ଷ୍ମ ଭୁଲ୍ ହେବାରେ ଲାଗିଛି
ଏହା ହେଉଛି ଗୁପ୍ତ ଜ୍ଞାନ । ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି । ତୁମେ କହୁଛ ଆମେ ନିଜ
ଖର୍ଚ୍ଚରେ ନିଜ ପାଇଁ ସବୁକିଛି କରୁଛୁ । ଅନ୍ୟର ଖର୍ଚ୍ଚରେ କିପରି କରିବୁ । ସେଥିପାଇଁ ବାବା
ସବୁବେଳେ କୁହନ୍ତି ମାଗିବାଠାରୁ ମରିବା ଭଲ । କଥିତ ଅଛି ସହଜରେ ମିଳିଲେ କ୍ଷୀର ସମାନ, ମାଗିଲେ
ପାଣି ସମାନ ଏବଂ ଯଦି କାହାକୁ ମାଗୁଛ, ସିଏ ଅନିଚ୍ଛା ସତ୍ତ୍ୱେ ଦେଉଛି ତେବେ ତାହା ପାଣି ସମାନ
ହୋଇଥାଏ । ଯଦି ବାଧ୍ୟ କରି କାହାଠାରୁ ନେଉଛ ତେବେ ତାହା ରକ୍ତ ସହିତ ସମାନ ହୋଇଯାଉଛି । କେହି
କେହି ବହୁତ ବାଧ୍ୟ ମଧ୍ୟ କରିଥା’ନ୍ତି, ସେଥିପାଇଁ କେହି କେହି କରଜ କରି ସେବାରେ ଲଗାଇଥା’ନ୍ତି
କିନ୍ତୁ ତାହା ରକ୍ତ ସମାନ ହୋଇଯାଏ । ଏଠାରେ କରଜ ନେବାର କୌଣସି ଦରକାର ନାହିଁ । ଦାନ ଦେଇ ପୁଣି
ଯଦି ଫେରାଇ ନେବ ତେବେ ଏହା ଉପରେ ମଧ୍ୟ ହରିଶ୍ଚନ୍ଦ୍ରଙ୍କର କାହାଣୀ ରହିଛି । ତେଣୁ ଏଭଳି ମଧ୍ୟ
କର ନାହିଁ । ଆୟରୁ କିଛି ଅଂଶ ନିଜ ପାଖରେ ରଖିଦିଅ ଯାହାକି ତୁମର କାମରେ ଆସିବ । ତୁମମାନଙ୍କୁ
ଏଭଳି ପୁରୁଷାର୍ଥ କରିବାକୁ ହେବ ଯେପରି ଅନ୍ତିମ ସମୟରେ କେବଳ ବାବାଙ୍କର ହିଁ ସ୍ମୃତି ରହିବ ଏବଂ
ସ୍ୱଦର୍ଶନ ଚକ୍ର ମଧ୍ୟ ମନେ ରହିବ, ତେବେ ଯାଇ ପ୍ରାଣ ଶରୀରରୁ ବାହାରିବ । ତେବେ ଯାଇ ଚକ୍ରବର୍ତ୍ତୀ
ରାଜା ହୋଇପାରିବ । ଏପରି ମନେ କର ନାହିଁ ଯେ ଅନ୍ତିମ ସମୟରେ ବାବାଙ୍କୁ ସହଜରେ ମନେ ପକାଇ ପାରିବ
। ସେ ସମୟରେ ଆପେ ଆପେ ଏହିଭଳି ଅବସ୍ଥା ହୋଇଯିବ! ନା । ବର୍ତ୍ତମାନ ଠାରୁ ପୁରୁଷାର୍ଥ କରିଲେ ହିଁ
ସେହି ଅବସ୍ଥାକୁ ଅନ୍ତିମ ସମୟରେ ପ୍ରାପ୍ତ କରିପାରିବ । ଏପରି ନ ହେଉ ଅନ୍ତିମ ସମୟରେ ବୃତ୍ତି
ଅନ୍ୟ କେଉଁଆଡେ ଚାଲିଯାଉ । ବାବାଙ୍କୁ ମନେ ପକାଇଲେ ହିଁ ପାପ ଭସ୍ମ ହେବାକୁ ଲାଗିବ । ତୁମେମାନେ
ଜାଣିଛ ପବିତ୍ରତା ପାଇଁ ହିଁ ମେହନତ କରିବାକୁ ହେବ । ପାଠପଢାରେ ଏତେ ମେହନତ ନାହିଁ । ଏହା ଉପରେ
ସନ୍ତାନମାନଙ୍କୁ ବହୁତ ଧ୍ୟାନ ଦେବା ଦରକାର । ତେବେ ବାବା କହୁଛନ୍ତି ପ୍ରତ୍ୟେକ ଦିନ ନିଜକୁ ପଚାର
ମୁଁ କୌଣସି ବେନିୟମ କାମ ତ କରୁନାହିଁ । କାହାର ନାମ ରୂପରେ ଆକର୍ଷିତ ହେଉ ନାହିଁ ତ ? କାହାକୁ
ଦେଖି ପାଗଳ ହେଉ ନାହିଁ ତ ? କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବେନିୟମ କାମ କରୁନାହିଁ ତ ? ପୁରୁଣା
ଶରୀରରେ ବିଲକୁଲ୍ ସ୍ନେହ ରହିବା ଉଚିତ୍ ନୁହେଁ । ତାହା ମଧ୍ୟ ଦେହ-ଅଭିମାନ ଅଟେ । ଅନାସକ୍ତ ହୋଇ
ରହିବା ଉଚିତ୍ । ପ୍ରକୃତ ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିବା ଦରକାର ବାକି ସମସ୍ତଙ୍କ ସହିତ
ଅନାସକ୍ତ ସ୍ନେହ । ଯଦିଓ ତୁମର ସନ୍ତାନ ଇତ୍ୟାଦି ଅଛନ୍ତି ପରନ୍ତୁ କାହାପ୍ରତି ଆସକ୍ତି ନ ରହୁ ।
ତୁମେ ଜାଣିଛ ଯାହା କିଛି ବି ଦେଖୁଛ ସବୁ ବିନାଶ ହୋଇଯିବ । ତେଣୁ ସେଥିପ୍ରତି ସ୍ନେହ ରହିବା ଉଚିତ୍
ନୁହେଁ । କେବଳ ଜଣଙ୍କ ସହିତ ପ୍ରକୃତ ସ୍ନେହ ରହିବା ଉଚିତ୍ ବାକି ଅନ୍ୟମାନଙ୍କ ପ୍ରତି ନାମମାତ୍ର
ସ୍ନେହ ଅର୍ଥାତ୍ ଭାବ ରହିବା ଉଚିତ୍ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ
ମୁଖ୍ୟ ସାର :—
(୧) ନିଜ
ବୃତ୍ତିକୁ ବହୁତ ଶୁଦ୍ଧ, ପବିତ୍ର କରିବାକୁ ହେବ । କୌଣସି ବି ବେନିୟମ ବା ଓଲଟା କାର୍ଯ୍ୟ କରିବା
ଉଚିତ୍ ନୁହେଁ । ବହୁତ ବହୁତ ସାବଧାନ ରହିବାକୁ ହେବ । ବୁଦ୍ଧିକୁ କାହା ସହିତ ଲଗାଇବାର ନାହିଁ ।
(୨) ଅନ୍ତରର ସଚ୍ଚା ସ୍ନେହ କେବଳ ବାବାଙ୍କ ସହିତ ହିଁ ରଖିବାକୁ ହେବ, ଅନ୍ୟ ସମସ୍ତଙ୍କ ସହିତ
ଅନାସକ୍ତ ବା ନାମମାତ୍ର ସ୍ନେହ ରହିବା ଉଚିତ୍ । ନିଜର ସ୍ଥିତିକୁ ଏପରି ଆତ୍ମ-ଅଭିମାନୀ କରିବାକୁ
ହେବ ଯାହା ଦ୍ୱାରା ନିଜର ଶରୀର ପ୍ରତି ମଧ୍ୟ ମୋହ ନଥିବ ।
ବରଦାନ:-
କର୍ମବନ୍ଧନକୁ
ସେବାର ବନ୍ଧନରେ ପରିବର୍ତ୍ତନ କରି ସମସ୍ତଙ୍କଠାରୁ ଅଲଗା ଏବଂ ପରମାତ୍ମାଙ୍କର ପ୍ରିୟ ହୁଅ ।
ପରମାତ୍ମ ସ୍ନେହ ହିଁ
ବ୍ରାହ୍ଣଣ ଜୀବନର ଆଧାର କିନ୍ତୁ ତାହା ସେତେବେଳେ ପ୍ରାପ୍ତ ହେବ ଯେତେବେଳେ ସମସ୍ତଙ୍କଠାରୁ ଅଲଗା
ହୋଇଯିବ । ଯଦି ଘର ଗୃହସ୍ଥ ଭିତରେ ରହୁଛ ତେବେ ବି ସେବା କରିବା ପାଇଁ ହିଁ ରହୁଛ, ତେଣୁ କେବେହେଲେ
ଏଭଳି ଭାବ ନାହିଁ ଯେ ମୋର ହିସାବ-କିତାବ ଅଛି ବା କର୍ମବନ୍ଧନ ରହିଛି..... କିନ୍ତୁ ମୁଁ ସେବା
କରୁଛି । ସେବାର ବନ୍ଧନରେ ବାନ୍ଧି ହେବା ଦ୍ୱାରା କର୍ମବନ୍ଧନ ସମାପ୍ତ ହୋଇଯିବ । ଯଦି ସେବାର
ଭାବନା ନାହିଁ ତେବେ କର୍ମବନ୍ଧନ ଅଧିକ ଆକର୍ଷିତ କରିବ । ଯେଉଁଠି କର୍ମବନ୍ଧନ ଅଛି ସେଠାରେ ଦୁଃଖର
ଅନୁଭବ ହେବ କିନ୍ତୁ ସେବାର ବନ୍ଧନରେ ଖୁସିର ଅନୁଭବ କରିବ, ସେଥିପାଇଁ କର୍ମବନ୍ଧନକୁ ସେବାର
ବନ୍ଧନରେ ପରିବର୍ତ୍ତନ କରି ନ୍ୟାରା-ପ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର ରୁହ ତେବେ ପରମାତ୍ମାଙ୍କର
ପ୍ରିୟ ହୋଇଯିବ ।
ସ୍ଲୋଗାନ:-
ଶ୍ରେଷ୍ଠ ଆତ୍ମା
ତାଙ୍କୁ କୁହାଯିବ ଯିଏ ସ୍ୱସ୍ଥିତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତିକୁ ଅତିକ୍ରମ କରିଯାଆନ୍ତି ।