06.10.20 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ବାବା ଯେପରି ଭବିଷ୍ୟତ
୨୧ ଜନ୍ମ ପାଇଁ ସୁଖ ଦେଉଛନ୍ତି ସେହିପରି ତୁମେମାନେ ମଧ୍ୟ ବାବାଙ୍କର ସହଯୋଗୀ ହୁଅ, ପ୍ରୀତ-ବୁଦ୍ଧି
ହୁଅ, କାହାକୁ ଦୁଃଖ ଦେବାର ବିଚାର କେବେ ବି ନ ଆସୁ ।”
ପ୍ରଶ୍ନ:-
ରୂପ-ବସନ୍ତ
ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ସନ୍ତାନମାନଙ୍କର କର୍ତ୍ତବ୍ୟ କ’ଣ ? ତୁମକୁ ବାବାଙ୍କର କେଉଁ ଶିକ୍ଷା
ମିଳିଛି ?
ଉତ୍ତର:-
ତୁମେ ରୂପ-ବସନ୍ତ ସନ୍ତାନମାନଙ୍କର କର୍ତ୍ତବ୍ୟ ହେଲା ମୁଖରୁ ସର୍ବଦା ରତ୍ନ ବାହାର କରିବା, ତୁମ
ମୁଖରୁ କେବେହେଲେ ପଥର ବାହାରିବା ଉଚିତ୍ ନୁହେଁ । ସମସ୍ତ ସନ୍ତାନମାନଙ୍କ ପ୍ରତି ବାବାଙ୍କର
ଶିକ୍ଷା ହେଉଛି ସନ୍ତାନମାନେ (୧) ପରସ୍ପର ମଧ୍ୟରେ କେବେ ହେଲେ କେହି କାହାକୁ ବିରକ୍ତି ହେବ ନାହିଁ,
କ୍ରୋଧ କରିବ ନାହିଁ, ଏସବୁ ଆସୁରୀ ମନୁଷ୍ୟମାନଙ୍କର କାମ । (୨) ମନରେ ମଧ୍ୟ କାହାକୁ ଦୁଃଖ ଦେବାର
ବିଚାର ନ ଆସୁ । (୩) ନିନ୍ଦା-ସ୍ତୁତି, ମାନ-ଅପମାନ ସବୁ କିଛି ସହନ କରିବାକୁ ହେବ । ଯଦି କେହି
କିଛି କହିଦେଉଛି ତେବେ ଶାନ୍ତ ରହିବାକୁ ହେବ । ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ଅର୍ଥାତ୍
କାହାରିକୁ ଦଣ୍ଡ ଦେବାର ନାହିଁ ।
ଗୀତ:-
ତୁ ପ୍ୟାର କା
ସାଗର ହୈ...
ଓମ୍ ଶାନ୍ତି ।
ଜ୍ଞାନ ଏବଂ
ଅଜ୍ଞାନ । ଭକ୍ତମାନେ କାହାର ମହିମା କରୁଛନ୍ତି ଏବଂ ତୁମେ ଏଠାରେ ବସି କାହାର ମହିମା ଶୁଣୁଛ --
ଏହି ଜ୍ଞାନ ତୁମ ପାଖରେ ଅଛି । ରାତି-ଦିନର ଫରକ ରହିଛି । ସେମାନେ ତ’ ଏମିତି ହିଁ କେବଳ ମହିମା
ଗାନ କରୁଛନ୍ତି । ଏତେ ସ୍ନେହ ନାହିଁ କାହିଁକି ନା ପରିଚୟ ଜଣା ନାହିଁ । ତୁମକୁ ବାବା ପରିଚୟ
ଦେଉଛନ୍ତି ମୁଁ ସ୍ନେହର ସାଗର ଏବଂ ତୁମକୁ ସ୍ନେହର ସାଗର କରାଉଛି । ସ୍ନେହର ସାଗର ବାବା
ସମସ୍ତଙ୍କୁ କେତେ ସ୍ନେହୀ ଲାଗୁଛନ୍ତି । ସେଠାରେ ମଧ୍ୟ ସମସ୍ତେ ପରସ୍ପରକୁ ସ୍ନେହ କରିଥାନ୍ତି ।
ଏସବୁ ତୁମେ ଏହିଠାରୁ ଶିଖୁଛ । କାହା ସହିତ ମଧ୍ୟ ବିରୋଧି ହେବା ଅନୁଚିତ୍, ଯାହାକୁ ବାବା
ଲୁଣ-ପାଣି ବୋଲି କହୁଛନ୍ତି । ମନ ଭିତରେ କାହା ପ୍ରତି ଘୃଣା ରହିବା ଅନୁଚିତ୍ । ଯିଏ ଘୃଣା କରନ୍ତି
ସେ କଳିଯୁଗୀ ନର୍କବାସୀ ଅଟନ୍ତି । ଜାଣିଛ ଯେ ଆମେ ସମସ୍ତେ ଭାଇ-ଭଉଣୀ ଅଟୁ । ଶାନ୍ତିଧାମରେ
ଥିବାବେଳେ ଭାଇ-ଭାଇ ଅଟୁ । ଏଠାରେ କର୍ମକ୍ଷେତ୍ରରେ ଅଭିନୟ କରିବା ବେଳେ ଭାଇ-ଭଉଣୀ ହେଉଛୁ । ଆମେ
ଈଶ୍ୱରୀୟ ସନ୍ତାନ ଅଟୁ । ଈଶ୍ୱରଙ୍କର ମହିମା ହେଉଛି ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି,
ଅର୍ଥାତ୍ ସମସ୍ତଙ୍କୁ ସୁଖ ଦେଉଛନ୍ତି । ତୁମେ ନିଜ ଅନ୍ତରକୁ ପଚାର — ଯେପରି ବାବା ଭବିଷ୍ୟତ ୨୧
ଜନ୍ମ ପାଇଁ ସୁଖ ଦେଉଛନ୍ତି ସେହିଭଳି ଆମେ ମଧ୍ୟ ସେହି କାର୍ଯ୍ୟ କରୁଛୁ ? ଯଦି ବାବାଙ୍କର ସହଯୋଗୀ
ହେଉ ନାହାଁନ୍ତି, ପରସ୍ପର ସହିତ ପ୍ରୀତି ନାହିଁ, ବିପରୀତ ବୁଦ୍ଧି ହୋଇ ରହୁଛନ୍ତି ତେବେ
ବିନଶ୍ୟନ୍ତୀ ହୋଇଯାଆନ୍ତି । ବିପରୀତ ବୁଦ୍ଧି ହେବା ଅସୁରମାନଙ୍କର କାମ । ନିଜକୁ ଈଶ୍ୱରୀୟ
ସମ୍ପ୍ରଦାୟର ବୋଲି କହି ଯଦି ପରସ୍ପରକୁ ଦୁଃଖ ଦେଉଛନ୍ତି ତେବେ ତାଙ୍କୁ ଅସୁର କୁହାଯିବ । ତୁମେ
କାହାକୁ ମଧ୍ୟ ଦୁଃଖ ଦେବା ଅନୁଚିତ୍ । ତୁମେ ହେଉଛ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର
ସନ୍ତାନ । ତେଣୁ ଦୁଃଖ ଦେବାର ଖିଆଲ ମଧ୍ୟ ତୁମର ଆସିବା ଅନୁଚିତ୍ । ସେମାନେ ତ’ ହେଉଛନ୍ତି ଆସୁରୀ
ସମ୍ପ୍ରଦାୟର, ଈଶ୍ୱରୀୟ ସମ୍ପ୍ରଦାୟର ନୁହଁନ୍ତି କାହିଁକି ନା ଦେହ-ଅଭିମାନୀ ଅଟନ୍ତି । ସେମାନେ
କେବେ ଯୋଗର ଯାତ୍ରାରେ ରହିପାରିବେ ନାହିଁ । ଯୋଗର ଯାତ୍ରା ବିନା କଲ୍ୟାଣ ହୋଇପାରିବ ନାହିଁ ।
ସମ୍ପତ୍ତି ଦେଉଥିବା ବାବାଙ୍କୁ ତ’ ନିଶ୍ଚୟ ମନେ ପକାଇବାକୁ ହେବ ତେବେ ଯାଇ ବିକର୍ମ ବିନାଶ ହେବ ।
ଅଧାକଳ୍ପ ଧରି ପରସ୍ପରକୁ ଦୁଃଖ ଦେଇ ଆସିଛ । ଯିଏ ପରସ୍ପର ମଧ୍ୟରେ ଲଢେଇ କରି ହଇରାଣ କରୁଛନ୍ତି,
ତାଙ୍କୁ ଆସୁରୀ ସଂମ୍ପ୍ରଦାୟରେ ଗଣନା କରାଯାଏ । ପୁରୁଷାର୍ଥୀ ହେଲେ ମଧ୍ୟ କେତେ ଦିନ ପର୍ଯ୍ୟନ୍ତ
ଦୁଃଖ ଦେଉଥିବେ, ସେଥିପାଇଁ ବାବା କହୁଛନ୍ତି ନିଜର ଚାର୍ଟ ରଖ । ଚାର୍ଟ ରଖିବା ଦ୍ୱାରା ଜଣା ପଡିବ
- ମୋର ରେଜିଷ୍ଟର ସୁଧୁରୁଛି ନା ସେହି ଆସୁରୀ ଚଳଣି ରହିଛି ? ବାବା ସର୍ବଦା କହୁଛନ୍ତି କେବେ
କାହାକୁ ହେଲେ ଦୁଃଖ ଦିଅ ନାହିଁ । ନିନ୍ଦା-ସ୍ତୁତି, ମାନ-ଅପମାନ, ଥଣ୍ଡା-ଗରମ ସବୁ ସହନ କରିବାକୁ
ହେବ । କେହି କିଛି କହିଲେ ଶାନ୍ତ ରହିବା ଉଚିତ୍ । ଏହିପରି ନୁହେଁ ଯେ ତାଙ୍କ ପାଇଁ ଆଉ ଦୁଇ ବଚନ
କହିଦେବ । କେହି କାହାକୁ ଦୁଃଖ ଦେଲେ ବାବା ବୁଝାଇବେ ନା । ପିଲାମାନେ, ପିଲାମାନଙ୍କୁ କହିପାରିବେ
ନାହିଁ । ନିୟମକୁ ନିଜ ହାତକୁ ନେବା ଅନୁଚିତ୍ । କୌଣସି କଥା ହେଲେ ବାବାଙ୍କ ପାଖକୁ ଆସିବା ଉଚିତ୍
। ସରକାରଙ୍କର ମଧ୍ୟ କାଇଦା ରହିଛି — କେହି କାହାକୁ ମାରିପାରିବେ ନାହିଁ । ଅଭିଯୋଗ କରିପାରିବେ ।
ନିୟମ ଅନୁଯାୟୀ ଦଣ୍ଡଦେବା ହେଉଛି ସରକାରଙ୍କର କାମ । ତୁମେମାନେ ମଧ୍ୟ ଈଶ୍ୱରୀୟ ସରକାରଙ୍କ ପାଖକୁ
ଆସ । ଆଇନ୍କୁ ହାତକୁ ନିଅନାହିଁ । ଏହା ହେଉଛି ତୁମର ନିଜର ଘର ସେଥିପାଇଁ ବାବା କହୁଛନ୍ତି
ପ୍ରତ୍ୟହ କଚେରୀ ବସାଇ ନିଜକୁ ତର୍ଜମା କର । ଏକଥା ମଧ୍ୟ ବୁଝୁନାହାଁନ୍ତି ଯେ - ଶିବବାବା ଆଦେଶ
ଦେଉଛନ୍ତି । ବାବା କହୁଛନ୍ତି ସର୍ବଦା ଭାବ ଯେ ଶିବବାବା ଶୁଣାଉଛନ୍ତି । ଏପରି ଭାବ ନାହିଁ ଯେ
ବ୍ରହ୍ମା ଶୁଣାଉଛନ୍ତି । ସର୍ବଦା ଶିବବାବା କହୁଛନ୍ତି ବୋଲି ଭାବିଲେ ତାଙ୍କର ସ୍ମୃତି ରହିବ ।
ଶିବବାବା ତୁମକୁ ଜ୍ଞାନ ଶୁଣାଇବା ପାଇଁ ରଥ ନେଇଛନ୍ତି । ବାବା ସତ୍ତ୍ୱପ୍ରଧାନ ହେବାର ରାସ୍ତା
ବୁଝାଉଛନ୍ତି । ସେ ଗୁପ୍ତ ଅଟନ୍ତି । ତୁମେ ପ୍ରତ୍ୟକ୍ଷ ଅଟ । ଯେଉଁ ନିର୍ଦ୍ଦେଶ ମିଳୁଛି, ଭାବ
ଶିବବାବାଙ୍କର ନିର୍ଦ୍ଦେଶ ଅଟେ ତେବେ ତୁମେ ନିରାପଦରେ ରହିବ । ତୁମେ ଶିବଙ୍କୁ ହିଁ ବାବା-ବାବା
ବୋଲି କହୁଛ । ସମ୍ପତ୍ତି ମଧ୍ୟ ତାଙ୍କଠାରୁ ମିଳୁଛି । ବାବାଙ୍କ ସହ କେତେ ସମ୍ମାନର ସହିତ,
ରାଜକୀୟତାର ସହିତ ଚାଲିବା ଦରକାର । ତୁମେ କହୁଛ ନା — ବାବା ଆମେ ତ’ ଲକ୍ଷ୍ମୀ-ନାରାୟଣ ହେବୁ ।
ନଚେତ୍ ଦ୍ୱିତୀୟ ଶ୍ରେଣୀ ଅଥବା ତୃତୀୟ ଶ୍ରେଣୀ ହୁଅ, ସୂର୍ଯ୍ୟବଂଶୀ ନହେଲ ତ’ ଚନ୍ଦ୍ରବଂଶୀ ହୁଅ ।
ଏପରି ନୁହେଁ ଯେ ଆମେ ଦାସ-ଦାସୀ ହେବୁ । ପ୍ରଜା ହେବା ତ ଭଲ ନୁହେଁ । ତୁମକୁ ତ ଏଠାରେ ଦୈବୀଗୁଣ
ହିଁ ଧାରଣ କରିବାକୁ ହେବ । ଆସୁରୀ ଚଳଣି ରହିବା ଅନୁଚିତ୍ । ନିଶ୍ଚୟ ନଥିବା କାରଣରୁ ଚାଲୁ-ଚାଲୁ
କହି ଦେଉଛନ୍ତି — ବ୍ରହ୍ମାଙ୍କ ଶରୀରରେ ଶିବବାବା ଆସୁଛନ୍ତି — ମୋତେ ବିଶ୍ୱାସ ହେଉ ନାହିଁ ।
ମାୟାର ଭୂତ ଆସିବା ଦ୍ୱାରା ପରସ୍ପର ମଧ୍ୟରେ ଏପରି କହିଥାନ୍ତି । ଆସୁରୀ ସ୍ୱଭାବଧାରୀ ପରସ୍ପର
ସହିତ ମିଶିଲେ ଏପରି କଥା କହିବାରେ ଲାଗିପଡନ୍ତି । ତାଙ୍କରି ମୁଖରୁ ଆସୁରୀ କଥା ହିଁ ବାହାରିଥାଏ
। ବାବା କହୁଛନ୍ତି ତୁମେ ଆତ୍ମା ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହେଉଛ । ତୁମ ମୁଖରୁ
ରତ୍ନ ହିଁ ବାହାରିବା ଉଚିତ୍ । ଯଦି ମୁଖରୁ ପଥର ବାହାରୁଛି ତେବେ ଆସୁରୀ ବୁଦ୍ଧି କୁହାଯିବ ।
ଗୀତ ମଧ୍ୟ ପିଲାମାନେ ଶୁଣିଲେ । ପିଲାମାନେ କହୁଛନ୍ତି-ବାବା ସ୍ନେହର ସାଗର ଏବଂ ସୁଖର ସାଗର
ଅଟନ୍ତି । ଏହା ଶିବବାବାଙ୍କର ହିଁ ମହିମା ଅଟେ । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ଭାବି
ବାବାଙ୍କୁ ମନେ ପକାଅ । ଏଥିରେ ବହୁତ ଭଲ ସନ୍ତାନମାନେ ଫେଲ୍ ହୋଇ ଯାଉଛନ୍ତି । ଦେହୀ ଅଭିମାନୀ
ସ୍ଥିତିରେ ରହିପାରୁ ନାହାଁନ୍ତି । ଦେହୀ-ଅଭିମାନୀ ହେଲେ ଯାଇ ଉଚ୍ଚ ପଦ ପାଇ ପାରିବେ । କେତେକ
ସନ୍ତାନ ଫାଲତୁ କଥାରେ ବହୁତ ସମୟ ନଷ୍ଟ କରୁଛନ୍ତି । ଜ୍ଞାନର କଥା ହିଁ ଧ୍ୟାନକୁ ଆସୁ ନାହିଁ ।
ଏହାର ମଧ୍ୟ ଗାୟନ ରହିଛି ଯେ ନିଜ ଘରେ ଗଙ୍ଗାର ମାନ ରଖନ୍ତି ନାହିଁ । ଘର ଜିନିଷର ଏତେ ମାନ ରଖି
ନଥାନ୍ତି । ଯଦିଓ କୃଷ୍ଣ ଆଦିଙ୍କ ଚିତ୍ର ଘରେ ଅଛି ପୁଣି ଶ୍ରୀନାଥ ଦ୍ୱାରେ ଆଦି ଏତେ ଦୂର ଦୂରକୁ
କାହିଁକି ଯାଉଛନ୍ତି । ଶିବଙ୍କ ମନ୍ଦିରରେ ମଧ୍ୟ ପଥରର ଲିଙ୍ଗ ରହିଛି । ପାହାଡରୁ ପଥର ବାହାରି,
ଘଷି ହୋଇ-ହୋଇ ଲିଙ୍ଗ ହୋଇଯାଏ । ତା’ ଭିତରୁ କେତେକ ପଥରରେ ସୁନା ମଧ୍ୟ ଲାଗିଥାଏ । କୁହାଯାଏ
ସୁନାର କୈଳାସ ପର୍ବତ । ପାହାଡରୁ ସୁନା ବାହାରିଥାଏ ନା । ଅଳ୍ପ-ଅଳ୍ପ ସୁନା ଲାଗିଥିବା ପଥର ମଧ୍ୟ
ରହିଛି ଯାହା ବହୁତ ସୁନ୍ଦର ସୁନ୍ଦର ଗୋଲ ହୋଇଥାଏ, ତାକୁ ବିକ୍ରି କରିଥାନ୍ତି । ସ୍ୱତନ୍ତ୍ର ଭାବେ
ମାର୍ବଲର ମଧ୍ୟ ତିଆରି କରିଥା’ନ୍ତି । ବର୍ତ୍ତମାନ ଭକ୍ତଙ୍କୁ ଯଦି କହିବ ଯେ ତୁମେ ବାହାରେ ଏତେ
ଭ୍ରମିତ ହେଉଛ କାହିଁକି, ତେବେ ସେମାନେ ବିଗିଡିଯିବେ । ବାବା ନିଜେ କହୁଛନ୍ତି ତୁମେ ବହୁତ ପଇସା
ବରବାଦ କରିଛ । ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି ଯାହାକି ତୁମକୁ ଧକ୍କା ଖାଇବାକୁ ପଡୁଛି । ଏହା
ଜ୍ଞାନ ଏବଂ ଭକ୍ତିର ଖେଳ ଅଟେ । ଏବେ ତୁମକୁ ସମସ୍ତ ଜ୍ଞାନ ମିଳୁଛି । ଜ୍ଞାନ ହେଉଛି ସୁଖର ରାସ୍ତା,
ଜ୍ଞାନ ଦ୍ୱାରା ସତ୍ୟଯୁଗର ରାଜତ୍ୱ ମିଳୁଛି । ବର୍ତ୍ତମାନ ରାଜା ରାଣୀ ତଥା ପ୍ରଜା ସମସ୍ତେ ନର୍କର
ମାଲିକ ଅଟନ୍ତି । କେହି ମଲେ କୁହନ୍ତି ସ୍ୱର୍ଗବାସୀ ହେଲା । ଏହି କଥାକୁ ବର୍ତ୍ତମାନ ତୁମେ ବୁଝୁଛ
। ବର୍ତ୍ତମାନ ତୁମେ କହୁଛ ଆମେ ସ୍ୱର୍ଗବାସୀ ହେବା ପାଇଁ ସ୍ୱର୍ଗର ସ୍ଥାପନାକର୍ତ୍ତା ବାବାଙ୍କ
ନିକଟରେ ବସିଛୁ । ତାଙ୍କଠାରୁ ଆମକୁ ଜ୍ଞାନର ବିନ୍ଦୁ ମିଳୁଛି । ଅଳ୍ପ କିଛି ଜ୍ଞାନ ଶୁଣିଲେ ମଧ୍ୟ
ସ୍ୱର୍ଗକୁ ନିଶ୍ଚୟ ଆସିବେ, ବାକି ସବୁ ପୁରୁଷାର୍ଥ ଉପରେ ରହିଛି । ଭାବନ୍ତି ଯଦି ଗୋଟିଏ ଢାଳ
ଗଙ୍ଗାଜଳ ମୁଖରେ ଢାଳିଦେବ ତେବେ ପତିତରୁ ପବିତ୍ର ହୋଇଯିବ । ତେଣୁ ଢ଼ାଳ ଭର୍ତ୍ତିକରି ନେଇ
ପ୍ରତ୍ୟହ ସେଥିରୁ ଏକ-ଏକ ବୁନ୍ଦା ପାଣିରେ ମିଶାଇ ସ୍ନାନ କରିଥା’ନ୍ତି । ତାହା ଯେପରି ଗଙ୍ଗା
ସ୍ନାନ ହୋଇଗଲା । ବିଦେଶକୁ ମଧ୍ୟ ଗଙ୍ଗା ଜଳ ଭରିକରି ନେଇଯାଆନ୍ତି । ଏସବୁ ହେଲା ଭକ୍ତି ।
ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମାୟା ବହୁତ ଜୋରରେ ଚାପୁଡା ଲଗାଇ, ବିକର୍ମ କରେଇଦିଏ
ସେଥିପାଇଁ କଚେରୀ କର, ନିଜେ ନିଜର କଚେରୀ କରିବା ଭଲ । ତୁମେ ନିଜେ ନିଜକୁ ରାଜତିଳକ ଦେଉଛ ତେଣୁ
ନିଜକୁ ଯାଞ୍ଚ କରିବାକୁ ହେବ, ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ଶ୍ରୀମତ
ଦେଉଛନ୍ତି ଏଭଳି ଏଭଳି କର, ଦୈବୀଗୁଣ ଧାରଣ କର । ଯିଏ କରିବ ସିଏ ପାଇବ । ତୁମକୁ ତ’ ଖୁସିରେ
ରୋମାଞ୍ଚିତ ହୋଇଯିବା ଉଚିତ୍ । ବେହଦର ବାବା ମିଳିଛନ୍ତି, ତାଙ୍କ ସେବାରେ ସହଯୋଗୀ ହେବାକୁ ପଡିବ
। ଅନ୍ଧମାନଙ୍କର ଲାଠି ହେବାକୁ ପଡିବ । ଯେତେ ସହଯୋଗୀ ହେବ, ସେତେ ନିଜର ହିଁ କଲ୍ୟାଣ ହେବ ।
ବାବାଙ୍କୁ ତ’ ଘଡିକୁ-ଘଡି ମନେ ପକାଇବାକୁ ହେବ । ନିଷ୍ଠାରେ ଗୋଟିଏ ଜାଗାରେ ବସିବାର କୌଣସି କଥା
ନାହିଁ । ଚାଲି-ବୁଲି ମନେ ପକାଇବାକୁ ହେବ । ଟ୍ରେନ୍ରେ ମଧ୍ୟ ତୁମେ ସେବା କରିପାରିବ । ତୁମେ
କାହାକୁ ବି ବୁଝାଇପାରିବ ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ କିଏ ଅଟନ୍ତି ? ତାଙ୍କୁ ମନେ ପକାଅ ।
ତାଙ୍କଠାରୁ ହିଁ ସମ୍ପତ୍ତି ମିଳିବ । ଆତ୍ମାକୁ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । କେହି
କେହି ଦାନ-ପୁଣ୍ୟ କରି ରାଜାଙ୍କ ପାଖରେ ଜନ୍ମ ନେଇଥାନ୍ତି ତାହା ମଧ୍ୟ ଅଳ୍ପକାଳ ପାଇଁ । ସର୍ବଦା
ରାଜା ତ’ ହୋଇପାରିବେ ନାହିଁ । ତେବେ ବାବା କହୁଛନ୍ତି ଏଠାରେ ତ ୨୧ ଜନ୍ମର ଗ୍ୟାରେଣ୍ଟି ରହିଛି ।
ସ୍ୱର୍ଗରେ ଏହା ଜଣା ପଡିବ ନାହିଁ ଯେ ଆମେ ବେହଦ ବାବାଙ୍କଠାରୁ ଏହି ସମ୍ପତ୍ତି ନେଇ କରି ଆସିଛୁ ।
ଏହି ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି ତେଣୁ କେତେ ଭଲ ଭାବରେ ପୁରୁଷାର୍ଥ କରିବା ଉଚିତ୍ ।
ପୁରୁଷାର୍ଥ ନ କରିବାର ଅର୍ଥ ହେଉଛି ନିଜର ପାଦରେ କୁରାଢୀ ମାରିବା । ଚାର୍ଟ ଲେଖିଲେ ଡର ରହିବ ।
କେହି-କେହି ଲେଖୁଛନ୍ତି ମଧ୍ୟ, ବାବା ଦେଖିଲେ କ’ଣ କହିବେ । ଚାଲି-ଚଳଣିରେ ବହୁତ ଫରକ ରହିଥାଏ ।
ତେଣୁ ବାବା କହୁଛନ୍ତି ଭୁଲ୍ କରିବା ଛାଡ ନଚେତ୍ ବହୁତ ପଶ୍ଚାତାପ କରିବାକୁ ହେବ । ପଛରେ ନିଜ
ପୁରୁଷାର୍ଥର ସାକ୍ଷାତ୍କାର ହେବ ପୁଣି ବହୁତ କାନ୍ଦିବାକୁ ପଡିବ । କ’ଣ କଳ୍ପ-କଳ୍ପ ଏହି ସମ୍ପତ୍ତି
ମିଳିବ । ଯାଇ ଦାସ-ଦାସୀ ହେବ । ଆଗରୁ ତ’ ଧ୍ୟାନରେ ଯାଇ ଶୁଣାଉଥିଲେ — ଅମୁକ ଦାସୀ ହେବେ, ଏଇଆ
ହେବେ । ପୁଣି ବାବା ବନ୍ଦ କରିଦେଲେ । ପଛକୁ ପୁଣି ତୁମମାନଙ୍କୁ ସାକ୍ଷାତ୍କାର ହେବ ।
ସାକ୍ଷାତ୍କାର ବିନା ଦଣ୍ଡ କିପରି ମିଳିବ । କାଇଦା ହିଁ ନାହିଁ ।
ପିଲାମାନଙ୍କୁ ବହୁତ ଯୁକ୍ତି ମଧ୍ୟ ବୁଝାଯାଉଛି ତୁମେ ନିଜ ସ୍ୱାମୀକୁ କୁହ, ବାବା କହୁଛନ୍ତି
ପିଲାମାନେ କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ମାୟାକୁ ଜିତି ଜଗତ୍ଜିତ୍ ହୁଅ ।
ମୁଁ ସ୍ୱର୍ଗର ମାଲିକ ହେବି ନା ତୁମ କାରଣରୁ ଅପବିତ୍ର ହୋଇ ନର୍କକୁ ଯିବି । ବହୁତ ସ୍ନେହର ସହିତ,
ନମ୍ରତାର ସହିତ ବୁଝାଅ । କୁହ, ମୋତେ ନର୍କକୁ କାହିଁକି ଠେଲି ଦେଉଛ । ଏପରି ବହୁତ କନ୍ୟା ଅଛନ୍ତି
— ବୁଝାଇ-ବୁଝାଇ ଶେଷରେ ସ୍ୱାମୀକୁ ନେଇ ଆସନ୍ତି । ପୁଣି ସ୍ୱାମୀ କହିଥାଏ ଯେ ଇଏ ମୋର ଗୁରୁ
ଅଟନ୍ତି, ଇଏ ମୋତେ ବହୁତ ଭଲ ରାସ୍ତା ବତାଇଛନ୍ତି । ବାବାଙ୍କ ଚରଣରେ ଆସି ପଡିଥାନ୍ତି । କେବେ
ହାର କେବେ ଜିତ୍ ହେଉଛି, ତେଣୁ ପିଲାମାନଙ୍କୁ ବହୁତ-ବହୁତ ମଧୁର ହେବାକୁ ପଡିବ । ଯିଏ ସେବା କରିବେ
ସେ ହିଁ ସ୍ନେହୀ ହେବେ ଭଗବାନ ବାବା ସନ୍ତାନମାନଙ୍କ ନିକଟକୁ ଆସିଛନ୍ତି, ତେଣୁ ତାଙ୍କ ଶ୍ରୀମତରେ
ଚାଲିବାକୁ ପଡିବ । ଶ୍ରୀମତରେ ନ ଚାଲିବା ଦ୍ୱାରା ମାୟାର ତୁଫାନ ଆସିଥାଏ ଏବଂ ଅଧୋଗତି ହୁଏ । ଏପରି
ମଧ୍ୟ ଅଛନ୍ତି — ସେମାନେ ବା କେଉଁ କାମର ହେବେ । ଏହା କୌଣସି ସାଧାରଣ ପାଠପଢା ନୁହେଁ, ଅନ୍ୟ ସବୁ
ସତସଙ୍ଗ ଆଦିରେ କେବଳ କର୍ଣ୍ଣରସ ରହିଛି, ଯାହା ଦ୍ୱାରା ଅଳ୍ପକାଳର ସୁଖ ମିଳିଥାଏ । ଏହି ବାବାଙ୍କ
ଦ୍ୱାରା ତ ୨୧ ଜନ୍ମର ସୁଖ ମିଳୁଛି । ବାବା ସୁଖ-ଶାନ୍ତିର ସାଗର ଅଟନ୍ତି, ଆମକୁ ମଧ୍ୟ
ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ସେବା କରିଲେ ହିଁ ସମ୍ପତ୍ତି ମିଳିବ, ସେଥିପାଇଁ ବ୍ୟାଜ୍ ସଦା
ଲାଗି ରହିବା ଉଚିତ୍ । ଆମକୁ ଏହିପରି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ଯାଞ୍ଚ କରିବାକୁ ହେବ
ଯେ ମୁଁ କାହାକୁ ଦୁଃଖ ଦେଉନାହିଁ ତ ? ଆସୁରୀ ଚାଲି-ଚଳଣି ନାହିଁ ତ’ ? ମାୟା ଏପରି କାମ କରାଉଛି,
ସେ କଥା ନ କହିଲେ ଭଲ । ଭଲ ଲୋକେ ମଧ୍ୟ କହୁଛନ୍ତି, ମାୟା ଏପରି ବିକର୍ମ କରାଇଦେଲା । କେହି ସତ୍ୟ
ବତାଉଛନ୍ତି, କେହି ସତ୍ୟ ନକହିଲେ ଶହେଗୁଣା ଦଣ୍ଡ ପାଉଛ । ପୁଣି ସେହି ଅଭ୍ୟାସ ବଢି ଚାଲିବ । ଯଦି
ବାବାଙ୍କୁ ଶୁଣାଇବ ତେବେ ବାବା ସାବଧାନ କରାଇବେ । ବାବା କହୁଛନ୍ତି ଯଦି ପାପ କରିଛ ତେବେ
ରେଜିଷ୍ଟରରେ ଲେଖ ଏବଂ କହିଦିଅ ତେବେ ତୁମର ଅଧା ପାପ ସମାପ୍ତ ହୋଇଯିବ । ଯଦି ନ ଶୁଣାଇବ, ଲୁଚାଇବ
ତେବେ ଆହୁରି ଅଧିକ ପାପ କରିଚାଲିବ । ତା’ ଫଳରେ ଅଭିଶାପ ମିଳିବ । ନ କହିବା ଦ୍ୱାରା ଥରକ ବଦଳରେ
୧୦୦ ଥର ଭୁଲ୍ କରିଚାଲିବ । ବାବା କେତେ ଭଲ ରାୟ ଦେଉଛନ୍ତି କିନ୍ତୁ କେତେ ଜଣଙ୍କ ଉପରେ ସାମାନ୍ୟ
ହେଲେ ପ୍ରଭାବ ପଡୁନାହିଁ । ନିଜ ଭାଗ୍ୟକୁ ଯେପରି ଗୋଇଠା ମାରୁଛନ୍ତି । ବହୁତ-ବହୁତ କ୍ଷତି
କରୁଛନ୍ତି । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ । ମୁଁ ଏହି ପଦ ପାଇବି, ଶ୍ରେଣୀ
ପରିବର୍ତ୍ତନ ହେଲେ ନମ୍ବର ଜଣାପଡିଥାଏ ନା । ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଫଳାଫଳ ବାହାରିଥାଏ ।
ତୁମେ ମଧ୍ୟ ନିଜର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଛ, ତେଣୁ ନମ୍ବର ବିଷୟରେ ଜଣା ପଡିବ ପୁଣି ବହୁତ
ଜୋରରେ କାନ୍ଦିବ । ସେତେବେଳେ କ’ଣ କରିପାରିବ ? ଫଳାଫଳ ତ ବାହାରିଗଲା ନା । ଯାହା ଭାଗ୍ୟରେ ଥିଲା
ତାକୁ ନେଇଗଲ । ବାବା ସମସ୍ତ ସନ୍ତାନମାନଙ୍କୁ ସାବଧାନ କରୁଛନ୍ତି । କର୍ମାତୀତ ଅବସ୍ଥା ଏବେ
ହୋଇପାରିବ ନାହିଁ । କର୍ମାତୀତ ଅବସ୍ଥା ହେଲେ ପୁଣି ଶରୀର ଛାଡିବାକୁ ପଡିବ, ବର୍ତ୍ତମାନ କିଛି ନା
କିଛି ବିକର୍ମ ରହିଛି, ହିସାବ କିତାବ ରହିଛି ସେଥିପାଇଁ ପୂରା ଯୋଗ ଲାଗୁ ନାହିଁ । ଏବେ କେହି
କହିପାରିବେ ନାହିଁ ଯେ ଆମେ କର୍ମାତୀତ ଅବସ୍ଥାରେ ଅଛୁ । କର୍ମାତୀତ ଅବସ୍ଥାର ନିକଟତର ହେଲେ ବହୁତ
ଲକ୍ଷଣ ଦେଖାଯିବ । ସମସ୍ତ ଆଧାର ତୁମର ଅବସ୍ଥା ଏବଂ ବିନାଶ ଉପରେ ନିର୍ଭର କରେ । ତୁମର ପାଠପଢା
ଶେଷ ହେଲେ ଯାଇ ବିନାଶ ହେବ କାରଣ ଲଢେଇ ଖୁବ୍ ନିକଟରେ ଅଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ବଶବର୍ତ୍ତୀ ହୋଇ କୌଣସି ଆସୁରୀ କର୍ମ କରିବାର ନାହିଁ । ନିଜର ଚାଲି-ଚଳଣିର ରେଜିଷ୍ଟର ରଖିବା
ଆବଶ୍ୟକ । ଏଭଳି କୌଣସି କର୍ମ କରିବାର ନାହିଁ ଯାହାକି ପଶ୍ଚାତାପ କରିବାକୁ ପଡିବ ।
(୨) ବହୁତ-ବହୁତ ସ୍ନେହ ଏବଂ ନମ୍ରତାର ସହିତ ସେବା କରିବାକୁ ହେବ । ମିଠା ହେବାକୁ ପଡିବ । ମୁଖ
ଦ୍ୱାରା ଆସୁରୀ ଶବ୍ଦ ଉଚ୍ଚାରଣ କରିବାର ନାହିଁ । କୁସଙ୍ଗଠାରୁ ବହୁତ ବହୁତ ଦୂରେଇ ରହିବାକୁ ପଡିବ
। ସର୍ବଦା ଶ୍ରୀମତରେ ଚାଲିବାକୁ ହେବ ।
ବରଦାନ:-
ମାନସିକ ସଂକଳ୍ପ
ବା ମନୋବୃତ୍ତି ଦ୍ୱାରା ଶ୍ରେଷ୍ଠ ସୁଗନ୍ଧଯୁକ୍ତ ତରଙ୍ଗ ବିଚ୍ଛୁରୀତ କରୁଥିବା ଶିବ ଏବଂ ଶକ୍ତି
ଯୁଗଳ ସ୍ୱରୂପ ହୁଅ ।
ଯେପରି ଆଜିକାଲି ସ୍ଥୂଳ
ସୁଗନ୍ଧଯୁକ୍ତ ବସ୍ତୁଗୁଡିକରୁ ଗୋଲାପ, ଚନ୍ଦନ ତଥା ଭିନ୍ନ ଭିନ୍ନ ପ୍ରକାରର ସୁଗନ୍ଧ ଚାରିଆଡେ
ବିଚ୍ଛୁରିତ କରୁଛନ୍ତି, ସେହିପରି ତୁମେମାନେ ଶିବ ଏବଂ ଶକ୍ତିମାନେ ଯୁଗଳ ସ୍ୱରୂପ ହୋଇ ମନର
ସଂକଳ୍ପ ବା ମନର ବୃତ୍ତି ଦ୍ୱାରା ସୁଖ-ଶାନ୍ତି, ପ୍ରେମ, ଆନନ୍ଦର ସୁଗନ୍ଧ ବିଚ୍ଛୁରିତ କର ।
ପ୍ରତିଦିନ ଅମୃତବେଳାରେ ଭିନ୍ନ ଭିନ୍ନ ଶ୍ରେଷ୍ଠ ତରଙ୍ଗକୁ ଝରଣା ସଦୃଶ ଆତ୍ମାମାନଙ୍କ ଉପରେ ଗୋଲାପ
ଜଳ ଛିଞ୍ଚୁଥାଅ । ସେଥିପାଇଁ କେବଳ ସଂକଳ୍ପର ଅଟୋମେଟିକ୍ ସ୍ୱିଚ୍ ଅନ୍ କର ତେବେ ସାରା ବିଶ୍ୱରେ
ଯେଉଁ ସବୁ ଅଶୁଦ୍ଧ ଭାବନାର ଦୁର୍ଗନ୍ଧ ରହିଛି ସେଗୁଡିକ ସମାପ୍ତ ହୋଇଯିବ ।
ସ୍ଲୋଗାନ:-
ସୁଖଦାତାଙ୍କ
ଦ୍ୱାରା ସୁଖର ଭଣ୍ଡାର ପ୍ରାପ୍ତ ହେବା ହିଁ ତାଙ୍କର ସ୍ନେହର ପ୍ରତୀକ ।