27.01.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
କେବେ ବି ଆଇନ୍କୁ ନିଜ
ହାତକୁ ନିଅ ନାହିଁ, ଯଦି କାହାର ଭୁଲ ହେଉଛି ତେବେ ବାବାଙ୍କୁ ଜଣାଇଦିଅ, ବାବା ତାଙ୍କୁ ସାବଧାନୀ
କରିଦେବେ ” ।
ପ୍ରଶ୍ନ:-
ବାବା କେଉଁ
କଣ୍ଟ୍ରାକ୍ଟ ଅର୍ଥାତ୍ ଠିକା ନେଇଛନ୍ତି?
ଉତ୍ତର:-
ପିଲାମାନଙ୍କର ଅବଗୁଣକୁ ସମାପ୍ତ କରିବାର ଠିକା ଏକମାତ୍ର ବାବା ହିଁ ନେଇଛନ୍ତି । ବାବା
ପିଲାମାନଙ୍କର ଅବଗୁଣ ଗୁଡିକୁ ଶୁଣି ସେଗୁଡିକୁ ସମାପ୍ତ କରିବା ପାଇଁ ସ୍ନେହର ସହିତ ବୁଝାଉଛନ୍ତି
। ଯଦି ତୁମମାନଙ୍କୁ କାହାର ଅବଗୁଣ ଦେଖାଯାଉଛି ତେବେ ବି ତୁମେ ଆଇନକୁ ନିଜ ହାତକୁ ନିଅ ନାହିଁ ।
ଆଇନକୁ ହାତକୁ ନେବା ଅର୍ଥାତ୍ କାହାକୁ ଦଣ୍ଡ ଦେବା, ଏହା ମଧ୍ୟ ଭୁଲ୍ ଅଟେ ।
ଓମ୍ ଶାନ୍ତି ।
ମିଠା ମିଠା
ସନ୍ତାନମାନେ ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସିଛନ୍ତି । ପିଲାମାନେ ଜାଣିଛନ୍ତି -
ବେହଦର ବାବାଙ୍କଠାରୁ ବେହଦ ବିଶ୍ୱର ବାଦଶାହୀ ନେବାର ଅଛି । ଏକଥା କେବେ ଭୂଲିବା ଉଚିତ୍ ନୁହେଁ
କିନ୍ତୁ ପିଲାମାନେ ଭୂଲି ଯାଉଛନ୍ତି, ମାୟା ଭୂଲାଇ ଦେଉଛି । ଯଦି ଭୁଲାଉ ନ ଥାଆନ୍ତା ତେବେ ବହୁତ
ଖୁସିରେ ରହୁଥାଆନ୍ତେ । ବାବା ବୁଝାଉଛନ୍ତି - ପିଲାମାନେ, ଏହି ବ୍ୟାଜ୍କୁ ବାରମ୍ବାର ଦେଖୁଥାଅ
ଏବଂ ଚିତ୍ର ଗୁଡିକୁ ମଧ୍ୟ ଦେଖୁଥାଅ । ଚାଲିବା ବୁଲିବା ବେଳେ ମଧ୍ୟ ବ୍ୟାଜକୁ ଦେଖୁଥାଅ ତେବେ
ଜଣାପଡିବ ଯେ, ବାବାଙ୍କ ଦ୍ୱାରା ବାବାଙ୍କ ସ୍ମୃତିରେ ଆମେ ଏହିଭଳି (ଲକ୍ଷ୍ମୀ-ନାରାୟଣ) ହେବାକୁ
ଯାଉଛୁ । ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଏହା ହିଁ ହେଉଛି ଜ୍ଞାନ ମିଳିବାର ସମୟ
। ବାବା କହୁଛନ୍ତି, ମିଠା ମିଠା ସନ୍ତାନମାନେ, ବାବା ରାତି ଦିନ ମିଠା ମିଠା କହି ଚାଲିଛନ୍ତି ।
ପିଲାମାନେ କହିପାରିବେ ନାହିଁ ମିଠା ମିଠା ବାବା! କହିବା ତ ଉଭୟଙ୍କୁ ଦରକାର କାରଣ ଉଭୟ ମିଠା
ଅଟନ୍ତି ନା । ସେ ହେଲେ ବେହଦର ବାପଦାଦା । କିନ୍ତୁ କେହି କେହି ଏଭଳି ଦେହ-ଅଭିମାନୀ ଥାଆନ୍ତି
ସେମାନେ କେବଳ ଶିବବାବାଙ୍କୁ ହିଁ ମିଠା ମିଠା କହିଥା’ନ୍ତି । କେହି କେହି ତ କ୍ରୋଧରେ ଆସି କେବେ
କେବେ ବାପଦାଦାଙ୍କୁ ମଧ୍ୟ କିଛି ନା କିଛି କହି ଦେଉଛନ୍ତି । ଯଦି ବାବାଙ୍କୁ କହିଲ ତେବେ ଦାଦାଙ୍କୁ
ମଧ୍ୟ କହିଲ, କଥା ତ ଗୋଟିଏ । କେବେ ବ୍ରାହ୍ମଣୀଙ୍କ ଉପରେ, କେବେ ନିଜ ଭିତରେ ମଧ୍ୟ ନାରାଜ
ହୋଇଯାଉଛନ୍ତି । ତେଣୁ ବେହଦର ବାବା ଆସି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ଗାଁ ଗହଳିରେ ମଧ୍ୟ
ପିଲାମାନେ ବହୁତ ଅଛନ୍ତି । ବାବା ସମସ୍ତଙ୍କୁ ଚିଠି ଲେଖିଥାଆନ୍ତି । ତୁମ ପାଇଁ ଅଭିଯୋଗ ଆସିଛି
ତୁମେ କ୍ରୋଧ କରୁଛ । ତେବେ ବାବା ସେମାନଙ୍କୁ ଦେହ-ଅଭିମାନୀ ବୋଲି କହିବେ ନା । ବାବା ସମସ୍ତଙ୍କୁ
କହୁଛନ୍ତି ପିଲାମାନେ, ଦେହୀ-ଅଭିମାନୀ ହୁଅ । କିନ୍ତୁ ସମସ୍ତଙ୍କର ଅବସ୍ଥା ତଳ ଉପର ହେଉଛି ।
ସେଥିରେ ମଧ୍ୟ ମାୟା ଯାହାକୁ ସମର୍ଥ ବା ଶକ୍ତିଶାଳୀ ଦେଖିଥାଏ ତା ସହିତ ହିଁ ଲଢେଇ କରିଥାଏ ।
ମହାବୀର ହନୁମାନଙ୍କ ପାଇଁ ମଧ୍ୟ ଦେଖାଇଛନ୍ତି ଯେ, ମାୟା ତାଙ୍କୁ ମଧ୍ୟ ହଲାଇବା ପାଇଁ ଚେଷ୍ଟା
କରିଥିଲା । ବାସ୍ତବରେ ଏହି ସମୟରେ ହିଁ ମାୟା ସମସ୍ତଙ୍କର ପରୀକ୍ଷା ନେଇଥାଏ । ମାୟାଠାରୁ
ହାର-ଜିତ ସମସ୍ତଙ୍କର ହେଉଛି । ଏହି ଲଢାଇରେ ସ୍ମୃତି-ବିସ୍ମୃତି ସବୁ ହୋଇଥାଏ । ଯିଏ ଯେତେ
ସ୍ମୃତିରେ ରହିଥା’ନ୍ତି, ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଚେଷ୍ଟା କରିଥା’ନ୍ତି ସେହିମାନେ ଭଲ
ପଦ ପାଇପାରିବେ । ବାବା ଆସିଛନ୍ତି ପିଲାମାନଙ୍କୁ ପାଠ ପଢାଇବା ପାଇଁ ଏବଂ ଏବେ ପଢାଉଛନ୍ତି ମଧ୍ୟ
। ତେଣୁ ତୁମମାନଙ୍କୁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ କାରଣ ଶ୍ରୀମତ ଅନୁସାରେ ଚାଲିଲେ ହିଁ
ଶ୍ରେଷ୍ଠ ହେବ । ଏଥିରେ କାହା ଉପରେ ବିଗିଡିବାର କୌଣସି କଥା ନାହିଁ । ବିଗିଡିବା ଅର୍ଥାତ୍ କ୍ରୋଧ
କରିବା । ଯଦି କେହି କିଛି ଭୂଲ କରୁଛନ୍ତି ତେବେ ବାବାଙ୍କୁ ଜଣାଇ ଦେବା ଦରକାର । ନିଜେ କାହାକୁ
କିଛି କହିବା ଉଚିତ୍ ନୁହେଁ । ତାହା ଯେମିତି ଆଇନକୁ ହାତକୁ ନେବା ଅଟେ । ସରକାର ମଧ୍ୟ କାହାକୁ
ଆଇନକୁ ହାତକୁ ନେବାକୁ ଦିଏ ନାହିଁ । କେହି ଯଦି କାହାକୁ ମୁଥି ମାରିଲେ ତେବେ ତାଙ୍କୁ ସିଏ
ମୁଥିମାରି ପାରିବ ନାହିଁ । ସିଏ ଥାନାରେ ରିପୋର୍ଟ କରିବ ପୁଣି ତାଙ୍କ ଉପରେ ମକଦ୍ଦମା ଚାଲିବ ।
ଏଠାରେ ମଧ୍ୟ କେବେ କାହାକୁ ସମ୍ମୁଖରେ କିଛି ବି କହିବା ଉଚିତ୍ ନୁହେଁ । ସେକଥା ବାବାଙ୍କୁ କୁହ ।
ଏକମାତ୍ର ବାବା ହିଁ ସମସ୍ତଙ୍କୁ ସାବଧାନୀ ଦେଇଥା’ନ୍ତି । ବାବା ତାଙ୍କୁ ବହୁତ ମିଠା ଉପାୟ ବତାଇବେ
। ମିଠା ଭାବରେ ଶିକ୍ଷା ଦେବେ । କିନ୍ତୁ କେହି କେହି ଦେହ-ଅଭିମାନରେ ଆସି ନିଜର ହିଁ ପଦ କମ
କରିଦେଇଥା’ନ୍ତି । ତେବେ ନିଜର କ୍ଷତି କରିବା କ’ଣ ଦରକାର । ସେଥିପାଇଁ ଯେତେ ଦୂର ସମ୍ଭବ
ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇଚାଲ । ବେହଦର ପିତାଙ୍କୁ ବହୁତ ସ୍ନେହରେ ମନେ ପକାଅ,
କାରଣ ବାବା ବିଶ୍ୱର ବାଦଶାହୀ ଦେଉଛନ୍ତି, ସେଥିପାଇଁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ, କାହାର
ନିନ୍ଦା କରିବା ଉଚିତ୍ ନୁହେଁ । ଦେବତାମାନେ କାହାର ନିନ୍ଦା କରିଥା’ନ୍ତି କି? କିନ୍ତୁ ଏମିତି
କେତେକ ପିଲା ଅଛନ୍ତି ଯେଉଁମାନେ ନିନ୍ଦା କରିବା ବିନା ରହିପାରିବେ ନାହିଁ । ସବୁ ସମାଚାର
ତୁମେମାନେ ବାବାଙ୍କୁ କୁହ, ତେବେ ବାବା ବହୁତ ସ୍ନେହରେ ବୁଝାଇବେ! ନଚେତ୍ ସମୟ ନଷ୍ଟ ହୋଇଥାଏ ।
ତୁମେମାନେ କାହାର ନିନ୍ଦା କରିବା ପରିବର୍ତ୍ତେ ବାବାଙ୍କୁ ମନେ ପକାଅ ତେବେ ବହୁତ ବହୁତ ଉପକାର
ହେବ । କାହା ସହିତ ମଧ୍ୟ ବାଦ-ବିବାଦ ନ କରିବା ବହୁତ ଭଲ ।
ତୁମେମାନେ ଏବେ ବହୁତ ଭଲ ଭାବରେ ଜାଣିଛ - ଆମେ ନୂଆ ଦୁନିଆର ରାଜତ୍ୱ ସ୍ଥାପନ କରୁଛୁ । ତେଣୁ ମନ
ଭିତରେ କେତେ ନିଶା ରହିବା ଦରକାର । ମୁଖ୍ୟ କଥା ହେଲା ଯୋଗ ଏବଂ ଦୈବୀଗୁଣ । ପିଲାମାନେ ତ
ସୃଷ୍ଟିଚକ୍ରକୁ ମନେ ପକାଉଛନ୍ତି, ତାହା ତ ସହଜରେ ମନେ ପଡିବ । ଏହା ୮୪ ଜନ୍ମର ଚକ୍ର ଅଟେ ନା ।
ତୁମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମୟ ସୀମାର ଜ୍ଞାନ ଜଣା ଅଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବହୁତ
ସ୍ନେହର ସହିତ ପରିଚୟ ଦେବା ଦରକାର । ବେହଦର ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ରାଜଯୋଗର
ଶିକ୍ଷା ଦେଉଛନ୍ତି । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଏହା ସଂଗମଯୁଗ ଅଟେ, ଯେତେବେଳେ କି ନୂଆ
ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ସମାପ୍ତି ହେଉଛି । ସେଥିପାଇଁ ବାବା ପିଲାମାନଙ୍କୁ
ସାବଧାନ କରିଚାଲିଛନ୍ତି - ସିମର ସିମର ସୁଖ ପାଓ କଲହ କ୍ଲେଶ ମିଟେ ସବ୍ ତନକେ... ଅର୍ଥାତ୍
ବାବାଙ୍କୁ ମନେ ପକାଇଲେ ସବୁ କଷ୍ଟ ଦୂର ହୋଇଯିବ । ଅଧାକଳ୍ପ ପାଇଁ ସବୁ କଷ୍ଟ ସମାପ୍ତ ହୋଇଯିବ ।
ବାବା ସୁଖଧାମର ସ୍ଥାପନା କରୁଛନ୍ତି । ମାୟା ରାବଣ ପୁଣି ଦୁଃଖଧାମ ସ୍ଥାପନ କରୁଛି । ଏକଥା ମଧ୍ୟ
ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ବାବାଙ୍କର ପିଲାମାନଙ୍କ ପ୍ରତି ଆରମ୍ଭରୁ କେତେ
ସ୍ନେହ ରହିଛି । ବାବାଙ୍କୁ ଜଣା ଅଛି ଯେଉଁ ପିଲାମାନେ କାମ ଅଗ୍ନିରେ ବସି କଳା ଅର୍ଥାତ୍ ବିକାରୀ
ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଗୋରା ଅର୍ଥାତ୍ ପବିତ୍ର କରୁଛି । ବାବା ତ ଜ୍ଞାନର ଭଣ୍ଡାର,
ପିଲାମାନେ ଧୀରେ ଧୀରେ ସେହି ଜ୍ଞାନକୁ ଗ୍ରହଣ କରୁଛନ୍ତି । କିନ୍ତୁ ମାୟା ସମସ୍ତଙ୍କୁ ଭୁଲାଇ
ଦେଉଛି, ଖୁସି ଆସିବାକୁ ଦେଉନାହିଁ । ବାସ୍ତବରେ ପିଲାମାନଙ୍କର ଦିନକୁ ଦିନ ଖୁସିର ପାରଦ ଚଢି
ରହିବା ଦରକାର । ସତ୍ୟଯୁଗରେ ସମସ୍ତଙ୍କର ପାରଦ ଚଢି ରହିଥିଲା । ଏବେ ପୁଣି ଯୋଗର ଯାତ୍ରା ଦ୍ୱାରା
ଖୁସିର ପାରଦକୁ ଚଢାଇବାକୁ ହେବ । ତାହା ମଧ୍ୟ ଏବେ ଧୀରେ ଧୀରେ ଚଢିବ । ହାର-ଜିତ ହୋଇ, ପୁଣି
ପୁରୁଷାର୍ଥର କ୍ରମ ଅନୁସାରେ କଳ୍ପ ପୂର୍ବ ଭଳି ନିଜର ପଦ ପାଇଯିବ । ବାକି ସମୟ ତ ସେତିକି ଲାଗିବ,
ଯାହା କଳ୍ପ କଳ୍ପ ଲାଗି ଆସିଛି । ପାସ୍ ମଧ୍ୟ ସେହିମାନେ ହେବେ ଯେଉଁମାନେ କଳ୍ପ କଳ୍ପ ହୋଇଥିବେ ।
ବାପଦାଦା ସାକ୍ଷୀ ହୋଇ ପିଲାମାନଙ୍କର ଅବସ୍ଥାକୁ ଦେଖୁଛନ୍ତି ଏବଂ ଉପଦେଶ ଦେଇ ଚାଲିଛନ୍ତି ।
ବାହାର ସେଣ୍ଟରମାନଙ୍କରେ ରହୁଥିବା ପିଲାମାନେ ଏତେ ରିଫ୍ରେସ୍ ରହିପାରୁ ନାହାଁନ୍ତି । ସେଣ୍ଟରକୁ
ଆସି ପୁଣି ବାହାରର ବାତାବରଣର ପ୍ରଭାବରେ ଆସିଯାଉଛନ୍ତି, ସେଥିପାଇଁ ଏଠାକୁ ପିଲାମାନେ ରିଫ୍ରେସ୍
ହେବା ପାଇଁ ଆସୁଛନ୍ତି । ବାବା ମଧ୍ୟ ଲେଖୁଛନ୍ତି - ପରିବାର ସହିତ ସମସ୍ତଙ୍କୁ ମୋର ସ୍ନେହଭରା
ସ୍ମୃତି ଦେବ । ସେମାନେ ହେଲେ ଦେହଧାରୀ ପିତା । ଇଏ ହେଲେ ବେହଦର ପିତା । ବାବା ଏବଂ ଦାଦା
ଦୁହିଁଙ୍କର ବହୁତ ସ୍ନେହ ରହିଛି କାହିଁକି ନା କଳ୍ପ କଳ୍ପ ବହୁତ ସ୍ନେହଯୁକ୍ତ ସେବା କରୁଛନ୍ତି ଏବଂ
ସମସ୍ତଙ୍କୁ ବହୁତ ସ୍ନେହରେ କରୁଛନ୍ତି । ମନ ଭିତରେ ଦୟା ଆସୁଛି । ଯଦି କେହି ପାଠ ପଢୁନାହାଁନ୍ତି
ବା ଚଳଣିକୁ ଭଲ କରୁନାହାଁନ୍ତି, ଶ୍ରୀମତରେ ଚାଲୁ ନାହାଁନ୍ତି ସିଏ କ’ଣ ପଦ ପାଇବେ । ବାବା ମଧ୍ୟ
କ’ଣ କରିପାରିବେ! ସେଠାରେ (ସେଣ୍ଟରରେ) ଏବଂ ଏଠାରେ (ମଧୁବନରେ) ରହିବା ଭିତରେ ବହୁତ ଫରକ ରହିଛି
। କିନ୍ତୁ ସମସ୍ତେ ତ ଏଠାରେ ରହିପାରିବେ ନାହିଁ । ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚାଲିଛି ।
ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ହୋଇ ଚାଲିଛି । ଏକଥା ମଧ୍ୟ ବାବା ବୁଝାଇଛନ୍ତି -
ଏହି ଆବୁ ସବୁଠାରୁ ମହାନ ତୀର୍ଥ ଅଟେ । ବାବା କହୁଛନ୍ତି ମୁଁ ଏହିଠାରେ ଆସି ସାରା ସୃଷ୍ଟିକୁ ଏବଂ
୫ ତତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରୁଛି । ବାବା କେତେ ସେବା କରୁଛନ୍ତି । କେବଳ ଏକମାତ୍ର ବାବା
ହିଁ ଅଟନ୍ତି ଯିଏକି ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି ଏବଂ ତାହା ମଧ୍ୟ ଅନେକ ଥର କରିଛନ୍ତି ।
ଏକଥା ଜାଣିଲେ ମଧ୍ୟ ପୁଣି ଭୂଲି ଯାଉଛନ୍ତି — ତେଣୁ ବାବା କହୁଛନ୍ତି ମାୟା ବହୁତ ଶକ୍ତିଶାଳୀ ।
ତାର ରାଜ୍ୟ ମଧ୍ୟ ଅଧାକଳ୍ପ ଚାଲୁଛି । ମାୟା ତୁମମାନଙ୍କୁ ହରାଇ ଦେଉଛି ବାବା ପୁଣି ବିଜୟୀ
କରାଉଛନ୍ତି । ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା ମୁଁ ଖସି ପଡିଲି ଅର୍ଥାତ୍ ବିକାରୀ
ହୋଇଗଲି । ବାବା ଲେଖୁଛନ୍ତି ଆଚ୍ଛା ଆଉ ବିକାରଗ୍ରସ୍ଥ ହୁଅ ନାହିଁ । ତଥାପି ମଧ୍ୟ ଖସିପଡୁଛନ୍ତି
। ପୁଣି ଚଢିବା ହିଁ ଛାଡି ଦେଉଛନ୍ତି । କେତେ ବଡ ଚୋଟ ଲାଗିଯାଉଛି । ଏହିଭଳି ଚୋଟ ସମସ୍ତଙ୍କୁ
ଲାଗୁଛି । ତେବେ ପାଠପଢା ଉପରେ ସବୁ କିଛି ନିର୍ଭର କରେ । ପାଠପଢା ଭିତରେ ଯୋଗ ମଧ୍ୟ ରହିଛି ।
ଅମୁକ ମୋତେ ଏହି ବିଷୟରେ ପାଠ ପଢାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ, ବାବା ଆମମାନଙ୍କୁ ପାଠ
ପଢାଉଛନ୍ତି । ଏଠାରେ ତୁମେମାନେ ବହୁତ ରିଫ୍ରେସ୍ ହେଉଛ । ଗାୟନ ମଧ୍ୟ ଅଛି “ନିନ୍ଦା ହମାରୀ ଯୋ
କରେ ମିତ୍ର ହମାରା ସୋ” ଅର୍ଥାତ୍ ଯିଏ ଆମର ନିନ୍ଦୁକ ସିଏ ହିଁ ପ୍ରକୃତ ମିତ୍ର ଅଟେ ।
ଭଗବାନୁଉବାଚ - ମୋର ବହୁତ ଗ୍ଲାନୀ କରୁଛନ୍ତି କିନ୍ତୁ ମୁଁ ଆସି ମିତ୍ର ହେଉଛି । ମୋର କେତେ
ନିନ୍ଦା କରୁଛନ୍ତି, ତଥାପି ମୁଁ ଭାବୁଛି ଏମାନେ ସମସ୍ତେ ମୋର ସନ୍ତାନ । ମୋର ଏମାନଙ୍କ ସହିତ କେତେ
ପ୍ରୀତି ରହିଛି । ନିନ୍ଦା କରିବା ଭଲ ନୁହେଁ । ବର୍ତ୍ତମାନ ତ ବହୁତ ସାବଧାନ ରହିବା ଦରକାର ।
ଭିନ୍ନ ଭିନ୍ନ ଅବସ୍ଥାର ସନ୍ତାନ ଅଛନ୍ତି, ସମସ୍ତେ ପୁରୁଷାର୍ଥ କରୁଛନ୍ତି । କୌଣସି ଭୁଲ୍ ହୋଇଗଲେ
ମଧ୍ୟ ପୁରୁଷାର୍ଥ କରି ଅଭୁଲ ଅର୍ଥାତ୍ ଠିକ୍ ହେବାକୁ ପଡିବ । ମାୟା ସମସ୍ତଙ୍କ ଦ୍ୱାରା ଭୂଲ୍
କରାଇଥାଏ । ଏହା ମଧ୍ୟ ବକ୍ସିଂ ଅଟେ ନା । କେବେ କେବେ ଏଭଳି ଚୋଟ ଲାଗିଥାଏ ଯାହାକି ତଳେ ପକାଇ
ଦେଇଥାଏ । ସେଥିପାଇଁ ବାବା ସାବଧାନୀ ଦେଉଛନ୍ତି - ପିଲାମାନେ ଯଦି ଏଭଳି ହାରିଗଲେ ତେବେ କରିଥିବା
ରୋଜଗାର ସବୁ ସମାପ୍ତ ହୋଇଯିବ । ସେମାନେ ଯେପରି ୫ ମହଲାରୁ ଖସି ପଡିଥା’ନ୍ତି । ପୁଣି କହୁଛନ୍ତି
ବାବା, ଏଭଳି ଭୁଲ୍ ଆଉ କେବେ ହେବ ନାହିଁ । ଏବେ କ୍ଷମା କର । ବାବା କ୍ଷମା କାହିଁକି କରିବେ ।
ବାବା ତ କହୁଛନ୍ତି ପୁରୁଷାର୍ଥ କର । ବାବା ଜାଣିଛନ୍ତି ମାୟା ବହୁତ ଶକ୍ତିଶାଳୀ, ବହୁତଙ୍କୁ
ହରାଇବ । ତେବେ ଟିଚରଙ୍କର କର୍ତ୍ତବ୍ୟ ହେଲା ଭୁଲ ଉପରେ ଶିକ୍ଷା ଦେଇ ଅଭୁଲ କରାଇବା । ଏମିତି ନୁହେଁ
ଯେ କିଏ ଯଦି ଭୁଲ୍ କରିଦେଲେ ତେବେ ତାଙ୍କର ସେହି ଭୁଲ ସବୁବେଳେ ହେଉଥିବ । ନା, ଭଲ ଗୁଣର ଗାୟନ
କରାଯାଇଥାଏ । ଭୁଲ୍ର ଗାୟନ କରାଯାଏ ନାହିଁ । ଅବିନାଶୀ ବୈଦ୍ୟ ତ ଏକମାତ୍ର ବାବା ହିଁ ଅଟନ୍ତି ।
ସେ ଚିକିତ୍ସା କରିଦେବେ । ତୁମେ ପିଲାମାନେ ଆଇନ୍କୁ କାହିଁକି ନିଜ ହାତକୁ ନେଉଛ । କିନ୍ତୁ
ଯେଉଁମାନଙ୍କ ଭିତରେ କ୍ରୋଧର ଅଂଶ ଥିବ ସେମାନେ ଗ୍ଲାନୀ ହିଁ କରି ଚାଲିବେ । ସୁଧାରିବା ହେଲା
ବାବାଙ୍କର କାମ, ସୁଧାରିବାର କାମ କ’ଣ ତୁମମାନଙ୍କର କି! କାହା ଭିତରେ କ୍ରୋଧର ଭୂତ ଅଛି । ଯଦି
କେହି କାହାର ନିନ୍ଦା କରୁଛନ୍ତି ତେବେ ତାହା ହେଲା ଆଇନକୁ ନିଜ ହାତକୁ ନେବା, ଏହା ଦ୍ୱାରା ସେ
ସୁଧୁରିବେ ନାହିଁ । ଆହୁରି ମଧ୍ୟ ଅପଡ ହୋଇଯିବ । ସମ୍ବନ୍ଧ ଖରାପ ହୋଇଯିବ । ସବୁ ପିଲାମାନଙ୍କୁ
ସୁଧାରିବା ପାଇଁ କେବଳ ଜଣେ ବାବା ଅଛନ୍ତି । ଆଇନ୍କୁ ହାତକୁ ନେଇ କାହାର ନିନ୍ଦା କରିବା ଏହା
ବହୁତ ବଡ ଭୁଲ୍ । କିଛି ନା କିଛି ଅବଗୁଣ ତ ସମସ୍ତଙ୍କ ଭିତରେ ଅଛି । ସବୁ ସମ୍ପୂର୍ଣ୍ଣ ତ ହୋଇ
ନାହାଁନ୍ତି । କାହା ଭିତରେ କ’ଣ କାହା ଭିତରେ କ’ଣ ଅବଗୁଣ ଅଛି ସେସବୁକୁ ବାହାର କରିବାର ଠିକା
ବାବା ନେଇଛନ୍ତି । ଏହା ତୁମମାନଙ୍କର କାମ ନୁହେଁ । ଯଦି ପିଲାମାନଙ୍କର ଦୋଷ ଦୁର୍ବଳତା ବାବା
ଶୁଣିଥା’ନ୍ତି ତେବେ ତାକୁ ବାହାର କରିବା ପାଇଁ ତାଙ୍କୁ ବହୁତ ସ୍ନେହର ସହିତ ବୁଝାଇଥା’ନ୍ତି । ଏବେ
ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କେହି ହୋଇ ନାହାଁନ୍ତି । ସମସ୍ତେ ଶ୍ରୀମତ ଅନୁସାରେ ନିଜକୁ ସୁଧାରୁଛନ୍ତି
। ସମ୍ପୂର୍ଣ୍ଣ ତ ଶେଷ ସମୟରେ ହେବେ । ଏବେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । ବାବା ସର୍ବଦା ଅଟଳ
ରହିଥା’ନ୍ତି ଏବଂ ପିଲାମାନଙ୍କୁ ସ୍ନେହର ସହିତ ଶିକ୍ଷା ଦେଇ ଚାଲିଛନ୍ତି । ଶିକ୍ଷା ଦେବା
ବାବାଙ୍କର କାମ । ତେବେ ତା’ ଉପରେ ଚାଲିବା ନ ଚାଲିବା ତାହା ହେଲା ତାଙ୍କର ଭାଗ୍ୟ । ଏଭଳି କରିବା
ଦ୍ୱାରା ପଦ କେତେ କମ ହୋଇଯାଇଥାଏ । ଶ୍ରୀମତରେ ନ ଚାଲିବା, କିଛି ବି ଭୁଲ୍ କରିଦେବା, ଏହା ଦ୍ୱାରା
ପଦଭ୍ରଷ୍ଟ ହୋଇଯାଇଥାଏ । ପୁଣି ମନ ଭିତରେ ଭିତରେ ଘାରି ହୋଇଥାଏ । ମୁଁ ଏହି ଭୁଲ୍ କରିଛି, ତେଣୁ
ମୋତେ ବହୁତ ମେହନତ କରିବାକୁ ପଡିବ । ଯଦି କାହାର କିଛି ଅବଗୁଣ ଅଛି ତେବେ ତାହା ବାବାଙ୍କୁ
ଶୁଣାଇବାକୁ ହେବ । ୟାକୁ-ତାକୁ ଶୁଣାଇବା ଏହା ଦେହ-ଅଭିମାନ ଅଟେ । କିନ୍ତୁ କେହି ବାବାଙ୍କୁ
ସ୍ମରଣ କରୁ ନାହାଁନ୍ତି । ଏବେ ସମସ୍ତଙ୍କୁ ଅବ୍ୟଭିଚାରୀ ହେବା ଦରକାର ନା । କେବଳ ଜଣଙ୍କୁ
ଅର୍ଥାତ୍ ବାବାଙ୍କୁ ଶୁଣାଇଲେ ସିଏ ତୁରନ୍ତ ସୁଧୁରିଯିବେ । ଏକମାତ୍ର ବାବା ହିଁ ସମସ୍ତଙ୍କୁ
ସୁଧାରିଥା’ନ୍ତି । ବାକି ତ ସମସ୍ତେ ହେଲେ ଅସଜଡା । କିନ୍ତୁ ମାୟା ଏମିତି ଯିଏକି ସମସ୍ତଙ୍କ
ମୁହଁକୁ ବୁଲେଇ ଦେଇଥାଏ । ବାବା ନିଜ ଆଡକୁ ମୁହଁ କରାଇଥା’ନ୍ତି, ମାୟା ପୁଣି ବୁଲେଇ ଦେଇ ନିଜ
ଆଡକୁ କରିଦିଏ । ବାବା କେବଳ ଆସିଛନ୍ତି ପିଲାମାନଙ୍କୁ ସୁଧାରି ମନୁଷ୍ୟରୁ ଦେବତା କରିବା ପାଇଁ ।
ବାକି ଏଠି-ସେଠି କାହାର ନାମ ବଦନାମ କରିବା ଏହା ବେନିୟମ କାମ ଅଟେ । ତୁମେମାନେ ଶିବବାବାଙ୍କୁ
ସ୍ମରଣ କର । ବିଚାର ମଧ୍ୟ ତାଙ୍କ ପାଖରେ ହୋଇଥାଏ ନା କାରଣ କର୍ମର ଫଳ ମଧ୍ୟ ବାବା ହିଁ
ଦେଇଥା’ନ୍ତି । ଯଦିଓ ଡ୍ରାମାରେ ନିଧାର୍ଯ୍ୟ ଅଛି କିନ୍ତୁ କାହାର ନାମ ତ ନିଆଯିବ ନା । ବାବା ତ
ପିଲାମାନଙ୍କୁ ସବୁ କଥା ବୁଝାଉଛନ୍ତି । ତୁମେମାନେ କେତେ ଭାଗ୍ୟଶାଳୀ । ତୁମ ପାଖକୁ କେତେ ଅତିଥି
ଆସୁଛନ୍ତି । ଯାହାଙ୍କ ପାଖକୁ ବହୁତ ଅତିଥି ଆସିଥା’ନ୍ତି ସିଏ ବହୁତ ଖୁସି ହୋଇଥା’ନ୍ତି । ତେବେ
ସେମାନେ ସନ୍ତାନ ମଧ୍ୟ ଅଟନ୍ତି ତ ଅତିଥି ମଧ୍ୟ ଅଟନ୍ତି । ଟିଚରଙ୍କର ବୁଦ୍ଧିରେ ତ ଏହି କଥା
ରହିଥାଏ ଯେ, ମୁଁ ପିଲାମାନଙ୍କୁ ଏମାନଙ୍କ ଭଳି ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କ ଭଳି ସର୍ବଗୁଣ
ସମ୍ପନ୍ନ କରିବି । ଡ୍ରାମାର ପ୍ଲାନ ଅନୁସାରେ ବାବା ଏହି ଠିକା ହିଁ ନେଇଛନ୍ତି । ପିଲାମାନଙ୍କୁ
ମୁରଲୀ ମଧ୍ୟ କେବେ ମିସ୍ କରିବା ଉଚିତ୍ ନୁହେଁ । ମୁରଲୀର ହିଁ ତ ଗାୟନ ରହିଛି ନା - ଗୋଟିଏ ବି
ମୁରଲୀ ମିସ୍ କରିବା ଅର୍ଥ ସ୍କୁଲରେ ଅନୁପସ୍ଥିତ ହୋଇଯିବା । ଏହା ହେଉଛି ବେହଦ ବାବାଙ୍କର ସ୍କୁଲ
। ଏଠାରେ ତ ଗୋଟିଏ ଦିନ ମଧ୍ୟ ମିସ୍ କରିବା ଉଚିତ୍ ନୁହେଁ । ବାବା ଏଠାକୁ ଆସି ପାଠ ପଢାଉଛନ୍ତି,
ଦୁନିଆରେ କାହାକୁ ଏକଥା ଜଣା ନାହିଁ । ସ୍ୱର୍ଗର ସ୍ଥାପନା କିପରି ହେଉଛି, ଏକଥା ମଧ୍ୟ କେହି ଜାଣି
ନାହାଁନ୍ତି । ତୁମେମାନେ ସବୁ କିଛି ଜାଣିଛ । ଏହି ପାଠପଢା ଅସରନ୍ତି ରୋଜଗାର ଜମା କରିବାର ପାଠପଢା
। ଏହି ପାଠପଢାର ଫଳ ଜନ୍ମ ଜନ୍ମାନ୍ତର ପାଇଁ ମିଳିଯାଏ । ବିନାଶର ସାରା ସମ୍ବନ୍ଧ ତୁମର ଏହି
ପାଠପଢା ସହିତ ରହିଛି । ତୁମର ପାଠପଢା ଶେଷ ହେବ ଏବଂ ଲଢେଇ ଆରମ୍ଭ ହେବ । ପାଠ ପଢି ପଢି ବାବାଙ୍କୁ
ସ୍ମରଣ କରି କରି ଯେତେବେଳେ ପରୀକ୍ଷା ଶେଷ ହେବ ଏବଂ ପୁରା ନମ୍ବର ନେଇଯିବ ତେବେ ଯାଇ ଲଢେଇ ଲାଗିବ
। ତୁମର ପାଠପଢା ଶେଷ ହୋଇଗଲେ ଲଢେଇ ଲାଗିଯିବ । ଏହା ନୂଆ ଦୁନିଆ ପାଇଁ ବିଲ୍କୁଲ ନୂଆ ଜ୍ଞାନ ଅଟେ
। ସେଥିପାଇଁ ବିଚରା ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କାହାର
ଅବଗୁଣକୁ ଦେଖି ତା’ର ନିନ୍ଦା କରିବାର ନାହିଁ । ଏଠି-ସେଠି କାହାର ଅବଗୁଣକୁ ଶୁଣାଇବାର ନାହିଁ ।
ନିଜର ମିଠା ସ୍ୱଭାବକୁ ମଧ୍ୟ ଛାଡିବାର ନାହିଁ । କ୍ରୋଧରେ ଆସି କାହା ସହିତ ମୁହାଁ ମୁହିଁ ହେବାର
ନାହିଁ ।
(୨) ସମସ୍ତଙ୍କୁ ସୁଧାରିଲା ବାଲା ଏକମାତ୍ର ବାବା ହିଁ ଅଟନ୍ତି, ସେଥିପାଇଁ ଏକମାତ୍ର ବାବାଙ୍କୁ
ହିଁ ସବୁ କଥା ଶୁଣାଇବାର ଅଛି । ଅବ୍ୟଭିଚାରୀ ହେବାର ଅଛି । ମୁରଲୀ ଶୁଣିବା କେବେ ବି ବନ୍ଦ
କରିବାର ନାହିଁ ।
ବରଦାନ:-
ଦେହ-ଅଭିମାନଯୁକ୍ତ ମୁଁ ପଣିଆର ସମ୍ପୂର୍ଣ୍ଣ ଆହୁତି ଦେଇ ଧାରଣା ସ୍ୱରୂପ ଆତ୍ମା ହୁଅ ।
ଯେତେବେଳେ ସଂକଳ୍ପ ଏବଂ
ସ୍ୱପ୍ନରେ ମଧ୍ୟ ଦେହ-ଅଭିମାନଯୁକ୍ତ ମୁଁ ପଣିଆ ନ ରହିବ, ଅନାଦି ଆତ୍ମିକ ସ୍ୱରୂପର ସ୍ମୃତି
ରହୁଥିବ, ଅନ୍ତରରୁ ବାବା-ବାବା ଶବ୍ଦ ଅନବରତ ବାହାରୁଥିବ ତେବେ କୁହାଯିବ ଧାରଣା ସ୍ୱରୂପ, ସଚ୍ଚା
ବ୍ରାହ୍ମଣ ଆତ୍ମା । ମୁଁ ପଣିଆ ଅର୍ଥାତ୍ ପୁରୁଣା ସ୍ୱଭାବ, ସଂସ୍କାର ରୂପୀ ସୃଷ୍ଟିକୁ ଯେତେବେଳେ
ତୁମେ ବ୍ରାହ୍ମଣ ଆତ୍ମାମାନେ ଏହି ମହାଯଜ୍ଞରେ ସମ୍ପୂର୍ଣ୍ଣ ସ୍ୱାହା କରିଦେବ ସେତେବେଳେ ହିଁ ଏହି
ପୁରୁଣା ସୃଷ୍ଟିର ଆହୁତି ପଡିଯିବ । ତେଣୁ ତୁମେମାନେ ଯେପରି ଏହି ଯଜ୍ଞକୁ ରଚନା କରିବାରେ
ନିମିତ୍ତ ହୋଇଛ, ସେହିପରି ବର୍ତ୍ତମାନ ଅନ୍ତିମ ଆହୁତି ଦେଇ ସମାପ୍ତିର ମଧ୍ୟ ନିମିତ୍ତ ହୁଅ ।
ସ୍ଲୋଗାନ:-
ନିଜଠାରୁ,
ସେବାଠାରୁ ଏବଂ ସର୍ବ ଆତ୍ମାଙ୍କଠାରୁ ସନ୍ତୁଷ୍ଟତାର ପ୍ରମାଣ ପତ୍ର ପ୍ରାପ୍ତ କରିବା ହିଁ ସିଦ୍ଧି
ସ୍ୱରୂପ ହେବା ।