10.08.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ନିଜର ସ୍ୱଧର୍ମକୁ ଭୁଲିବା ହିଁ ସବୁଠାରୁ ବଡ ଭୁଲ୍ ଅଟେ, ଏବେ ତୁମକୁ ନିର୍ଭୁଲ ହେବାକୁ ପଡିବ, ନିଜ ଘର ଏବଂ ରାଜ୍ୟକୁ ମନେ ପକାଇବାକୁ ହେବ । ’’

ପ୍ରଶ୍ନ:-
ପିଲାମାନଙ୍କର କେଉଁ ଅବସ୍ଥା ହିଁ ବିନାଶ ସମୟ ପାଖେଇ ଆସିବାର ଚିହ୍ନ ?

ଉତ୍ତର:-
ତୁମେ ପିଲାମାନେ ଯେତେବେଳେ ଯୋଗର ଯାତ୍ରାରେ ମସ୍ତ ରହିବ, ବୁଦ୍ଧି ଏଣେତେଣେ ଯିବା ବନ୍ଦ ହୋଇଯିବ, ବାଣୀରେ ଯୋଗର ଶକ୍ତି ଆସିଯିବ, ଅପାର ଖୁସୀରେ ରହିବ, ବାରମ୍ବାର ନିଜର ସତ୍ୟଯୁଗୀ ଦୁନିଆର ଦୃଶ୍ୟ ସମ୍ମୁଖରେ ଦେଖାଯିବ ତେବେ ଜାଣିବ ସମୟ ନିକଟବର୍ତ୍ତୀ ହୋଇଗଲାଣି । ବିନାଶ ହେବା ପାଇଁ ସମୟ ଲାଗିବ ନାହିଁ । ଏଥିପାଇଁ ନିଜର ଯୋଗର ଚାର୍ଟକୁ ବଢାଅ ।

ଗୀତ:-
ତୁହ୍ମେ ପାକେ ହମନେ ଜହାଁନ ପା ଲିୟା...

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନେ ଏହି ଗୀତର ଅର୍ଥ ବୁଝିଥିବେ । ଏବେ ବେହଦର ପିତାଙ୍କୁ ତ ପାଇଗଲ । ବେହଦର ପିତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳିଥାଏ, ଯେଉଁ ସମ୍ପତ୍ତିକୁ କେହି ମଧ୍ୟ ଛଡେଇ ନେଇପାରିବେ ନାହିଁ । ରାବଣ ରାଜ୍ୟ ଆରମ୍ଭ ହେଲେ ସମ୍ପତ୍ତିର ନଶା ଚାଲିଯାଇଥାଏ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ପିଲାମାନଙ୍କୁ ସୃଷ୍ଟି ନାଟକର ଜ୍ଞାନ ରହିଛି । ଏହି ଚକ୍ର କିପରି ଘୂରିଥାଏ । ଏହାକୁ ନାଟକ କହିପାରିବା,ଡ୍ରାମା ମଧ୍ୟ କହିପାରିବା । ପିଲାମାନେ ବୁଝିଥା’ନ୍ତି ଯେ ସର୍ବଦା ବାବା ଆସି ସୃଷ୍ଟିଚକ୍ରର ଜ୍ଞାନ ବୁଝାଇଥାନ୍ତି ଯିଏ ବ୍ରାହ୍ମଣ କୁଳର ହୋଇଥିବେ, ସେହିମାନଙ୍କୁ ହିଁ ବୁଝାଇଥା’ନ୍ତି । ବାବା କହୁଛନ୍ତି ପିଲାମାନେ ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ବୁଝାଉଛି । ଜ୍ଞାନ ପୂର୍ବରୁ ତୁମେ ଶୁଣିଥିଲ ୮୪ ଲକ୍ଷ ଜନ୍ମ ନେବା ପରେ ଏହି ମନୁଷ୍ୟର ଜନ୍ମ ମିଳିଥାଏ । କିନ୍ତୁ ଏହା ଏପରି ନୁହେଁ । ଏବେ ତୁମେ ସବୁ ଆତ୍ମାମାନେ କ୍ରମାନୁସାରେ ଆସୁଛ ଓ ଯାଉଛ ।ବୁଦ୍ଧିରେ ଆସୁଛି ଯେ — ପ୍ରଥମେ ପ୍ରଥମେ ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ପୂଜ୍ୟ ଥିଲୁ, ପୁଣି ଆମେ ହିଁ ପୂଜାରୀ ହୋଇଛୁ । ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ — ଏହା ମଧ୍ୟ ଗାୟନ ରହିଛି । ଏକଥା ଶୁଣି ମନୁଷ୍ୟ ଭଗବାନଙ୍କ ପାଇଁ ଭାବିଥା’ନ୍ତି ଯେ ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି । କହିଥା’ନ୍ତି ଆପଣଙ୍କର ହିଁ ଏହା ସବୁ ରୂପ ଅଟେ । ଅନେକଙ୍କ ମତ ମତାନ୍ତର ରହିଛି ନା । ତୁମେ ଏବେ ଶ୍ରୀମତ ଆଧାରରେ ଚାଲୁଛ । ତୁମେ ବୁଝୁଛ ଯେ ଆମେ ଷ୍ଟୁଡେଣ୍ଟ ପୂର୍ବେ ତ କିଛି ଜାଣିନଥିଲୁ ପୁଣି ପାଠପଢି ଉଚ୍ଚ ପରୀକ୍ଷାରେ ପାସ୍ କରିଯିବୁ । ସଂସାରର ବିଦ୍ୟାର୍ଥୀ ମଧ୍ୟ ପ୍ରଥମେ କିଛି ଜାଣି ନଥା’ନ୍ତି, ପାଠ ପଢି ପଢି ପରୀକ୍ଷାରେ ପାଶ କରି-କରି ବୁଝନ୍ତି ଯେ ଏବେ ମୁଁ ବାରିଷ୍ଟରୀ ପାଶ୍ କଲି । ତୁମେ ଏବେ ଜାଣୁଛ ଯେ — ଆମେ ପାଠ ପଢି ମନୁଷ୍ୟରୁ ଦେବତା ହେଉଛୁ ଅର୍ଥାତ୍ ବିଶ୍ୱର ମାଲିକ ହେଉଛୁ । ସେଠାରେ ତ ଏକ ଧର୍ମ, ଏକ ରାଜ୍ୟ । ତୁମର ରାଜ୍ୟ କେହି ଛଡେଇ ନେଇପାରିବେ ନାହିଁ । ସେଠାରେ ତୁମକୁ ପବିତ୍ରତା-ଶାନ୍ତି-ସୁଖ-ସମ୍ପତ୍ତି ସବୁ କିଛି ପ୍ରାପ୍ତ ହେବ । ଗୀତରେ ମଧ୍ୟ ଶୁଣିଛ ନା । ଏବେ ଏହି ଗୀତ ତୁମେ ତ ତିଆରି କରି ନାହଁ । ଆପେ ହିଁ ଡ୍ରାମାନୁସାରେ ଏହି ସମୟ ପାଇଁ ଏହା ତିଆରି ହୋଇଯାଇଛି । ମନୁଷ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୀତର ଅର୍ଥ ବାବା ବସି ବୁଝାଉଛନ୍ତି । ଏବେ ତୁମେ ଏଠାରେ ଶାନ୍ତିରେ ବସି ବାବାଙ୍କଠାରୁ ସମ୍ପତ୍ତି ନେଉଛ ଯାହା କେହି ଛଡେଇ ନେଇପାରିବେ ନାହିଁ । ଅଧାକଳ୍ପ ସୁଖର ସମ୍ପତ୍ତି ରହୁଛି । ବାବା ବୁଝାଉଛନ୍ତି ଯେ ମଧୁର ସନ୍ତାନଗଣ ଅଧାକଳ୍ପରୁ ଅଧିକ ତୁମେ ସୁଖ ଭୋଗ କରୁଛ । ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ମନ୍ଦିର ବି ଏଭଳି ରହିଛି, ଯେଉଁଠାରେ ଚିତ୍ର ଗୁଡିକରେ ଦେଖାଇଥାନ୍ତି ଦେବତାମାନେ ବାମମାର୍ଗରେ କିପରି ଯାଆନ୍ତି । ସେହି ଦେବତା ଡ୍ରେସ୍ ହିଁ ରହିଛି! ଡ୍ରେସ୍ ପରେ ବଦଳିଥାଏ । ପ୍ରତ୍ୟେକ ରାଜାଙ୍କର ନିଜ-ନିଜର ଡ୍ରେସ୍, ମୁକୁଟ ଆଦି ସବୁ ଅଲଗା ଅଲଗା ହୋଇଥାଏ ।

ଏବେ ପିଲାମାନେ ଜାଣିଛନ୍ତି ଯେ ଆମେ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ନେଉଛୁ । ବାବା ତ ପିଲାମାନଙ୍କୁ କହୁଛନ୍ତି । ପିଲାମାନେ ତୁମେ ନିଜ ଜନ୍ମକୁ ଜାଣି ନାହଁ । ଶୁଣୁଛି ତ ଆତ୍ମା ନା । ଆମେ ଆତ୍ମା ଅଟୁ, ନୁହେଁ କି ଶରୀର । ଆଉ ଯିଏ ବି ମନୁଷ୍ୟ ଅଛନ୍ତି ସେମାନଙ୍କୁ ନିଜ ଶରୀରର ନାମର ନିଶା ରହିଛି କାହିଁକି ନା ଦେହ-ଅଭିମାନୀ ଅଟନ୍ତି । ମୁଁ ଆତ୍ମା ଅଟେ ଏହା ଜାଣନ୍ତି ନାହିଁ । ସେମାନେ କହି ଦିଅନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ଏବେ ତୁମକୁ ବାବା ବୁଝାଇଛନ୍ତି ଯେ ତୁମେ ଆତ୍ମା ଏବେ ବିଶ୍ୱର ମାଲିକ ଦେବୀ-ଦେବତା ହେଉଛୁ । ଏହି ଜ୍ଞାନ ବର୍ତ୍ତମାନ ଆମ ପାଖରେ ଅଛି ଯେ, ଆମେ ସବୁ ଦେବତା ପୁଣି କ୍ଷତ୍ରିୟ କୁଳରେ ଆସିବୁ । ୮୪ ଜନ୍ମର ହିସାବ ବି ଦରକାର ନା । ସମସ୍ତେ ତ ୮୪ ଜନ୍ମ ନେବେ ନାହିଁ । ସମସ୍ତେ କ’ଣ ଏକାଠି ଆସିବେ କି । ତୁମେ ଜାଣୁଛ ଯେ କେଉଁ ଧର୍ମ କିପରି ସ୍ଥାପନା ହେଉଛି । ଇତିହାସ ପୁରୁଣା ପୁଣି ନୂଆ ହୋଇଥାଏ । ଏବେ ଏହା ପତିତ ଦୁନିଆ ଅଟେ । ସତ୍ୟଯୁଗ ପବିତ୍ର ଦୁନିଆ । ପୁଣି ଭିନ୍ନ ଭିନ୍ନ ଧର୍ମ ଆସିଥାଏ । ଏଠାରେ କର୍ମକ୍ଷେତ୍ରରେ, ଏହି ଗୋଟିଏ ନାଟକ ଚାଲିଥାଏ । ମୁଖ୍ୟ ହେଲା ୪ ଧର୍ମ । ଏହି ସଂଗମଯୁଗରେ ବାବା ଆସି ବ୍ରାହ୍ମଣ ସମ୍ପ୍ରଦାୟ ସ୍ଥାପନ କରୁଛନ୍ତି । ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି, କିନ୍ତୁ ସେଥିରେ ଏହି ସବୁ ଭୁଲ୍ ରହିଛି । ବାବା ଆସି ସବୁ କଥା ବୁଝାଇ ଠିକ୍ କରୁଛନ୍ତି । ବାବା ତ ନା କେବେ ଶରୀରରେ ଆସୁଛନ୍ତି, ନା ଭୁଲ୍ କରୁଛନ୍ତି । ସେ ତ ଅଳ୍ପ ସମୟ ପାଇଁ ତୁମେ ପିଲାମାନଙ୍କୁ ସୁଖଧାମର ଏବଂ ନିଜ ଘରର ରାସ୍ତା ବତାଇବା ପାଇଁ ବ୍ରହ୍ମାଙ୍କ ରଥରେ ଆସିଥାନ୍ତି । ନା କେବଳ ରାସ୍ତା ଦେଖାଇଥା’ନ୍ତି ପରନ୍ତୁ ପିଲାମାନଙ୍କର ଜୀବନ ମଧ୍ୟ ଗଢିଥା’ନ୍ତି । ପ୍ରତି କଳ୍ପରେ ତୁମେ ଘରକୁ ଯାଇଥାଅ ପୁଣି ସତ୍ୟଯୁଗରେ ସୁଖର ଅଭିନୟ ମଧ୍ୟ କରିଥାଅ । ପିଲାମାନେ ଭୁଲିଗଲେ ଯେ — ଆମ ଆତ୍ମାମାନଙ୍କର ସ୍ୱଧର୍ମ ଶାନ୍ତି ଅଟେ । ଏହି ଦୁଃଖ ଦୁନିଆରେ ଶାନ୍ତି କିପରି ହେବ — ଏହି ସବୁ କଥାକୁ ତୁମେ ବୁଝିଗଲଣି । ତୁମେ ସମସ୍ତଙ୍କୁ ବୁଝାଉଛ ମଧ୍ୟ । ଧିରେ ଧିରେ ସବୁ ଆସିଯିବେ, ବିଦେଶୀ ମାନଙ୍କୁ ବି ଜଣା ପଡିବ ଯେ ଏହି ସୃଷ୍ଟି ଚକ୍ର କିପରି ଘୂରୁଛି, ଏହାର ଆୟୁ କେତେ ଅଟେ । ବିଦେଶୀ ମଧ୍ୟ ତୁମ ପାଖକୁ ଆସିବେ କିମ୍ବା ପିଲାମାନେ ସେଠାକୁ ଯାଇ ସୃଷ୍ଟିଚକ୍ରର ରହସ୍ୟ ବୁଝାଇବେ । ସେମାନେ ବୁଝିଥା’ନ୍ତି ଯେ ଯୀଶୁଖ୍ରୀଷ୍ଟ ଭଗବାନଙ୍କ ପାଖକୁ ଗଲେ । କ୍ରାଇଷ୍ଟକୁ ଭଗବାନଙ୍କର ସନ୍ତାନ ବୋଲି ଭାବିଥା’ନ୍ତି । କିଏ ପୁଣି ଏହା ବି ବୁଝିଥା’ନ୍ତି ଯେ ଯୀଶୁଖ୍ରୀଷ୍ଟ ମଧ୍ୟ ପୁନର୍ଜନ୍ମ ନେଇ-ନେଇ ବର୍ତ୍ତମାନ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି । ଯେପରି ତୁମେ ବି ଶରୀର ଧାରଣ କରିଛ । ଭିକାରୀ ଅର୍ଥାତ୍ ତମୋପ୍ରଧାନ । ବୁଝିଥା’ନ୍ତି ଯେ କ୍ରାଇଷ୍ଟ ମଧ୍ୟ ଏ ଧରାଧାମରେ ଅଛନ୍ତି, ପୁଣି କେବେ ଆସିବେ ଏହା ଜାଣିନାହାଁନ୍ତି । ତୁମେ ବୁଝାଇ ପାରିବ ଯେ — ତୁମର ଧର୍ମ ସ୍ଥାପକ ପୁଣି ନିଜର ସମୟାନୁସାରେ ଧର୍ମ ସ୍ଥାପନ କରିବା ପାଇଁ ଆସିବେ । କିନ୍ତୁ ତାଙ୍କୁ ଗୁରୁ କହିପାରିବେ ନାହିଁ । ସେ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି । ସଦ୍ଗତି ଦାତା କେବଳ ଜଣେ ହିଁ ଅଟନ୍ତି । ଯେଉଁ ଧର୍ମସ୍ଥାପକମାନେ ଧର୍ମ ସ୍ଥାପନ କରିବା ପାଇଁ ଆସିଥା’ନ୍ତି ସେମାନେ ପୁନର୍ଜନ୍ମ ନେଇ-ନେଇ ଏବେ ଆସି ତମୋପ୍ରଧାନ ହୋଇଛନ୍ତି । ଶେଷରେ ସାରା ବୃକ୍ଷ ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିଛି । ଏବେ ତୁମେ ଜାଣୁଛ ଯେ — ସାରା ବୃକ୍ଷ ଛିଡା ହୋଇଛି, ବାକି ଦେବୀ-ଦେବତା ଯାହାକି ମୂଳ ତାହା ନାହିଁ । ଏହି କଥା ବାବା ହିଁ ପିଲାମାନଙ୍କୁ ବସି ବୁଝାଉଛନ୍ତି । ତୁମ ପିଲାମାନଙ୍କୁ ତ ବହୁତ ଖୁସୀ ହେବା ଦରକାର । ତୁମେ ବୁଝିଗଲ ଯେ ଆମେ ସବୁ ଦେବୀ-ଦେବତା ଥିଲୁ ପୁଣି ଏବେ ହେଉଛୁ । ଏଠାକୁ ତୁମେ ହିଁ ଆସୁଛ ସତ୍ୟ-ନାରାୟଣଙ୍କର କଥା ଶୁଣିବା ପାଇଁ, ଯାହା ଦ୍ୱାରା ନରରୁ ନାରାୟଣ ହେବ । ନାରାୟଣ ରହିବେ ତ ନିଶ୍ଚିତ ଲକ୍ଷ୍ମୀ ମଧ୍ୟ ରହିବେ । ଲକ୍ଷ୍ମୀ-ନାରାୟଣ ଥିଲେ ସେମାନଙ୍କର ରାଜଧାନୀ ମଧ୍ୟ ଥିବ ନା । ଏକୁଟିଆ ଲକ୍ଷ୍ମୀ-ନାରାୟଣ ତ ରହିବେ ନାହିଁ । ଲକ୍ଷ୍ମୀ ହେବା ପାଇଁ ଅଲଗା କଥା ରହିଛି କି ? ନାରାୟଣଙ୍କ ସାଥିରେ ଲକ୍ଷ୍ମୀ ରହିଥା’ନ୍ତି । ଲକ୍ଷ୍ମୀ ବି କେବେ ନାରାୟଣ ହୋଇଥାନ୍ତି । ନାରାୟଣ ପୁଣି କେବେ ଲକ୍ଷ୍ମୀ ହୋଇଥାନ୍ତି । କେଉଁ କେଉଁ ଗୀତ ବହୁତ ଭଲ ଅଟେ । ମାୟାର ବ୍ୟର୍ଥ ସଂକଳ୍ପ ଆସିବା ସମୟରେ ଭଲ ଭଲ ଗୀତ ଶୁଣିଲେ ମନ ଖୁସି ହୋଇଥାଏ । ଯେପରି ପହଁରିବା ଶିଖିଲା ବେଳେ ତ ପ୍ରଥମେ ଉବୁଟୁବୁ ହୋଇଥା’ନ୍ତି ପୁଣି ତାକୁ ଧରି ନିଅନ୍ତି । ଏଠାରେ ମଧ୍ୟ ମାୟା ଅଣନିଶ୍ୱାସୀ କରାଇଥାଏ । ପହଁରାଳି ତ ବହୁତ ଥା’ନ୍ତି । ସେମାନଙ୍କର ମଧ୍ୟ ପ୍ରତିଯୋଗିତା ହୋଇଥାଏ ସେହିପରି ତୁମର ବି ପ୍ରତିଯୋଗିତା ହୋଇଥାଏ ସେ ପାରିକୁ ଯିବା ପାଇଁ । ମୋତେ ମନେ ପକାଅ । ମନେ ପକାଉ ନାହଁ ତ ବ୍ୟର୍ଥ ସଂକଳ୍ପ ଆସୁଛି । ବାବା କହୁଛନ୍ତି ଯେ — ୟାଦର ଯାତ୍ରା ଦ୍ୱାରା ହିଁ ତୁମର ନୌକା ପାର ହେବ ତୁମେ ସେପାରିକୁ ଚାଲିଯିବ । ପହଁରାଳି କେହି କେହି ବହୁତ ନିପୁଣ ଥା’ନ୍ତି, କେହି କମ୍ । ଏଠାରେ ବି ଏଭଳି ଅଛନ୍ତି । ବାବାଙ୍କ ପାଖକୁ ଚାର୍ଟ ପଠାଇ ଦେଇଥା’ନ୍ତି । ବାବା ନିରୀକ୍ଷଣ କରିଥା’ନ୍ତି ଯେ ଯୋଗର ଚାର୍ଟକୁ ଏମାନେ ଠିକ୍ ଭାବରେ ବୁଝିଛନ୍ତି କିମ୍ବା ଭୁଲ୍ ବୁଝିଛନ୍ତି । କେହି କେହି ଦେଖାଇଥାନ୍ତି ଯେ — ଆମେ ସାରା ଦିନରେ ୫ ଘଣ୍ଟା ୟାଦରେ ରହିଲୁ । ବାବା ବିଶ୍ୱାସ କରୁ ନାହାଁନ୍ତି, ନିଶ୍ଚିତ ଭୁଲ୍ ହୋଇଛି । କିଏ ତ ବୁଝିଥାନ୍ତି ଯେ ଆମେ ଯେତିକି ସମୟ ଏଠାରେ ପଢୁଛୁ ସେତିକି ସମୟ ତ ଚାର୍ଟ ଠିକ୍ ରହୁଛି । କିନ୍ତୁ ଏହା ମଧ୍ୟ ଠିକ୍ ନୁହେଁ । ବହୁତ ଅଛନ୍ତି ଏଠାରେ ବସି କରି ଶୁଣୁଥିଲେ ବି ବୁଦ୍ଧି ବାହାରକୁ କେଉଁ-କେଉଁଆଡେ ଚାଲିଯାଉଛି । ପୁରା ଶୁଣି ନଥା’ନ୍ତି । ଭକ୍ତିମାର୍ଗରେ ଏଭଳି-ଏଭଳି ହୋଇଥାଏ । ସନ୍ନ୍ୟାସୀ ଲୋକ କଥା ଶୁଣାଇଥା’ନ୍ତି ପୁଣି ମଝି-ମଝିରେ ପଚାରିଥା’ନ୍ତି ମୁଁ କ’ଣ ଶୁଣାଇଲି ? ଯଦି ଦେଖନ୍ତି କେହି ଆଶ୍ଚର୍ଯ୍ୟ ହୋଇ ବସିଛି ତେଣୁ ପଚାରିଥା’ନ୍ତି ପୁଣି କିଛି କହିପାରେ ନାହିଁ । ବୁଦ୍ଧି କେଉଁ ଆଡେ ନା କେଉଁ ଆଡେ ଚାଲିଯାଇଥାଏ । ଗୋଟିଏ ଅକ୍ଷର ବି ଶୁଣନ୍ତି ନାହିଁ । ଏଠାରେ ବି ଏଭଳି ଅଟେ । ବାବା ଦେଖୁଛନ୍ତି ଏବଂ ବୁଝିପାରୁଛନ୍ତି ମଧ୍ୟ ଏହାର ବୁଦ୍ଧି କେଉଁ ଆଡେ ବାହାରକୁ ଚାଲିଯାଉଛି । ଇଆଡେ ସେଆଡେ ବାହାରକୁ ଦେଖୁଛି । ଏଭଳି ବି କେହି-କେହି ନୂଆ ଆସିଥା’ନ୍ତି । ବାବା ବୁଝିଯାଆନ୍ତି ଯେ ପୁରା ବୁଝିନାହିଁ । ଏଣୁ ବାବା କହିଥାନ୍ତି ଯେ ନୂଆ ନୂଆକୁ ଶୀଘ୍ର ଏଠାକୁ କ୍ଲାସ୍ରେ ଆସିବାକୁ ଅନୁମତି ଦିଅ ନାହିଁ ନଚେତ୍ ବାୟୁମଣ୍ଡଳକୁ ଖରାପ କରିବେ । ଆଗକୁ ଚାଲି ଦେଖିବେ ଯିଏ ଯୋଗଯୁକ୍ତ ସନ୍ତାନ ହୋଇଥିବେ ବସି-ବସି ବୈକୁଣ୍ଠକୁ ଚାଲିଯିବେ । ବହୁତ ଖୁସୀ ରହିବ । ବାରମ୍ବାର ସାକ୍ଷାତ୍କାର ହେବ । ଏବେ ସମୟ ନିକଟବର୍ତ୍ତୀ ହେଲାଣି । ପୁରୁଷାର୍ଥର କ୍ରମିକ ଅନୁସାରେ ତୁମର ଅବସ୍ଥା ଏହିପରି ହୋଇଯିବ । ଘଡି-ଘଡି ସ୍ୱର୍ଗରେ ନିଜର ମହଲ ଦେଖିବ । ଯାହା କିଛି ଶିଖାଇବା ପାଇଁ ଥିବ ତାହାର ସାକ୍ଷାତ୍କାର ହେଉଥିବ । ସମୟ ତ ଦେଖୁଛ । କିପରି-କିପରି ତିଆରି ଚାଲିଛି । ବାବା କହୁଛନ୍ତି ଯେ — ଦେଖିବ କିପରି ଏକ ସେକେଣ୍ଡରେ ସମଗ୍ର ଦୁନିଆର ମନୁଷ୍ୟ ମାଟିରେ ମିଶିଯିବେ । ବମ୍ ପକାଇବା ମାତ୍ରେ ଏହା ସବୁ ଖତମ ହୋଇଯିବ ।

ତୁମେ ପିଲାମାନେ ଜାଣୁଛ ଯେ ଏବେ ନିଜର ରାଜଧାନୀ ସ୍ଥାପନ ହେଉଛି । ଏବେ ତ ୟାଦର ଯାତ୍ରାରେ ମସ୍ତ ରହିବାର ଅଛି ନିଜ ମଧ୍ୟରେ ଏଭଳି ଶକ୍ତି ଭରିବାର ଅଛି ଯେଭଳି କାହାକୁ ମଧ୍ୟ ଦୃଷ୍ଟି ଦେଲେ ତୀର ଲାଗିଯାଉ । ଅନ୍ତିମ ସମୟରେ ଭୀଷ୍ମ ପିତାମହ ଆଦି ବିଦ୍ୱାନ ପଣ୍ଡିତଙ୍କୁ ଯେପରି ତୁମେ ହିଁ ଜ୍ଞାନର ବାଣ ମାରିବ । ଶୀଘ୍ର ବୁଝିଯିବେ, ଏମାନେ ତ ସତ୍ୟ କହୁଛନ୍ତି । ଜ୍ଞାନର ସାଗର ପତିତ-ପାବନ ତ ନିରାକାର ଭଗବାନ ଅଟନ୍ତି । କୃଷ୍ଣ ହୋଇପାରିବେ ନାହିଁ । ତାଙ୍କର ତ ଜନ୍ମ ଦର୍ଶାଯାଇଛି । କୃଷ୍ଣଙ୍କର ସେହି ଚେହେରା ପୁଣି କେବେ ହୋଇପାରିବ ନାହିଁ । ପୁଣି ସତ୍ୟଯୁଗରେ ସେହି ଚେହେରା ମିଳିବ । ପ୍ରତ୍ୟେକ ଜନ୍ମରେ ପ୍ରତ୍ୟେକଙ୍କର ଚେହେରା ଅଲଗା ଅଲଗା ହୋଇଥାଏ । ଏହି ଡ୍ରାମାର ପାର୍ଟ ଏଭଳି ତିଆରି ହୋଇଛି । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଥାଏ । ଏବେ ତ ଦିନକୁ ଦିନ ଶରୀର ମଧ୍ୟ ତମୋପ୍ରଧାନ ହୋଇଯାଉଛି । ପ୍ରଥମେ-ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ-ରଜୋ-ତମୋ ହୋଇଯାଇଥା’ନ୍ତି । ଏଠାରେ ତ ଦେଖ କିଭଳି-କିଭଳି ସନ୍ତାନ ଜନ୍ମ ନେଉଛନ୍ତି । କାହାର ଗୋଡ ଚଳୁ ନାହିଁ, କେହି ବାମନ ହୋଇଥା’ନ୍ତି । କ’ଣ-କ’ଣ ହୋଇଯାଉଛି । ସତ୍ୟଯୁଗରେ ଏପରି କ’ଣ ହୋଇଥାଏ । ସେଠାରେ ଦେବତାମାନଙ୍କର ଦାଢି ଆଦି ବି ନଥାଏ । କ୍ଲିନ୍ ସେବ ଅର୍ଥାତ୍ ସେହି ହରମୋନ କ୍ଷରିତ ହୋଇନଥାଏ । ମସ୍ତକ ନୟନର ଓ ଦୃଷ୍ଟି-ବୃତ୍ତିରୁ ଜଣା ପଡିଥାଏ ଯେ ଇଏ ପୁରୁଷ ଅଟେ, ଇଏ ସ୍ତ୍ରୀ ଅଟେ । ନିକଟ ଭବିଷ୍ୟତରେ ତୁମକୁ ବହୁତ ସାକ୍ଷାତ୍କାର ହେବ । ତୁମ ପିଲାମାନଙ୍କୁ କେତେ ଖୁସୀ ରହିବା ଦରକାର । ବାବା କଳ୍ପ କଳ୍ପ ଆସି ଆମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛନ୍ତି । ଏହା ବି ତୁମେ ପିଲାମାନେ ଜାଣୁଛ ଯେ ଅନ୍ୟ ଯେଉଁ ଧର୍ମବଲମ୍ବୀ ଅଛନ୍ତି ସମସ୍ତେ ନିଜ-ନିଜ ବିଭାଗକୁ ଚାଲିଯିବେ । ଆତ୍ମାମାନଙ୍କର ବୃକ୍ଷ ବି ଦେଖାଇଥାନ୍ତି ନା । ଚିତ୍ରରେ ବହୁତ କରେକ୍ସନ୍ ହୋଇ ପରିବର୍ତ୍ତନ ହେବ । ବାବା ସୂକ୍ଷ୍ମବତନ ବିଷୟରେ ଯାହା ବୁଝାଇଥା’ନ୍ତି, ସଂଶୟ ବୁଦ୍ଧି ତ କହିବ ଏହା କ’ଣ ? ପୂର୍ବେ ଏଭଳି କହିଥିଲେ, ଏବେ ପୁଣି ଏମିତି କହୁଛନ୍ତି! ଲକ୍ଷ୍ମୀ-ନାରାୟଣଙ୍କର ଦୁଇ ରୂପକୁ ବିଷ୍ଣୁ କହିଥା’ନ୍ତି । ବାକି ୪ ଭୂଜାଧାରୀ ମନୁଷ୍ୟ କ’ଣ ଥା’ନ୍ତି କି ? ରାବଣର ୧୦ ମୁଣ୍ଡ ଦେଖାଇଥା’ନ୍ତି । ଏଭଳି କେହି ମନୁଷ୍ୟ ନଥା’ନ୍ତି । ପ୍ରତି ବର୍ଷ ଜଳାଇଥା’ନ୍ତି । ଯେପରି କଣ୍ଢେଇର ଖେଳ ।

ମନୁଷ୍ୟ କହିଥା’ନ୍ତି ଯେ — ଶାସ୍ତ୍ର ବ୍ୟତୀତ ଆମେ ବଞ୍ଚି ପାରିବୁ ନାହିଁ । ଶାସ୍ତ୍ର ତ ଆମର ପ୍ରାଣ ଅଟେ । ଗୀତାର ଦେଖ କେତେ ମାନ୍ୟତା ରହିଛି । ଏଠାରେ ତ ତୁମ ପାଖରେ ମୁରଲୀ ଢେର ଏକାଠି ହୋଇଯାଉଛି । ତୁମେ ରଖିକରି କ’ଣ କରିବ! ଦିନକୁ ଦିନ ତୁମେ ନୂଆ ନୂଆ କଥା ଶୁଣୁଛ । ହଁ ପଏଣ୍ଟସ୍ ନୋଟ୍ କରବିା ଭଲ ଅଟେ । ଭାଷଣ କରିବା ସମୟରେ ମନେ ପକାଇପାରିବ ଏହି ଏହି କଥା ବୁଝାଇବି । ବିଷୟବସ୍ତୁର ତାଲିକା ରହିବା ଦରକାର । ଆଜି ଏହି ବିଷୟ ଉପରେ ବୁଝାଇବି । ରାବଣ କିଏ, ରାମ କିଏ ଅଟନ୍ତି ? ସତ୍ୟ କ’ଣ, ତାହା ଆମେ ଆପଣଙ୍କୁ ଶୁଣାଉଛୁ । ଏହି ସମୟରେ ରାବଣ ରାଜ୍ୟ ସମଗ୍ର ବିଶ୍ୱରେ ବ୍ୟାପିଛି । ୫ ବିକାର ତ ସମସ୍ତଙ୍କ ଭିତରେ ରହିଛି । ବାବା ଆସି ପୁଣି ରାମରାଜ୍ୟର ସ୍ଥାପନା କରୁଛନ୍ତି । ଏହା ହାରିବା ଏବଂ ଜିତିବାରେ ଖେଳ ଅଟେ । ହାରିବା କିପରି ହୋଇଥାଏ । ୫ ବିକାର ରୂପୀ ରାବଣ ଦ୍ୱାରା । ପୂର୍ବେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ସେମାନେ ଏବେ ପତିତ ହୋଇଗଲେ । ଲକ୍ଷ୍ମୀ-ନାରାୟଣରୁ ପୁଣି ବ୍ରହ୍ମା-ସରସ୍ୱତୀ । ବାବା ବି କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ପ୍ରବେଶ କରୁଛି । ତୁମେ ବି ମଧ୍ୟ କହିବ ଯେ ଆମେ ବି ବହୁତ ଜନ୍ମର ଅନ୍ତରେ ବାବାଙ୍କଠାରୁ ଜ୍ଞାନ ନେଉଛୁ । ଏହା ସବୁ ବୁଝିବାର କଥା ଅଟେ । କାହାର ମୋଟା ବୁଦ୍ଧି ରହିଛି ତ ବୁଝିପାରନ୍ତି ନାହିଁ । ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି । ବହୁତ ଆସିଥିଲେ ପୁଣି ଚାଲିଗଲେ, ସେମାନେ ପୁଣି ଆସିବେ । ପ୍ରଜାରେ ପାଇ ପଇସାର ପଦ ପ୍ରାପ୍ତି କରିବେ ଅର୍ଥାତ୍ ଅତି ଛୋଟ ପଦ ପାଇବେ । ତାହା ବି ତ ଦରକାର ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ନଶାରେ ରୁହ ଯେ ଆମେ ଏବେ ଏହି ପାଠପଢାକୁ ସମ୍ପୂର୍ଣ୍ଣ କରି ମନୁଷ୍ୟରୁ ଦେବତା ତଥା ବିଶ୍ୱର ମାଲିକ ହେବୁ । ଆମ ରାଜ୍ୟରେ ପବିତ୍ରତା-ସୁଖ-ଶାନ୍ତି ସବୁ କିଛି ଥିବ । ତାକୁ କେହି ଛଡେଇ ନେଇପାରିବ ନାହିଁ ।

(୨) ଏ କୂଳରୁ ସେ କୂଳକୁ ଯିବା ପାଇଁ ଯୋଗର ଯାତ୍ରାରେ ଭଲ ପହଁରାଳି ଦେବାକୁ ପଡିବ । ମାୟା ଦ୍ୱାରା ଅଣନିଶ୍ୱାସୀ ହେବାର ନାହିଁ । ନିଜକୁ ଚେକ୍ କରିବାକୁ ହେବ, ଯୋଗର ଚାର୍ଟକୁ ଯଥାର୍ଥ ଭାବେ ବୁଝି ଲେଖିବା ଦରକାର ।

ବରଦାନ:-
ଶ୍ରେଷ୍ଠ ବେଳା ଅର୍ଥାତ୍ ସମୟ ଆଧାରରେ ସର୍ବପ୍ରାପ୍ତିର ଅଧିକାରକୁ ଅନୁଭବ କରୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ଭବ ।

ଶ୍ରେଷ୍ଠ ବେଳାରେ ଜନ୍ମ ନେଇଥିବା ଭାଗ୍ୟଶାଳୀ ସନ୍ତାନମାନେ କଳ୍ପ ପୂର୍ବ ଭଳି ଅର୍ଥାତ୍ ଜନ୍ମ ହେବା ମାତ୍ରକେ ସର୍ବ ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତି । ଯେପରି ବୀଜ ମଧ୍ୟରେ ସାରା ବୃକ୍ଷ ସୂକ୍ଷ୍ମ ରୂପରେ ରହିଥାଏ ସେହିପରି ପ୍ରଥମ ନମ୍ବର ବେଳାରେ ଜନ୍ମ ନେଇଥିବା ଆତ୍ମାମାନେ ଜନ୍ମ ଆରମ୍ଭରୁ ହିଁ ସର୍ବ ସ୍ୱରୂପର ପ୍ରାପ୍ତି ରୂପକ ସମ୍ପତ୍ତିର ଅନୁଭବୀ ହୋଇଯାଆନ୍ତି । ସେମାନେ କେବେହେଲେ ଏଭଳି କହିବେ ନାହିଁ ଯେ ସୁଖର ଅନୁଭବ ତ ହେଉଛି କିନ୍ତୁ ଶାନ୍ତିର ଅନୁଭବ ହେଉ ନାହିଁ ବା ଶାନ୍ତିର ଅନୁଭବ ହେଉଛି କିନ୍ତୁ ସୁଖର ବା ଶକ୍ତିର ହେଉନାହିଁ କାରଣ ସେମାନେ ସର୍ବ ସ୍ୱରୂପର ଅନୁଭବରେ ସମ୍ପନ୍ନ ହୋଇଥା’ନ୍ତି ।

ସ୍ଲୋଗାନ:-
ନିଜର ପ୍ରସନ୍ନତାର ଛାୟା ଦ୍ୱାରା ଶୀତଳତାର ଅନୁଭବ କରାଇବା ପାଇଁ ନିର୍ମଳ ଏବଂ ନିର୍ମାଣ ହୁଅ ।