15.06.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ବର୍ତ୍ତମାନ ତୁମମାନଙ୍କର ସ୍ମୃତିରେ ଆସୁଛି ଯେ ଆମେ ୮୪ ଜନ୍ମର ଚକ୍ର ଶେଷ କରିଛୁ, ଏବେ ଆମେ ନିଜର ଶାନ୍ତିଧାମ ଘରକୁ ଫେରିଯିବୁ, ତେବେ ଘରକୁ ଯିବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ’’

ପ୍ରଶ୍ନ:-
ଯେଉଁ ପିଲାମାନଙ୍କର ଘରକୁ ଫେରିବାର ସ୍ମୃତି ରହିଛି, ସେମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-
ସେମାନେ ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ନ ଦେଖିଲା ପରି ରହିବେ । ସେମାନଙ୍କ ଭିତରେ ବେହଦର ବୈରାଗ୍ୟ ବୃତ୍ତି ରହିଥିବ । କର୍ମଧନ୍ଦାରେ ବ୍ୟସ୍ତ ରହୁଥିଲେ ମଧ୍ୟ ସେମାନେ ବୁଦ୍ଧିରେ ହାଲୁକା ରହୁଥିବେ । ଏପଟ-ସେପଟ କଥା, ପରନିନ୍ଦା, ପରଚର୍ଚ୍ଚାରେ ନିଜର ସମୟ ନଷ୍ଟ କରିବେ ନାହିଁ । ନିଜକୁ ଏହି ଦୁନିଆରେ ଅତିଥି ମନେ କରି ରହୁଥିବେ ।

ଓମ୍ ଶାନ୍ତି ।
କେବଳ ତୁମେ ସଂଗମଯୁଗୀ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ଅଳ୍ପ ସମୟ ପାଇଁ ଏହି ପୁରୁଣା ଦୁନିଆର ଅତିଥି ଅଟୁ । ଆମର ପ୍ରକୃତ ଘର ଶାନ୍ତିଧାମ । ସେହି ଘରକୁ ହିଁ ମନୁଷ୍ୟ ବହୁତ ୟାଦ କରିଥା’ନ୍ତି, ଇଚ୍ଛା ରଖିଥାଆନ୍ତି ମନକୁ ଶାନ୍ତି ମିଳୁ । କିନ୍ତୁ ମନ କ’ଣ, ଶାନ୍ତି କ’ଣ, ଆମକୁ କିପରି ମିଳିବ, ସେକଥା କିଛି ମଧ୍ୟ କେହି ଜାଣି ନଥାନ୍ତି । ତୁମେମାନେ ଜାଣୁଛ ଯେ ଏବେ ନିଜ ଘରକୁ ଯିବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ସମଗ୍ର ଦୁନିଆର ସମସ୍ତ ମନୁଷ୍ୟ କ୍ରମାନୁସାରେ ସେଠାକୁ ହିଁ ଯିବେ । ତାହା ଶାନ୍ତିଧାମ ଏବଂ ଏହା ହେଉଛି ଦୁଃଖଧାମ । ଏକଥା ମନେ ରଖିବା ମଧ୍ୟ ସହଜ ଅଟେ ନା । କେହି ବି ବୁଢା ହୁଅନ୍ତୁ କିମ୍ବା ଯୁବା ହୁଅନ୍ତୁ, ଏହି କଥାକୁ ତ ନିଶ୍ଚୟ ମନେ ପକାଇପାରିବେ ନା । ଏଥିରେ ସଂମ୍ପୂର୍ଣ୍ଣ ସୃଷ୍ଟିଚକ୍ରର ଜ୍ଞାନ ଆସିଯାଇଥାଏ । ସଂମ୍ପୂର୍ଣ୍ଣ ଜ୍ଞାନ ବିସ୍ତୃତ ଭାବେ ବୁଦ୍ଧିରେ ଆସିଯାଇଥାଏ । ଏବେ ତୁମେମାନେ ସଂଗମଯୁଗରେ ଅଛ । ଏହା ବୁଦ୍ଧିରେ ରହୁଛି ଯେ ଆମେ ଶାନ୍ତିଧାମକୁ ଯାଉଛୁ, ଡ୍ରାମା ପ୍ଲାନ୍ ଅନୁସାରେ । ଏହା ବୁଦ୍ଧିରେ ରହିଲେ ତୁମମାନଙ୍କୁ ଖୁସୀ ମିଳିବ ଓ ବାବାଙ୍କର ସ୍ମୃତି ମଧ୍ୟ ରହିବ । ଆମକୁ ଏବେ ନିଜର ୮୪ ଜନ୍ମର ସ୍ମୃତି ଆସିଯାଇଛି । ସେହି ଭକ୍ତିମାର୍ଗ ଅଲଗା ଏହା ଅଟେ ଜ୍ଞାନ ମାର୍ଗର କଥା । ବାବା ବୁଝାଉଛନ୍ତି ଯେ ହେ ମଧୁର ସନ୍ତାନଗଣ, ଏବେ ନିଜର ପ୍ରକୃତ ଘର ମନେ ପଡୁଛି ? ପ୍ରତିଦିନ ଢେର କଥା ଶୁଣୁଛ । ମୁଖ୍ୟ ଗୋଟିଏ କଥା ଯେ ଏବେ ଆମେ ଶାନ୍ତିଧାମକୁ ଯିବା ପୁର୍ନବାର ସୁଖଧାମରେ ଆସିବା । ବାବା ଆସିଛନ୍ତି ଆତ୍ମାମାନଙ୍କୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ । ସୁଖଧାମରେ ମଧ୍ୟ ଆତ୍ମାମାନେ ସୁଖ ଏବଂ ଶାନ୍ତିରେ ରହିଥାନ୍ତି । ଶାନ୍ତିଧାମରେ କେବଳ ଶାନ୍ତି ରହିଥାଏ, କିନ୍ତୁ ଏଠି ତ ବହୁତ ଗଣ୍ଡଗୋଳ ଝଗଡା ଅଛି ନା । ଏହି ମଧୁବନରୁ ଯେତେବେଳେ ତୁମେମାନେ ନିଜ ଘରକୁ ଯିବ ସେଠାରେ ପୁଣି ବୁଦ୍ଧି ପରନିନ୍ଦା, ପରଚର୍ଚ୍ଚା ତଥା ନିଜ କାମଧନ୍ଦା ଆଦିରେ ଲାଗିରହିବ । ଏଠି ତ ସେପରି ଜଞ୍ଜାଳ କିଛି ନାହିଁ । ତୁମେମାନେ ଜାଣୁଛ ଯେ ଆମେ ଆତ୍ମାମାନେ ଶାନ୍ତିଧାମର ନିବାସୀ । ଏଠି ଆମେ ପାର୍ଟଧାରୀ ହୋଇଛେ । ଦୁନିଆରେ ଆଉ କାହାକୁ ଏହା ଜଣା ନାହିଁ ଯେ ଆମେ ପାର୍ଟଧାରୀ କିପରି ହେଉଛୁ ? ତୁମ ପିଲାମାନଙ୍କୁ ବାବା ହିଁ ଆସି ପଢାଉଛନ୍ତି । କୋଟିକରେ କେହି ଗୋଟିଏ ପଢିଥା’ନ୍ତି । ସମସ୍ତେ ତ ପଢିବେ ନାହିଁ । ତୁମେ ଏବେ କେତେ ବୁଦ୍ଧିମାନ ହେଉଛ । ପୂର୍ବରୁ ବୁଦ୍ଦୁ ଥିଲ । ଏବେ ତ ଦେଖ ଲଢାଇ-ଝଗଡା ଆଦି କେତେ ହେଉଛି, ଏହାକୁ କ’ଣ କହିବେ ? ଆମେ ପରସ୍ପର ମଧ୍ୟରେ ଭାଇ ଭାଇ ଅଟୁ, ତାହା ଭୁଲିଯାଇଛନ୍ତି । ଭାଇକୁ ଭାଇ କେବେ ହତ୍ୟା କରନ୍ତି କି ? ହଁ, ହତ୍ୟା କେବେ ଯଦି କରନ୍ତି ତାହା କେବଳ ସମ୍ପତ୍ତି ପାଇଁ । ଏବେ ତୁମେମାନେ ଜାଣୁଛ ଯେ ଆମେ ସବୁ ଏକ ବାବାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟୁ । ତୁମେମାନେ ବାସ୍ତବରେ ବୁଝିଛ, ଆମ ଆତ୍ମାମାନଙ୍କୁ ବାବା ଆସି ପଢାଉଛନ୍ତି । ୫୦୦୦ ବର୍ଷ ପୂର୍ବ ଭଳି ଆମକୁ ପଢାଉଛନ୍ତି କାହିଁକି ନା ସେ ଜ୍ଞାନର ସାଗର ଅଟନ୍ତି, ଏହି ପାଠପଢାକୁ ଆଉ କେହି ମଧ୍ୟ ଜାଣନ୍ତି ନାହିଁ । ଏହା ମଧ୍ୟ ତୁମେ ପିଲାମାନେ ହିଁ ଜାଣୁଛ ଯେ ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି । ସୃଷ୍ଟିର ରଚୟିତା କୁହାଯିବ ନାହିଁ । ସୃଷ୍ଟି ତ ଅନାଦି ଅଟେ । ସ୍ୱର୍ଗର ରଚୟିତା କହିବା, ସେଠାରେ ଆଉ କୌଣସି ରାଷ୍ଟ୍ର ନଥିଲା । ଏଠାରେ ତ ଅନେକ ରାଷ୍ଟ୍ର ଅଛି । ଏପରି ଏକ ସମୟ ଥିଲା ଯେଉଁ ସମୟରେ କି ଏକ ଧର୍ମ ଥିଲା, ଏକ ରାଜ୍ୟ ଥିଲା ପରେ ପୁଣି ଅନେକ ଧର୍ମ ଆସିଲା । ଏବେ ବୁଦ୍ଧିରେ ଆସୁଛି ଯେ ଅନେକ ଧର୍ମ କିପରି ଆସିଲା । ପ୍ରଥମେ-ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ପ୍ରଥମେ ଏଠାରେ ସନାତନ ଧର୍ମ ଥିଲା ବୋଲି କହିଥା’ନ୍ତି କିନ୍ତୁ ଅର୍ଥ ତ କିଛି ଜାଣନ୍ତି ନାହିଁ । ତୁମେ ସବୁ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟ, କେବଳ ପତିତ ହୋଇଯାଇଛ, ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ ହୋଇଯାଇଛ । ତୁମେମାନେ ବୁଝୁଛ ଯେ ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟୁ, ଆମେ ବହୁତ ପବିତ୍ର ଥିଲୁ ଏବେ ପତିତ ହୋଇ ଯାଇଛୁ । ତୁମେମାନେ ବାବାଙ୍କଠାରୁ ପବିତ୍ର ଦୁନିଆର ମାଲିକ ହେବାର ସମ୍ପତ୍ତି ନେଇଥିଲ, ଏବେ ବୁଝୁଛ ଯେ ଆମେ ପ୍ରଥମେ ପବିତ୍ର ଗୃହସ୍ଥ ଧର୍ମର ଥିଲୁ । ଏବେ ଡ୍ରାମାର ପ୍ଲାନ୍ ଅନୁସାରେ ରାବଣ ରାଜ୍ୟରେ ଆମେ ପତିତ ପ୍ରବୃତ୍ତି ମାର୍ଗର ହୋଇଯାଇଛୁ । ତୁମେମାନେ ହିଁ ମୋତେ ଡାକିଥିଲ ଯେ — ହେ ପତିତପାବନ! ଆମକୁ ଆସି ସୁଖଧାମକୁ ନେଇଯାଅ । ଏସବୁ ଯେପରି କାଲିର କଥା । କାଲି ତୁମେ ପବିତ୍ର ଥିଲ । ଆଜି ଅପବିତ୍ର ହୋଇ ଯିବାକୁ ଡାକୁଛ । ଆତ୍ମା ପତିତ ହୋଇଯାଇଛି । ଆତ୍ମା ହିଁ ଡାକିଥାଏ ଯେ ବାବା ଏଠାକୁ ଆସି ଆମକୁ ପୁଣି ଥରେ ପବିତ୍ର କର । ବାବା କହୁଛନ୍ତି ଯେ ବର୍ତ୍ତମାନ କେବଳ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ ପୁଣି ତୁମେ ୨୧ ଜନ୍ମ ପାଇଁ ବହୁତ ସୁଖୀ ହୋଇଯିବ । ବାବା ତ’ ବହୁତ ଭଲ କଥା ଶୁଣାଉଛନ୍ତି । ଖରାପ ଜିନିଷ ତ୍ୟାଗ କରାଇଥାନ୍ତି । ତୁମେ ଦେବତା ଥିଲ ନା । ଏବେ ପୁଣି ଦେବତା ହେବାକୁ ଯାଉଛ ତେଣୁ ପବିତ୍ର ହୁଅ । କେତେ ସହଜ କଥା । ଏହି ରୋଜଗାର ବହୁତ ଶ୍ରେଷ୍ଠ ଅଟେ । ତୁମେ ପିଲାମାନଙ୍କ ବୁଦ୍ଧିରେ ରହୁଛି ଯେ, ଶିବବାବା ଆସିଛନ୍ତି, ଏହିପରି ପ୍ରତି ୫ ହଜାର ବର୍ଷ ପରେ ଆସିଥାନ୍ତି । ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚୟ ହୋଇଥାଏ । ଏହା ଆଉ କେହି କହିପାରିବେ ନାହିଁ । ଶାସ୍ତ୍ରରେ କଳିଯୁଗର ଆୟୁ ବହୁତ ଲମ୍ବା କରି ଦେଇଛନ୍ତି । ଏହା ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇଛି । ଏବେ ତୁମେ ପିଲାମାନେ ପାପରୁ ମୁକ୍ତ ହେବାର ପୁରୁଷାର୍ଥ କରୁଛ, ତୁମର ଧ୍ୟାନ ରହିବା ଦରକାର ଯେ ଆଉ କୌଣସି ପାପ ଆମ ଦ୍ୱାରା ନ ହୋଇଯାଉ । ଦେହ-ଅଭିମାନରେ ଆସିଲେ ହିଁ ପୁଣି ଅନ୍ୟ ସବୁ ବିକାର ଆସିଥାଏ, ଯାହା ଦ୍ୱାରା ପାପ ହୋଇଥାଏ । ଏଥିପାଇଁ ବିକାର ରୂପୀ ଭୁତମାନଙ୍କୁ ବାହାର କରିବାକୁ ପଡିବ । ଏହି ଦୁନିଆର କୌଣସି ବି ବସ୍ତୁରେ ମୋହ ନ ରହୁ । ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହେଉ । ଯଦିଓ ସବୁକିଛି ଦେଖୁଛ, ପୁରୁଣା ଘରେ ରହୁଛ ପରନ୍ତୁ ବୁଦ୍ଧି ନୂଆ-ଦୁନିଆରେ ଲାଗି ରହିଛି । ଯେବେ ନୂଆ ଘରକୁ ଯିବ ତେବେ ନୂଆକୁ ହିଁ ଦେଖିବ । ଯେପର୍ଯ୍ୟନ୍ତ ଏହି ପୁରୁଣା ଘର ସମାପ୍ତ ନ ହୋଇଛି ସେପର୍ଯ୍ୟନ୍ତ ଆଖିରେ ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ନୂଆ ଦୁନିଆକୁ ମନେ ପକାଅ । କୌଣସି ବି ଏପରି କାମ କର ନାହିଁ ଯାହାଦ୍ୱାରା ପୁଣି ପଶ୍ଚାତାପ କରିବାକୁ ପଡିବ । ଆଜି ଅମୁକକୁ ଦୁଃଖ ଦେଲି ଏହି ପାପ କଲି, ବାବାଙ୍କୁ ପଚାରିପାରିବ ଯେ ବାବା ଏହା ପାପ ଅଟେ ? କ’ଣ ପାଇଁ ଅଣନିଶ୍ୱାସୀ ହେବା । ନିଜର ଦ୍ୱନ୍ଦ ପଚାରିବ ନାହିଁ ତ ଅଣନିଶ୍ୱାସୀ ହେଉଥିବ । ବାବାଙ୍କୁ ପଚାରିବ ତ ବାବା ଜଲ୍ଦି ହାଲ୍ଲକା କରିଦେବେ । ତୁମେମାନେ ବହୁତ ବିକର୍ମରରେ ଭାରି ହୋଇଛ । ପାପର ବୋଝ ବହୁତ ଭାରୀ ଅଟେ । ୨୧ ଜନ୍ମ ପୁଣି ପାପ ମୁକ୍ତ ହୋଇ ହାଲ୍ଲକା ହୋଇଯିବ । ଜନ୍ମ ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି । ଯେତେ ଯେତେ ୟାଦରେ ରହିବ, ସେତିକି ହାଲୁକା ହୋଇଯାଉଥିବ । ଖାଦ ବାହାରିଯିବ ଏବଂ ଖୁସୀ ରହିବ । ସତ୍ୟଯୁଗରେ ତୁମେ ବହୁତ ଖୁସୀରେ ଥିଲ ପୁଣି ଖୁସୀ କମ୍ ହୋଇ ହୋଇ ତୁମର ସଂପୂର୍ଣ୍ଣ ଖୁସୀ ହଜିଗଲା । ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଏହି ଯାତ୍ରାରେ ୫ ହଜାର ବର୍ଷ ଲାଗୁଛି । ସ୍ୱର୍ଗରୁ ନର୍କକୁ ଆସିବାର ଯାତ୍ରା ଏବେ ଜଣା ପଡିଲା ଯେ ଆମେ ସ୍ୱର୍ଗରୁ ନର୍କକୁ କିପରି ଆସିଲେ, ଏବେ ପୁଣି ତୁମେ ନର୍କରୁ ସ୍ୱର୍ଗ ଆଡକୁ ଯାଉଛ । ଏକ ସେକେଣ୍ଡରେ ଜୀବନମୁକ୍ତି । ବାବାଙ୍କୁ ମଧ୍ୟ ଜାଣିଲ । ଯେହେତୁ ବାବା ଆସିଛନ୍ତି ତେବେ ନିଶ୍ଚିତ ଆମକୁ ସ୍ୱର୍ଗକୁ ନେଇଯିବେ । ପିଲାଟିଏ ଜନ୍ମ ହେଲା ଅର୍ଥାତ୍ ପିତାଙ୍କ ସମ୍ପତ୍ତିର ମାଲିକ ହୋଇଗଲା । ବାବାଙ୍କର ହୋଇଛୁ ତେଣୁ ନଶା ଚଢିବା ଦରକାର ନା । ନିଶା ଖସିବା କ’ଣ ଉଚିତ୍ କି । ତୁମେମାନେ ତ ବଡ ହୋଇ ଗଲଣି । ବେହଦ ବାବାଙ୍କର ସନ୍ତାନ ହୋଇଛ ତେଣୁ ବେହଦର ରାଜଧାନୀ ଉପରେ ତୁମମାନଙ୍କର ହକ (ଅଧିକାର) ରହିଛି, ସେଥିପାଇଁ ଗାୟନ ମଧ୍ୟ ରହିଛି — ଅତିନ୍ଦ୍ରିୟ ସୁଖ ବିଷୟରେ ଜାଣିବାର ଅଛି ତ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାରି ବୁଝ । ବଲ୍ଲଭ ବାବା ଅଟନ୍ତି ନା, ତାଙ୍କୁ ପଚାର । କ୍ରମାନୁଯାୟୀ ପୁରୁଷାର୍ଥ ଅନୁସାରେ ହିଁ ଖୁସୀର ପାରଦ ଉପରକୁ ଚଢିବ । କେହି ତ ଜଲ୍ଦି ନିଜ ଭଳି ଅନ୍ୟମାନଙ୍କୁ ତିଆରି କରି ଦେଇଥା’ନ୍ତି । ପିଲାମାନଙ୍କର କାମ ହିଁ ଏହା ଅଟେ ଯେ ଆଉ ସବୁ କିଛି ଭୁଲେଇ ନିଜ ରାଜଧାନୀକୁ ଅନ୍ୟମାନଙ୍କୁ ମନେ ପକାଇ ଦେବା । ତୁମେମାନେ ତ ସ୍ୱର୍ଗର ମାଲିକ ଥିଲ । ଏବେ ଏହା କଳିଯୁଗୀ ପୁରୁଣା ଦୁନିଆ ଅଟେ । ପୁଣି ନୂଆ ଦୁନିଆ ହେବ । ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ପ୍ରତି ୫ ହଜାର ବର୍ଷ ପରେ ବାବା ଭାରତକୁ ହିଁ ଆସିଥାନ୍ତି । ତେଣୁ ତାଙ୍କର ଜୟନ୍ତୀ ଭାରତରେ ପାଳନ କରୁଛନ୍ତି । ତୁମେମାନେ ଜାଣୁଛ ଯେ ବାବା ଆସି ଆମକୁ ରାଜଧାନୀ ଦେଇ ଯାଇଥାନ୍ତି, ତେଣୁ ସେଠାରେ ତାଙ୍କୁ ୟାଦ କରିବାର ଆବଶ୍ୟକ ହିଁ ରହିନଥାଏ । ପୁଣି ଯେବେ ଭକ୍ତି ଆରମ୍ଭ ହୋଇଥାଏ ସ୍ମରଣ କରିଥା’ନ୍ତି । ଆତ୍ମା ହିଁ ଖୁସୀର ଖୁରାକ ଖାଇଛି, ତେଣୁ ପୁନର୍ବାର ୟାଦ କରୁଛି ଯେ ବାବା ପୁଣି ଆସି ଆମକୁ ଶାନ୍ତିଧାମ, ସୁଖଧାମକୁ ନେଇଯାଅ । ଏବେ ତୁମେ ପିଲାମାନେ ବୁଝୁଛ ଯେ ସେ ଆମର ପିତା ଅଟନ୍ତି, ଟିଚର ମଧ୍ୟ ଅଟନ୍ତି, ଗୁରୁ ମଧ୍ୟ ଅଟନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଚକ୍ର, ୮୪ ଜନ୍ମର ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ରହିଛି । ଅନେକ ଥର ୮୪ ଜନ୍ମ ନେଇଛ ଏବଂ ନେଉଥିବ ଏହାର ଅନ୍ତ କେବେ ହୋଇନଥାଏ । ତୁମ ବୁଦ୍ଧିରେ ହିଁ ଏହି ଚକ୍ରର ସ୍ମୃତି ରହିଛି । ସ୍ୱଦର୍ଶନ ଚକ୍ର ଘଡି ଘଡି ୟାଦ ରହିବା ଦରକାର । ଏହା ହିଁ ମନମନାଭବ ଅଟେ, ଯେତେ ବାବାଙ୍କୁ ୟାଦ କରିବ ସେତେ ପାପ ଭସ୍ମ ହେବ । ତୁମେମାନେ ଯେବେ କର୍ମାତୀତ ଅବସ୍ଥାର ନିକଟରେ ପହଞ୍ଚି ଯିବ ସେତେବେଳେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । ଏବେ କିଛି କିଛି ବିକର୍ମ ହୋଇଯାଉଛି । ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥା ତ ଏବେ ହୋଇ ନାହିଁ । ଏହି ବ୍ରହ୍ମାବାବା ମଧ୍ୟ ତୁମ ସାଥୀରେ ଛାତ୍ର ଅଟନ୍ତି । ଶିକ୍ଷକ ଶିବବାବା ଅଟନ୍ତି । ଯଦିଓ ବ୍ରହ୍ମାଙ୍କ ଭିତରେ ପ୍ରବେଶ କରିଥା’ନ୍ତି, କିନ୍ତୁ ଇଏ ମଧ୍ୟ ଛାତ୍ର ହିଁ ଅଟନ୍ତି । ଏହା ନୂଆ ନୂଆ କଥା । ଏବେ କେବଳ ତୁମେ ବାବାଙ୍କୁ ଏବଂ ସୃଷ୍ଟି ଚକ୍ରକୁ ୟାଦ କର । ତାହା ଅଟେ ଭକ୍ତିମାର୍ଗ, ଏହା ଜ୍ଞାନ ମାର୍ଗ । ରାତି ଦିନର ଫରକ । ସେଠାରେ କେତେ ଝାଞ୍ଜ, ଘଣ୍ଟା ଆଦି ବଜାଇଥାନ୍ତି । ଏଠାରେ କେବଳ ୟାଦରେ ରହିବାର କଥା । ଆତ୍ମା ତ ଅମର, ଅକାଳ ସିଂହାସନ ମଧ୍ୟ ରହିଛି । ଏପରି ନୁହେଁ ଯେ ଅକାଳମୁରତ କେବଳ ବାବା ଅଟନ୍ତି । ତୁମେମାନେ ମଧ୍ୟ ଅକାଳମୂର୍ତ୍ତ ଅଟ । ଅକାଳମୂର୍ତ୍ତ ଆତ୍ମାର ଏହି ଭ୍ରୁକୁଟୀ ସିଂହାସନ ଅଟେ । ନିଶ୍ଚିତ ଭ୍ରୁକୁଟୀରେ ହିଁ ବସିବ ଆଉ କ’ଣ ପେଟରେ ଆସି ବସିବ । ଏବେ ତୁମେମାନେ ଜାଣୁଛ ଯେ ଅକାଳମୁରତ ଆତ୍ମାର ସିଂହାସନ କେଉଁଠି ଅଛି । ଏହି ଭ୍ରୁକୁଟୀର ମଧ୍ୟ ଭାଗରେ ଆତ୍ମାର ସିଂହାସନ ଅଟେ । ପଞ୍ଜାବର ଅମୃତସରରେ ମଧ୍ୟ ଅକାଳତଖତ ଅଛି ନା । କିନ୍ତୁ ତାର ଅର୍ଥ କିଛି ମଧ୍ୟ ବୁଝି ନାହାଁନ୍ତି । ତାହାର ମହିମା ମଧ୍ୟ ଗାୟନ କରିଥାନ୍ତି ଯେ ଅକାଳମୂରତ । ସେମାନଙ୍କର ଅକାଳତଖତ ବିଷୟରେ କାହାକୁ ଜଣା ନାହିଁ । ଏବେ ତୁମମାନଙ୍କୁ ଜଣାପଡିଲା ଯେ ପ୍ରକୃତ ସିଂହାସନ ତ ଏହି ଭ୍ରୃକୁଟୀ ଅଟେ, ଯାହା ଉପରେ ବସି ବାବା ଶୁଣାଉଛନ୍ତି । ତେଣୁ ଆତ୍ମା ଅବିନାଶୀ ଅଟେ, ଶରୀର ବିନାଶୀ ଅଟେ । ଆତ୍ମାର ଏହା ଅକାଳ ସିଂହାସନ ଅଟେ । ଏହି ଅକାଳତଖତ ସର୍ବଦା ରହିଥାଏ । ଏହା ତୁମେମାନେ ହିଁ ବୁଝୁଛ । ସେମାନେ ପୁଣି କାଠର ସିଂହାସନ ତିଆରି କରି ଏପରି ନାମ ରଖିଦେଇଛନ୍ତି । ବାସ୍ତବରେ ଅକାଳ ଆତ୍ମା ତ ଭ୍ରୃକୁଟୀରେ ହିଁ ବସିଛି । ତୁମ ପିଲାମାନଙ୍କ ବୁଦ୍ଧିରେ ଏ ସବୁ କଥାର ଅର୍ଥ ରହିଛି, ଏକ ଓମ୍କାର... ଏହାର ଅର୍ଥ ତୁମେମାନେ ବୁଝୁଛ । ମନୁଷ୍ୟ ମନ୍ଦିରରେ ଯାଇ କହିଥାନ୍ତି ଅଚ୍ୟୁତମ୍ କେଶବମ୍... ଅର୍ଥ କିଛି ନାହିଁ । ଏହିପରି ହିଁ ସ୍ତୁତି କରିଥାନ୍ତି । ଅଚ୍ୟୁତମ୍ କେଶବମ୍ ରାମ ନାରାୟଣମ୍... ଏବେ ରାମ କେଉଁଠି ଅଛନ୍ତି, ନାରାୟଣ କେଉଁଠି ଅଛନ୍ତି । ବାବା କହୁଛନ୍ତି ଯେ ତାହା ସବୁ ଭକ୍ତିମାର୍ଗ ଅଟେ । ଜ୍ଞାନ ତ ବହୁତ ସାଧାରଣ । ଅନ୍ୟ କୌଣସି କଥା ପଚାରିବା ପୂର୍ବରୁ ବାବା ଏବଂ ବର୍ସାକୁ ମନେ ପକାଅ । ସେହି ମେହନତ କାହା ଦ୍ୱାରା ହେଉ ନାହିଁ । ଭୁଲିଯାଉଛନ୍ତି । ଗୋଟିଏ ନାଟକ ମଧ୍ୟ ଅଛି । ମାୟା ଏଠି କ’ଣ ସବୁ କରୁଛି, ଭଗବାନ ଆସି କ’ଣ ସବୁ କରୁଛନ୍ତି । ତୁମେ ବାବାଙ୍କୁ ୟାଦ କରୁଛ, ମାୟା ତୁମକୁ ଆହୁରି ତୋଫାନ ମଧ୍ୟକୁ ନେଇଯାଉଛି । ମାୟାର ଆଦେଶ — ବଳବାନ୍ରୁ ବଳବାନ ହୋଇ ଲଢ, ତୁମେମାନେ ସବୁ ଯୁଦ୍ଧ ଭୂମିରେ ଅଛ । ଜାଣୁଛ ଯେ ଏମାନଙ୍କ ମଧ୍ୟରେ କେଉଁ କେଉଁ ପ୍ରକାରର ଯୋଦ୍ଧା ଅଛନ୍ତି । କେହି ତ ଅତି ଦୁର୍ବଳ ଅଟନ୍ତି, କେହି ମଧ୍ୟ ଅଳ୍ପ ଦୁର୍ବଳ, କେହି ତ ପୁଣି ତୀକ୍ଷ୍ଣ ଅଟନ୍ତି । କିନ୍ତୁ ସମସ୍ତେ ମାୟା ସହିତ ଯୁଦ୍ଧ କରିଥାନ୍ତି । ଭିତରିଆ ଲୁଚି ଲୁଚି ରହିଥା’ନ୍ତି । ସେମାନେ ମଧ୍ୟ ଭୂମି ତଳେ ବମ୍ର ପରୀକ୍ଷା କରିଥା’ନ୍ତି । ଏହା ମଧ୍ୟ ତୁମେ ପିଲାମାନେ ଜାଣୁଛ ଯେ, ନିଜର ମୃତ୍ୟୁ ପାଇଁ ସବୁ କିଛି କରୁଛନ୍ତି । ତୁମେମାନେ ବିଲ୍କୁଲ୍ ଶାନ୍ତିରେ ବସିଛ, ସେମାନଙ୍କର ଅଟେ ବିଜ୍ଞାନ ବଳ । ପ୍ରାକୃତ୍ତିକ ବିପର୍ଯ୍ୟୟ ମଧ୍ୟ ବହୁତ ରହିଛି । ସେଥିରେ ତ କାହାର ଶକ୍ତି କାମ କରିବ ନାହିଁ । ଏବେ କୃତ୍ରିମ ବର୍ଷା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । କୃତ୍ରିମ ବର୍ଷା ହେବ ତ ପୁଣି ଶସ୍ୟ ଅଧିକ ହେବ । ତୁମେ ପିଲାମାନେ ତ ଜାଣୁଛ ଯେ କେତେ ବି ବର୍ଷା ହେଉ ନିଶ୍ଚିତ ରୂପେ ପୁଣି ବି ପ୍ରାକୃତିକ ବିପର୍ଯ୍ୟୟ ହେବ । ମୂସଳଧାରରେ ବର୍ଷା ହେବ ପୁଣି କ’ଣ କରିପାରିବେ । ଏହାକୁ କୁହାଯାଇଛି ପ୍ରାକୃତିକ ଦୁର୍ବିପାକ । ସତ୍ୟଯୁଗରେ ଏସବୁ ହୋଇନଥାଏ । ଏଠାରେ ଯାହା ସବୁ ଅଛି ସିଏ ପୁଣି ବିନାଶରେ ସାହାଯ୍ୟ କରିବ । ତୁମର ବୁଦ୍ଧିରେ ଅଛି ଯେ ଆମେ ଯେବେ ସତ୍ୟଯୁଗରେ ରହିବୁ ତେବେ ଯମୁନା କୂଳରେ ସୁନାର ମହଲ ହେବ । ସେଠାରେ ବହୁତ କମ୍ ବାସିନ୍ଦା ରହିବୁ । କଳ୍ପ କଳ୍ପ ଏହିପରି ହୋଇଥାଏ । ପ୍ରଥମେ କମ୍ ମନୁଷ୍ୟ ଥା’ନ୍ତି ପୁଣି ବୃକ୍ଷ ବଢିଥାଏ । ସେଠାରେ କୌଣସି ବି ଆବର୍ଜନା ଇତ୍ୟାଦି ନଥାଏ । ଏଠାରେ ତ ଦେଖ ପକ୍ଷୀ ମଧ୍ୟ ଅପରିଷ୍କାର କରୁଛନ୍ତି, ସେଠାରେ ଅପରିଷ୍କାର କଥା କିଛି ନାହିଁ ତେଣୁ ତାକୁ କୁହାଯାଉଛି ସ୍ୱର୍ଗ । ଏବେ ତୁମେମାନେ ବୁଝୁଛ ଯେ ଆମେ ଏବେ ଦେବତା ହେଉଛୁ ତେଣୁ ଭିତରେ କେତେ ଖୁସୀ ରହିବା ଦରକାର । ମାୟାରୂପୀ ରାକ୍ଷସଠାରୁ ରକ୍ଷା ପାଇବା ପାଇଁ ହେଲେ ବାବା କହୁଛନ୍ତି ତୁମେ ପିଲାମାନେ ଏହି ରୁହାନୀ ଧନ୍ଦାରେ ଲାଗିଯାଅ । ମନମନାଭବ । ବାସ୍ ଏଥିରେ ହିଁ ବେତାଳ ଭଳି ନିରନ୍ତର ଲାଗି ରୁହ । ଜିନ୍ର ଉଦାହରଣ ଦେଇଥାନ୍ତି ନା । କହିଲା ମୋତେ କାମ ଦିଅ... ତେଣୁ ବାବା ମଧ୍ୟ କାମ ଦେଉଛନ୍ତି । ନଚେତ୍ ମାୟା ଖାଇଯିବ । ବାବାଙ୍କର ପୂର୍ଣ୍ଣ ସହଯୋଗୀ ହୁଅ । ଏକୁଟିଆ ବାବା ତ ସବୁ କରିବେ ନାହିଁ । ବାବା ତ ରାଜ୍ୟ ମଧ୍ୟ କରିବେ ନାହିଁ । ତୁମେମାନେ ସେବା କରୁଛ, ରାଜ୍ୟ ପଦ ମଧ୍ୟ ତୁମମାନଙ୍କ ପାଇଁ ଅଟେ । ବାବା କହୁଛନ୍ତି ମୁଁ ମଧ୍ୟ ମଗଧ ଦେଶରେ ଆସୁଛି । ମାୟା ମଧ୍ୟ ମଗର ମାଛ ଅର୍ଥାତ୍ କୁମ୍ଭୀର ଅଟେ, କେତେ ମହାରଥୀମାନଙ୍କୁ ଗିଳି ଖାଇ ଯାଉଛି । ମାୟା ତୁମର ଶତ୍ରୁ ଅଟେ ନା । ଯେପରି ବେଙ୍ଗର ଶତ୍ରୁ ସାପ ଅଟେ ନା । ତୁମମାନଙ୍କୁ ଜଣା ଅଛି, ସେହିପରି ତୁମାନଙ୍କର ଶତ୍ରୁ ଅଟେ ମାୟା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜକୁ ପାପରୁ ମୁକ୍ତ କରିବାର ପୁରୁଷାର୍ଥ କରିବାକୁ ହେବ, ଦେହ-ଅଭିମାନରେ କେବେ ବି ଆସିବାର ନାହିଁ । ଏହି ଦୁନିଆର କୌଣସି ବସ୍ତୁରେ ମୋହ ରଖିବାର ନାହିଁ ।

(୨) ମାୟାରୂପୀ ଜିନ୍ ଅର୍ଥାତ୍ ଭୂତଠାରୁ ରକ୍ଷା ପାଇବା ପାଇଁ ବୁଦ୍ଧିକୁ ଆତ୍ମିକ ସେବାରେ ବ୍ୟସ୍ତ ରଖିବାକୁ ହେବ । ବାବାଙ୍କର ପୂର୍ଣ୍ଣ ସହଯୋଗୀ ହେବାକୁ ପଡିବ ।

ବରଦାନ:-
‘ମୁଁ ’ ଏବଂ ‘ମୋର’ ପଣିଆକୁ ସମାପ୍ତ କରି ସମାନତା ଏବଂ ସମ୍ପୂର୍ଣ୍ଣତାର ଅନୁଭବ କରୁଥିବା ସଚ୍ଚା ତ୍ୟାଗୀ ହୁଅ ।

ପ୍ରତି ସେକେଣ୍ଡରେ, ପ୍ରତି ସଂକଳ୍ପରେ ବାବା-ବାବା ଶବ୍ଦ ହିଁ ସ୍ମୃତିରେ ରହିଥାଉ, ମୁଁ ପଣିଆ ସମାପ୍ତ ହୋଇଯାଉ । ଯେତେବେଳେ ମୁଁ ପଣିଆ ରହିବ ନାହିଁ ସେତେବେଳେ ମୋର ପଣିଆ ମଧ୍ୟ ରହିବ ନାହିଁ । ମୋର ସ୍ୱଭାବ, ମୋର ସଂସ୍କାର, ମୋର ପ୍ରକୃତି, ମୋ କାମ ବା ମୋ କର୍ତ୍ତବ୍ୟ ମୋର ନାମ ବା ମୋର ପ୍ରତିଷ୍ଠା.... ଯେତେବେଳେ ଏହିସବୁ ମୁଁ ପଣିଆ ଏବଂ ମୋର ପଣିଆ ସମାପ୍ତ ହୋଇଯିବ ସେତେବେଳେ କୁହାଯିବ ସମାନତା ଏବଂ ସମ୍ପୂର୍ଣ୍ଣତା ସ୍ଥିତି । ଏହି ମୁଁ ପଣିଆ ଏବଂ ମୋର ପଣିଆର ତ୍ୟାଗ ହିଁ ବଡରୁ ବଡ ସୂକ୍ଷ୍ମ ତ୍ୟାଗ । ଏହି ମୁଁ ପଣିଆର ଅଶ୍ୱକୁ ଅଶ୍ୱମେଧ ଯଜ୍ଞରେ ସ୍ୱାହା କରିଦିଅ ତେବେ ଯାଇ ଅନ୍ତିମ ଆହୁତି ପଡିବ ଏବଂ ବିଜୟର ନାଗରା ବାଜିବ ।

ସ୍ଲୋଗାନ:-
ଆଜ୍ଞା ହଁ କହି ସହଯୋଗର ହାତ ବଢାଇବା ଅର୍ଥ ଆଶୀର୍ବାଦର ମାଳା ପିନ୍ଧିବା ।