19.01.20 Avyakt Bapdada Odia Murli
02.09.85 Om Shanti Madhuban
“ପ୍ରତ୍ୟେକ କାର୍ଯ୍ୟରେ
ସଫଳତାର ସହଜ ଉପାୟ ସ୍ନେହ”
ଆଜି ବାପଦାଦା ମୁରବୀ
ପିଲାମାନଙ୍କର ସ୍ନେହର ପ୍ରତିଦାନ ଦେବା ପାଇଁ ଆସିଛନ୍ତି । ମଧୁବନ ନିବାସୀଙ୍କୁ ଅକ୍ଳାନ୍ତ ସେବାର
ବିଶେଷ ଫଳ ଦେବା ଉଦ୍ଦେଶ୍ୟରେ କେବଳ ମିଳନ କରିବା ପାଇଁ ହିଁ ଆସିଛନ୍ତି । ଏହା ହେଉଛି ସ୍ନେହର
ପ୍ରତ୍ୟକ୍ଷ ପ୍ରମାଣ । ବ୍ରାହ୍ମଣ ପରିବାରର ବିଶେଷ ମୂଳଦୁଆ ହିଁ ହେଉଛି ଏହି ବିଶେଷ ସ୍ନେହ ।
ବର୍ତ୍ତମାନ ସମୟରେ ପ୍ରତ୍ୟେକ ସେବାରେ ସଫଳତା ପ୍ରାପ୍ତ କରିବାର ସହଜ ଉପାୟ ହେଲା ସ୍ନେହ । ଯୋଗୀ
ଜୀବନର ମୁଳଦୁଆ ହେଲା ନିଶ୍ଚୟ କିନ୍ତୁ ପରିବାରର ମୁଳଦୁଆ ହେଉଛି ସ୍ନେହ । ସ୍ନେହ ହିଁ ହୃଦୟର
ଦୂରତାକୁ ସମାପ୍ତ କରିଦେଇଥାଏ । ବର୍ତ୍ତମାନ ସମୟରେ ଯୋଗ ଏବଂ ସେବାରେ ସନ୍ତୁଳନ ରଖିବା ସହିତ
ସ୍ନେହ ଏବଂ ସେବାର ସନ୍ତୁଳନ ରଖିବା ହିଁ ସଫଳତାର ଆଧାର । ଚାହେଁ ଭାରତ ଭିତରେ ସେବା ହେଉ ବା
ବିଦେଶରେ ସେବା ହେଉ, ଉଭୟ ସେବାର ସଫଳତାର ଆଧାର ହେଲା ଆତ୍ମିକ ସ୍ନେହ । ଜ୍ଞାନ ଏବଂ ଯୋଗ ଶବ୍ଦ ତ
ଅନେକଙ୍କଠାରୁ ଶୁଣିଛ କିନ୍ତୁ ଦୃଷ୍ଟି ଦ୍ୱାରା ବା ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଆତ୍ମାମାନଙ୍କୁ
ସ୍ନେହର ଅନୁଭୂତି ହେବା ହିଁ ବିଶେଷତା ବା ନବୀନତା ଅଟେ ଏବଂ ଆଜିର ବିଶ୍ୱକୁ ସ୍ନେହର ହିଁ
ଆବଶ୍ୟକତା ରହିଛି । କେତେ ବି ଅଭିମାନୀ ଆତ୍ମା ହୋଇଥାଉ ନା କାହିଁକି ସ୍ନେହ ହିଁ ତାକୁ ନିକଟକୁ
ଆଣିପାରିବ । ଏମିତି ତ ସମସ୍ତେ ସ୍ନେହର ଏବଂ ଶାନ୍ତିର ଭିକାରୀ ଅଟନ୍ତି କିନ୍ତୁ ଶାନ୍ତିର ଅନୁଭବ
ମଧ୍ୟ ସ୍ନେହପୂର୍ଣ୍ଣ ଦୃଷ୍ଟି ଦ୍ୱାରା ହିଁ କରାଇପାରିବ । ତେଣୁ ସ୍ନେହ ଦ୍ୱାରା ଶାନ୍ତିର ଅନୁଭବ
ଆପେ ଆପେ ହୋଇଥାଏ କାହିଁକି ନା ସ୍ନେହରେ ହଜିଯିବା ଦ୍ୱାରା ଅଳ୍ପ ସମୟ ପାଇଁ ଆପେ ଆପେ ଅଶରୀରୀ
ହୋଇଯାଆନ୍ତି ଏବଂ ଅଶରୀରୀ ହେବା କାରଣରୁ ସହଜରେ ଶାନ୍ତିର ଅନୁଭବ ହୋଇଥାଏ । ବାବା ମଧ୍ୟ ସ୍ନେହର
ହିଁ ପ୍ରତିଦାନ ଦେଉଛନ୍ତି । ଚାହେଁ ରଥ (ଗୁଲଜାର ଦାଦୀଙ୍କ ଶରୀର) ଠିକ୍ ଥାଉ କି ନଥାଉ କିନ୍ତୁ
ବାବାଙ୍କୁ ସ୍ନେହର ପ୍ରମାଣ ଦେବାକୁ ହିଁ ହେବ । ପିଲାମାନଙ୍କ ଭିତରେ ମଧ୍ୟ ଏହିଭଳି ସ୍ନେହର
ପ୍ରତ୍ୟକ୍ଷ ଫଳ ବାପଦାଦା ଦେଖିବାକୁ ଚାହୁଁଛନ୍ତି । କେହି (ଗୁଲଜାର ଦାଦୀ, ଜଗଦୀଶ ଭାଇ, ନିର୍ବେର
ଭାଇ) ବିଦେଶ ସେବା କରି ଫେରିଛନ୍ତି ଆଉ କେହି (ପ୍ରକାଶମଣୀ ଦାଦୀଜୀ, ଏବଂ ମୋହିନୀ ଭଉଣୀ) ବିଦେଶ
ସେବାରେ ଯାଉଛନ୍ତି । ଏହା ମଧ୍ୟ ସେହି ଆତ୍ମାମାନଙ୍କର ସ୍ନେହର ଫଳ ଯାହାକି ସେମାନଙ୍କୁ ପ୍ରାପ୍ତ
ହେଉଛି । ଡ୍ରାମା ଅନୁସାରେ ଗୋଟିଏ କଥା ଚିନ୍ତା କରୁଛ କିନ୍ତୁ ଆଉ ଗୋଟିଏ କଥା ହେଉଛି । ପୁଣି ବି
ଫଳ ମିଳି ହିଁ ଯାଉଛି ଏବଂ ସେଥିପାଇଁ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ ହୋଇଯାଉଛି । ସମସ୍ତେ ନିଜ
ନିଜର ପାର୍ଟ ଅର୍ଥାତ୍ କର୍ତ୍ତବ୍ୟକୁ ଭଲ ଭାବରେ ସମ୍ପାଦନ କରି ଆସିଛନ୍ତି । ଯେହେତୁ ପୂର୍ବ
ପ୍ରସ୍ତୁତ ଡ୍ରାମାରେ ପୂର୍ବରୁ ହିଁ ସବୁ କିଛି ନିଧାର୍ଯ୍ୟ ଅଛି ତେଣୁ ସହଜରେ ପ୍ରତିଦାନ ଅର୍ଥାତ୍
ଫଳ ମଧ୍ୟ ମିଳିଯାଉଛି । ବିଦେଶ ମଧ୍ୟ ବହୁତ ଭଲ ଲଗନର ସହିତ ଆଗକୁ ବଢୁଛି । ସେମାନଙ୍କ ଭିତରେ ସବୁ
ସ୍ଥାନରେ ସାହସ ଏବଂ ଉମଙ୍ଗ-ଉତ୍ସାହ ବହୁତ ଭଲ ଦେଖିବାକୁ ମିଳୁଛି । ସମସ୍ତଙ୍କର ହୃଦୟର ଧନ୍ୟବାଦର
ସଂକଳ୍ପ ବାପଦାଦାଙ୍କ ନିକଟରେ ପହଞ୍ଚିବାରେ ଲାଗିଛି କାହିଁକି ନା ସେମାନେ ମଧ୍ୟ ଭାବୁଛନ୍ତି
ଭାରତରେ ମଧ୍ୟ ସେବାର କେତେ ଆବଶ୍ୟକତା ରହିଛି ପୁଣି ବି ଭାରତର ସ୍ନେହ ହିଁ ଆମକୁ ସହଯୋଗ ଦେଉଛି ।
ସମସ୍ତେ ଭାରତରେ ସେବା କରୁଥିବା ସହଯୋଗୀ ପରିବାରକୁ ହୃଦୟରେ ଧନ୍ୟବାଦ ଦେଉଛନ୍ତି । ସେମାନଙ୍କର
ଦେଶ ଯେତିକି ଦୂରରେ ଅଛି ସେତିକି ଆନ୍ତରିକ ସ୍ନେହର ପାଳନା ପାଇବାର ପାତ୍ର ହେବାରେ ନିକଟରେ
ଅଛନ୍ତି ସେଥିପାଇଁ ବାପଦାଦା ଚାରିଆଡର ପିଲାମାନଙ୍କୁ ଧନ୍ୟବାଦ ବା କୃତଜ୍ଞତାର ପ୍ରତିଦାନରେ
ୟାଦପ୍ୟାର ଏବଂ ଧନ୍ୟବାଦ ଦେଉଛନ୍ତି । ବାବା ବି ମଧ୍ୟ ଗୀତ ଗାଉଛନ୍ତି ନା ।
ଭାରତରେ ମଧ୍ୟ ବହୁତ ଉମଙ୍ଗ-ଉତ୍ସାହର ସହିତ ପଦଯାତ୍ରାର ପାର୍ଟ ବହୁତ ଭଲ ଭାବରେ କରୁଛନ୍ତି ।
ଚାରିଆଡେ ସେବାର ଗହଳ-ଚହଳର ଶୋଭା ବହୁତ ଭଲ ଲାଗୁଛି । ଉମଙ୍ଗ-ଉତ୍ସାହ ସମସ୍ତଙ୍କର କ୍ଲାନ୍ତିକୁ
ଦୂର କରି ସଫଳତା ପ୍ରାପ୍ତ କରାଉଛି । ଚାରିଆଡେ ସେବାର ସଫଳତା ବହୁତ ଭଲ ମିଳୁଛି । ବାପଦାଦା ମଧ୍ୟ
ସବୁ ପିଲାଙ୍କର ସେବାର ଉମଙ୍ଗ-ଉତ୍ସାହର ସ୍ୱରୂପକୁ ଦେଖି ଖୁସି ହେଉଛନ୍ତି । (ନୌରୋବୀରେ ଜଗଦୀଶ
ଭାଇ ପୋପଙ୍କ ସହିତ ମିଶିଛନ୍ତି) ପୋପ୍ (ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ)ଙ୍କୁ ମଧ୍ୟ
ଦୃଷ୍ଟି ଦେଲ ନା । ଏହା ମଧ୍ୟ ତୁମ ପାଇଁ ବିଶେଷ କରି ଭି.ଆଇ.ପି.ମାନଙ୍କର ସେବା କରିବାରେ ସହଜରେ
ସଫଳତା ପ୍ରାପ୍ତ କରିବାର ଆଧାର ଅଟେ । ଯେପରି ଭାରତରେ ବିଶେଷ କରି ରାଷ୍ଟ୍ରପତି ମଧୁବନକୁ ଆସିଥିଲେ
। ତେଣୁ ଏବେ ତୁମେମାନେ କହିପାରିବ ଯେ ଭାରତରେ ମଧ୍ୟ ରାଷ୍ଟ୍ରପତି ଆସିଥିଲେ । ସେହିଭଳି ବିଶେଷ
କରି ବିଦେଶରେ ସେଠାକାର ମୁଖ୍ୟ ଧର୍ମର ପ୍ରଭାବ ଥିବା କାରଣରୁ ଯଦି ତାଙ୍କ ସହିତ ସମ୍ପର୍କରେ
ଘନିଷ୍ଟତା ଆସିଗଲା ତେବେ କାହା ଭିତରେ ବି ସହଜରେ ସାହସ ଆସିବ ଯେ ଆମେ ବି ସମ୍ପର୍କ ରଖିବା । ତେଣୁ
ଭାରତ ପାଇଁ ମଧ୍ୟ ବହୁତ ଭଲ ସେବା କରିବାର ଆଧାର ନିର୍ମାଣ ହେଲା ଏବଂ ବିଦେଶ ସେବାରେ ମଧ୍ୟ ବିଶେଷ
ଆଧାର ନିର୍ମାଣ ହେଲା । ତେଣୁ ଭି.ଆଇ.ପି.ମାନଙ୍କର ସେବା କରିବାରେ ଯାହା ବି ସବୁ ପ୍ରତିବନ୍ଧକ ଅଛି
ସମୟ ଅନୁସାରେ ସେଗୁଡିକ ମଧ୍ୟ ସହଜରେ ସମାପ୍ତ ହୋଇଯିବ । ଏବେ ପ୍ରଧାନମନ୍ତ୍ରୀଙ୍କର ତ ମିଶିବା
ହେଲା ନା । ତେଣୁ ଦୁନିଆବାଲାଙ୍କ ପାଇଁ ଏହିଭଳି ଦୃଷ୍ଟାନ୍ତ ମଧ୍ୟ ସହଯୋଗ ଦେଉଛି । କାରଣ ସମସ୍ତେ
ପଚାରୁଛନ୍ତି ଯେ ସେଠାକୁ କେହି ବଡ ବଡ ଲୋକ ଯାଉଛନ୍ତି ? ତେଣୁ ଏହିଭଳି ପ୍ରଶ୍ନ ମଧ୍ୟ ସମାପ୍ତ
ହୋଇଯାଉଛି । ତେବେ ଏହା ମଧ୍ୟ ଡ୍ରାମା ଅନୁସାରେ ଏହି ବର୍ଷଟି ସେବାରେ ସହଜ ପ୍ରତ୍ୟକ୍ଷତାର ଆଧାର
ହେଲା । ଏବେ ଭି.ଆଇ.ପି. ଆତ୍ମାମାନେ ଧୀରେ ଧୀରେ ନିକଟକୁ ଆସୁଛନ୍ତି । ଏମାନଙ୍କର କେବଳ ନାମ ହିଁ
କାମ କରିବ । ତେଣୁ ନାମ ଆଧାରରେ ଯେଉଁ କାମ ହେବା କଥା ତା’ର ଧରଣୀ ଅର୍ଥାତ୍ ଆଧାର ପ୍ରସ୍ତୁତ
ହୋଇଗଲା । ଏମାନେ ତୁମ ପାଇଁ କୌଣସି ପ୍ରଚାର କରିବେ ନାହିଁ । ପ୍ରଚାର କରିବାବାଲା ମାଇକ୍ ଆତ୍ମା
ଅନ୍ୟମାନେ ଅଛନ୍ତି । ଏମାନେ କେବଳ ମାଇକ୍ ଆତ୍ମାମାନଙ୍କୁ ଲାଇଟ୍ ଦେବେ ଅର୍ଥାତ୍ ସେମାନେ ଏଠାକୁ
ଆସିବା ପାଇଁ ପ୍ରେରଣା ପାଇବେ । ତେବେ ପୁଣି ବି ଭଲ ଭାବରେ ଧରଣୀ ପ୍ରସ୍ତୁତ ହୋଇଗଲା । ବିଦେଶର
ଭି.ଆଇ.ପି.ମାନଙ୍କର ସେବା କରିବା ପାଇଁ ପୂର୍ବରୁ ଯେଉଁଭଳି ମୁଶକିଲ୍ ଅନୁଭବ କରୁଥିଲେ ତାହା
ବର୍ତ୍ତମାନ ସହଜ ଅନୁଭବ କରୁଛନ୍ତି । ଏହାର ଫଳାଫଳ ବର୍ତ୍ତମାନ ଭଲ ମିଳୁଛି । ଏମାନଙ୍କର ନାମ
ଆଧାରରେ କାମ କରିବାବାଲା ପ୍ରସ୍ତୁତ ହୋଇଯିବେ । ଏବେ ଦେଖ କିଏ ନିମିତ୍ତ ହେଉଛି । ଧରଣୀ
ପ୍ରସ୍ତୁତ କରିବା ପାଇଁ ହିଁ ସମସ୍ତେ ଚାରିଆଡକୁ ଯାଇଛନ୍ତି । ଭିନ୍ନ ଭିନ୍ନ ସ୍ଥାନର ଧରଣୀରେ ପାଦ
ପକାଇ ଧରଣୀ ପ୍ରସ୍ତୁତ କରିଦେଲେ ଏବେ କାହା ଦ୍ୱାରା ପ୍ରତ୍ୟକ୍ଷ ଫଳ ମିଳିବ ତାହାର ପ୍ରସ୍ତୁତି
ଚାଲିଛି । ତେବେ ମୋଟା ମୋଟି ରୂପରେ ସବୁଆଡର ଫଳାଫଳ ଭଲ ଅଛି ।
ପଦଯାତ୍ରୀମାନେ ମଧ୍ୟ ଏକ ବଳ, ଏକ ଭରସା ରଖି ଆଗକୁ ବଢୁଛନ୍ତି । ପ୍ରଥମେ ପ୍ରଥମେ ମୁଶକିଲ୍ ଅନୁଭବ
ହୁଏ କିନ୍ତୁ ଯେତେବେଳେ କାର୍ଯ୍ୟରେ କରିଥା’ନ୍ତି ସେତେବେଳେ ସହଜ ହୋଇଯାଏ । ତେବେ ଦେଶରେ ହେଉ ବା
ବିଦେଶରେ ହେଉ ଯେଉଁମାନେ ବି ସେବାର ନିମିତ୍ତ ହୋଇ ସେବା ଦ୍ୱାରା ଅନେକଙ୍କୁ ବାପଦାଦାଙ୍କର ସ୍ନେହୀ
ସହଯୋଗୀ କରୁଛନ୍ତି ସେମାନଙ୍କୁ ବାପଦାଦା ବିଶେଷ ଭାବରେ ୟାଦପ୍ୟାର ଦେଉଛନ୍ତି । ଏମିତି ତ ନିଜ
ନିଜର ସେବା ଆଧାରରେ ପ୍ରତ୍ୟେକ ସନ୍ତାନ ବ୍ୟକ୍ତିଗତ ଭାବରେ ବରଦାନର ପାତ୍ର ହେଉଛନ୍ତି କିନ୍ତୁ
ବିଶେଷ ଭାବରେ ଭାରତରେ ପଦଯାତ୍ରାରେ ଚାଲୁଥିବା ସବୁ ପିଲାମାନଙ୍କୁ ଏବଂ ବିଦେଶ ସେବାରେ ନିମିତ୍ତ
ହେଉଥିବା ପିଲାମାନଙ୍କୁ ଏବଂ ମଧୁବନରେ ଶ୍ରେଷ୍ଠ ସେବାରେ ନିମିତ୍ତ ହେଉଥିବା ମଧୁବନ ନିବାସୀ
ପିଲାମାନଙ୍କୁ, ତାଙ୍କ ସହିତ ଯେଉଁମାନେ ବି ଭାରତବାସୀ ପିଲାମାନେ ପଦଯାତ୍ରୀମାନଙ୍କୁ
ଉମଙ୍ଗ-ଉତ୍ସାହ ଦେବାରେ ନିମିତ୍ତ ହୋଇଛନ୍ତି, ସେହି ସମସ୍ତ ପିଲାମାନଙ୍କୁ ବିଶେଷ ୟାଦପ୍ୟାର ଦେବା
ସହିତ ବାପଦାଦା ସେବାର ସଫଳତାର ଅଭିନନ୍ଦନ ଦେଉଛନ୍ତି । ପ୍ରତ୍ୟେକ ସ୍ଥାନରେ ପିଲାମାନେ ମେହନତ ତ
କରୁଛନ୍ତି କିନ୍ତୁ ଯେଉଁମାନେ ଏହି ବିଶେଷ କାର୍ଯ୍ୟରେ ନିମିତ୍ତ ହେଲେ ସେମାନଙ୍କର ବିଶେଷ ପୂଣ୍ୟ
ଜମା ହୋଇଗଲା । ପ୍ରତ୍ୟେକ ଦେଶ, ଯେପରିକି ମରିଶସ୍, ନୈରୋବୀ, ଆମେରିକା ଇତ୍ୟାଦି ଉଦାହରଣ ରୂପରେ
ପ୍ରସ୍ତୁତ ହେଉଛନ୍ତି ଏବଂ ଏହି ଉଦାହରଣ ସ୍ୱରୂପ ଦେଶମାନେ ଆଗକୁ ବାବାଙ୍କୁ ପ୍ରତ୍ୟକ୍ଷ କରିବାରେ
ସହଯୋଗୀ ହେବେ । ଆମେରିକାବାଲା ମଧ୍ୟ କମ କରିନାହାଁନ୍ତି । ଗୋଟିଏ ଗୋଟିଏ ଛୋଟ ଛୋଟ ସ୍ଥାନ ମଧ୍ୟ
ନିଜ ନିଜର ଶକ୍ତି ଅନୁସାରେ ଉମଙ୍ଗ-ଉତ୍ସାହର ସହିତ ଯେତିକି କରିଛନ୍ତି ବହୁତ କରିଛନ୍ତି । ବିଦେଶରେ
ଅଧିକାଂଶ ସ୍ଥାନରେ ପୁଣି ବି ଖ୍ରୀଷ୍ଟିୟାନମାନଙ୍କର ତ ରାଜ୍ୟ ଚାଲିଛି ନା । ଯଦିଓ ଏବେ ଧର୍ମର
ଶକ୍ତି ସମାପ୍ତ ହୋଇଗଲାଣି କିନ୍ତୁ ଧର୍ମକୁ ତ ଛାଡି ନାହାଁନ୍ତି । ଚର୍ଚକୁ ଯିବା ଛାଡି ଦେଲେଣି
କିନ୍ତୁ ଧର୍ମକୁ ଛାଡି ନାହାଁନ୍ତି ସେଥିପାଇଁ ପୋପ ମଧ୍ୟ ସେଠାରେ ରାଜା ସହିତ ସମାନ । ଯେହେତୁ
ରାଜା ନିକଟରେ ପହଞ୍ଚି ଯାଇଛ ତେଣୁ ପ୍ରଜାମାନେ ମଧ୍ୟ ଆପେ ଆପେ ସମ୍ମାନ ଦେବେ । ଯେଉଁମାନେ କଟ୍ଟର
ଖ୍ରୀଷ୍ଟିୟାନ ଅର୍ଥାତ୍ କେବଳ ନିଜ ଧର୍ମ ବ୍ୟତୀତ ଅନ୍ୟ କାହାକୁ ସମ୍ମାନ ଦିଅନ୍ତି ନାହିଁ,
ସେମାନଙ୍କ ପାଇଁ ମଧ୍ୟ ଏହି ଦୃଷ୍ଟାନ୍ତ ବହୁତ ଭଲ କାମ କରିବ । ଏହା ଖ୍ରୀଷ୍ଟିୟାନମାନଙ୍କର ସେବା
କରିବା ପାଇଁ ନିମିତ୍ତ ହେବ । ଶ୍ରୀକୃଷ୍ଣଙ୍କ ସହିତ ଖ୍ରୀଷ୍ଟିୟାନଙ୍କର ସମ୍ପର୍କ ଅଛି ନା (କଳୀରେ
ଖ୍ରୀଷ୍ଟିୟାନଙ୍କର ରାଜ୍ୟ, ସତ୍ୟରେ ଶ୍ରୀକୃଷ୍ଣଙ୍କର ରାଜ୍ୟ) ଭାରତର ବାତାବରଣ ପୁଣି ବି ଅଲଗା ।
ସେମାନଙ୍କର ସିକ୍ୟୁରିଟୀ ଅର୍ଥାତ୍ ସୁରକ୍ଷା ବ୍ୟବସ୍ଥାର କାଇଦା କଟକଣା ବହୁତ, କିନ୍ତୁ ପୋପ ଯଦି
ଆଦରର ସହିତ ମିଶିପାରିଲେ ତେବେ ବହୁତ ଭଲ ହେଲା । ମର୍ଯ୍ୟାଦାପୂର୍ବକ ସମୟ ଦେବା, ବିଧିପୂର୍ବକ
ମିଶିବାରେ ମଧ୍ୟ ପ୍ରଭାବ ପଡିଥାଏ । ଏଥିରୁ ପ୍ରମାଣିତ ହେଉଛି ପ୍ରତ୍ୟକ୍ଷତାର ସମୟ ଏବେ ନିକଟତର ।
ଲଣ୍ଡନରେ ମଧ୍ୟ ବିଦେଶ ହିସାବରେ ବହୁତ ଭଲ ସଂଖ୍ୟାରେ ପିଲାମାନେ ବାହାରିଛନ୍ତି ଏବଂ ସେମାନଙ୍କର
ମଧ୍ୟ ମୁରଲୀ ପ୍ରତି ବିଶେଷ ସ୍ନେହ ଅଛି, ଏସବୁ ହେଲା ମୁଳଦୁଆ । ଏଥିରେ ଲଣ୍ଡନ ପ୍ରଥମ ନମ୍ବରରେ
ଅଛି । କିଛି ବି ହୋଇଯାଉ ମୁରଲୀ କ୍ଲାସ କେବେ ବି ମିସ୍ କରିବେ ନାହିଁ । ଅମୃତବେଳା ୪ଟା ସମୟରେ
ଯୋଗ ଏବଂ ମୁରଲୀ କ୍ଲାସର ମହତ୍ୱ ସବୁଠାରୁ ଅଧିକ ଲଣ୍ଡନରେ ଅଛି । ଏହାର କାରଣ ମଧ୍ୟ ସ୍ନେହ ।
ସ୍ନେହ କାରଣରୁ ହିଁ ଆକର୍ଷିତ ହୋଇ ଆସୁଛନ୍ତି । ବାତାବରଣକୁ ଶକ୍ତିଶାଳୀ କରିବା ଉପରେ ବହୁତ ଅଧିକ
ଧ୍ୟାନ ଦେଉଛନ୍ତି । ଏମିତି ବି ଯେଉଁମାନେ ସବୁ ଦୂର ଦୂରଦେଶରେ ଅଛନ୍ତି ସେଠାରେ ବାତାବରଣକୁ ଠିକ୍
ରଖିବାକୁ ହିଁ ସେମାନେ ସାହାରା ମନେ କରୁଛନ୍ତି । ଚାହେଁ ସେବାକେନ୍ଦ୍ରର ବାତାବରଣ ହେଉ ବା ନିଜର
। ଯଦି ଟିକିଏ ବି କିଛି ଛୋଟ ମୋଟ ପରିସ୍ଥିତି ଆସିଗଲା ତେବେ ତୁରନ୍ତ ନିଜକୁ ଚେକ୍ କରି ବାତାବରଣକୁ
ଶକ୍ତିଶାଳୀ କରିବାରେ ଅଧିକ ଧ୍ୟାନ ଦେଇଥା’ନ୍ତି । ସେଠାରେ ବାତାବରଣକୁ ଶକ୍ତିଶାଳୀ କରିବାର ବହୁତ
ଭଲ ଲକ୍ଷ ରଖିଛନ୍ତି । ଛୋଟ ଛୋଟ କଥାରେ ବାତାବରଣକୁ ଖରାପ କରନ୍ତି ନାହିଁ । ଭାବନ୍ତି ବାତାବରଣ
ଯଦି ଶକ୍ତିଶାଳୀ ନ ରହିବ ତେବେ ସେବାରେ ସଫଳତା ମିଳିପାରିବ ନାହିଁ ସେଥିପାଇଁ ଏଥିପ୍ରତି ଅଧିକ
ଧ୍ୟାନ ଦିଅନ୍ତି । ନିଜର ପୁରୁଷାର୍ଥର ମଧ୍ୟ ଏବଂ ସେବାକେନ୍ଦ୍ରର ବାତାବରଣ ପ୍ରତି ମଧ୍ୟ ବିଶେଷ
ଧ୍ୟାନ ଦେଇଥା’ନ୍ତି । ସାହସ ଏବଂ ଉତ୍ସାହରେ କିଛି କମ୍ ନୁହଁନ୍ତି ।
ଯେଉଁଠାରେ ବି ନିମିତ୍ତ ହୋଇଥିବା ବିଶେଷ ଆତ୍ମାମାନେ ପାଦ ଦେଇଥା’ନ୍ତି ସେଠାରେ ନିଶ୍ଚିତ ଭାବରେ
ବ୍ରାହ୍ମଣମାନଙ୍କୁ ହିଁ ବିଶେଷ ପ୍ରାପ୍ତି ହୋଇଥାଏ ତା’ ସହିତ ସେହି ଦେଶକୁ ମଧ୍ୟ ହୋଇଥାଏ ।
ଆତ୍ମାମାନଙ୍କୁ ସନ୍ଦେଶ ମଧ୍ୟ ମିଳିଯାଏ ଏବଂ ବ୍ରାହ୍ମଣମାନଙ୍କ ଭିତରେ ବିଶେଷ ଭାବରେ ଶକ୍ତିର
ବୃଦ୍ଧି ହୋଇଥାଏ ତା’ ସହିତ ପାଳନା ମଧ୍ୟ ମିଳିଥାଏ । ସାକାର ରୂପରେ ବିଶେଷ ପାଳନା ପାଇବା ଦ୍ୱାରା
ସମସ୍ତେ ଖୁସି ହୋଇଥା’ନ୍ତି ଏବଂ ସେହି ଖୁସିରେ ସେବାରେ ଆଗେଇ ଚାଲନ୍ତି ଏବଂ ସଫଳତା ମଧ୍ୟ
ପ୍ରାପ୍ତ କରନ୍ତି । କାରଣ ଦୂରଦେଶରେ ରହୁଥିବା ପିଲାମାନଙ୍କ ପାଇଁ ପାଳନା ତ ଜରୁରୀ ଅଟେ ନା,
ପାଳନା ପାଇବା ଦ୍ୱାରା ଉଡିବାକୁ ଲାଗନ୍ତି । ଯେଉଁମାନେ ମଧୁବନକୁ ଆସିପାରୁ ନାହାଁନ୍ତି ସେମାନେ
ସେହିଠାରେ ବସି ମଧୁବନର ଅନୁଭବ କରିଥା’ନ୍ତି । ଯେପରି ଏଠାରେ ସଂଗମଯୁଗର ଏବଂ ସ୍ୱର୍ଗ ଦୁନିଆର
ଉଭୟର ଅନୁଭବ କରୁଛନ୍ତି ସେହିପରି ଡ୍ରାମା ଅନୁସାରେ ବିଦେଶକୁ ଯିବାର ଯେଉଁ ପାର୍ଟ ନିଧାର୍ଯ୍ୟ ଅଛି
ତାହା ମଧ୍ୟ ଆବଶ୍ୟକ ଏବଂ ସେଥିରେ ସଫଳତା ମଧ୍ୟ ରହିଛି । ପ୍ରତ୍ୟେକ ବିଦେଶୀ ନିଜ ନିଜର ନାମ ସହିତ
ବିଶେଷ ସେବାର ଅଭିନନ୍ଦନ ଏବଂ ସଫଳତାର ପ୍ରତିଦାନ ରୂପରେ ୟାଦପ୍ୟାର ସ୍ୱୀକାର କରନ୍ତୁ । ବାବାଙ୍କ
ସମ୍ମୁଖରେ ତ ପ୍ରତ୍ୟେକ ସନ୍ତାନ ପ୍ରତ୍ୟକ୍ଷ ରୂପରେ ଅଛନ୍ତି । ପ୍ରତ୍ୟେକ ଦେଶର ପ୍ରତ୍ୟେକ
ସନ୍ତାନ ଦୃଷ୍ଟିକୁ ଆସି ଯାଉଛନ୍ତି । ପ୍ରତ୍ୟେକ ସନ୍ତାନକୁ ବାପଦାଦା ୟାଦପ୍ୟାର ମଧ୍ୟ ଦେଉଛନ୍ତି
। ଯେଉଁମାନେ ବିଶେଷ ଭାବରେ ମଧୁବନ ଏବଂ ବାବାଙ୍କ ଠାରୁ ଦୂରରେ ଥିବା କାରଣରୁ ବିରହର ଯନ୍ତ୍ରଣା
ଅନୁଭବ କରୁଛନ୍ତି ସେମାନଙ୍କର ଚମତ୍କାରୀକୁ ଦେଖି ବାପଦାଦା ସଦାସର୍ବଦା ପିଲାମାନଙ୍କ ଉପରେ
ସ୍ନେହର ପୁଷ୍ପ ବର୍ସା କରୁଛନ୍ତି । ଦେଖୁଛନ୍ତି ସେମାନଙ୍କର ବୁଦ୍ଧିବଳ କେତେ ପ୍ରଖର । ଅନ୍ୟ
କୌଣସି ବିମାନ ନଥିଲେ ମଧ୍ୟ ବୁଦ୍ଧିରୂପୀ ବିମାନ ବହୁତ ପ୍ରଖର ଅଛି । ସେମାନଙ୍କର ବୁଦ୍ଧିବଳ ପାଇଁ
ମଧ୍ୟ ହର୍ଷିତ ହେଉଛନ୍ତି । କାରଣ ପ୍ରତ୍ୟେକ ସ୍ଥାନର ବିଶେଷତା ଅଲଗା ଅଲଗା । ସିନ୍ଧୀ ଲୋକମାନେ
ମଧ୍ୟ ବର୍ତ୍ତମାନ ନିକଟକୁ ଆସୁଛନ୍ତି । ଯାହା ଆରମ୍ଭ ସମୟରେ ହୋଇଥିଲା ତାହା ଅନ୍ତ ସମୟରେ ତ
ନିଶ୍ଚିତ ହେବ ।
ଲୋକମାନଙ୍କ ମନରେ ଯେଉଁ ଭ୍ରାନ୍ତି ରହିଛି ଯେ ଏମାନେ କୌଣସି ସମାଜ ସେବାର କାର୍ଯ୍ୟ କରୁନାହାଁନ୍ତି
ତାହା ମଧ୍ୟ ଏହି ପଦଯାତ୍ରାକୁ ଦେଖି ସମାପ୍ତ ହୋଇଯାଉଛି । ଏବେ କ୍ରାନ୍ତି ଅର୍ଥାତ୍
ମହାପରିବର୍ତ୍ତନର ପ୍ରସ୍ତୁତି ଜୋରଶୋରରେ ଚାଲିଛି ।
ଦିଲ୍ଲୀ ନିବାସୀ ମଧ୍ୟ ପଦଯାତ୍ରୀ ମାନଙ୍କର ଆବାହନ କରୁଛନ୍ତି, ଏତେ ସବୁ ବ୍ରାହ୍ଣଣମାନେ ଘରକୁ
ଆସିବେ । ଏହିଭଳି ବ୍ରାହ୍ମଣ ଅତିଥି ତ ଭାଗ୍ୟବାନ ଲୋକମାନଙ୍କ ଘରକୁ ଆସିଥା’ନ୍ତି । ଦିଲ୍ଲୀରେ ତ
ସମସ୍ତଙ୍କର ଅଧିକାର ଅଛି । ଅଧିକାରୀଙ୍କୁ ସତ୍କାର ତ ଦେବାକୁ ହିଁ ପଡିବ । ଦିଲ୍ଲୀରୁ ହିଁ ସାରା
ବିଶ୍ୱରେ ନାମ ବିଖ୍ୟାତ ହେବ । ନିଜ ନିଜ ଅଞ୍ଚଳରେ ତ ସେବା ସମସ୍ତେ କରୁଛନ୍ତି କିନ୍ତୁ ଦେଶ ଭିତରେ
ଏବଂ ବିଦେଶରେ ମଧ୍ୟ ଦିଲ୍ଲୀର ହିଁ ଟି.ଭି. ବା ରେଡିଓ ବିଶେଷ ଭାବରେ ପ୍ରତ୍ୟକ୍ଷ କରିବାରେ
ନିମିତ୍ତ ହେବେ ।
ଦାଦୀ ନିର୍ମଳା
ଶାନ୍ତାଙ୍କ ସହିତ:-
ଏହା ହେଉଛି ଆଦି
ରତ୍ନମାନଙ୍କର ଚିହ୍ନ ଯାହାକି ହାଁ ଜୀ ର ପାଠକୁ ସର୍ବଦା ମନ ଭିତରେ ରଖି ଶରୀରକୁ ଶକ୍ତି ପ୍ରଦାନ
କରି ଏଠାରେ ପହଞ୍ଚି ଯାଇଛନ୍ତି । ଏହିଭଳି ସଂସ୍କାର ଆଦିରତ୍ନ ଆତ୍ମାମାନଙ୍କ ଭିତରେ ସ୍ୱାଭାବିକ
ଭାବରେ ଅଛି । କେବେହେଲେ ସେମାନେ ନାଁ ବୋଲି କହିବେ ନାହିଁ । ସବୁବେଳେ ହାଁ ଜୀ ଏବଂ ଏହି ହାଁ ଜୀ
କରିବାର ସଂସ୍କାର ହିଁ ସେମାନଙ୍କୁ ବିଶେଷ ଆତ୍ମା କରିଦେଇଛି ସେଥିପାଇଁ ବାପଦାଦା ମଧ୍ୟ ଖୁସି
ହେଉଛନ୍ତି । କନ୍ୟା ସାହସ ରଖିବା କାରଣରୁ ବାବା ତାଙ୍କୁ ସହଯୋଗ ଦେଇ ସ୍ନେହ ମିଳନ କରିବାର ଫଳ
ଦେଇଛନ୍ତି । (ଦାଦୀଜୀଙ୍କୁ) ସମସ୍ତଙ୍କୁ ସେବାର ଉମଙ୍ଗ-ଉତ୍ସାହର ଅଭିନନ୍ଦନ ଦେବ । ଯେହେତୁ
ପିଲାମାନେ ସର୍ବଦା ଖୁସିର ଝୁଲଣାରେ ଝୁଲିବାରେ ଲାଗିଛନ୍ତି, ଖୁସି ଖୁସିରେ ସେବା ଦ୍ୱାରା
ପ୍ରତ୍ୟକ୍ଷତାର ଲଗନର ସହିତ ଆଗକୁ ବଢି ଚାଲିଛନ୍ତି ସେଥିପାଇଁ ବାପଦାଦା ଶୁଦ୍ଧ ଏବଂ ଶ୍ରେଷ୍ଠ
ସଂକଳ୍ପ କରିବାର ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଚାରଲୀ (ଅଷ୍ଟ୍ରେଲିଆ), କେନ୍ (ବ୍ରାଜିଲ୍) ଆଦି
ଯେଉଁ ସବୁ ପିଲାମାନେ ସେବାର ପ୍ରଥମ ଫଳ ରୂପରେ ବାହାରିଛନ୍ତି ସେମାନେ ବହୁତ ଭଲ ଭାବରେ ସେବାର
ପ୍ରତିଦାନ ଦେଉଛନ୍ତି । ନିର୍ମାନତା ଅର୍ଥାତ୍ ନମ୍ରତା ହିଁ ନିର୍ମାଣର କାର୍ଯ୍ୟ ସହଜରେ କରିଥାଏ ।
ଯେପର୍ଯ୍ୟନ୍ତ ନିର୍ମାନ ହୋଇନାହଁ ସେପର୍ଯ୍ୟନ୍ତ ନିର୍ମାଣର କାର୍ଯ୍ୟ ଅର୍ଥାତ୍ ଗଢିବାର କାର୍ଯ୍ୟ
କରିପାରିବ ନାହିଁ । ଏମାନେ ନିଜକୁ ବହୁତ ଭଲ ପରିବର୍ତ୍ତନ କରିଛନ୍ତି । ସମସ୍ତଙ୍କ କଥାକୁ ଶୁଣିବା,
ନିଜ ଭିତରେ ସମାହିତ କରିନେବା ଏବଂ ସମସ୍ତଙ୍କୁ ସ୍ନେହ ଦେବା, ଏହା ହିଁ ହେଉଛି ସଫଳତାର ଆଧାର ।
ତେବେ ବହୁତ ଭଲ ଉନ୍ନତି କରିଛନ୍ତି, ନୂଆ ନୂଆ ପାଣ୍ଡବମାନେ ଅର୍ଥାତ୍ ଭାଇମାନେ ମଧ୍ୟ ବହୁତ
ପରିଶ୍ରମ କରୁଛନ୍ତି । ନିଜ ଭିତରେ ବହୁତ ଭଲ ପରିବର୍ତ୍ତନ ଆଣିପାରିଛନ୍ତି । ସବୁଆଡେ ବହୁତ ଭଲ
ବୃଦ୍ଧି ମଧ୍ୟ କରୁଛନ୍ତି । ଏବେ ଆହୁରି ଅଧିକ ନବୀନତା କରିବାର ଯୋଜନା କର । ସମସ୍ତଙ୍କର
ପରିଶ୍ରମର ଫଳ ଅତିକମରେ ତ ଏତିକି ମିଳିଲା ଯାହାକି ପୂର୍ବରୁ ତ ଶୁଣୁ ହିଁ ନଥିଲେ । ସେମାନେ ଏବେ
ନିକଟକୁ ଆସି ବ୍ରାହ୍ଣଣ ହେଉଛନ୍ତି । ଏବେ ଆହୁରି ଅଧିକ ପ୍ରତ୍ୟକ୍ଷତା କରିବାର କୌଣସି ନା କୌଣସି
ନୂତନ ସେବାର ସାଧନ ମଧ୍ୟ ବାହାରିବ । ବ୍ରାହ୍ମଣମାନଙ୍କର ସଂଗଠନ ମଧ୍ୟ ବହୁତ ଭଲ ଅଛି । ଏବେ ତ
ସେବାରେ ବୃଦ୍ଧି ହୋଇ ଚାଲିଛି । ଥରେ ଯଦି ସେବାରେ ବୃଦ୍ଧି ହେବା ଆରମ୍ଭ ହୋଇଗଲା ତେବେ ତାହାର ଏକ
ବାତାବରଣ ନିର୍ମାଣ ହୋଇଯାଏ ଯାହାକି ଆଗକୁ ବଢିଚାଲିଥାଏ । ଆଚ୍ଛା!
ରଦାନ:-
ସଂଗଠନ ରୂପୀ
କିଲା ଅର୍ଥାତ୍ ଦୁର୍ଗକୁ ମଜବୁତ କରୁଥିବା ସମସ୍ତଙ୍କର ସ୍ନେହୀ ଏବଂ ସନ୍ତୁଷ୍ଟ ଆତ୍ମା ହୁଅ ।
ସଂଗଠନର ଶକ୍ତି ବିଶେଷ ଶକ୍ତି ଅଟେ । ଏକମତରେ ଚାଲୁଥିବା ସଂଗଠନରୂପୀ କିଲାକୁ କେହି ବି ହଲଚଲ୍
କରିପାରିବ ନାହିଁ କିନ୍ତୁ ଏହାର ଆଧାର ହେଲା ପରସ୍ପର ପ୍ରତି ସ୍ନେହ ରଖି ସମସ୍ତଙ୍କୁ ସମ୍ମାନ ଦେବା
ଏବଂ ନିଜେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରିବା । ନା କେହି ହଲଚଲ୍ ହୁଅନ୍ତୁ ନା କେହି
କାହାକୁ ହଲଚଲ୍ କରନ୍ତୁ । ଯଦି ସମସ୍ତେ ପରସ୍ପରକୁ ଶୁଭଭାବନା ଏବଂ ଶୁଭକାମନାର ସହଯୋଗ ଦେଇ ଚାଲିବେ
ତେବେ ସଂଗଠନ ରୂପୀ କିଲା ମଜବୁତ ହୋଇଯିବ ଏବଂ ସଂଗଠନର ଶକ୍ତି ହିଁ ବିଜୟ ପ୍ରାପ୍ତ କରିବାର ବିଶେଷ
ଆଧାର ସ୍ୱରୂପ ଅଟେ ।
ସ୍ଲୋଗାନ:-
ଯେତେବେଳେ
ପ୍ରତ୍ୟେକ କର୍ମ ଯଥାର୍ଥ ଏବଂ ଯୁକ୍ତିଯୁକ୍ତ ହୋଇଯିବ ସେତେବେଳେ କୁହାଯିବ ପବିତ୍ର ଆତ୍ମା ।
ଅବ୍ୟକ୍ତ ସ୍ଥିତିର
ଅନୁଭବ କରିବା ପାଇଁ ହୋମୱାର୍କ:-
(୧୯)
ବ୍ରହ୍ମାବାବା ଯେପରି ନିଜର ନିଶ୍ଚୟ ଆଧାରରେ, ଆତ୍ମିକ ନିଶା ବା ଖୁସି ଆଧାରରେ, ନିଶ୍ଚିତ
ଭବିଷ୍ୟତ ଅର୍ଥାତ୍ ବିନାଶ ସୁନିଶ୍ଚିତ ଜାଣି ଗୋଟିଏ ସେକେଣ୍ଡରେ ସବୁ କିଛି ସଫଳ କରିଦେଲେ, ନିଜ
ପାଇଁ କିଛି ବି ରଖି ନଥିଲେ ସେହିଭଳି ବ୍ରହ୍ମାବାବାଙ୍କ ପ୍ରତି ସ୍ନେହର ପ୍ରତୀକ ରୂପରେ ସବୁ କିଛି
ସଫଳ କର । ସଫଳ କରିବାର ଅର୍ଥ ହେଲା ଶ୍ରେଷ୍ଠ କାର୍ଯ୍ୟରେ ଲଗାଇବା ।