19.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ତୁମେମାନେ ଏହି
କବରସ୍ଥାନ ଅର୍ଥାତ୍ ଶ୍ମଶାନ ଭୂମିକୁ ପରିସ୍ତାନ ଅର୍ଥାତ୍ ସ୍ୱର୍ଗରେ ପରିଣତ କରୁଛ, ସେଥିପାଇଁ
ତୁମର ଏହି ପୁରୁଣା ଦୁନିଆ, କବରସ୍ଥାନ ପ୍ରତି ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଉଚିତ୍ ।”
ପ୍ରଶ୍ନ:-
ବେହଦର ପିତା
ନିଜର ରୁହାନୀ ସନ୍ତାନମାନଙ୍କର ଅତି ବିଚିତ୍ର ସେବକ ଅଟନ୍ତି, କିପରି?
ଉତ୍ତର:-
ବାବା କହୁଛନ୍ତି, ପିଲାମାନେ ମୁଁ ତୁମର ଧୋବା ଅଟେ, କେବଳ ତୁମମାନଙ୍କର ନୁହେଁ ସାରା ଦୁନିଆର ଛି
ଛି ବା ଅପରିଷ୍କାର ବସ୍ତ୍ରକୁ ଗୋଟିଏ ସେକେଣ୍ଡରେ ସଫା କରିଦେଉଛି । ଆତ୍ମା ରୂପୀ ବସ୍ତ୍ର ସ୍ୱଚ୍ଛ
ହେବା ଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିଥାଏ । ବାବା ଏଭଳି ବିଚିତ୍ର ସେବକ ଅଟନ୍ତି ଯିଏକି
ମନମନାଭବ ରୂପୀ ଛୁ ମନ୍ତ୍ର ଦ୍ୱାରା ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ସଫା କରି ଦେଇଥାନ୍ତି ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମାର ସ୍ୱଧର୍ମ ହେଲା
ଶାନ୍ତ । ଶାନ୍ତିଧାମ ଯିବା ପାଇଁ କୌଣସି ପୁରୁଷାର୍ଥ କରିବାକୁ ପଡିନଥାଏ । ଆତ୍ମା ସ୍ୱୟଂ
ଶାନ୍ତସ୍ୱରୂପ, ଶାନ୍ତିଧାମର ନିବାସୀ । ହଁ କିଛି ସମୟ ଏଠାରେ ଶାନ୍ତିରେ ରହିପାରିବ । ଆତ୍ମା
କହୁଛି - ମୁଁ କର୍ମେନ୍ଦ୍ରିୟ ଗୁଡିକର ବୋଝ ଉଠାଇ ଥକି ଯାଇଛି, ସେଥିପାଇଁ ମୁଁ ନିଜର ସ୍ୱଧର୍ମରେ
ସ୍ଥିତ ହୋଇଯାଉଛି, ଶରୀରଠାରୁ ଅଲଗା ହୋଇଯାଉଛି । କିନ୍ତୁ କର୍ମ ତ କରିବାକୁ ହିଁ ହେବ । ଶାନ୍ତିରେ
କେତେ ସମୟ ବସି ରହିବ । ଆତ୍ମା କହୁଛି ମୁଁ ଶାନ୍ତି ଦେଶର ନିବାସୀ ଅଟେ । କେବଳ ଶରୀରକୁ ଆସିବା
ଦ୍ୱାରା ମୁଁ ବାଣୀରେ ଆସୁଛି ବା କଥାବାର୍ତ୍ତା କରୁଛି । ମୁଁ ଆତ୍ମା ଅବିନାଶୀ ମୋର ଶରୀର ବିନାଶୀ
। ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ । ସତ୍ୟଯୁଗରେ ପଞ୍ଚତତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ଥାଏ ।
ଏଠାରେ ପଞ୍ଚତତ୍ୱ ମଧ୍ୟ ତମୋପ୍ରଧାନ ଅଟେ । ସୁନାରେ ଖାଦ ମିଶିବା ଦ୍ୱାରା ସୁନା ପତିତ ହୋଇଯାଏ
ପୁଣି ତାକୁ ସଫା କରିବା ପାଇଁ ନିଆଁରେ ପକାଯାଏ, ସେହିଭଳି ଏହାର ନାମ ହେଲା ଯୋଗଅଗ୍ନି । ଦୁନିଆରେ
ତ ଅନେକ ପ୍ରକାରର ହଠଯୋଗ ଆଦି ଶିଖାଉଛନ୍ତି । ତାକୁ ଯୋଗ ଅଗ୍ନି କୁହାଯିବ ନାହିଁ । ଯୋଗ ଅଗ୍ନି
ତାକୁ କୁହାଯିବ ଯାହା ଦ୍ୱାରା ପାପ ଭସ୍ମ ହୋଇଥାଏ । ପରମାତ୍ମା ହିଁ ଆତ୍ମାକୁ ପତିତରୁ ପାବନ
କରନ୍ତି ସେଥିପାଇଁ ତାଙ୍କୁ ଡାକୁଛନ୍ତି, ହେ ପତିତପାବନ ଆସ । ଡ୍ରାମାର ପ୍ଲାନ (ଯୋଜନା) ଅନୁସାରେ
ସମସ୍ତଙ୍କୁ ପତିତ ତମୋପ୍ରଧାନ ହେବାକୁ ହିଁ ପଡିବ । ଏହା କଳ୍ପବୃକ୍ଷ ଅଟେ, ଏହାର ବୀଜ ବାବା ଉପରେ
ଅଛନ୍ତି । ବାବାଙ୍କୁ ଯେତେବେଳେ ଡାକିଥାନ୍ତି, ବୁଦ୍ଧି ଉପରକୁ ଚାଲିଯାଇଥାଏ, ଯାହାଙ୍କଠାରୁ ତୁମେ
ସମ୍ପତ୍ତି ପ୍ରାପ୍ତ କରୁଛ, ସିଏ ଏବେ ତଳକୁ ଆସିଛନ୍ତି । ସିଏ କହୁଛନ୍ତି ମୋତେ ଆସିବାକୁ ହିଁ
ପଡୁଛି । ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ଏବେ ପତିତ ତମୋପ୍ରଧାନ ହୋଇଯାଇଛି,
ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ସତ୍ୟଯୁଗରେ
ଦେବୀ-ଦେବତାମାନେ ନିବାସ କରନ୍ତି ଏବଂ କଳିଯୁଗରେ ଅସୁରମାନେ ନିବାସ କରନ୍ତି । ବାକି ଅସୁର ଏବଂ
ଦେବତାମାନଙ୍କର କେବେ ଲଢେଇ ଲାଗିନାହିଁ । ତୁମେ ଏହି ଆସୁରୀ ୫ ବିକାର ଉପରେ ଯୋଗବଳ ଦ୍ୱାରା ବିଜୟ
ପ୍ରାପ୍ତ କରୁଛ । ଏହାଛଡା ଅନ୍ୟ କୌଣସି ହିଂସକ ଲଢେଇ ଆଦିର କଥା ନାହିଁ । ତୁମେ କୌଣସି ପ୍ରକାରର
ହିଂସା କରୁନାହଁ । ତୁମେ କେବେ କାହାକୁ ହାତ ବି ଲଗାଇ ନଥାଅ । ତୁମେ ଡବଲ ଅହିଂସକ ଅଟ । କାମରୂପୀ
କଟୁରୀ ଚଲେଇବା ଏହା ତ ସବୁଠାରୁ ବଡ ପାପ । ବାବା କହୁଛନ୍ତି ଏହି କାମ କଟୁରୀ ଆଦି-ମଧ୍ୟ-ଅନ୍ତ
ଦୁଃଖ ଦେଇଥାଏ । ତେଣୁ ବିକାରରେ କେବେ ବି ଯିବା ଉଚିତ୍ ନୁହେଁ । ଦେବତାମାନଙ୍କ ସମ୍ମୁଖରେ ମହିମା
ଗାନ କରିଥା’ନ୍ତି ନା - ଆପଣ ସର୍ବଗୁଣ ସମ୍ପନ୍ନ... । ଆତ୍ମା କହୁଛି ମୁଁ ପତିତ ହୋଇଯାଇଛି,
ସେଥିପାଇଁ ତ ଡାକୁଛନ୍ତି ହେ ପତିତ ପାବନ ଆସ । ଯେତେବେଳେ ଆତ୍ମା ପାବନ ଥାଏ ସେତେବେଳେ କାହାକୁ
ବି ଡାକିନଥାଏ । ତାକୁ ସ୍ୱର୍ଗ କୁହାଯାଏ । ଏଠାରେ ତ ସାଧୁ ସନ୍ଥମାନେ ମଧ୍ୟ କେତେ ଗାୟନ କରୁଛନ୍ତି
ହେ ପତିତ ପାବନ ସୀତାରାମ.... । ବାବା କହୁଛନ୍ତି ଏହି ସମୟରେ ସାରା ଦୁନିଆ ପତିତ, ଏଥିରେ କାହାର
ଦୋଷ ନାହିଁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ । ଯେ ପର୍ଯ୍ୟନ୍ତ ମୁଁ ନ ଆସିଛି ସେମାନଙ୍କୁ
ନିଜର ପାର୍ଟ କରିବାକୁ ପଡିବ । ଜ୍ଞାନ ଏବଂ ଭକ୍ତି ତାପରେ ବୈରାଗ୍ୟ ହୋଇଥାଏ । ପୁରୁଣା ଦୁନିଆ
ପ୍ରତି ବୈରାଗ୍ୟ । ଏହା ହେଲା ବେହଦର ବୈରାଗ୍ୟ । ସେମାନଙ୍କର ହେଲା ହଦର ବୈରାଗ୍ୟ ।
ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ନୂଆ ଘର ତିଆରି କଲେ ପୁରୁଣା
ଘର ପ୍ରତି ବୈରାଗ୍ୟ ଆସିଯାଏ ନା । ବେହଦର ବାବା କହୁଛନ୍ତି ମୁଁ ଏବେ ତୁମକୁ ସ୍ୱର୍ଗ ରୂପକ ଘର
ତିଆରି କରି ଦେଉଛି । ଏବେ ତ ନର୍କ ଅଟେ । ସ୍ୱର୍ଗ ହେଲା ନୂଆ ଦୁନିଆ । ନର୍କ ହେଲା ପୁରୁଣା
ଦୁନିଆ । ଏବେ ପୁରୁଣା ଦୁନିଆରେ ରହି ଆମେ ନୂଆ ଦୁନିଆ ତିଆରି କରୁଛୁ । ପୁରୁଣା କବରସ୍ଥାନ
ଅର୍ଥାତ୍ ଶ୍ମଶାନ ଭୂମି ଉପରେ ଆମେ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ତିଆରି କରିବୁ । ଏହି ଯମୁନାର
କୂଳ ଥିବ ଯାହାର ଉଭୟ ପାର୍ଶ୍ଵରେ ମହଲ ତିଆରି ହେବ । ଏହି ଦିଲ୍ଲୀ, ଯମୁନା ନଦୀ ଇତ୍ୟାଦି ଥିବ
କିନ୍ତୁ ଶାସ୍ତ୍ରରେ ଯେଉଁଭଳି ଦେଖାଯାଇଛି ଯେ ପାଣ୍ଡବମାନଙ୍କର ଦୁର୍ଗ ଇତ୍ୟାଦି ଥିଲା ସେସବୁ ହେଲା
ଦନ୍ତ କଥା ଅର୍ଥାତ୍ କାହାଣୀ । ଡ୍ରାମାର ପ୍ଲାନ୍ ଅନୁସାରେ ନିଶ୍ଚିତ ପୁଣି ଏସବୁ ହେବ । ଯେପରି
ତୁମେ ଯଜ୍ଞ, ତପ, ଦାନ ଆଦି କରି ଆସିଛ ସେହିପରି ପୁଣି କରିବାକୁ ହେବ । ପ୍ରଥମେ ତୁମେ ଶିବଙ୍କର
ଭକ୍ତି କରୁଛ, ବହୁତ ସୁନ୍ଦର ମନ୍ଦିର ତିଆରି କରୁଛ । ଏହାକୁ ବ୍ୟଭିଚାରୀ ଭକ୍ତି କୁହାଯାଏ । ଏବେ
ତୁମେ ଜ୍ଞାନ ମାର୍ଗରେ ଅଛ । ଏହା ହେଲା ଅବ୍ୟଭିଚାରୀ ଜ୍ଞାନ । କେବଳ ଶିବବାବାଙ୍କଠାରୁ ତୁମେ
ଶୁଣୁଛ । ପ୍ରଥମେ ପ୍ରଥମେ ତୁମେ ଯାହାଙ୍କର ଭକ୍ତି କରିବା ଆରମ୍ଭ କରିଥିଲ ସେହି ସମୟରେ ଅନ୍ୟ
କୌଣସି ଧର୍ମ ନଥାଏ । କେବଳ ତୁମେମାନେ ହିଁ ଥିଲ । ତୁମେ ସେତେବେଳେ ବହୁତ ସୁଖୀ ଥିଲ । ଦେବତା
ଧର୍ମ ବହୁତ ସୁଖଦାୟୀ ଧର୍ମ ଅଟେ । ଏହାର ନାମକୁ ଉଚ୍ଚାରଣ କରିବା ଦ୍ୱାରା ମଧ୍ୟ ମୁଖ ମିଠା
ହୋଇଯାଉଛି । ବର୍ତ୍ତମାନ ତୁମେ କେବଳ ଏକମାତ୍ର ବାବାଙ୍କଠାରୁ ହିଁ ଜ୍ଞାନ ଶୁଣୁଛ । ବାବା
କହୁଛନ୍ତି ଆଉ କାହାଠାରୁ ଶୁଣ ନାହିଁ । ଏହା ହେଉଛି ତୁମର ଅବ୍ୟଭିଚାରୀ ଜ୍ଞାନ । ବେହଦର
ବାବାଙ୍କର ତୁମେ ସନ୍ତାନ ହୋଇଛ । ତେଣୁ ତାଙ୍କଠାରୁ ହିଁ ପୁରୁଷାର୍ଥର କ୍ରମ ଅନୁସାରେ ବର୍ସା
ମିଳିବ । ବାବା ମଧ୍ୟ ଅଳ୍ପ ସମୟ ପାଇଁ ସାକାରୀ ସୃଷ୍ଟିକୁ ଆସିଛନ୍ତି । କହୁଛନ୍ତି ମୋତେ ହିଁ
ତୁମମାନଙ୍କୁ ଜ୍ଞାନ ଦେବାକୁ ପଡୁଛି । ମୋର କୌଣସି ସ୍ଥାୟୀ ଶରୀର ନାହିଁ । ମୁଁ ଏହାଙ୍କ ଶରୀରରେ
ପ୍ରବେଶ କରିଥାଏ । ଶିବଜୟନ୍ତୀ ପରେ ପୁଣି ଗୀତାଜୟନ୍ତୀ ହୋଇଥାଏ । ସେହିଠାରୁ ହିଁ ଜ୍ଞାନ ଦେବା
ଆରମ୍ଭ ହୁଏ । ଏହି ରୁହାନୀ ବିଦ୍ୟା ତୁମକୁ ପରମଆତ୍ମା ହିଁ ଦେଉଛନ୍ତି । ଏଠାରେ ପାଣିର କୌଣସି କଥା
ନାହିଁ । ପାଣିକୁ କ’ଣ କେବେ ଜ୍ଞାନ କୁହାଯିବ । ପତିତରୁ ପାବନ ଜ୍ଞାନ ଦ୍ୱାରା ହୋଇପାରିବ । ପାଣି
ଦ୍ୱାରା କ’ଣ ପାବନ ହୋଇପାରିବ । ନଦୀ ସବୁ ତ ସାରା ଦୁନିଆରେ ଅଛି । ଏଠାକୁ ତ ଜ୍ଞାନ ସାଗର ଆସି
ଏହାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଶୁଣାଉଛନ୍ତି । ଯେତେବେଳେ କେହି ଶରୀର ତ୍ୟାଗ କରନ୍ତି
ତାଙ୍କ ମୁଖରେ ଗଙ୍ଗାଜଳ ଦେଇଥା’ନ୍ତି । ଭାବନ୍ତି ଏହି ଜଳ ପତିତରୁ ପାବନ କରିବ ଏବଂ ଆତ୍ମା
ସ୍ୱର୍ଗକୁ ଚାଲିଯିବେ । ଏଠାରେ ମଧ୍ୟ ଗୋମୁଖକୁ ଯାତ୍ରା କରିଥା’ନ୍ତି । ବାସ୍ତବରେ ଚୈତନ୍ୟ ଗୋମୁଖ
ତ ତୁମେମାନେ ଅଟ । ତୁମ ମୁଖରୁ ଜ୍ଞାନ ଅମୃତ ବାହାରୁଛି । ଗାଈଠାରୁ ତ କ୍ଷୀର ମିଳିଥାଏ । ପାଣିର
ତ କଥା ନୁହେଁ । ଏସବୁ ଏବେ ତୁମକୁ ଜଣାପଡିଛି । ତୁମେ ଜାଣିଛ ଡ୍ରାମାରେ ଯାହା କିଛି ଥରେ
ଘଟିଯାଉଛି ତାହା ପୁଣି ୫ ହଜାର ବର୍ଷ ପରେ ଅବିକଳ ପୁନରାବୃତ୍ତି ହେବ । ଏକଥା ବାବା ଆସି
ବୁଝାଉଛନ୍ତି, ଯିଏକି ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଏବେ ତ ସମସ୍ତେ ଦୁର୍ଗତିରେ ପଡିଛନ୍ତି
। ଆଗରୁ ତୁମେ ଜାଣିନଥିଲ ଯେ ରାବଣକୁ କାହିଁକି ଜଳାଉଛନ୍ତି । ଏବେ ତୁମେ ଜାଣୁଛ ଯେ ବେହଦର ଦଶହରା
ହେବାକୁ ଯାଉଛି । ସାରା ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି ନା । ଏହି ସାରା ପୃଥିବୀ ହିଁ ଲଙ୍କା
ଅଟେ । ରାବଣ କୌଣସି ଏକ ସୀମିତ ସ୍ଥାନରେ ନାହିଁ । ରାବଣର ରାଜ୍ୟ ସାରା ସୃଷ୍ଟି ଉପରେ ଚାଲିଛି ।
ଭକ୍ତି ମଧ୍ୟ ଅଧାକଳ୍ପ ଚାଲିଥାଏ । ପ୍ରଥମେ ଅବ୍ୟଭିଚାରୀ ଭକ୍ତି ହୋଇଥାଏ ତାପରେ ବ୍ୟଭିଚାରୀ ଭକ୍ତି
ଆରମ୍ଭ ହୋଇଯାଏ । ଦଶହରା, ରକ୍ଷାବନ୍ଧନ ଆଦି ସବୁ ବର୍ତ୍ତମାନ ସମୟର ପର୍ବ ଅଟେ । ଶିବଜୟନ୍ତୀ ପରେ
କୃଷ୍ଣଜୟନ୍ତୀ ହୋଇଥାଏ । ଏବେ କୃଷ୍ଣପୁରୀର ସ୍ଥାପନା ହେଉଛି । ଆଜି କଂସପୁରୀରେ ଅଛୁ କାଲି
କୃଷ୍ଣପୁରୀରେ ଥିବା । କୃଷ୍ଣ ଏଠାରେ କେଉଁଠୁ ଆସିବେ । କୃଷ୍ଣ ତ ସତ୍ୟଯୁଗରେ ଜନ୍ମ ନେଇଥା’ନ୍ତି
। ସିଏ ହେଲେ ପ୍ରଥମ ଦୈବୀ ରାଜକୁମାର । ପ୍ରଥମେ ସ୍କୁଲକୁ ପାଠ ପଢିବାକୁ ଯାଇଥା’ନ୍ତି । ଯେତେବେଳେ
ବଡ ହୋଇଯାନ୍ତି ସେତେବେଳେ ସିଂହାସନର ମାଲିକ ହୁଅନ୍ତି । ବାକି ଏହି ରାସ ଆଦି ତ ସବୁ ହେଲା
ପରସ୍ପର ମଧ୍ୟରେ ଖୁସି ହେବା ପାଇଁ । କିନ୍ତୁ କୃଷ୍ଣ କାହାକୁ ଜ୍ଞାନ ଶୁଣାଇବେ ତାହା କିପରି
ହୋଇପାରିବ । ସବୁ ମହିମା ଏକମାତ୍ର ଶିବବାବାଙ୍କର ଅଟେ ଯିଏକି ପତିତମାନଙ୍କୁ ପାବନ କରୁଛନ୍ତି ।
ତୁମେ ଯଦି କୌଣସି ବଡ ଅଫିସରକୁ ବୁଝାଇବ ତେବେ ସିଏ କହିବେ ଆପଣ ଠିକ୍ କଥା କହୁଛନ୍ତି । କିନ୍ତୁ
ସିଏ ଆଉ କାହାକୁ ଶୁଣାଇ ପାରିବେ ନାହିଁ । ତାଙ୍କ କଥା କେହି ଶୁଣିବେ ନାହିଁ । ବି.କେ. ହେବା
ମାତ୍ରେ ସମସ୍ତେ କହିବେ ୟାଙ୍କୁ ତ ଯାଦୁମନ୍ତ୍ର ଲାଗିଯାଇଛି । ବି.କେ. ନାମ ଶୁଣିବା ମାତ୍ରେ ବାସ୍...ଭାବନ୍ତି
ଏମାନେ ଜାଦୁ କରିଦେଉଥିବେ । କାହାକୁ ଯଦି କିଛି ଜ୍ଞାନ ଦେଉଛ ତେବେ କହୁଛନ୍ତି ଏହି ବି.କେ.
ଅର୍ଥାତ୍ ବ୍ରହ୍ମାକୁମାରୀ ମାନେ ଯାଦୁ କରି ଦେଉଛନ୍ତି । ବାସ୍ ଏମାନେ ତ କେବଳ ବ୍ରହ୍ମାଙ୍କ ଛଡା
ଆଉ କାହାକୁ ମାନୁନାହାଁନ୍ତି । ଭକ୍ତି ଆଦି କିଛି କରୁନାହାଁନ୍ତି । ବାବା ତ କହୁଛନ୍ତି, କାହାକୁ
ଭକ୍ତି କରିବା ପାଇଁ ମନା କର ନାହିଁ । ତାହା ତ ଆପେ ଆପେ ଛାଡିଦେବେ । ତୁମେ ଭକ୍ତି କରିବା
ଛାଡିଦେଉଛ, ୫ ବିକାରକୁ ଛାଡିଦେଉଛ, ତେଣୁ ଏହା ଉପରେ ହିଁ ଗଣ୍ଡଗୋଳ ହେଉଛି । ବାବା କହୁଛନ୍ତି
ମୁଁ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛି, ଏଥିରେ ଆସୁରୀ ସମ୍ପ୍ରଦାୟର ବିଘ୍ନ ପଡୁଛି । ଏହା ହେଉଛି
ଶିବବାବାଙ୍କର ବେହଦର ଯଜ୍ଞ, ଯାହାଦ୍ୱାରା ତୁମେମାନେ ମନୁଷ୍ୟରୁ ଦେବତା ହେଉଛ । ଗାୟନ ମଧ୍ୟ ଅଛି
- ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । ଯେତେବେଳେ ପୁରୁଣା ଦୁନିଆର ବିନାଶ
ହେବ ସେତେବେଳେ ତ ତୁମେ ନୂଆ ଦୁନିଆରେ ରାଜ୍ୟ କରିବ । ମନୁଷ୍ୟମାନେ କହିବେ ଆମେ କହୁଛୁ ଶାନ୍ତି
ହେଉ ଆଉ ଏହି ବ୍ରହ୍ମାକୁମାରୀ କହୁଛନ୍ତି ବିନାଶ ହେଉ । ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ
ବାବାଙ୍କ ଦ୍ୱାରା ରଚିତ ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବ । ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବାର
ଅଛି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ବିନାଶ ତ ନିଶ୍ଚିତ ହେବ । ମନୁଷ୍ୟମାନେ ସୋରିଷ
ସଦୃଶ ପଶି ହୋଇ ଶେଷ ହୋଇଯିବେ । ବାକି ଆତ୍ମାମାନେ ବଞ୍ଚିଯିବେ । ଏକଥା ତ କେହି ବି ବୁଝିପାରିବେ
ଯେ ଆତ୍ମା ଅବିନାଶୀ ଅଟେ । ଏବେ ବେହଦର ହୋଲିକା ହେବାକୁ ଯାଉଛି ଯେଉଁଥିରେ ଶରୀର ସବୁ ଦାହ
ହୋଇଯିବ । ବାକି ଆତ୍ମାମାନେ ପବିତ୍ର ହୋଇ ଘରକୁ ଚାଲିଯିବେ । ଅଗ୍ନିରେ ପଡିବା ଦ୍ୱାରା ବସ୍ତୁ
ଶୁଦ୍ଧ ହୋଇଥାଏ ନା । ଶୁଦ୍ଧତା ପାଇଁ ହିଁ ହୋମ ଇତ୍ୟାଦି କରିଥା’ନ୍ତି । ତାହା ସବୁ ହେଲା
ଶାରୀରିକ ଅର୍ଥାତ୍ ସ୍ଥୂଳ କଥା । ଏବେ ତ ସାରା ଦୁନିଆ ସ୍ୱାହା ହେବାକୁ ଯାଉଛି । ବିନାଶ ପୂର୍ବରୁ
ନିଶ୍ଚିତ ସ୍ଥାପନା ହୋଇଯିବା ଦରକାର । କାହାକୁ ବି ବୁଝାଇଲା ବେଳେ ପ୍ରଥମେ କୁହ ସ୍ଥାପନା ପରେ
ବିନାଶ ହେଉଛି । ତେବେ ବ୍ରହ୍ମାଙ୍କ ଦ୍ୱାରା ହିଁ ସ୍ଥାପନା ହେଉଛି । ପ୍ରଜାପିତା ତ ବିଖ୍ୟାତ
ଅଟନ୍ତି ନା । ଆଦିଦେବ ଏବଂ ଆଦିଦେବୀ । ଜଗତ ଅମ୍ବାଙ୍କର ମଧ୍ୟ ଲକ୍ଷ-ଲକ୍ଷ ମନ୍ଦିର ରହିଛି । କେତେ
ମେଳା-ମହୋତ୍ସବ ହେଉଛି । ତୁମେମାନେ ଜଗତ ଅମ୍ବାଙ୍କର ସନ୍ତାନ, ଜ୍ଞାନ-ଜ୍ଞାନେଶ୍ୱରୀ ଅଟ, ପୁଣି
ରାଜ-ରାଜେଶ୍ୱରୀ ହେବ । ତୁମେମାନେ ବହୁତ ଧନବାନ ହେଉଛ ପୁଣି ଭକ୍ତିମାର୍ଗରେ ଲକ୍ଷ୍ମୀଙ୍କଠାରୁ
ଦୀପାବଳୀ ଦିନ ବିନାଶୀ ଧନ ମାଗୁଛ । ଏଠାରେ ତ ତୁମକୁ ସବୁ କିଛି ମିଳିଯାଉଛି । ଆୟୁଷ୍ମାନ ଭବ,
ପୁତ୍ରବାନ ଭବ । ତୁମେ ଜାଣିଛ ଆମର ଆୟୁଷ ୧୫୦ ବର୍ଷ ହେବ । ବାବା କହୁଛନ୍ତି ଯେତେ ଯୋଗ ଲଗାଇବ
ସେତେ ଆୟୁଷ ବଢିଚାଲିବ । ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଯୋଗେଶ୍ୱର ହେଉଛ । ମନୁଷ୍ୟମାନେ ତ
ଭୋଗେଶ୍ୱର ଅଟନ୍ତି । କୁହା ମଧ୍ୟ ଯାଏ ଭଗବାନ ଆସି ବିକାରୀ, ମଇଳା ବସ୍ତ୍ର ଧୋଉଛନ୍ତି..... ।
ବାବା କହୁଛନ୍ତି ମୋତେ ଧୋବା ମଧ୍ୟ କହୁଛନ୍ତି । ମୁଁ ଆସି ସବୁ ଆତ୍ମାମାନଙ୍କୁ ସଫା କରୁଛି ପୁଣି
ତୁମକୁ ଶରୀର ମଧ୍ୟ ନୂଆ ଶୁଦ୍ଧ ମିଳିବ । ବାବା କହୁଛନ୍ତି ମୁଁ ଗୋଟିଏ ସେକେଣ୍ଡରେ ସାରା ଦୁନିଆର
ଆତ୍ମାରୂପୀ କପଡାକୁ ସ୍ୱଚ୍ଛ କରିଦେଉଛି । କେବଳ ମନମନାଭବ ହେବା ଦ୍ୱାରା ଆତ୍ମା ଏବଂ ଶରୀର
ପବିତ୍ର ହୋଇଯିବ । ଏହା ଛୁ ମନ୍ତ୍ର ଅଟେ ନା । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ଏହା କେତେ ସହଜ
ଉପାୟ । ବାବାଙ୍କୁ ମନେ ପକାଅ ତେବେ ପାବନ ହୋଇଯିବ । ଚାଲିବା ବୁଲିବା ସମୟରେ ମଧ୍ୟ କେବଳ
ବାବାଙ୍କୁ ମନେ ପକାଅ, ଆଉ କୌଣସି ପ୍ରକାରର କଷ୍ଟ ତୁମକୁ ଦେଉନାହିଁ । କେବଳ ବାବାଙ୍କୁ ସ୍ମରଣ
କରିବାକୁ ହେବ । ଏବେ ତୁମର ଗୋଟିଏ ଗୋଟିଏ ସେକେଣ୍ଡରେ ଉତ୍ଥାନ ହେଉଛି ।
ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କର ସେବକ ଭାବରେ ଆସିଛି । ତୁମେମାନେ ହିଁ ଡାକୁଥିଲ ହେ
ପତିତ ପାବନ ଆସ । ଏଠାକୁ ଆସି ଆମକୁ ପବିତ୍ର କର । ଆଚ୍ଛା ପିଲାମାନେ, ମୁଁ ଏବେ ଆସିଛି ତେବେ
ସେବକ ହେଲି ନା । ଯେତେବେଳେ ତୁମେ ବହୁତ ପତିତ ହୋଇଯାଉଛ ସେତେବେଳେ ବହୁତ ଜୋରରେ ଚିତ୍କାର କରୁଛ
। ତେଣୁ ମୁଁ ଆସିଯାଇଛି । ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ ଏହି ମନ୍ତ୍ର ଦେଉଛି । ମୋତେ ମନେ
ପକାଅ ତେବେ ତୁମେ ପାବନ ହୋଇଯିବ । ମନମନାଭବର ଅର୍ଥ ମଧ୍ୟ ରହିଛି - ମନମନାଭବ, ମଧ୍ୟାଜୀଭବ
ଅର୍ଥାତ୍ ବାବାଙ୍କୁ ମନେ ପକାଅ ତେବେ ବିଷ୍ଣୁପୁରୀର ମାଲିକ ହୋଇଯିବ । ତୁମେ ଏଠାକୁ ବିଷ୍ଣୁପୁରୀର
ରାଜ୍ୟ ନେବା ପାଇଁ ହିଁ ଆସିଛ । ରାବଣ ପୁରୀ ପରେ ବିଷ୍ଣୁପୁରୀ ଆସିବ । କଂସପୁରୀ ପରେ କୃଷ୍ଣପୁରୀ
ହେବ । ତୁମକୁ କେତେ ସହଜ କରି ବୁଝାଯାଉଛି । ବାବା କହୁଛନ୍ତି ଏହି ପୁରୁଣା ଦୁନିଆ ଠାରୁ ମୋହ
ତୁଟାଇଦିଅ । ଏବେ ଆମେ ୮୪ ଜନ୍ମ ପୂରଣ କରିଲୁ । ବର୍ତ୍ତମାନ ଏହି ପୁରୁଣା ଶରୀର ତ୍ୟାଗ କରି ନୂଆ
ଦୁନିଆକୁ ଯିବା । ଯୋଗ ଦ୍ୱାରା ହିଁ ତୁମର ପାପ କଟି ଚାଲିବ । ସେତିକି ସାହାସ ରଖିବା ଦରକାର ।
ସେମାନେ ତ ବ୍ରହ୍ମକୁ ମନେ ପକାଉଛନ୍ତି, ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ । କିନ୍ତୁ ବ୍ରହ୍ମ
ତ ରହିବାର ସ୍ଥାନ ଅଟେ । ସନ୍ନ୍ୟାସୀମାନେ ତପସ୍ୟାରେ ବସିଯାଆନ୍ତି । ଭାବନ୍ତି ବାସ୍ ଆମେ
ବ୍ରହ୍ମରେ ଯାଇ ଲୀନ ହୋଇଯିବୁ । କିନ୍ତୁ କେହି ତ ଫେରି ଯାଇପାରିବ ନାହିଁ । ବ୍ରହ୍ମ ସହିତ ଯୋଗ
ଲଗାଇବା ଦ୍ୱାରା ପବିତ୍ର ତ ହୋଇପାରିବେ ନାହିଁ । ତା’ ଦ୍ୱାରା ଜଣେ ବି କେହି ଯାଇ ପାରିବେ ନାହିଁ
। ପୁନର୍ଜନ୍ମ ତ ଏଠାରେ ନେବାକୁ ହିଁ ହେବ । ବାବା ଆସି ସତ୍ୟ କଥା ଶୁଣାଉଛନ୍ତି, ସତ୍ୟଖଣ୍ଡର
ସ୍ଥାପନା ସଚ୍ଚା ବାବା ହିଁ କରୁଛନ୍ତି । ରାବଣ ଆସି ପୁଣି ମିଥ୍ୟାଖଣ୍ଡ କରିଦେଉଛି । ଏବେ ଏହା
ହେଲା ସଂଗମଯୁଗ । ଏଥିରେ ତୁମେ ଉତ୍ତମରୁ ଉତ୍ତମ ହେଉଛ ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ
କୁହାଯାଉଛି । ତୁମେ କଉଡିରୁ ହୀରାତୁଲ୍ୟ ହେଉଛ । ଏହା ହେଲା ବେହଦର କଥା । ଉତ୍ତମରୁ ଉତ୍ତମ
ମନୁଷ୍ୟ ହେଲେ ଦେବତାମାନେ । ତେବେ ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ବସିଛ । ତୁମକୁ
ପୁରୁଷୋତ୍ତମ କଲାବାଲା ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି । ଉଚ୍ଚରୁ ଉଚ୍ଚ ସ୍ୱର୍ଗର ସମ୍ପତ୍ତି ତୁମକୁ
ଦେଉଛନ୍ତି । ପୁଣି ତୁମେ ସବୁ କଥା କାହିଁକି ଭୁଲି ଯାଉଛ? ବାବା କହୁଛନ୍ତି ତୁମେ ମନେ ପକାଅ ।
ପିଲାମାନେ କହୁଛନ୍ତି ବାବା କୃପା କର ତେବେ ଆମେ ଭୁଲିବୁ ନାହିଁ । ଏହା କିପରି ହୋଇପାରିବ ।
ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ନା । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ
ପତିତରୁ ପାବନ ହୋଇଯିବ । ମୋର ମତ ଅନୁସାରେ ଚାଲ ନା । ବାକି ଆଶୀର୍ବାଦ କ’ଣ କରିବି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲି ନିଜକୁ କଉଡିରୁ ହୀରା ତୁଲ୍ୟ କରିବାକୁ ହେବ । ଏକମାତ୍ର
ବାବାଙ୍କର ସ୍ମୃତିରେ ରହି ନିଜର ଆତ୍ମାରୂପୀ ବସ୍ତ୍ରକୁ ସ୍ୱଚ୍ଛ କରିବାକୁ ହେବ ।
(୨) ବର୍ତ୍ତମାନ ନିଜର ନୂଆ ଘରକୁ ଯିବାକୁ ହେବ ସେଥିପାଇଁ ଏହି ପୁରୁଣା ଘର ପ୍ରତି ବୈରାଗ୍ୟ
ରଖିବାକୁ ହେବ । ନିଶା ରହୁ ଯେ ଏହି ପୁରୁଣା କବରସ୍ଥାନ ଉପରେ ହିଁ ଆମେ ପରିସ୍ତାନ ତିଆରି କରିବୁ
।
ବରଦାନ:-
ସଂଗମଯୁଗର
ଶ୍ରେଷ୍ଠ ଚିତ୍ରକୁ ସମ୍ମୁଖରେ ରଖି ଭବିଷ୍ୟତର ଦର୍ଶନ କରୁଥିବା ତ୍ରିକାଳଦର୍ଶୀ ହୁଅ ।
ଭବିଷ୍ୟତ ଆସିବା ପୂର୍ବରୁ
ତୁମେ ସଂଗମଯୁଗୀ ବ୍ରାହ୍ମଣମାନେ ସର୍ବ ପ୍ରାପ୍ତିର ଅନୁଭବ କରୁଛ । ବର୍ତ୍ତମାନ ହିଁ ଦୁଇ
ମୁକୁଟଧାରୀ, ସିଂହାସନ ଏବଂ ତିଳକଧାରୀ ତଥା ସର୍ବ ଅଧିକାରୀ ମୂରତ ହେଉଛ । ଭବିଷ୍ୟତରେ ତ ସୁନା
ଚାମଚ ମୁଖରେ ଥିବ କିନ୍ତୁ ବର୍ତ୍ତମାନ ହୀରାତୁଲ୍ୟ ହୋଇଯାଉଛ । ତୁମମାନଙ୍କର ଜୀବନ ହିଁ ହୀରା
ହୋଇଯାଉଛି । ସେଠାରେ ତ ସୁନାର ବା ହୀରାର ଝୁଲଣାରେ ଝୁଲିବ କିନ୍ତୁ ଏଠାରେ ବାପଦାଦାଙ୍କର କୋଳର
ଝୁଲଣାରେ ବା ଅତିନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଛ । ତେଣୁ ତ୍ରିକାଳଦର୍ଶୀ ହୋଇ ବର୍ତ୍ତମାନ ଏବଂ
ଭବିଷ୍ୟତର ଶ୍ରେଷ୍ଠ ଚିତ୍ରକୁ ଦେଖି ସର୍ବ ପ୍ରାପ୍ତିର ଅନୁଭବ କର ।
ସ୍ଲୋଗାନ:-
କର୍ମ ଏବଂ ଯୋଗର
ସନ୍ତୁଳନ ହିଁ ପରମାତ୍ମ ଆଶୀର୍ବାଦର ଅଧିକାରୀ କରିଦିଏ ।