11.12.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ମଧୁବନ ହୋଲିଏଷ୍ଟ ଅଫ୍ ଦି ହୋଲୀ ଅର୍ଥାତ୍ ପରମ ପବିତ୍ର ବାବାଙ୍କର ଘର, ଏଠାକୁ ତୁମେ କୌଣସି ପତିତ ମନୁଷ୍ୟଙ୍କୁ ଆଣିପାରିବ ନାହିଁ ’’ ।

ପ୍ରଶ୍ନ:-
ଏହି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନରେ ଯେଉଁମାନେ ପକ୍କା ନିଶ୍ଚୟବୁଦ୍ଧି ଅଟନ୍ତି ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
୧- ସେମାନେ ସ୍ତୁତି-ନିନ୍ଦା, ମାନ-ଅପମାନ ସବୁଥିରେ ଧୈର୍ଯ୍ୟର ସହିତ କାମ କରିବେ, ୨- କ୍ରୋଧ କରିବେ ନାହିଁ, ୩- କାହାକୁ ବି ଦୈହିକ ଦୃଷ୍ଟିରେ ଦେଖିବେ ନାହିଁ, କେବଳ ଆତ୍ମାକୁ ହିଁ ଦେଖିବେ, ନିଜକୁ ଆତ୍ମା ମନେ କରି କଥାବାର୍ତ୍ତା କରିବେ, (୪) ସ୍ତ୍ରୀ-ପୁରୁଷ ସାଥିରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରହିବେ, ୫- କୌଣସି ପ୍ରକାରର ଇଚ୍ଛା ରଖିବେ ନାହିଁ ।

ଗୀତ:-
ଜଲେ ନ କ୍ୟୁଁ ପରବାନା...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା, ପରମାତ୍ମା ବୁଝାଉଛନ୍ତି ଅର୍ଥାତ୍ ଆତ୍ମିକ ବିଦ୍ୟାର୍ଥୀମାନଙ୍କୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି । ଏହି ଦୁନିଆରେ ଥିବା ସ୍କୁଲ୍‌ରେ ପାଠ ପଢୁଥିବା ଛାତ୍ରମାନଙ୍କୁ ଆତ୍ମିକ ଛାତ୍ର ବୋଲି କୁହାଯିବ ନାହିଁ । ସେମାନେ ତ ଆସୁରୀ ବିକାରୀ ସମ୍ପ୍ରଦାୟର ଛାତ୍ର । ଆଗରୁ ତୁମେ ମଧ୍ୟ ଆସୁରୀ ଅଥବା ରାବଣ ସମ୍ପ୍ରଦାୟର ଥିଲ । ଏବେ ରାମରାଜ୍ୟକୁ ଯିବା ପାଇଁ ୫ ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଛ । ଯେଉଁମାନେ ଏହି ଜ୍ଞାନ ପ୍ରାପ୍ତ କରୁ ନାହାଁନ୍ତି ସେମାନଙ୍କୁ ବୁଝାଇବାକୁ ପଡୁଛି ଯେ — ତୁମେ ରାବଣ ରାଜ୍ୟରେ ଅଛ । ଯେହେତୁ ସେମାନେ ନିଜେ କିଛି ବୁଝି ନାହାଁନ୍ତି । ତୁମେ ନିଜର ମିତ୍ର-ସମ୍ବନ୍ଧୀମାନଙ୍କୁ କହୁଛ ଯେ ଆମେ ବେହଦର ବାବାଙ୍କ ପାଖରୁ ପାଠପଢୁଛୁ କିନ୍ତୁ ଏପରି ନୁହେଁ ଯେ ତୁମ କଥାରେ ତାଙ୍କର ନିଶ୍ଚୟ ହୋଇଯାଉଛି । ଯେତେବି ବାବା କୁହ ଅଥବା ଭଗବାନ କୁହ କିନ୍ତୁ ନିଶ୍ଚୟ କରୁ ନାହାଁନ୍ତି । ନୂଆମାନଙ୍କୁ ତ ଏଠାକୁ ଆସିବାର ହୁକୁମ ନାହିଁ । ବିନା ଚିଠିରେ ଅଥବା ବିନା ଅନୁମତିରେ ତ କେହି ଆସି ମଧ୍ୟ ପାରିବେ ନାହିଁ । କିନ୍ତୁ କେବେକେବେ କେହି କେହି ଆସିଯାଉଛନ୍ତି, ତେବେ ଏହା ମଧ୍ୟ ବେନିୟମ ଅଟେ । ଜଣ-ଜଣଙ୍କର ପୂରା ସମାଚାର, ନାମ ଇତ୍ୟାଦି ଲେଖି ପଚାରିବାକୁ ହେବ ଯେ, ଏହାଙ୍କୁ ପଠାଇବୁ? ପୁଣି ବାବା କହିବେ ଠିକ ଅଛି ପଠାଇଦିଅ । ଯଦି ଆସୁରୀ ପତିତ ଦୁନିଆର ଛାତ୍ର ହୋଇଥିବେ ତେବେ ବାବା ତାଙ୍କୁ ବୁଝାଇଦେବେ, ସେହି ପାଠ ତ ବିକାରୀ ପତିତ ମନୁଷ୍ୟ ପଢାଉଛନ୍ତି । ଏଠାରେ ସ୍ୱୟଂ ଈଶ୍ୱର ପାଠ ପଢାଉଛନ୍ତି । ସେହି ପାଠପଢାରେ ପାଇ ପଇସାର ପଦ ମିଳିଥାଏ । ଯଦିଓ କେହି ବହୁତ ବଡ ପରୀକ୍ଷାରେ ପାସ୍ କରୁଛନ୍ତି କିନ୍ତୁ କେତେ ସମୟ ରୋଜଗାର କରିବେ? ବିନାଶ ତ ସମ୍ମୁଖରେ ଉପସ୍ଥିତ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସବୁ ପ୍ରକାରର ଆସିବ । ଏକଥା ମଧ୍ୟ ତୁମେମାନେ ହିଁ ବୁଝିଛ, ଯିଏ ବୁଝି ନାହାଁନ୍ତି ସେମାନଙ୍କୁ ବାହାର ଭିଜିଟିଙ୍ଗ୍ ରୁମ୍‌ରେ ବସାଇ ବୁଝାଇବାକୁ ହେବ । ଏହା ହେଉଛି ଈଶ୍ୱରୀୟ ପାଠପଢା, ଏଥିରେ ନିଶ୍ଚୟବୁଦ୍ଧି ବିଜୟନ୍ତୀ ହେବେ ଅର୍ଥାତ୍ ବିଶ୍ୱ ଉପରେ ରାଜ୍ୟ କରିବେ । ରାବଣ ସମ୍ପ୍ରଦାୟର ଲୋକମାନେ ତ ଏକଥା ଜାଣି ନାହାଁନ୍ତି । ଏଥିରେ ବହୁତ ସାବଧାନୀ ରହିବା ଦରକାର । ବିନା ଅନୁମତିରେ କେହି ବି ଭିତରକୁ ଆସିପାରିବେ ନାହିଁ । ଏହା କୌଣସି ବୁଲାବୁଲି କରିବାର ଜାଗା ନୁହେଁ । ଆଉ କିଛି ଦିନ ପରେ ନିୟମ ବହୁତ କଡା ହୋଇଯିବ କାହିଁକି ନା ଇଏ ହେଉଛନ୍ତି ହୋଲିଏଷ୍ଟ ଅଫ୍ ଦି ହୋଲି । ଶିବବାବାଙ୍କୁ ରୁଦ୍ର ମଧ୍ୟ କହୁଛନ୍ତି ନା । ଏହା ହେଉଛି ଇନ୍ଦ୍ରସଭା । ମନୁଷ୍ୟ ୯ ରତ୍ନର ମୁଦି ମଧ୍ୟ ପିନ୍ଧିଥାନ୍ତି ନା । ସେହି ରତ୍ନମାନଙ୍କ ଭିତରେ ନୀଲମ, ପନ୍ନା, ମାଣିକ ମଧ୍ୟ ଥାଏ । ଏହିପରି ସବୁ ନାମ ରଖାଯାଇଛି । ପରୀମାନଙ୍କର ମଧ୍ୟ ନାମ ଅଛି ନା । ତୁମେ ପରୀମାନେ ଉଡିଲାବାଲା ଆତ୍ମା ଅଟ । ଶାସ୍ତ୍ରରେ ତୁମର ହିଁ ବର୍ଣ୍ଣନା ରହିଛି । କିନ୍ତୁ ମନୁଷ୍ୟମାନେ ଏହି ସବୁ କଥାକୁ କିଛି ବି ବୁଝି ନାହାଁନ୍ତି । ମୁଦିରେ ମଧ୍ୟ ଯେତେବେଳେ ରତ୍ନ ଲଗାଇଥା’ନ୍ତି ସେଥିରେ ପୁଖରାଜ, ନୀଲମ, ପେରୁଜ ମଧ୍ୟ ରହିଥାଏ । କାହାର ଦାମ୍ ହଜାରେ ଟଙ୍କା ତ କାହାର ଦାମ ୧୦-୨୦ ଟଙ୍କା ମଧ୍ୟ ହୋଇଥାଏ । ସେହିପରି ଏଠାରେ ପିଲାମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି । କେହି ତ ପାଠପଢି ମାଲିକ ହୋଇଯାଉଛନ୍ତି କେହି ପୁଣି ପାଠପଢି ଦାସ-ଦାସୀ ହୋଇଯାଉଛନ୍ତି । ରାଜଧାନୀ ସ୍ଥାପନ ହେଉଛି ନା । ବର୍ତ୍ତମାନ ବାବା ବସି ପାଠ ପଢାଉଛନ୍ତି । ଇନ୍ଦ୍ର ମଧ୍ୟ ତାଙ୍କୁ ହିଁ କୁହାଯାଉଛି । ଏହା ହେଉଛି ଜ୍ଞାନର ବର୍ସା । ବାବାଙ୍କ ବିନା ତ କେହି ଜ୍ଞାନ ଦେଇପାରିବେ ନାହିଁ । ଏହା ହିଁ ହେଉଛି ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଯଦି ଈଶ୍ୱର ପାଠ ପଢାଉଛନ୍ତି ବୋଲି ନିଶ୍ଚୟ ହୋଇଯିବ ତେବେ ଏହି ପାଠପଢାକୁ କେବେ ବି ଛାଡିବେ ନାହିଁ । ଯିଏ ପଥର ବୁଦ୍ଧି ହୋଇଥିବେ ତାଙ୍କୁ କେବେ ତୀର ଲାଗିବ ନାହିଁ । ଏଠାକୁ ଆସିବେ କିନ୍ତୁ ଅଧା ଜ୍ଞାନରୁ ଚାଲିଯିବେ । ୫ ବିକାର ତୁମମାନଙ୍କର ଅଧାକଳ୍ପର ଶତ୍ରୁ । ଦେହ-ଅଭିମାନରେ ଆସି ନିଜର କ୍ଷତି କରୁଛନ୍ତି । ଆଶ୍ଚର୍ଯ୍ୟଭାବେ ଶୁଣୁଛନ୍ତି, ବାବା ବାବା କହୁଛନ୍ତି, ପୁଣି ହାତ ଛାଡି ଦେଇଛନ୍ତି । ମାୟା ବହୁତ ଶକ୍ତିଶାଳୀ । ଗୋଟିଏ ଚାପୁଡାରେ ତଳେ ପକାଇ ଦେଉଛି । ଭାବୁଛନ୍ତି ଆମେ କେବେ ବି ତଳେ ପଡିବୁ ନାହିଁ ତଥାପି ମଧ୍ୟ ମାୟା ଚାପୁଡା ଲଗାଇ ଦେଉଛି । ଏଠାରେ ସ୍ତ୍ରୀ-ପୁରୁଷ ଉଭୟଙ୍କୁ ପବିତ୍ର କରାଯାଉଛି । ତାହା ମଧ୍ୟ ଈଶ୍ୱରଙ୍କ ବ୍ୟତୀତ କେହି କରିପାରିବେ ନାହିଁ । ଏହା ହେଉଛି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନ ।

ବାବାଙ୍କୁ ନାଉରୀ ବୋଲି କୁହାଯାଉଛି, ତୁମେ ହେଉଛ ନାଆ । ନାଉରୀ ସମସ୍ତଙ୍କର ଡଙ୍ଗାକୁ ପାରି କରିବା ପାଇଁ ଆସୁଛନ୍ତି । କହୁଛନ୍ତି ସତ୍ୟର ଡଙ୍ଗା ହଲିବ କିନ୍ତୁ ବୁଡିବ ନାହିଁ । ଦୁନିଆରେ କେତେ ଢେର ମଠ ପନ୍ଥ ରହିଛି । ଜ୍ଞାନ ଏବଂ ଭକ୍ତିର ଯେପରି ଲଢେଇ ହେଉଛି । କେବେ କେବେ ଭକ୍ତିର ବିଜୟ ହୋଇଯାଉଛି, କିନ୍ତୁ ଶେଷରେ ତ ଜ୍ଞାନର ହିଁ ବିଜୟ ହେବ । ଭକ୍ତିମାର୍ଗରେ ଦେଖ କେତେ ବଡ-ବଡ ଯୋଦ୍ଧା ଅଛନ୍ତି । ଜ୍ଞାନମାର୍ଗରେ ମଧ୍ୟ କେତେ ବଡ-ବଡ ଯୋଦ୍ଧା ଅଛନ୍ତି । ଅର୍ଜ୍ଜୁନ ଭୀମ ଆଦି ନାମ ରଖିଛନ୍ତି । ଏସବୁ ତ କାହାଣୀ ଲେଖିଛନ୍ତି । ଗାୟନ ତ ତୁମର ହିଁ ହେଉଛି । ତୁମେମାନେ ଏବେ ହୀରୋ-ହିରୋଇନ୍‌ର ଅଭିନୟ କରୁଛ । ବର୍ତ୍ତମାନ ତୁମର ମାୟା ସହିତ ଯୁଦ୍ଧ ଚାଲୁଛି । ତୁମ ଭିତରେ ମଧ୍ୟ ଅନେକ ଅଛନ୍ତି ଯିଏକି ଏହି କଥାକୁ ବିଲ୍‌କୁଲ୍ ବୁଝୁନାହାଁନ୍ତି । ଯେଉଁମାନେ ଭଲ ଆତ୍ମା ହୋଇଥିବେ ସେମାନଙ୍କୁ ହିଁ ତୀର ଲାଗିବ । ଥାର୍ଡ କ୍ଲାସ୍ ହୋଇଥିଲେ ତ ବସିପାରିବେ ନାହିଁ । ଦିନକୁ ଦିନ କାଇଦା ଅର୍ଥାତ୍ ନିୟମ ବହୁତ କଡା ହୋଇଯିବ । ଯେଉଁମାନେ ପଥରବୁଦ୍ଧି ସେମାନେ କିଛି ବୁଝିପାରୁ ନାହାଁନ୍ତି, ସେମାନଙ୍କୁ ଏଠାରେ ବସାଇବା ମଧ୍ୟ ନିୟମ ବିରୁଦ୍ଧ ଅଟେ । ଏହି ହଲ ମଧ୍ୟ ସବୁଠାରୁ ପବିତ୍ର ସ୍ଥାନ । ପୋପ୍‌ଙ୍କୁ ପବିତ୍ର ବୋଲି କୁହାଯାଇଥାଏ । ଏହି ବାବା ତ ହୋଲିଏଷ୍ଟ ଅଫ୍ ହୋଲି ଅଟନ୍ତି । ବାବା କହୁଛନ୍ତି ମୋତେ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ଏସବୁ ବିନାଶ ହୋଇଯିବ । ଏସବୁ କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ଯଦିଓ ଶୁଣୁଛନ୍ତି କିନ୍ତୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି । ନାଁ ନିଜେ କିଛି ଧାରଣ କରୁଛନ୍ତି, ନା କାହାକୁ ଧାରଣା କରାଉଛନ୍ତି । ଏପରି ମୁକ-ବଧିର ମଧ୍ୟ ବହୁତ ଅଛନ୍ତି । ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ... ସେମାନେ ତ ମାଙ୍କଡର ଚିତ୍ର ଦେଖାଉଛନ୍ତି । କିନ୍ତୁ ଏହା ତ ମନୁଷ୍ୟମାନଙ୍କ ନିମନ୍ତେ କୁହାଯାଇଛି । ମନୁଷ୍ୟମାନେ ବର୍ତ୍ତମାନ ମାଙ୍କଡଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି । ନାରଦର କାହାଣୀ ମଧ୍ୟ ରହିଛି । ତାଙ୍କୁ କୁହାଗଲା ପ୍ରଥମେ ତୁମେ ନିଜର ଚେହେରା ଦେଖ — ତୁମ ଭିତରେ ୫ ବିକାର ନାହିଁ ତ? ଯେପରି ସାକ୍ଷାତ୍‌କାର ହୋଇଥାଏ । ହନୁମାନଙ୍କର ମଧ୍ୟ ସାକ୍ଷାତ୍‌କାର ହୋଇଥାଏ ନା । ବାବା କହୁଛନ୍ତି କଳ୍ପ-କଳ୍ପ ଏହିପରି ହେଉଛି । ସତ୍ୟଯୁଗରେ ଏପରି କିଛି କଥା ନଥାଏ । ଏବେ ଏହି ପୁରୁଣା ଦୁନିଆ ହିଁ ସମାପ୍ତ ହୋଇଯିବ । ଯେଉଁମାନେ ପକ୍କା ନିଶ୍ଚୟବୁଦ୍ଧି ଅଟନ୍ତି ସେମାନେ ଜାଣିଛନ୍ତି କଳ୍ପ ପୂର୍ବେ ମଧ୍ୟ ଆମେମାନେ ଏହିଭଳି ରାଜ୍ୟ କରିଥିଲୁ । ବାବା କହୁଛନ୍ତି — ପିଲାମାନେ, ଏବେ ଦୈବୀଗୁଣ ଧାରଣ କର । କୌଣସି ବେକାଇଦା କାମ କର ନାହିଁ । ସ୍ତୁତି-ନିନ୍ଦା ସବୁଥିରେ ଧୈର୍ଯ୍ୟ ଧରିବାକୁ ହେବ । ତୁମମାନଙ୍କ ଭିତରେ କ୍ରୋଧ ରହିବା ଉଚିତ୍ ନୁହେଁ । ତୁମେମାନେ କେତେ ଉଚ୍ଚ ବିଦ୍ୟାର୍ଥୀ, ତୁମମାନଙ୍କୁ ଭଗବାନ ପାଠ ପଢାଉଛନ୍ତି । ସେ ସିଧାସଳଖ ଆସି ପାଠ ପଢାଉଛନ୍ତି ତଥାପି ମଧ୍ୟ କେତେକ ସନ୍ତାନ ଭୁଲିଯାଉଛନ୍ତି କାହିଁକି ନା ସାଧାରଣ ଶରୀରରେ ଆସୁଛନ୍ତି ନା । ବାବା କହୁଛନ୍ତି ଦେହଧାରୀଙ୍କୁ ଦେଖିଲେ ତୁମେମାନେ ଉନ୍ନତି କରିପାରିବ ନାହିଁ । ସେଥିପାଇଁ ଆତ୍ମାକୁ ଦେଖ । ଆତ୍ମା ଏଠି ଭ୍ରୃକୁଟୀ ମଧ୍ୟରେ ରହୁଛି । ଆତ୍ମା ଜ୍ଞାନ ଶୁଣି କାନ୍ଧ ହଲାଉଛି । ସଦାସର୍ବଦା ଆତ୍ମା ସହିତ କଥାବାର୍ତ୍ତା ହୁଅ । ତୁମେ ଆତ୍ମା ଏହି ଶରୀର ରୂପୀ ସିଂହାସନ ଉପରେ ବସିଛ । ତୁମେମାନେ ତମୋପ୍ରଧାନ ଥିଲ ଏବେ ତୁମମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରିବା ଦ୍ୱାରା ଦେହର ଅଭିମାନ ତୁଟିଯିବ । ତୁମମାନଙ୍କ ଭିତରେ ଅଧାକଳ୍ପର ଦେହ-ଅଭିମାନ ରହିଛି ବର୍ତ୍ତମାନ ସମସ୍ତେ ଦେହ-ଅଭିମାନୀ ଅଟନ୍ତି ।

ଏବେ ବାବା ବୁଝାଉଛନ୍ତି ସମସ୍ତେ ଦେହୀ-ଅଭିମାନୀ ହୁଅ । ଆତ୍ମା ହିଁ ସବୁ କିଛି ଧାରଣ କରୁଛି । ଖାଇବା-ପିଇବା ସବୁ କିଛି ଆତ୍ମା ହିଁ କରୁଛି । ବାବାଙ୍କୁ ତ ଅଭୋକ୍ତା କୁହାଯାଉଛି । ସେ ହେଉଛନ୍ତି ନିରାକାର । ଏହି ଶରୀରଧାରୀ ବାବା ତ ସବୁ କିଛି କରୁଛନ୍ତି । ସିଏ ଖାଇବା-ପିଇବା କିଛି କରୁ ନାହାଁନ୍ତି କାରଣ ସିଏ ଅଭୋକ୍ତା ଅଟନ୍ତି । ଏହି କଥାର ପୁଣି ସେମାନେ କପି କରିଛନ୍ତି । କେତେ ମନୁଷ୍ୟମାନଙ୍କୁ ଠକୁଛନ୍ତି । ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ଅଛି, ତେବେ କଳ୍ପ ପୂର୍ବରୁ ଯେଉଁମାନେ ବୁଝିଥିଲେ ସେହିମାନେ ହିଁ ବୁଝିବେ । ବାବା କହୁଛନ୍ତି ମୁଁ ହିଁ କଳ୍ପ-କଳ୍ପ ଆସି ତୁମକୁ ପାଠପଢାଇ ସାକ୍ଷୀ ହୋଇ ଦେଖୁଛି । ପୁରୁଷାର୍ଥର କ୍ରମ ଅନୁସାରେ ଯାହା ପଢିଥିଲ ତାହା ହିଁ ପଢିବ । ଏଥିରେ ସମୟ ଲାଗିବ । କହୁଛନ୍ତି କଳିଯୁଗ ସମାପ୍ତ ହେବାକୁ ଆହୁରି ୪୦ହଜାର ବର୍ଷ ବାକି ଅଛି । ତେଣୁ ମନୁଷ୍ୟମାନେ ଘୋର ଅନ୍ଧକାରରେ ଅଛନ୍ତି ନା । ଏହାକୁ ହିଁ ଅଜ୍ଞାନ ଅନ୍ଧକାର କୁହାଯାଉଛି । ଭକ୍ତିମାର୍ଗ ଏବଂ ଜ୍ଞାନ ମାର୍ଗରେ ରାତି-ଦିନର ଫରକ ରହିଛି । ଏହା ମଧ୍ୟ ବୁଝିବାର କଥା । ପିଲାମାନେ ବହୁତ ଖୁସିରେ ବୁଡି ରହିବା ଉଚିତ୍ । ତୁମ ପାଖରେ ସବୁ କିଛି ଅଛି, ଆଉ କିଛି ପାଇବାର ଇଚ୍ଛା ନାହିଁ । ଆମେ ଜାଣିଛୁ କଳ୍ପ ପୂର୍ବ ଭଳି ଆମର ସମସ୍ତ କାମନା ପୁରଣ ହେଉଛି ସେଥିପାଇଁ ପେଟ ଭରି ରହୁଛି । ଯାହାଙ୍କର ଜ୍ଞାନ ନାହିଁ, ତାଙ୍କର ପେଟ ଭରିବ ନାହିଁ । କୁହାଯାଏ ଖୁସି ସଦୃଶ ଭୋଜନ ନାହିଁ । ତୁମମାନଙ୍କୁ ଜନ୍ମ-ଜନ୍ମାନ୍ତର ପାଇଁ ରାଜତ୍ୱ ମିଳୁଛି । ଯେଉଁମାନେ ଦାସ-ଦାସୀ ହେବେ ତାଙ୍କୁ ଏତେ ଖୁସି ରହିବ ନାହିଁ । ପୂରା ମହାବୀର ହେବାକୁ ପଡିବ, ଯେପରି ମାୟା ହଲାଇ ପାରିବ ନାହିଁ ।

ବାବା କହୁଛନ୍ତି ଦୃଷ୍ଟିକୁ ବହୁତ ସମ୍ଭାଳିବାକୁ ହେବ । ତୁମମାନଙ୍କ ଭିତରେ ବିକାରୀ ଦୃଷ୍ଟି ଯେପରି ନ ରହୁ । ସ୍ତ୍ରୀକୁ ଦେଖିଲେ ମନଚଞ୍ଚଳ ହେଉଛି । ଆରେ ତୁମେ ତ ଭାଇ-ଭଉଣୀ, କୁମାର-କୁମାରୀ ଅଟ ନା । ପୁଣି କର୍ମେନ୍ଦ୍ରିୟ ଚଞ୍ଚଳତା କାହିଁକି ହେଉଛି! ବଡ-ବଡ ଲକ୍ଷପତି, କୋଟିପତିଙ୍କୁ ମଧ୍ୟ ମାୟା ହରାଇ କରିଦେଉଛି । ଗରୀବମାନଙ୍କୁ ମଧ୍ୟ ମାୟା ଏକଦମ୍ ମାରିଦେଉଛି ଅର୍ଥାତ୍ ସେମାନେ ମଧ୍ୟ ଜ୍ଞାନ ଛାଡି ଦେଉଛନ୍ତି । ପୁଣି କହୁଛନ୍ତି ବାବା ମୁଁ ଧକ୍କା ଖାଇଗଲି । ଆରେ ୧୦ ବର୍ଷ ଜ୍ଞାନ ମାର୍ଗରେ ଚାଲିବା ପରେ ମଧ୍ୟ ହାରିଗଲ । ତେବେ ତ ରସାତଳଗାମୀ ହୋଇଗଲ । ଭିତରେ ଜାଣୁଛନ୍ତି ୟାଙ୍କର ଅବସ୍ଥା କିପରି ଅଟେ । କେହି-କେହି ତ ବହୁତ ଭଲ ସେବା କରୁଛନ୍ତି । କନ୍ୟାମାନେ ମଧ୍ୟ ଭୀଷ୍ମ ପିତାମହ ଆଦିଙ୍କୁ ବାଣ ମାରିଥିଲେ ନା । ଗୀତାରେ ଅଳ୍ପ ବହୁତ ଏହାର ବର୍ଣ୍ଣନା ଅଛି । ଏହା ତ ଭଗବାନୁବାଚ ଅଟେ । ଯଦି କୃଷ୍ଣ ଭଗବାନ ଗୀତା ଶୁଣାଇଥିଲେ ତେବେ ଏପରି କାହିଁକି କହୁଛନ୍ତି ଯେ, ମୁଁ ଯିଏ ଯେପରି, କ୍ୱଚିତ୍ କେହି କେହି ମୋତେ ଜାଣିଛନ୍ତି । ଯଦି କୃଷ୍ଣ ଏଠାରେ ଥାନ୍ତେ ତେବେ ଜଣା ନାହିଁ କ’ଣ କରି ଦେଇଥା’ନ୍ତେ । କୃଷ୍ଣଙ୍କର କାୟା ତ ସତ୍ୟଯୁଗରେ ହିଁ ଥାଏ । ଏକଥା ଜାଣି ନାହାଁନ୍ତି ଯେ କୃଷ୍ଣଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ମୁଁ ପ୍ରବେଶ କରୁଛି । ସାକାରରେ କୃଷ୍ଣ ଆସିଥିଲେ ତ ତୁରନ୍ତ ସମସ୍ତେ ପଳାଇ ଆସିଥା’ନ୍ତେ । ପୋପ୍ ଆଦି ଆସିଲେ କେତେ ରୁଣ୍ଡ ହୋଇଯାନ୍ତି । ମନୁଷ୍ୟ କ’ଣ ଏକଥା ଜାଣିଛନ୍ତି ଯେ ବର୍ତ୍ତମାନ ସମସ୍ତେ ପତିତ ତମୋପ୍ରଧାନ । କହୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ କିନ୍ତୁ ବୁଝୁ ନାହାଁନ୍ତି ଯେ ଆମେ ପତିତ । ପିଲାମାନଙ୍କୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ବାବାଙ୍କର ବୁଦ୍ଧି ତ ସେଣ୍ଟରର ଅନନ୍ୟ ସନ୍ତାନମାନଙ୍କ ଆଡକୁ ଚାଲିଯାଉଛି । ଯେତେବେଳେ ଅଧିକ ଅନନ୍ୟ ସନ୍ତାନମାନେ ଏଠାକୁ ଆସିଥା’ନ୍ତି ତେବେ ସେମାନଙ୍କ ସହ ଏଠାରେ ସାକ୍ଷାତ୍‌କାର ହୋଇଥାଏ ନଚେତ୍ ବାହାରେଥିବା ପିଲାମାନଙ୍କୁ ମନେ ପକାଇବାକୁ ପଡିଥାଏ । ସେମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିଥାଏ । ଅଧିକାଂଶ ଜ୍ଞାନୀ ଆତ୍ମା ଥିଲେ ମଜା ଆସିଥାଏ । ନଚେତ୍ କନ୍ୟାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ତାଙ୍କୁ କଳ୍ପ-କଳ୍ପ ସହନ କରିବାକୁ ପଡୁଛି । ଜ୍ଞାନମାର୍ଗକୁ ଆସିବା ଦ୍ୱାରା ଦ୍ୱାରା ପୁଣି ଭକ୍ତି ଛାଡି ଦେଉଛନ୍ତି । ଯଦି ଘରେ ମନ୍ଦିର ଅଛି, ତେବେ ସ୍ତ୍ରୀ-ପୁରୁଷ ଉଭୟ ଭକ୍ତି କରିଥା’ନ୍ତି । ଯଦି ସ୍ତ୍ରୀକୁ ଜ୍ଞାନର ଆକର୍ଷଣ ହୋଇଯିବ ଏବଂ ସିଏ ଭକ୍ତି ଛାଡି ଦେବ ତେବେ କେତେ ହଙ୍ଗାମା ହୋଇଯିବ । ଯଦି ବିକାରଗ୍ରସ୍ଥ ନହେବ, ଶାସ୍ତ୍ର ଆଦି ନ ପଢିବ ତେବେ ଝଗଡା ହେବ ନା । ଏହି ଜ୍ଞାନମାର୍ଗରେ ବହୁତ ବିଘ୍ନ ପଡିଥାଏ, କିନ୍ତୁ ଅନ୍ୟ ସତ୍‌ସଙ୍ଗକୁ ଯିବା ପାଇଁ କେହି ମନା କରନ୍ତି ନାହିଁ । ଏଠାରେ ମୁଖ୍ୟ କଥା ହେଲା ପବିତ୍ରତା । ପୁରୁଷମାନେ ପବିତ୍ର ରହିପାରନ୍ତି ନାହିଁ ତେଣୁ ଜଙ୍ଗଲକୁ ଚାଲିଯାଇଥାନ୍ତି, ସ୍ତ୍ରୀମାନେ କେଉଁ ଆଡେ ଯିବେ । ସେମାନେ ଭାବନ୍ତି ସ୍ତ୍ରୀମାନେ ନର୍କର ଦ୍ୱାର । ବାବା କହୁଛନ୍ତି ଏମାନେ ତ ସ୍ୱର୍ଗର ଦ୍ୱାର ଅଟନ୍ତି । ତୁମେ କନ୍ୟାମାନେ ଏବେ ସ୍ୱର୍ଗ ସ୍ଥାପନ କରୁଛ । ଏହା ପୂର୍ବରୁ ଦୁନିଆ ନର୍କର ଦ୍ୱାର ଥିଲା ଏବେ ସ୍ୱର୍ଗର ସ୍ଥାପନା ହେଉଛି । ସତ୍ୟଯୁଗ ସ୍ୱର୍ଗର ଦ୍ୱାର ଏବଂ କଳିଯୁଗ ନର୍କର ଦ୍ୱାର ଅଟେ । ଏସବୁ ବୁଝିବାର କଥା । ତୁମେମାନେ ମଧ୍ୟ ଏହି କଥାକୁ ପୁରୁଷାର୍ଥର କ୍ରମଅନୁସାରେ ବୁଝୁଛ । ଯଦିଓ ପବିତ୍ର ମଧ୍ୟ ରହୁଛୁ, ବାକି କ୍ରମ ଅନୁସାରେ ଜ୍ଞାନର ଧାରଣା ହେଉଛି । ତୁମେମାନେ ତ ପୁରୁଣା ନର୍କ ଦୁନିଆରୁ ବାହାରି ଏଠାକୁ ଆସିଛ, କିନ୍ତୁ ବାବା ବୁଝାଇଛନ୍ତି ଯେ, ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ରହିବାକୁ ହେବ । ସେମାନଙ୍କୁ ଅସୁବିଧା ହେଉଛି । ଯେଉଁମାନେ ଏଠାରେ ରହୁଛନ୍ତି ତାଙ୍କୁ କୌଣସି ଅସୁବିଧା ନାହିଁ । ବାବା ବୁଝାଉଛନ୍ତି ଗୃହସ୍ଥରେ ଥାଇ ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରୁହ । ତାହା ମଧ୍ୟ ଏହି ଅନ୍ତିମ ଜନ୍ମର କଥା । ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଆତ୍ମା ଭାବ । ତେବେ ଆତ୍ମା ହିଁ ଶୁଣୁଛି, ଆତ୍ମା ହିଁ ଏହିପରି ହେଉଛି । ଆତ୍ମା ହିଁ ଜନ୍ମ-ଜନ୍ମାନ୍ତର ଭିନ୍ନ-ଭିନ୍ନ ପୋଷାକ ପିନ୍ଧି ଆସିଛି । ଏବେ ଆମେ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ । ସେଥିପାଇଁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଏହା ହେଉଛି ମୂଳ କଥା । ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛି, ଆତ୍ମା ଭ୍ରୁକୁଟୀ ମଧ୍ୟରେ ରହୁଛି, ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି । ଆତ୍ମା ନଥିଲେ ଶରୀର ମୁର୍ଦ୍ଦାର ହୋଇଯାଏ । ବାବା ଆସି କେତେ ୱାଣ୍ଡରଫୁଲ୍ ଜ୍ଞାନ ଦେଉଛନ୍ତି । ତେବେ ପରମାତ୍ମାଙ୍କ ବିନା ଏହି କଥା କେହି ବୁଝାଇ ପାରିବେ ନାହିଁ । ସନ୍ନ୍ୟାସୀ ଆଦି କେହି ବି ଆତ୍ମାକୁ ଜାଣୁ ନାହାଁନ୍ତି ସେମାନେ ତ ଆତ୍ମାକୁ ପରମାତ୍ମା ବୋଲି ଭାବୁଛନ୍ତି । ଦ୍ୱିତୀୟରେ ପୁଣି କହୁଛନ୍ତି ଆତ୍ମାରେ କୌଣସି ଲେପ-ଛେପ ଲାଗୁ ନାହିଁ । ସେଥିପାଇଁ ଶରୀରକୁ ଧୋଇବା ପାଇଁ ଗଙ୍ଗାକୁ ଯାଇଥା’ନ୍ତି । ଏକଥା କେହି ଜାଣି ନାହାଁନ୍ତି ଯେ, ଆତ୍ମା ହିଁ ପତିତ ହେଉଛି । ଆତ୍ମା ହିଁ ସବୁ କିଛି କରୁଛି । ବାବା ବୁଝାଉଛନ୍ତି, ଏକଥା ଭାବ ନାହିଁ ଯେ ମୁଁ ଅମୁକ, ସେ ଅମୁକ ଅଟେ... । ନା, ସମସ୍ତେ ଆତ୍ମା ଅଟନ୍ତି । ସେଥିପାଇଁ ଜାତି-ପାତିର କୌଣସି ଭେଦଭାବ ରହିବା ଉଚିତ୍ ନୁହେଁ । ନିଜକୁ ଆତ୍ମ ନିଶ୍ଚୟ କର । ଗଭର୍ଣ୍ଣମେଣ୍ଟ ମଧ୍ୟ କୌଣସି ଧର୍ମକୁ ମାନି ନଥାଏ । ଏସବୁ ଦେହର ଧର୍ମ ଅଟେ । ସବୁ ଆତ୍ମାମାନଙ୍କର ପିତା ତ ଜଣେ । ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିବାକୁ ହେବ । ସବୁ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେଉଁ କଥା ଅନାବଶ୍ୟକ, ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାକୁ ହେବ, ହିୟର ନୋ ଇଭିଲ୍‌, ସି ନୋ ଇଭିଲ୍ ଅର୍ଥାତ୍ ଖରାପ କଥା ଦେଖ ନାହିଁ..... । ବାବା ଯେଉଁ ଶିକ୍ଷା ଦେଉଛନ୍ତି ସେଗୁଡିକୁ ଧାରଣ କରିବାକୁ ହେବ ।

(୨) କୌଣସି ବି ସାଂସାରିକ ଇଚ୍ଛା ରଖିବାର ନାହିଁ । ନିଜର ଦୃଷ୍ଟି ଉପରେ ଧ୍ୟାନ ଦେବାକୁ ହେବ, ଯେପରି କାହା ପ୍ରତି ବି ବିକାରୀ ଦୃଷ୍ଟି ନଯାଏ । କୌଣସି ବି କର୍ମେନ୍ଦ୍ରିୟ ଚଳାୟମାନ ଅର୍ଥାତ୍ ଅସ୍ଥିର ନ ହେଉ । ଖୁସିରେ ଭରପୂର ରହିବାକୁ ହେବ ।

ବରଦାନ:-
ଧ୍ୟାନ ଦେବାର ଘୃତ ଦ୍ୱାରା ଆତ୍ମିକ ସ୍ୱରୂପ ତାରକାର ଚମକକୁ ବୃଦ୍ଧି କରୁଥିବା ଆକର୍ଷଣ ମୂରତ ହୁଅ ।

ଯେବେକି ବାବାଙ୍କ ଦ୍ୱାରା ଏବଂ ତାଙ୍କର ଜ୍ଞାନ ଦ୍ୱାରା ଆତ୍ମିକ ସ୍ୱରୂପର ତାରକା ଚମକି ଉଠିଛି ତେଣୁ ଆଉ କେବେ ବି ଲିଭିବ ନାହିଁ, କିନ୍ତୁ ଚମକର ମାତ୍ରା କମ-ବେଶୀ ହୋଇପାରେ । ସର୍ବଦା ଚମକୁଥିବା ଏହି ତାରକା ସେତେବେଳେ ସମସ୍ତଙ୍କୁ ଆକର୍ଷିତ କରିପାରିବ ଯେତେବେଳେ ପ୍ରତିଦିନ ଅମୃତବେଳାରେ ସେଥିରେ ଧ୍ୟାନ ରୂପକ ଘୃତ ଭରି ଚାଲିଥିବ । ଯେପରି ଦୀପରେ ଘିଅ ଢାଳିବା ଦ୍ୱାରା ତାହା ସ୍ଥିର ଭାବରେ ଜଳିଥାଏ । ସେହିପରି ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଅର୍ଥାତ୍ ବାବାଙ୍କର ସର୍ବଗୁଣ ବା ଶକ୍ତିଗୁଡିକୁ ନିଜ ଭିତରେ ଧାରଣ କରିବା । ଏହିଭଳି ଧ୍ୟାନ ରଖିବା ଦ୍ୱାରା ଆକର୍ଷଣ ମୂରତ ହୋଇଯିବ ।

ସ୍ଲୋଗାନ:-
ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ସାଧନାରୂପୀ ବୀଜକୁ ପ୍ରତ୍ୟକ୍ଷ କର ।