05.05.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ତୁମମାନଙ୍କର ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିଛି କାହିଁକି ନା ତୁମକୁ ବେହଦର ବର୍ସା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ମିଳୁଛି, ତୁମେମାନେ ଅତି ସ୍ନେହରେ କହୁଛ — ମେରା ବାବା ’’

ପ୍ରଶ୍ନ:-
କୌଣସି ଦେହଧାରୀ ମନୁଷ୍ୟର ବାଣୀର ତୁଳନା ବାବାଙ୍କ ସହିତ କରାଯାଇପାରିବ ନାହିଁ — କାହିଁକି ?

ଉତ୍ତର:-
କାହିଁକି ନା ବାବାଙ୍କର ଗୋଟିଏ-ଗୋଟିଏ ବାଣୀ ମହାବାକ୍ୟ ଅଟେ, ଯେଉଁ ମହାବାକ୍ୟକୁ ଶୁଣୁଥିବା ବ୍ୟକ୍ତି ମହାନ୍ ଆତ୍ମା ଅର୍ଥାତ୍ ପୁରୁଷୋତ୍ତମ ହୋଇଯାଉଛନ୍ତି । ବାବାଙ୍କର ମହାବାକ୍ୟ ଗୁଲ୍ଗୁଲ୍ ଅର୍ଥାତ୍ ଫୁଲ ଭଳି କରିଦେଉଛି । ମନୁଷ୍ୟମାନଙ୍କର ବାଣୀ ମହାବାକ୍ୟ ନୁହେଁ, ତା’କୁ ଶୁଣି ଶୁଣି ତ ଆହୁରି ତଳକୁ ଖସି ଆସିଛନ୍ତି ।

ଗୀତ:-
ବଦଲ ଯାଏ ଦୁନିଆ....

ଓମ୍ ଶାନ୍ତି ।
ଗୀତର ପ୍ରଥମ ଧାଡିରେ କିଛି ଅର୍ଥ ରହିଛି, ବାକି ସାରା ଗୀତ କୌଣସି କାମର ନୁହେଁ । ଯେପରି ଗୀତାରେ ଭଗବାନୁବାଚ, ମନମନାଭବ, ମଧ୍ୟାଜୀଭବ ଏହି ଅକ୍ଷର ଠିକ୍ ଅଛି । ଏହାକୁ କୁହାଯାଉଛି ଅଟାରେ ଲୁଣ ସଦୃଶ । ଏବେ ଭଗବାନ କାହାକୁ କୁହାଯାଉଛି, ଏକଥା ପିଲାମାନେ ଭଲ ଭାବରେ ଜାଣିଗଲେଣି । ଭଗବାନ ଶିବବାବାଙ୍କୁ କୁହାଯାଉଛି । ଶିବବାବା ଆସି ଶିବାଳୟ ରଚନା କରୁଛନ୍ତି, କେଉଁଠାକୁ ଆସୁଛନ୍ତି ? ବେଶ୍ୟାଳୟକୁ । ନିଜେ ଆସି କହୁଛନ୍ତି — ହେ ମିଠା ମିଠା ଗେହ୍ଲା, ସିକିଲଧେ (ବିଚ୍ଛେଦି) ଆତ୍ମିକ ସନ୍ତାନମାନେ, ତେବେ ଆତ୍ମା ଶୁଣୁଛି ନା । ଜାଣିଛ ଆମେ ଆତ୍ମା ଅବିନାଶୀ ଅଟୁ । ଏହି ଦେହ ବିନାଶୀ ଅଟେ । ଆମେ ଆତ୍ମାମାନେ ଏବେ ଆମର ପରମପିତା ପରମାତ୍ମାଙ୍କଠାରୁ ମହାବାକ୍ୟ ଶୁଣୁଛୁ । ଏହି ମହାବାକ୍ୟ କେବଳ ପରମପିତା ପରମାତ୍ମାଙ୍କର ହିଁ ଅଟେ ଯିଏ କି ମହାନ ପୁରୁଷ, ପୁରୁଷୋତ୍ତମ କରୁଛନ୍ତି । ବାକି ମହାତ୍ମା ଗୁରୁ ଆଦି ଯିଏବି ଅଛନ୍ତି, ସେମାନଙ୍କର ମହାବାକ୍ୟ ନୁହେଁ । ଶିବୋହମ୍ ଯେଉଁ କହୁଛନ୍ତି ତାହା ମଧ୍ୟ ଠିକ୍ ବାକ୍ୟ ନୁହେଁ । ଏବେ ତୁମେ ବାବାଙ୍କଠାରୁ ମହାବାକ୍ୟ ଶୁଣି ପବିତ୍ର ହେଉଛ । କଣ୍ଟା ଏବଂ ଫୁଲ ମଧ୍ୟରେ କେତେ ଫରକ ରହିଛି । ଏବେ ତୁମେ ଜାଣୁଛ ଆମକୁ କୌଣସି ମନୁଷ୍ୟ ଶୁଣାଉ ନାହାଁନ୍ତି । ଏହାଙ୍କ ମସ୍ତକରେ ଶିବବାବା ବିରାଜମାନ ଅଛନ୍ତି, ସେ ମଧ୍ୟ ଆତ୍ମା ହିଁ ଅଟନ୍ତି, କିନ୍ତୁ ତାଙ୍କୁ ପରମଆତ୍ମା କୁହାଯାଉଛି । ଏବେ ପତିତ ଆତ୍ମାମାନେ କହୁଛନ୍ତି ହେ ପରମ ଆତ୍ମା ଆସ, ଏଠାକୁ ଆସି ଆମକୁ ପବିତ୍ର କର, ସେ ହେଉଛନ୍ତି ପରମପିତା, ଯିଏକି ପରମ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି । ତୁମେ ପୁରୁଷୋତ୍ତମ ଅର୍ଥାତ୍ ସବୁ ପୁରୁଷ ଅର୍ଥାତ୍ ଆତ୍ମାମାନଙ୍କ ମଧ୍ୟରେ ଉତ୍ତମ ହେଉଛ । ସେମାନେ ହେଲେ ଦେବତା । ପରମପିତା ଶବ୍ଦ ବହୁତ ମିଠା । କିନ୍ତୁ ତାଙ୍କୁ ସର୍ବବ୍ୟାପୀ କହିଦେଇଥିବାରୁ ସେତେ ମଧୁରତା ଆସୁ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନେ ଅର୍ନ୍ତମନରେ ସ୍ନେହର ସହିତ ବାବାଙ୍କୁ ସ୍ମରଣ ରୁଛନ୍ତି । ଦୁନିଆରେ ସ୍ତ୍ରୀ, ପୁରୁଷମାନେ ପରସ୍ପରକୁ ସ୍ଥୂଳରେ ସ୍ମରଣ କରୁଛନ୍ତି । ଏହା ହେଉଛି ଆତ୍ମାମାନେ ପରମାତ୍ମାଙ୍କୁ, ବହୁତ ସ୍ନେହର ସହିତ ମନେ ପକାଇବା । ଭକ୍ତିମାର୍ଗରେ ଏତେ ସ୍ନେହର ସହିତ ପୂଜା କରିପାରିବେ ନାହିଁ । କାରଣ ସେହିଭଳି ସ୍ନେହ ରହିନଥାଏ । ଜାଣି ହିଁ ନାହାଁନ୍ତି ତ କେମିତି ସ୍ନେହ କରିବେ । ଏବେ ତୁମର ବହୁତ ସ୍ନେହ ରହିଛି । ଆତ୍ମା କହୁଛି — ମୋର ବାବା, ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟନ୍ତି । ପ୍ରତ୍ୟେକ ଭାଇ କହୁଛନ୍ତି ବାବା ଆମକୁ ନିଜର ପରିଚୟ ଦେଉଛନ୍ତି । କିନ୍ତୁ ଏହାକୁ ଲଭ କୁହାଯିବ ନାହିଁ । ଯାହାଠାରୁ କିଛି ମିଳିଥାଏ ତାଙ୍କ ପ୍ରତି ଲଭ ରହିଥାଏ । ପିତାଙ୍କ ପ୍ରତି ପିଲାମାନଙ୍କର ଲଭ ରହିଥାଏ କାହିଁକି ନା ପିତାଙ୍କଠାରୁ ସମ୍ପତ୍ତି (ବର୍ସା) ମିଳିଥାଏ । ଯେତେ ଅଧିକ ସମ୍ପତ୍ତି, ପୁତ୍ରର ସେତେ ଅଧିକ ସ୍ନେହ ରହିବ । ଯଦି ବାପା ପାଖରେ କିଛି ହେଲେ ସମ୍ପତ୍ତି ନାହିଁ, ଦାଦାଙ୍କ (ଜେଜେବାପାଙ୍କ) ପାଖରେ ସମ୍ପତ୍ତି ଅଛି ତେବେ ବାପା ପ୍ରତି ଏତେ ଲଭ ରହିବ ନାହିଁ । ସେମାନେ ପୁଣି ଜେଜବାପାଙ୍କୁ ଭଲ ପାଇବେ । ଭାବନ୍ତି ଏହାଙ୍କଠାରୁ ପଇସା ମିଳିବ । ଏହା ତ ବେହଦର ବାବାଙ୍କ କଥା । ତୁମେ ଜାଣିଛ ଆମକୁ ବାବା ପାଠ ପଢାଉଛନ୍ତି । ଏହା ବହୁତ ଖୁସିର କଥା । ଭଗବାନ ଆମର ପିତା ଅଟନ୍ତି । ଯେଉଁ ରଚୟିତା ବାବାଙ୍କୁ କେହି ହେଲେ ଜାଣି ନାହାଁନ୍ତି । ନ ଜାଣିବା କାରଣରୁ ପୁଣି ନିଜକୁ ବାପା ବୋଲି କହିଦେଉଛନ୍ତି । ଯେପରି ପିଲାଙ୍କୁ ପଚାର ତୁମର ବାପା କିଏ ? ଶେଷରେ କହିଦେବେ ମୁଁ । ଏବେ ତୁମେ ଜାଣିଛ ପ୍ରତ୍ୟେକଙ୍କ ବାପର ବାପ ନିଶ୍ଚୟ ଅଛି, କିନ୍ତୁ ଆମକୁ ଏବେ ଯେଉଁ ବେହଦର ପିତା ମିଳିଛନ୍ତି, ତାଙ୍କର କେହି ପିତା ନାହାଁନ୍ତି । ଇଏ ହେଲେ ସର୍ବୋଚ୍ଚ ପିତା । ତେଣୁ ପିଲାମାନଙ୍କ ଭିତରେ ଖୁସି ରହିବା ଉଚିତ୍ । ଭକ୍ତିମାର୍ଗର ତୀର୍ଥ ଯାତ୍ରାକୁ ଗଲେ ଏତେ ଖୁସି ମିଳେ ନାହିଁ । କାହିଁକି ନା ପ୍ରାପ୍ତି କିଛି ନାହିଁ । କେବଳ ଦର୍ଶନ କରିବାକୁ ଯାଉଛନ୍ତି । ଫାଲତୁରେ କେତେ ଧକ୍କା ଖାଉଛନ୍ତି । ପ୍ରଥମେ ତ ମୁଣ୍ଡିଆ ମାରି ସାରି ମୁଣ୍ଡ ଚନ୍ଦା ହେଲା । ଦ୍ୱିତୀୟରେ ପଇସା ସରିଲା ଅର୍ଥାତ୍ ଖର୍ଚ୍ଚାନ୍ତ ହେଲ । ପଇସା ବହୁତ ଖର୍ଚ୍ଚ କରୁଛନ୍ତି, ପ୍ରାପ୍ତି କିଛି ନାହିଁ । ଭକ୍ତିମାର୍ଗରେ ଯଦି ଆମଦାନୀ ହେଉଥାନ୍ତା ତେବେ ଭାରତବାସୀ ବହୁତ ସାହୁକାର ହୋଇଯାଇଥାନ୍ତେ । ଏହିସବୁ ମନ୍ଦିର ଆଦି ତିଆରି କରିବାରେ କୋଟି-କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତୁମର ସୋମନାଥ ମନ୍ଦିର କେବଳ ଗୋଟିଏ ନଥିଲା । ସବୁ ରାଜାମାନଙ୍କ ପାଖରେ ମନ୍ଦିର ଥିଲା । ତୁମକୁ କେତେ ପଇସା ଦେଇଥିଲି - ୫ ହଜାର ବର୍ଷ ପୂର୍ବରୁ ତୁମକୁ ବିଶ୍ୱର ମାଲିକ କରାଇଥିଲି । ଏକମାତ୍ର ବାବା ହିଁ ଏହିପରି କହୁଛନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ତୁମକୁ ରାଜଯୋଗ ଶିଖାଇ ଏପରି କରିଥିଲି । ଏବେ ତୁମେ କ’ଣ ହୋଇଗଲଣି । ବୁଦ୍ଧିରେ ଆସିବା ଦରକାର ନା । ଆମେ କେତେ ଉଚ୍ଚ ଥିଲୁ, ପୁନର୍ଜନ୍ମ ନେଇ-ନେଇ ଏକଦମ୍ ତଳେ ଆସି ପଡିଛୁ । କଉଡି ସଦୃଶ ହୋଇଯାଇଛୁ । ପୁଣି ଏବେ ଆମେ ବାବାଙ୍କ ପାଖକୁ ଯାଉଛୁ । ଯେଉଁ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଏହା ଏକମାତ୍ର ଯାତ୍ରା ଯେତେବେଳେ କି ଆତ୍ମାମାନଙ୍କ ସହିତ ବାବା ମିଶୁଛନ୍ତି, ତେଣୁ ଭିତରେ ସେହିଭଳି ସ୍ନେହ ରହିବା ଉଚିତ୍ । ତୁମେ ଯେବେ ଏଠାକୁ ଆସୁଛ ତ ବୁଦ୍ଧିରେ ରହିବା ଦରକାର ଯେ ଆମେ ସେହି ବାବାଙ୍କ ପାଖକୁ ଯାଉଛୁ, ଯାହାଙ୍କଠାରୁ ଆମକୁ ପୁନର୍ବାର ବିଶ୍ୱର ବାଦଶାହୀ ମିଳୁଛି । ସେହି ବାବା ଆମକୁ ଶିକ୍ଷା ଦେଉଛନ୍ତି — ପିଲାମାନେ, ଦୈବୀଗୁଣ ଧାରଣ କର । ମୁଁ ସର୍ବଶକ୍ତିମାନ ପତିତ-ପାବନ ଅଟେ ମୋତେ ୟାଦ କର । ମୁଁ କଳ୍ପ କଳ୍ପ ଆସି କହୁଛି ଯେ ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ମନରେ ଆସିବା ଉଚିତ୍ ଯେ ଆମେ ବେହଦ ବାବାଙ୍କ ପାଖକୁ ଆସିଛୁ । ବାବା କହୁଛନ୍ତି ମୁଁ ହେଉଛି ଗୁପ୍ତ । ଆତ୍ମା କହୁଛି ଯେ ମୁଁ ଗୁପ୍ତ । ତୁମେ ବୁଝିଛ ଯେ ଆମେ ଶିବବାବାଙ୍କ ପାଖକୁ ଏବଂ ବ୍ରହ୍ମା ଦାଦାଙ୍କ ପାଖକୁ ଆସିଛୁ । ଯିଏକି କମ୍ବାଇଣ୍ଡ (ଏକାଠି) ଅଛନ୍ତି ତାଙ୍କ ସହିତ ଆମେ ମିଶିବାକୁ ଯାଉଛୁ, ଯାହାଙ୍କ ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ । ଭିତରେ କେତେ ଅପାର ଖୁସି ରହିବା ଉଚିତ୍ । ଯେବେ ମଧୁବନ ଆସିବା ପାଇଁ ନିଜ ଘରୁ ବାହାରୁଛ ତେବେ ଅନ୍ତର୍ମନ ଗଦ୍ଗଦ୍ ହେବା ଉଚିତ୍ । ବାବା ଆମକୁ ପଢାଇବା ପାଇଁ ଆସିଛନ୍ତି । ଆମକୁ ଦୈବୀଗୁଣ ଧାରଣ କରିବାର ଉପାୟ ବତାଉଛନ୍ତି । ଘରୁ ବାହାରିବା ସମୟରୁ ହିଁ ଅନ୍ତରରେ ଏହି ଖୁସି ରହିବା ଉଚିତ୍, ଯେପରି କନ୍ୟା ଯେବେ ପତି ସହିତ ମିଶିଥାଏ ତେବେ ଅଳଙ୍କାର ଆଦି ପିନ୍ଧିଲେ ଚେହେରା ପ୍ରଫୁଲ୍ଲିତ ହୋଇଯାଇଥାଏ । ସେହି ଚେହେରା ପ୍ରଫୁଲ୍ଲିତ ହୋଇଥାଏ (ବିକାରୀ ହୋଇ) ଦୁଃଖ ପାଇବା ପାଇଁ । ତୁମ ଚେହେରା ପ୍ରଫୁଲ୍ଳିତ ହେଉଛି ସଦା ସୁଖ ପାଇବା ପାଇଁ । ତେଣୁ ଏପରି ବାବାଙ୍କ ପାଖକୁ ଆସିବା ସମୟରେ କେତେ ଖୁସି ହେବା ଉଚିତ୍ । ଏବେ ଆମକୁ ବେହଦର ବାବା ମିଳିଛନ୍ତି । ସତ୍ୟଯୁଗକୁ ଗଲେ ପୁଣି ଡିଗ୍ରୀ କମ୍ ହୋଇଯିବ । ଏବେ ତୁମେ ବ୍ରାହ୍ମଣ ଈଶ୍ୱରୀୟ ସନ୍ତାନ ଅଟ । ଭଗବାନ ଆସି ପଢାଉଛନ୍ତି । ସେ ଆମର ପିତା ମଧ୍ୟ, ଟୀଚର ମଧ୍ୟ, ପଢାଉଛନ୍ତି ପୁଣି ପବିତ୍ର କରି ସାଥିରେ ନେଇଯିବେ । ମୁଁ ଆତ୍ମା ଏବେ ଏହି ଛି-ଛି ରାବଣ ରାଜ୍ୟରୁ ମୁକ୍ତ ହେଉଛି । ଭିତରେ ଅସରନ୍ତି ଖୁସି ରହିବା ଉଚିତ୍ - ଯେବେ କି ବାବା ବିଶ୍ୱର ମାଲିକ କରାଉଛନ୍ତି ତେବେ ପାଠପଢା କେତେ ଭଲ ଭାବରେ ପଢିବା ଉଚିତ୍ । ଛାତ୍ରମାନେ ଭଲ ଭାବରେ ପଢିଲେ ଭଲ ନମ୍ବର ରଖି ପାସ୍ ହୋଇଥାନ୍ତି । ପିଲାମାନେ କହୁଛନ୍ତି — ବାବା ଆମେ ତ ଶ୍ରୀ ନାରାୟଣ ହେବୁ । ଏହା ହେଉଛି ସତ୍ୟ ନାରାୟଣ କଥା ଅର୍ଥାତ୍ ନରରୁ ନାରାୟଣ ହେବାର କଥା । ସେହି ମିଛ କଥା ସବୁ ତୁମେ ଜନ୍ମ-ଜନ୍ମାନ୍ତର ଶୁଣି ଆସିଛ । ଏବେ ବାବାଙ୍କଠାରୁ ଥରେ ମାତ୍ର ତୁମେ ସତ୍ୟ-ସତ୍ୟ କଥା ଶୁଣୁଛ । ଏହା ପୁଣି ଭକ୍ତିମାର୍ଗରେ ପ୍ରଚଳିତ ହୋଇ ଆସୁଛି । ଯେପରି ଶିବବାବା ଜନ୍ମ ନେଲେ ତାଙ୍କର ପୁଣି ବର୍ଷକୁ ବର୍ଷ ଜୟନ୍ତୀ ପାଳନ କରୁଛନ୍ତି, ସେ କେବେ ଆସିଲେ, କଣ କଲେ କିଛି ହେଲେ ଜଣା ନାହିଁ । ଆଚ୍ଛା କୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି, ସେ ମଧ୍ୟ କେବେ ଆସିଲେ, କିପରି ଆସିଲେ, କିଛି ବି ଜଣାନାହିଁ କହନ୍ତି କଂସପୁରୀକୁ ଆସୁଛନ୍ତି ତେବେ ସେ ପତିତ ଦୁନିଆରେ କିପରି ଜନ୍ମ ନେବେ । ପିଲାମାନେ କେତେ ଖୁସି ହେବା ଉଚିତ୍ — ଆମେ ବେହଦ ବାବାଙ୍କ ପାଖକୁ ଯାଉଛୁ ଅନୁଭବ ମଧ୍ୟ ଶୁଣାଉଛନ୍ତି ନା — ମୋତେ ଅମୁକଙ୍କ ଦ୍ୱାରା ତୀର ଲାଗିଲା, ବାବା ଆସିଛନ୍ତି .... । ବାସ୍ ସେହି ଦିନରୁ ହିଁ ମୁଁ ବାବାଙ୍କୁ ୟାଦ କରୁଛି । ଏହା ତୁମର ସବୁଠାରୁ ବଡ ବାବାଙ୍କ ପାଖକୁ ଆସିବାର ଯାତ୍ରା । ବାବା ଚୈତନ୍ୟ ଅଟନ୍ତି ପିଲାମାନଙ୍କ ପାଖକୁ ମଧ୍ୟ ଯାଉଛନ୍ତି । ତାହା ହେଲା ଜଡମୂର୍ତ୍ତି ନିକଟକୁ ଯାତ୍ରା । ଏଠାରେ ବାବା ଚୈତନ୍ୟରେ ଅଛନ୍ତି । ଯେପରି ଆମେ ଆତ୍ମାମାନେ କଥା କହୁଛେ ସେହିପରି ପରମାତ୍ମା ପିତା ମଧ୍ୟ ଶରୀର ଦ୍ୱାରା କହୁଛନ୍ତି । ଏହି ପାଠପଢା ହେଉଛି ଭବିଷ୍ୟ ୨୧ ଜନ୍ମ ପାଇଁ ଶରୀର ନିର୍ବାହ ଅର୍ଥେ । ତାହା (ଦୁନିଆର ପାଠ) କେବଳ ଏହି ଜନ୍ମ ପାଇଁ । ଏବେ କେଉଁ ପାଠ ପଢିବା ଉଚିତ୍ ଅଥବା କେଉଁ ଧନ୍ଦା କରିବା ଉଚିତ୍ ? ବାବା କହୁଛନ୍ତି ଉଭୟ କର । ସନ୍ନ୍ୟାସୀମାନଙ୍କ ସଦୃଶ ଘର ଦ୍ୱାର ଛାଡି ଜଙ୍ଗଲକୁ ଯାଅ ନାହିଁ । ଏହା ତ ପ୍ରବୃତ୍ତି ମାର୍ଗ ଅଟେ ନା । ଉଭୟଙ୍କ ନିମନ୍ତେ ପଢାଯାଉଛି । ସମସ୍ତେ ତ ପଢିବେ ବି ନାହିଁ । କେହି ଭଲ ପଢିବେ, କେହି କମ୍ । କାହାକୁ ଏକଦମ୍ ତୁରନ୍ତ ତୀର ଲାଗିଯିବ । କେହି ତ ନିର୍ବୋଧଙ୍କ ଭଳି ଏଣୁ ତେଣୁ କହିବେ । କେହି କହିଥାନ୍ତି — ହଁ ମୁଁ ବୁଝିବାକୁ ଚେଷ୍ଟା କରିବି । କେହି କହିବେ ଏହା ତ ଏକାନ୍ତରେ ବସି ବୁଝିବାର କଥା । ବାସ୍, ପୁଣି ହଜି ଯାଆନ୍ତି । କାହାକୁ ଜ୍ଞାନର ତୀର ଲାଗିଲେ ତୁରନ୍ତ ଆସି ବୁଝିବେ । କେହି ପୁଣି କହିବେ — ଆମକୁ ଫୁରସତ୍ ନାହିଁ । ତେବେ ବୁଝିନିଅ ତୀର ଲାଗି ନାହିଁ । ଦେଖ, ବ୍ରହ୍ମାବାବାଙ୍କୁ ତୀର ଲାଗିବାରୁ ତୁରନ୍ତ ସବୁ କିଛି ଛାଡି ଦେଲେ ନା । ଦେଖିଲେ ବାଦଶାହୀ ମିଳୁଛି, ତାହା ଆଗରେ ଏସବୁ କ’ଣ! ମୋତେ ତ ବାବାଙ୍କଠାରୁ ରାଜତ୍ୱ ନେବାର ଅଛି । ଏବେ ବାବା କହୁଛନ୍ତି ଲୌକିକ କର୍ମ ଧନ୍ଦା ଆଦି କର କେବଳ ଗୋଟିଏ ସପ୍ତାହ ଏହାକୁ ଭଲ ଭାବରେ ବୁଝ । ଗୃହସ୍ଥ ବ୍ୟବହାରକୁ ମଧ୍ୟ ସମ୍ଭାଳିବାକୁ ହେବ । ପିଲାଛୁଆଙ୍କର ପାଳନା ମଧ୍ୟ କରିବାକୁ ପଡିବ । ସନ୍ନ୍ୟାସୀମାନେ ପିଲାଛୁଆ ଜନ୍ମ କରି ପୁଣି ଛାଡି ଯାଉଛନ୍ତି । ବାବା କହୁଛନ୍ତି ତୁମେ ରଚନା କରିଛ ତେଣୁ ଭଲ ଭାବରେ ତାଙ୍କୁ ସମ୍ଭାଳ । ଧରିନିଅ ସ୍ତ୍ରୀ ଏବଂ ସନ୍ତାନ ତୁମ କଥା ମାନୁଛନ୍ତି ତେବେ ସୁପୁତ୍ର । ନମାନୁଛନ୍ତି ତ କୁପୁତ୍ର ଅଟନ୍ତି । ସୁପୁତ୍ର ଓ କୁପୁତ୍ର ଜଣାପଡିଯାଇଥାନ୍ତି ନା । ବାବା କହୁଛନ୍ତି ତୁମେ ଶ୍ରୀମତରେ ଚାଲିଲେ ଶ୍ରେଷ୍ଠ ହେବ । ନଚେତ୍ ବର୍ସା ମିଳିପାରିବ ନାହିଁ । ପବିତ୍ର, ସୁପୁତ୍ର ସନ୍ତାନ ହୋଇ ନାଁ ରଖ । ଯାହାକୁ ନିଶ୍ଚୟର ତୀର ଲାଗିଗଲା ସେ କହିବ — ବାସ୍, ଏକଦମ୍ ମୁଁ ସଚ୍ଚା ରୋଜଗାର କରିବି । ବାବା ଆସିଛନ୍ତି ଶିବାଳୟକୁ ନେଇ ଯିବା ପାଇଁ । ତେଣୁ ଶିବାଳୟକୁ ଯିବା ପାଇଁ ପୁଣି, ଯୋଗ୍ୟ ହେବାକୁ ପଡିବ । ଏଥିରେ ମେହନତ ରହିଛି । କୁହ, ଏବେ ଶିବବାବାଙ୍କୁ ୟାଦ କର, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । କଲ୍ୟାଣ ତ ତାଙ୍କର ମଧ୍ୟ କରିବାକୁ ହେବ ନା । କୁହ, ଏବେ ୟାଦ କର ତେବେ ବିକର୍ମ ବିନାଶ ହେବ । ତୁମ କନ୍ୟାମାନଙ୍କର କର୍ତ୍ତବ୍ୟ ପିଅର (ପିତା) ଘର ଏବଂ ଶ୍ୱଶୁର ଘରକୁ ଉଦ୍ଧାର କରିବା ଯେବେ କି ତୁମକୁ ଡକରା ଆସୁଛି ତେଣୁ ତୁମର କର୍ତ୍ତବ୍ୟ ହେଉଛି ତାଙ୍କର କଲ୍ୟାଣ କରିବା । ଦୟାଳୁ ହେବା ଦରକାର । ପତିତ ତମୋପ୍ରଧାନ ମନୁଷ୍ୟମାନଙ୍କୁ ସତ୍ତ୍ୱପ୍ରଧାନ ହେବାର ରାସ୍ତା ବତାଇବାକୁ ହେବ । ତୁମେ ଜାଣିଛ ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ନିଶ୍ଚୟ ହେବ । ନର୍କରେ ସବୁ ପତିତ ଆତ୍ମାମାନେ ଅଛନ୍ତି, ସେଥିପାଇଁ ତ ଗଙ୍ଗାରେ ସ୍ନାନ କରି ପାବନ ହେବାକୁ ଯାଉଛନ୍ତି । ପ୍ରଥମେ ତ ବୁଝନ୍ତୁ ଯେ ଆମେ ପତିତ ଅଟୁ ସେଥିପାଇଁ ପାବନ ହେବାକୁ ପଡିବ । ବାବା ଆତ୍ମାମାନଙ୍କୁ କହୁଛନ୍ତି ମୋତେ ୟାଦ କରିଲେ ତେବେ ତୁମର ପାପ ନଷ୍ଟ ହୋଇଯିବ । ସାଧୁ-ସନ୍ଥ ଆଦି ଯେଉଁମାନେ ବି ଅଛନ୍ତି — ସମସ୍ତଙ୍କୁ ମୋର ସନ୍ଦେଶ ଦିଅ ଯେ ବାବା କହୁଛନ୍ତି ମୋତେ ୟାଦ କର । ଏହି ଯୋଗ ଅଗ୍ନି ଦ୍ୱାରା ଅଥବା ୟାଦର ଯାତ୍ରା ଦ୍ୱାରା ତୁମର ଖାଦ ବାହାରିଯିବ । ତୁମେ ପବିତ୍ର ହୋଇ ମୋ ପାଖକୁ ଆସିଯିବ । ମୁଁ ତୁମ ସମସ୍ତଙ୍କୁ ସାଥିରେ ନେଇଯିବି । ବିଚ୍ଛା ଯେପରି ଚାଲିବା ସମୟରେ, ଯେଉଁଠି ନରମ ଜିନିଷ ଦେଖେ ଡଙ୍କ ମାରିଦିଏ । ପଥରକୁ ଡଙ୍କ ମାରି କ’ଣ କରିବ! ତୁମେ ମଧ୍ୟ ବାବାଙ୍କର ପରିଚୟ ଦିଅ । ଏକଥା ମଧ୍ୟ ବାବା ବୁଝାଇଛନ୍ତି — ମୋର ଭକ୍ତ କେଉଁଠି ରହୁଛନ୍ତି! ଶିବ ମନ୍ଦିରରେ, କୃଷ୍ଣଙ୍କ ମନ୍ଦିରରେ, ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ । ଭକ୍ତ ମୋର ଭକ୍ତି କରିଚାଲିଛନ୍ତି । ସନ୍ତାନ ତ ଅଟନ୍ତି ନା । ମୋଠାରୁ ରାଜ୍ୟ ନେଇଥିଲେ, ଏବେ ପୂଜ୍ୟରୁ ପୂଜାରୀ ହୋଇଗଲଣି । ଦେବତାମାନଙ୍କର ଭକ୍ତ ଅଟନ୍ତି ନା । ନମ୍ବରୱାନ ହେଉଛି ଶିବଙ୍କର ଅବ୍ୟଭିଚାରୀ ଭକ୍ତି । ପୁଣି ତଳକୁ ଖସି-ଖସି ଏବେ ତ ଭୂତ ପୂଜା କରିବାରେ ଲାଗିଛନ୍ତି । ଶିବଙ୍କର ପୂଜାରୀ ମାନଙ୍କୁ ବୁଝାଇବାକୁ ସହଜ ହେବ । ଏହି ସମସ୍ତ ଆତ୍ମାମାନଙ୍କର ପିତା ଶିବବାବା ଅଟନ୍ତି । ସ୍ୱର୍ଗର ବର୍ସା ଦେଉଛନ୍ତି । ଏବେ ବାବା କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ମୁଁ ତୁମକୁ ସନ୍ଦେଶ ଦେଉଛି । ବାବା କହୁଛନ୍ତି ମୁଁ ହେଉଛି ପତିତ-ପାବନ, ଜ୍ଞାନର ସାଗର । ଜ୍ଞାନ ମଧ୍ୟ ଶୁଣାଉଛି । ପାବନ ହେବା ପାଇଁ ଯୋଗ ମଧ୍ୟ ଶିଖାଉଛି । ବ୍ରହ୍ମାଙ୍କ ଶରୀର ଦ୍ୱାରା ସନ୍ଦେଶ ଦେଉଛି ଯେ ମୋତେ ୟାଦ କର । ନିଜର ୮୪ ଜନ୍ମକୁ ମନେ ପକାଅ । ତୁମକୁ ମନ୍ଦିର ଏବଂ କୁମ୍ଭ ମେଳାରେ ଭକ୍ତ ମିଳିଯିବେ । ସେଠାରେ ତୁମେ ଯାଇ ବୁଝାଇ ପାରିବ । ପତିତ-ପାବନ ଗଙ୍ଗା ନା ପରମାତ୍ମା ?

ତେଣୁ ପିଲାମାନଙ୍କୁ ଏହି ଖୁସି ରହିବା ଉଚିତ୍ ଯେ ଆମେ କାହା ପାଖକୁ ଯାଉଛୁ! ସେ କେତେ ସାଧାରଣ ଅଟନ୍ତି । କ’ଣ ବା ବଡେଇ ଦେଖାଇବେ! ଶିବବାବା କ’ଣ କରିଲେ ବଡ ଲୋକ ଭଳି ଦେଖାଯିବେ ? ସନ୍ନ୍ୟାସୀଙ୍କ ତ କପଡା ପିନ୍ଧି ପାରିବେ ନାହିଁ । ବାବା କହୁଛନ୍ତି ମୁଁ ତ ସାଧାରଣ ଶରୀର ନେଉଛି । ତୁମେ ହିଁ ରାୟ ଦିଅ ଯେ ମୁଁ କ’ଣ କରିବି ? ଏହି ରଥକୁ କ’ଣ ଶୃଙ୍ଗାର କରିବି ? ସେମାନେ ହୁସେନ୍ର ଘୋଡା ବାହାର କରି, ତାକୁ ଶୃଙ୍ଗାର କରିଥାନ୍ତି । ଏଠାରେ ଶିବବାବାଙ୍କ ରଥକୁ ପୁଣି ବଳଦ କରି ଦେଖାଇଛନ୍ତି । ବଳଦର ମସ୍ତକରେ ଗୋଲ୍ଗୋଲ୍ ଶିବଙ୍କର ଚିତ୍ର ଦେଖାଇଛନ୍ତି । ତେବେ ଶିବବାବା ବଳଦରେ କେଉଁଠୁ ଆସିବେ । ମନ୍ଦିରରେ ପୁଣି ବଳଦ କାହିଁକି ରଖିଛନ୍ତି ? ଶଙ୍କରଙ୍କର ବାହାନ ବୋଲି କହୁଛନ୍ତି । ସୂକ୍ଷ୍ମବତନରେ କ’ଣ ଶଙ୍କରଙ୍କର ବାହାନ ଥାଏ କି ? ଏସବୁ ହେଲା ଭକ୍ତିମାର୍ଗ ଯାହାକି ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜେ ନିଜ ସହିତ ପ୍ରତିଜ୍ଞା କରିବାକୁ ହେବ ଯେ ଏବେ ମୁଁ ସଚ୍ଚା ରୋଜଗାର କରିବି । ନିଜକୁ ଶିବାଳୟ (ସ୍ୱର୍ଗ)କୁ ଯିବାର ଯୋଗ୍ୟ କରିବି । ସୁପୁତ୍ର ସନ୍ତାନ ହୋଇ ଶ୍ରୀମତରେ ଚାଲି ବାବାଙ୍କର ନାଁ ରଖିବି ।

(୨) ଦୟାଶୀଳ ହୋଇ ତମୋପ୍ରଧାନ ମନୁଷ୍ୟମାନଙ୍କୁ ସତ୍ୱପ୍ରଧାନ କରିବାକୁ ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ ବାବାଙ୍କୁ ମନେ ପକାଇବାର ମନ୍ତ୍ର ଦେବାକୁ ହେବ ।

ବରଦାନ:-
ଯେକୌଣସି ସେବା ମିଳୁ ତା’କୁ ଖୁସି ଏବଂ ଉତ୍ସାହପୂର୍ବକ କରିବା ସହିତ ସର୍ବଦା ଏହି ଧ୍ୟାନ ରହୁ ଯେ ଯାହାବି ସେବା ହେଉ କିନ୍ତୁ ସେଥିରେ ସମସ୍ତଙ୍କର ଆଶୀର୍ବାଦ ପ୍ରାପ୍ତ ହେଉ କାରଣ ଯେଉଁଠାରେ ଆଶୀର୍ବାଦ ଥିବ ସେଠାରେ ପରିଶ୍ରମ କରିବାକୁ ପଡିବ ନାହିଁ । ତେଣୁ ବର୍ତ୍ତମାନ ଏହି ଲକ୍ଷ୍ୟ ରଖ ଯେ ଯେଉଁମାନେ ବି ସମ୍ପର୍କରେ ଆସୁଛନ୍ତି ସେମାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେଉ, ସେଥିପାଇଁ ଆଜ୍ଞାକାରୀ ହେବାର ଧାରଣା ହିଁ ସମସ୍ତଙ୍କ ଠାରୁ ଆଶୀର୍ବାଦ ନେବାର ଆଧାର ଅଟେ । ଯଦି କେହି ଭୁଲ ମଧ୍ୟ କରୁଥାଉ କିନ୍ତୁ ତା’କୁ ଭୁଲ ବୋଲି କହି ଧକ୍କା ଦେବା ପରିବର୍ତ୍ତେ ସାହାରା ଦେଇ ଛିଡା କରାଅ, ତା’ର ସହଯୋଗୀ ହୁଅ । ତେବେ କାହାଠାରୁ ମଧ୍ୟ ସନ୍ତୁଷ୍ଟତାର ଆଶୀର୍ବାଦ ମିଳିବ । ଯେଉଁମାନେ ଆଶୀର୍ବାଦ ନେବାରେ ମହାନ ହୁଅନ୍ତି ସେମାନେ ଆପେ ଆପେ ମହାନ ହୋଇଯାଆନ୍ତି ।

ସ୍ଲୋଗାନ:-
କଠିନ ପରିଶ୍ରମୀ ହେବା ସହିତ ନିଜର ସ୍ଥିତିକୁ ମଧ୍ୟ କଠିନ ଅର୍ଥାତ୍ ମଜବୁତ୍ କରିବାର ଲକ୍ଷ୍ୟ ରଖ ।